STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

କଳାବାଦଲ

କଳାବାଦଲ

2 mins
226


ମମତାର ବାସ୍ନାରେ ଉଡି ଉଡି ଆସି ପୂର୍ବ ,ପଶ୍ଚିମ ,ଉତ୍ତର, ଦକ୍ଷିଣ ଚାରିଦିଗରୁ ଅଜଣା ଅଶୁଣା ଥାଇ ମଧ୍ୟ ଗୋଟିଏ କଂସାରେ ହାତ ବୁଡେଇ ପଖାଳ ଖାଉଥିଲେ।ଗୋଟିଏ ପଣତରେ ସଭିଏଁ ଘୋଡିଘାଡି ନିଶ୍ଚିନ୍ତରେ ଶୋଉଥିଲେ।ଯେତେ ଝଡ଼ ଆସିଲେ ବି କାଟି କୁଟାକାଠିର ବାୟାବସାର କିଛି ବୋଲି କିଛି କ୍ଷତି ହୁଏ ନାହିଁ।

   ପାରାଦଳ ଜାଲକୁ ଉଡେଇ ନେବା ଭଳି ଏକ ମନ ,ଏକ ଲକ୍ଷ,ମହତ୍ ଉଦ୍ଦେଶ୍ୟ ନେଇ ଚାରି ଜଣ ଆଗକୁ ଆଗେଇ ଚାଲିଥାନ୍ତି।

    

        ମାଆର ମମତା,ଧୋ ରେ ବାଇଆ ଧୋ,ସ୍ନେହମଧୁ ବୋଳା ବଚନରେ କଣ ଯେ ଥାଏ ସଭିଏଁ ସମ୍ମୋହିତ ହୋଇ ଭାଇଚାରାର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ବସୁଧୈବ କୁଟୁମ୍ବକମ୍ ନ୍ୟାୟରେ ଆମେ ସବୁ ଭାରତ ମାତାର ସନ୍ତାନ ବୋଲି ମମତାର ପଣତର ତ୍ରିରଙ୍ଗା ତଳେ ସାହସ ,ଶାନ୍ତି ଓ ବିଶ୍ୱାସରେ ଜାତି ,ଧର୍ମ, ଉଚ୍ଚ,ନୀଚ୍ଚ,ମୁର୍ଖ,ଧନୀ ଭେଦଭାବ ଭୁଲି *ବିଶ୍ଵ ଏକ ପରିବାର କରି ଗଢି ତୋଳିବାର* ମାଆର ମହତ୍ ଲକ୍ଷରେ ସାମିଲ ହେଲୁ।

    

    ରାତି ପାହି ସକାଳ ହେଲା, ଅନ୍ଧାର ଯାଇ ଆଲୋକ ହେଲା, ଚଳଚଞ୍ଚଳ ହୋଇ ଉଠିଲେ ପକ୍ଷୀର ନୀଡ଼।ପାଞ୍ଚ ଆଙ୍ଗୁଠି ମିଶି ମୁଠାଟିଏ କରି ମୁକ୍ତିର ମଶାଲ ଚାରିଆଡେ ଜାଳିଦେଲେ ମାଆ ଓ ତା ପିଲାମାନେ।ସେ ମଶାଲର ଆଲୋକରେ କେତେ ଯେ ଉଦଭାସିତ ହୋଇ ଅଧରରେ ପୂଣ୍ଣତା ପ୍ରାପ୍ତିର ହସ ହସୁଥିଲେ।ଧନ୍ୟ ଧନ୍ୟ ବି କରୁଥିଲେ ।ଆଉ କହୁଥିଲେ ଏ ପରା ଭାରତ,ଦେବଭୂମି, ଧର୍ମନିରପେକ୍ଷ ରାଷ୍ଟ୍ର।ସମ୍ବିଧାନ ସଂଶୋଧନ ନ ହେଉ ପଛେ, ସଂରକ୍ଷଣ ନୀତି ପାଇଁ ଅସନ୍ତୋଷ ହେଉଛି ସତ,ହେଲେ ବିଶ୍ବଗୁରୁର ମାନ୍ୟତା ପାଇଛି ତ ଭାରତ ।ବେଦ ଉପନିଷଦକୁ କେହି ଅସ୍ଵୀକାର କରି ପାରିବେ କି ! 


   ସେଥିପାଇଁ ତ ବର୍ତ୍ତମାନର ଚିକିତ୍ସକ ବନ୍ଧୁମାନେ ଅତୀତର ଅଶ୍ଵିନୀକୁମାରଙ୍କ ପଦାଙ୍କ ଅନୁସରଣ କରୁଛନ୍ତି।ଚରକ ଶୁଶ୍ରୃତଙ୍କୁ ପଢି ଚାଲିଛନ୍ତି, ପଢି ଚାଲିଛନ୍ତି ମନ୍ମଥ ନାଥ ଦାସଙ୍କ ଐତିହାସିକ ଗ୍ରନ୍ଥାବଳୀ,ରଚନା କରିବାକୁ ସେହି ଶୈଳୀରେ *ଦେଖରେ ନଳିନୀ ନଳିନୀ...* 


  ଏଥିରେ ଅସ୍ଵୀକାର କରିବାର କିଛି ନାହିଁ, ନିଜକୁ ଲୁହା ପରି ଗଢି ଚାଲିଛନ୍ତି ଏହି ମାଟିର ଦାୟାଦ ମାନେ, ଲୌହମାନବ ,ସୁଭାଷ ଚନ୍ଦ୍ର ବୋଷ,ରମାଦେବୀ ,ଲକ୍ଷ୍ମୀବାଇ ଭଳି।


   ଗଢିବାକୁ ଏକ ସୁନ୍ଦର ପୃଥିବୀ।ହଠାତ ଏକଣ !ଲୋଭ ,ମୋହ,ହିଂସା, ଦ୍ଵେଷ, ପରଶ୍ରୀକାତରତା ଭଳି ରିପୁ ଏ ମାଟିର ସନ୍ତାନ ମାନଙ୍କ ମଧ୍ୟରେ ଜନ୍ମ ନେଲା କାହିଁକି ? କୁଟାକାଠିର ବାୟାବସା ଯେତେବେଳେ ସୁଦୃଶ୍ୟ ଅଟ୍ଟାଳିକାର ରୂପ ନେବାକୁ ଯାଉଛି ,ବିଭାଜନ ହେବାର କୁଚିନ୍ତା,ଅଶାନ୍ତ ମଳୟ ଉତ୍ତର ପୂର୍ବରୁ ବହି ଆସିଲା।ମାଆର ମନ କିଛି କ୍ଷଣ ଦୋହଲି ଗଲା।ଅନ୍ୟ ପିଲାମାନେ ସାନ୍ତ୍ବନା ଦେଉଥାନ୍ତି।ଜଗତର ନାଥ ଜଗନ୍ନାଥ ପରୋକ୍ଷରେ ଆଶୀର୍ବଚନ ଦେଉଥାନ୍ତି ଭାବି ମାଆର ହିମାଳୟ ଭଳି ମନଟା ସ୍ଥିର ହୋଇ ଯାଇଛି ଆଜି।କୋହଭରା କଣ୍ଠରୁ ବାକ୍ ସ୍ଫୁରଣ ନାହିଁ ମାଆର।ହୃଦୟରୁ ଅନୁନୟ ବିନୟ ସ୍ବରରେ ବିବସ୍ତ୍ରା କୃଷ୍ଣାଙ୍କ ଭଳି ଓମ୍ ଶ୍ରୀକୃଷ୍ଣାର୍ପଣେ ମସ୍ତୁ କହି ସମର୍ପି ଦେଇଛି କୃଷ୍ଣ ଜଗଦୀଶ୍ଵରଙ୍କୁ।ପରୋକ୍ଷରେ ଶୁଭୁଛି ଯେମିତି ସ୍ଵୟଂ ନାରାୟଣଙ୍କ ବାଣୀ,ଜଗନ୍ନାଥଙ୍କ ଅନ୍ନ ଥାଳିରେ ଧୂଳି ଛାଟିଥିବା ଜୀବ କେବେବି ଆହାର ଗ୍ରହଣ କରି ପାରିବ ନାହିଁ, ମମତାର ପତିତପାବନକୁ ଗୋଡ଼ରେ ପଦାଘାତ କରିଥିବା ସନ୍ତାନ କେବେବି ଲଜ୍ୟା ନିବାରଣ କରି ପାରିବନି,ବିଶ୍ଵାସ ଭାଜନ ହୋଇଥିବା ଅମୂଲ୍ୟ ସମ୍ପର୍କୀୟଙ୍କ ନୟନରୁ ନିଦ ଚୋରେଇ କେହି କେବେ ଶାନ୍ତିରେ ଶୋଇ ପାରିବ ନାହିଁ।ଫେରି ଆସିଲେ ବୋଧହୁଏ ସମ୍ଭବ ହେବ ସବୁକିଛି। ବିଶ୍ଵାସଘାତକ ଭଳି ବିଶ୍ଵାସରେ ବିଷ ଢାଳିଥିବା ସନ୍ତାନ ପାଇଁ କଠୋର ହୋଇ ଯାଇଛି ମାଆର କଅଁଳ ମଧୁର ହୃଦୟ ।ନାରୀରୁ ନାରାୟଣୀ ହୋଇ ସଂହାର ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ।


  ଦୀର୍ଘଶ୍ଵାସ ନେଇ ମାଆ ଏବେ ଅପେକ୍ଷା କରିଛି ଗୋଟିଏ କଂସାରେ ମୋ ପିଲାମାନେ କେବେ ପୁଣି ହାତ ବୁଡେଇ ପଖାଳ ଖାଇବେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational