STORYMIRROR

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

କଳା ଧଳା ସାଥେ ରଙ୍ଗୀନ ପ୍ରେମ

କଳା ଧଳା ସାଥେ ରଙ୍ଗୀନ ପ୍ରେମ

2 mins
179

   ଶକ୍ତି ସାମନ୍ତ ଜଣେ ଅବସରପ୍ରାପ୍ତ ସେନାଧକ୍ଷ .ସେ ସବୁବେଳେ କଳା ଧଳା ପିଲ୍ମ ,ଫୋଟୋ ତଥା କଳା ଧଳା ଯୁଗର, ଗୀତ କବିତା ଶିଳ୍ପ ସାହିତ୍ୟ ,ପତ୍ରିକା ଆଦିକୁ ଭଲପାଇ ସାଇତି ରଖନ୍ତି ,ଖାଲି ସେତିକି ନୁହେଁ ,ଘର ଟିକୁ ଗୋଟିଏ ଛୋଟ ମ୍ୟୁଜିଅମରେ ପରିଣତରେ ପରିଣତ କରିଛନ୍ତି ସେ ,ଆଉ ଯେତେସବୁ ଜିନିଷ ଯଥା ,ଫୋଟୋ ,ସମାଜ ,ପ୍ରଜାତନ୍ତ୍ର ,ଧରିତ୍ରୀ ରେ ବାହାରିଥିବା ବଡ ବଡ଼ ଜନନେତା ,କବି ,ଲେଖକ ,କ୍ରୀଡ଼ାବିତ ,ଗୀତିକାର ,ସଙ୍ଗୀତଜ୍ଞ ,ଚଳଚିତ୍ର ଅଭିନେତା ,ଖେଳାଳି ଓ ବିଭିର୍ଣ୍ଣ କ୍ଷେତ୍ରରେ ବହୁବିଧ ପ୍ରତିଭା ଦେଖାଇ ପାରିଥିବା ବ୍ୟକ୍ତି ବିଶେଷ ଙ୍କ କଳାଧଳା ଫୋଟୋ ସବୁ ଥାଏ ତାଙ୍କ ବାସଭବନରେ ,କାଚ ଆଲମିରା ଓ କାନ୍ଥ ତଥା ଚଟାଣରେ ସଜେଇ,କିଏ କେତେ ଆସନ୍ତି ,ସବୁ ଦେଖି ଶୁଣି ତାଙ୍କୁ ପ୍ରଶଂସା କରିବା ସହ ,କେବେ କେବେ ତାଙ୍କ ସହିତ ସାକ୍ଷାତକାର ମଧ୍ୟ ଟିଭିରେ ପ୍ରଦର୍ଶିତ କରାନ୍ତି ,ଶକ୍ତି ସାମନ୍ତ ଏଥିପାଇଁ ନିଜକୁ ଗୌରବ ମନେ କରନ୍ତି l

ସେଥର ପୁଅ ବାଧ୍ୟ କରିବାରୁ ସ୍ତ୍ରୀ ଙ୍କୁ ନେଇ ଦିଲ୍ଲୀ ଯାଇଥିଲେ ,ଉଡାଜାହାଜରେ ,ଆଉ ଯେତେ ସବୁ ଜଗା ପୁଅ ବୁଲେଇଲା ,ତା ଭିତରୁ ଆଗ୍ରାରେ ଉଠେଇଥିବା ସମସ୍ତ ଫଟୋ ଗୁଡିକୁ ଆଲବମ ଟିଏ କରି ପୁଅ ଯେବେ ବାପାଙ୍କ ହାତରେ ଧରାଇ ଦେଇଥିଲା ,ବାପା କହିଥିଲେ ,ଫଟୋ ଗୁଡିକ ରଙ୍ଗୀନ ନହୋଇ କଳାଧଳା ହୋଇଥିଲେ ଭଲ ହୋଇଥାନ୍ତା l

ଶକ୍ତି ସାମନ୍ତଙ୍କର ଆଉ ଗୋଟେ ଖୁବ ଭଲ ଗୁଣ ଥିଲା ,ସେ ଭଲ ରୋଷେଇ ବି କରନ୍ତି .ପୁଅ ଦିଲ୍ଲୀରୁ ଆସିଥିବାରୁ ଖୋଜି ଖୋଜି ବଡ଼ ଇଲିସି ମାଛ ଆଣି ନିଜେ ରାନ୍ଧି ଯେବେ ପରସା ଗଲା ,ଇଲିଶି ଝୋଳର ଲାଲ ଲାଲ ରଙ୍ଗରେ ମନ ବି ଲାଲ ଲାଲ ହେଇଯାଉଥିଲା ,ପୁଅ ସହ ପରିବାରର ସମସ୍ତ ସଦସ୍ୟ ହାତ ଚାଟି ଖାଇସାରିବା ପରେ ,ପୁଅକୁ କଣେଇ ଚାହିଁ ଶକ୍ତି ସାମନ୍ତ ଯେବେ ପଚାରିଲେ କିରେ କେମିତି ଲାଗିଲା ତରକାରୀ ?ପୁଅ କହିଥିଲା କଳା ଧଳା ରଙ୍ଗ ହୋଇଥିଲେ ଆଉ ଟିକେ ଭଲ ଲାଗିଥାନ୍ତା ତ ଶକ୍ତି ବାବୁ ସାମରିକ ଠାଣିରେ ହସୁଥିଲେ ,ଆଉ ପୁଅ ଯେବେ କଣ ଖୋଜି ଖୋଜି ବାପାଙ୍କ ମିନି ମ୍ୟୁଜିଅମ ଘରକୁ ଯାଏ ତ ବାପା ,ଆଗ୍ରାରେ ଉଠେଇଥିବା ରଙ୍ଗୀନ ଫୋଟୋ ଗୁଡିକୁ କାନ୍ଥରେ ଟଙ୍ଗାଇ ରଖୁଥିଲେ ,ପୁଅ ବାପାଙ୍କର,କଳା ଧଳା ଜୀବନ ଶୈଳୀ ଭିତରେ ରଙ୍ଗୀନ ଫୋଟୋ ପ୍ରେମ ଦେଖି ବିହ୍ଵଳିତ ହେବା ସହ ଖୁସି ହୋଇଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract