Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Madhumita Mishra

Abstract Tragedy

2  

Madhumita Mishra

Abstract Tragedy

ଖରାପ୍ ମା

ଖରାପ୍ ମା

3 mins
494


ଖରାପ ମା...


     " ହଁ..ତୁ ସତରେ ବହୁତ ଖରାପ ମା..କେବେ ମଧ୍ୟ ମୁଁ ତୋତେ ଭଲ କହିବିନି।କେମିତି ଭଲ କହିଥାନ୍ତି କହ? ମୁଁ ସାଧାରଣ ଭାବେ ଜନ୍ମ ହେବା ଅସମ୍ଭବ ଥିଲା ବୋଲି ତୁ କାଳେ ଦିନରାତି ଖାଲି ଠାକୁରଙ୍କୁ ଡାକୁଥିଲୁ..!!??କାହିଁକି କହ..ସେତେବେଳେ ତୁ କଣ ଟିକେ ବିଶ୍ରାମ ନେଇଥିଲେ ହୋଇ ପାରି ନ ଥାନ୍ତା??ଆଜି ମୋ ମନ ଭିତରେ ଯେତେ ଉଦବିଗ୍ନତା ଅଛି ତାହା ହୁଏତ କମ୍ ହୋଇ ପାରନ୍ତା ନା..!!??ଆଜି ତୋ ଆଖିତଳ କଳା ପଡି ନ ଥାନ୍ତା ନା..!!??


    ମୁଁ ଯେଉଁ ଦିନ ଜନ୍ମ ହେଲି ଶୁଣିଛି ତୁ ନିଜ ବକ୍ଷାମୃତ ଇଞ୍ଜେକସନ ସିରିଞ୍ଜରେ ବାହାର କରି ମୋତେ ପିଏଇଛୁ..ମୁଁ ନିଜେ ଅକ୍ଷମ ଥିଲି ବୋଲି ନା..?କରି ନ ଥାନ୍ତୁ ନା ମା ସେପରି..ଶିଖି ଯାଇଥାନ୍ତି କ୍ଷୁଧା ସହ ଲଢେଇ କରିବା..କିନ୍ତୁ ତୁ ତ ବହୁତ ଖରାପ..ସେମିତି କରିଲୁନି ନା..!!??


    ମୋ ଚାଲିବା ଡେରି ହେଲା କହି ଦିନରାତି ମୋତେ କାଖେଇ ବୁଲୁଥିଲୁ..କଣ ଦରକାର ଥିଲା?ମୋ ଗୋଡ଼ ଦୁଇଟାକୁ ସବୁବେଳେ ମାଲିଶ୍ କରୁଥିଲୁ।ଆଉ ଦିନେ ଯେତେବେଳେ ତୁ ବାହାରକୁ ଯାଇଥିଲୁ..ମୁଁ ମୋ ନିଜ ଗୋଡ଼ରେ ଠିଆ ହୋଇଗଲି।ଦେଖିଲୁ ନା..ତୁ କୋଳେଇ ରଖୁଥିଲୁ ବୋଲି ସିନା ମୁଁ ପାଦ ବଢ଼େଇ ନ ଥିଲି..!!??


    କଥା ଶିଖି ନ ଥିଲି ..ମୋ ମୁହଁକୁ ଦେଖି ସବୁ ବୁଝି ଯାଉଥିଲୁ..ଛିଃ ମା..ଏଇ ଅଭ୍ୟାସ ଯୋଗୁଁ ହିଁ ତ ମୁଁ ମୁହଁ ଖୋଲି କିଛି ମାଗିପାରିନି ନା..ଚାହିଁବା ଆଗରୁ ହାତକୁ ବଢେଇ ଦେଇଥିଲୁ.. କିନ୍ତୁ ଦୁନିଆ ମୋ ମନକଥା ବୁଝି ବଢ଼େଇ ଦେବନି ନା?ସେଥିପାଇଁ ତ କହୁଛି..ତୁ ବହୁତ ଖରାପ।


     ମୋତେ ଫଳ ଖାଇଲେ ଆଲାର୍ଜି ହୁଏ ବୋଲି ତୁ ଫଳ ଖାଇବା ଛାଡ଼ି ଦେଇଥିଲୁ।ମୁଁ ବାହାରକୁ ଗଲେ ଛିଙ୍କ କାଶ ହୁଏ ବୋଲି ତୁ ବୁଲିବା ଭୁଲି ଯାଇଥିଲୁ।ମୁଁ ଏକା ଖେଳି ପାରେନି ବୋଲି ତୁ ଦିନରାତି ନିଜ କାମ ପଛରେ ପକାଇ ମୋ ସଙ୍ଗେ ଖେଲିଲୁ।ଏ ସବୁ ନ କରିଥିଲେ କଣ ଚଳି ନ ଥାନ୍ତା?କେତେ ଗ୍ରହ ପୂଜା ଦିଅଁ ପୂଜା କରି ମୋ ଦେହ ମନ ସୁସ୍ଥ ରଖିବାକୁ ଈଶ୍ୱରଙ୍କୁ ଡାକୁଥିଲୁ..ଲୋକମାନେ କେତେ କଥା କହିଲେ ବି ତୁ ମୋତେ ତୋ କୋଳରେ ଜଡେଇ ରଖିଥିଲୁ।ଏସବୁ କାହିଁକି କରୁଥିଲୁ କହିଲୁ..!!??


    ମୋ ସାଙ୍ଗମାନଙ୍କ ମା ମାନେ ତାଙ୍କୁ ବସ୍ ଭ୍ୟାନରେ ସ୍କୁଲ୍ ପଠେଇ ଅନେକ ସମୟ ଗପସପ କରି ଯାଉଥିଲେ।ଆଉ ତୁ..ସକାଳୁ ଉଠି ମୋତେ ସାଙ୍ଗରେ ନେଇ ନିଜେ ଛାଡ଼ି ଆସି ଘରକାମ କରି କରି ନିଜ ସ୍ବାସ୍ଥ୍ୟ କଥା ଭୁଲି ଯାଉଥିଲୁ।ଏସବୁ କଣ ଭଲ କାମ ଥିଲା କି ମା..!!??ମୋତେ ଏକା ଛାଡିଥିଲେ ମୁଁ ବି ଆତ୍ମନିର୍ଭଶୀଳ ହୋଇଥାନ୍ତି ନା।ଅସୁବିଧା ହେଇଥିଲେ ବି ଶିଖି ଥାଆନ୍ତି କିଛି..!!ହଁ ପେଟ ଗରମ୍ ହେଲେ ମୋ ନାକରୁ ରକ୍ତ ବାହାରି ଯାଉଥିଲା।ଏଥିପାଇଁ ତୁ ସ୍କୁଲକୁ ସବୁବେଳେ ମିଶ୍ରି ପାଣି ନେଇ ଆସୁଥିଲୁ।କିନ୍ତୁ ମା..ମୁଁ କଣ ମୋ ସାଙ୍ଗ ମାନଙ୍କ ସହ କୋଲ୍ଡ ଡ୍ରିଙ୍କ ପିଇ ଦେଇଥାନ୍ତି ନା.. ?ସତରେ ତୁ ବହୁତ ଖରାପ୍ ମା..


    ଆଜମା ଥିଲା ବୋଲି ରାତିସାରା ତୋ ଛାତିରେ ବସି ରହୁଥିଲି..ମୋତେ ସେତେବେଳେ ପାଖରେ ତକିଆ ଉପରେ ଶୁଏଇ ଦେବା ପାଇଁ ବାପା କେତେ ଥର କହିଛନ୍ତି ।ହେଲେ ତୁ ତ ଖରାପ ମା ନା.. ରାତିସାରା ଜାଗର ରହି ସକାଳୁ ନିଜ ବ୍ଲଡପ୍ରେସର୍ ବଢେ଼ଇବା କଣ ଭଲ କାମ ଥିଲା କି ମା? 

ମୋ ଦୁର୍ଗୁଣ ସବୁ ଲୁଚେଇ ଦୁନିଆ ସାରା ଆଗରେ ମୋ ତାରିଫ କରୁଥିଲୁ। ତୁ ଜାଣି ଥିଲୁ ମୁଁ ବେଳେବେଳେ ମିଛ କୁହେ। ହେଲେ ତୁ..ମୋତେ ସତ୍ୟତାର ପ୍ରତୀକ କରି ରଖିଥିଲୁ ସବୁବେଳେ।କିନ୍ତୁ ମା..ମୋ ଗୁଣ କ'ଣ ବଦଳେଇ ପାରିଥାନ୍ତୁ କି?ଅବଶ୍ୟ ଚେଷ୍ଟା ବହୁତ କରିଛୁ।ହେଲେ ତୁ ଖରାପ ମା ହୋଇଥିବାରୁ ମୋତେ ବଦଳେଇ ପାରିଲୁ ନାହିଁ ନା..ଜାଣିଛୁ ମା?ମୋତେ ତୁ ଜମାରୁ ଭଲ ଲଗୁନାହୁ।ମୁଁ ଭୁଲ୍ କଲେ ତୁ ଜାଣି ଯାଉଛୁ।ମୁଁ ମିଛ କହିଲେ ତୁ ଧରି ଦେଉଛୁ।ଯୌବନ ପ୍ରଥମ ପାହାଚରେ ମୋତେ ଅନ୍ୟ ପିଲାଙ୍କ ପରି ମଜାରେ ବୁଲିବାକୁ ଆଉ ଅୟସ କରିବାକୁ ଛାଡୁନୁ। କମ୍ପ୍ୟୁଟର ମୋବାଇଲ ଯାହା ଧରିଲେ ପାଖରେ ବସି ରହୁଛୁ।ବାହାରକୁ ଗଲେ ବାରମ୍ବାର ଫୋନ୍ କରି ବିରକ୍ତ କରୁଛୁ।ଆଜି ବି ଛାଇ ହୋଇ ମୋତେ ଜଗିଛୁ।ତୁ ସତରେ ବହୁତ୍ ଖରାପ ମା..ବହୁତ୍ ଖରାପ.."


 ଆଉ ଏହା ଭାବି ଭାବି ଦିନେ ସେ ଖରାପ୍ "ମା"ଟି ଦୂରକୁ ଚାଲିଗଲା...


 "ମା..ତୁ ସତରେ ବହୁତ୍ ଖରାପ। ଆଜି ମୁଁ ସଂପୂର୍ଣ୍ଣ ସ୍ଵାଧୀନ।ଖୁସିରେ ନିଜ ଇଚ୍ଛାରେ ବଞ୍ଚିବା ପାଇଁ ଆଉ କିଛି ଅସୁବିଧା ନାହିଁ।ହେଲେ..କାଲି ଯେତେବେଳେ ଝୁଣ୍ଟି ପଡିଲାରୁ ମୋ ଗୋଡ଼ ଖଣ୍ଡିଆ ହୋଇଗଲା ଆଉ ପାଟିରୁ.."ମା" ବାହାରିଗଲା..ତୋତେ ଖୋଜିଲି।ତୁ ନଥିଲୁ ମା..ଜାଣିଛୁ ନା ରକ୍ତ ବାହାରିଲା..ତୁ ଜାଣି ପାରିଲୁନି..??ଏତେ ଦୂରକୁ ଚାଲିଗଲୁ..!!??"

 "ତୁ ବହୁତ ଖରାପ ମା..ବହୁତ ଖରାପ୍..."



Rate this content
Log in

More oriya story from Madhumita Mishra

Similar oriya story from Abstract