STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ଖୋଳପା

ଖୋଳପା

1 min
220

ଲୁହଗୁଡା ପାକସ୍ଥଳୀ ତଳୁ କୋଉଠୁ ଗୋଟେ ମୋଡି ହେଇ ଉକୁଟି ହେକୁଟି ଛାତି, ତଣ୍ଟି, ମୁଣ୍ଡ, ଆଖି ଦେଇ ବହିବାକୁ ମୋଡି ମାଡି ହେଉ ବି ଥିଲେ କି ମୁଁ ଓଠରେ ମଡେଇଦେଲି ଗୋଟେ ସୁନ୍ଦର ହସର ଖୋଳପା । ସେ ଲୁଣି ସମୁଦ୍ରକୁ ମାଡିଆସିବାକୁ ନ ଦେଇ ମଡେଇ ନେଲି ମୋ କଳା ଗ୍ଲାସ ଗଗଲସକୁ ଓ ଫେରି ଆସିଲି ସେଠୁ ଚଟ୍ କି । 

ଏବେ ଏମିତି ସବୁ ଖୋଳପା ପିନ୍ଧା ଅଭ୍ୟାସ । ହଉ ମୋ ଖୋଳପା ତ ପ୍ରକାରେ । 

ଉପରୁ ଗୋଲାପି ଆଉ ପଛରେ ବିଷାକ୍ତ ନୀଳ ରକ୍ତ ଭରା ଖୋଳପାଠୁ ବଞ୍ଚିବାର ଚାରା ଈଶ୍ୱର କାଢିଲେଣି କି ନାହିଁ କେଜାଣି!

ଉଫ୍

ଟିକିଏ ଦୂରରେ ରାସ୍ତାର ଗୋଟିଏ କଡକୁ ବସିଥିଲା ଗୋଲାପି ଫ୍ରକଟେ ପିନ୍ଧି କୁନି ଝିଅଟେ .... ଡାଲାଏ ଫୁଲ ଧରି । ଅଣ୍ଟାଠୁ ଟିକେ ଫାଟି ଯାଇଥିଲା ଫ୍ରକ୍ । ଡାକି ଡାକି ମୁହଁ ଶୁଖିଥିଲା । 

ତାରି ପାଖରେ ନଇଁ ପଡି ଦେଖିଲି, ଭୋକର ଖୋଳପା ଛଟପଟ କରୁଥିଲା ତାକୁ । ଯେମିତି ସବୁ ଫୁଲ କିଣି ନେଲି, ଖସିଗଲା ଖୋଳପା । 

ପଚାରିଲି, " ପଢୁଛୁ " । 

ଚଟକି ସିଏ ଉଠେଇନେଲା ଖୋଳପାଟିକୁ ଆଉ ଉତ୍ତର ନ ଫେରେଇ ଆଗକୁ ବଢୁଥିଲା କି ମତେ ଦିଶିଲା ନାଚାର ଖୋଳପାଟେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational