STORYMIRROR

Sunanda Mohanty

Abstract Comedy Children

3  

Sunanda Mohanty

Abstract Comedy Children

ଖୋଲା ହସ

ଖୋଲା ହସ

1 min
233


ପିଲାଦିନେ ଶୁଣିଥିବା ଅନେକ କଥା ଭିତରୁ "ବେଙ୍ଗ ମାରିଲେ କାଲା ହେବ " ଗୋଟିଏ ପ୍ରାସଙ୍ଗିକ କଥା ତେଣୁ ବେଙ୍ଗ ମାରିବା ପୁର୍ବରୁ ଶହେ ଥର ଚିନ୍ତା କରିବାକୁ ପଡୁଥିଲା ବେଳେ, ବାଟରେ ଘାଟରେ ବେଙ୍ଗ ମାରିପଡିଥିବା ଦୃଶ୍ୟରେ ବିଚଳିତ ହୁଏ ମନ, ପୁଣି ସେହି ଅଚିହ୍ନା ସାଇକେଲ ବା ରିକ୍ସାଵାଲା ପ୍ରତି ଯେ ଆହା ବିଚରା କାଲା ହେଇଯିବ, ଏମିତି ଧାରଣା ଥିଲା ପାଠ ପଢି ସାଇନ୍ସ ନେଇ ବାଈଓଲୋଜିରେ ବିଜ୍ଞାନଗାରରେ ବେଙ୍ଗ କାଟିଲା ପର୍ଯ୍ୟନ୍ତ   ତଥାପି ଶାଶୁଘରେ ଶାଶୁ ଙ୍କୁ ଶୁଭୁ ନଥିବାରୁ ବହୁତ ହଇରାଣ ହରକତରେ ପଡନ୍ତି ସୁମୀ, ଏଇ ଯେମିତି ଚଉରା ପାଖେ ବସି, ସଳିତା ଦିଆସିଲି ପାଇଁ ବରାଦ କଲାବେଳେ ଏଣେ ଠୁକୁ ଠୁକୁ ଚାଲୁଥିବା ପିଲାଟା ପଡି ଲହୁଲୁହାଣ ଯେ ତାକୁ ଝାଡ଼ି ଝୁଡି ଯତ୍ନ କଲାବେଳକୁ ଶାଶୁଙ୍କ ବରାଦ ପୂରଣ ଡେରି ହେବାରେ ସେ ହୁଅନ୍ତି କ୍ରୋଧିତ,ଶୁଣିପାରନ୍ତି ନାହିଁ ଏତେସବୁ କ'ଣ ଘଟିଗଲାଣି, ବୁଲିକି ନଦେଖିବା ପର୍ଯ୍ୟନ୍ତ, ତ ସୁମୀ ନିଜେ ବିଜ୍ଞାନଗାରରେ ବେଙ୍ଗ କାଟି ଆସିଥିଲେ ବି ଶାଶୁଙ୍କ ପାଖେ ସଳିତା ଦିଆସିଲି ଥୋଇ ତାଙ୍କ ରାଗର ଉତ୍ତର ମନେ ମନେ କଷି ନିଅନ୍ତି ଯେ କେତେ ବେଙ୍ଗ ମାରିଛନ୍ତି କେଜାଣି l

    ପୁଅ, ଟିକେ ବଡ ହେବା ପରେ ଯେବେ ଜେଜେ ମାଆ କୁ ପଚାରେ ତୁ କ'ଣ ବେଙ୍ଗ ମାରିଥିଲୁ ଜେଜେମା, ତତେ ଶୁଭୁନି କାହିଁକି ନହେଲେ, ତ ନଶୁଣି ଜେଜେମା କହି ଚାଲିଥାନ୍ତି," ମୁଣ୍ଡରେ ମୁଣ୍ଡ ବଜାନା, ଶିଙ୍ଘ ଉଠିବ ", ହସୁଥାନ୍ତି ସୁମୀ ଏପଟେ l

   ଆଜି ସୁମୀଙ୍କ ନାତି ଯେବେ "ମୁଣ୍ଡ ଢ଼ୀ ", କରୁଥାଏ ତାଙ୍କ ସାହ ସେ ସେହି ଶିଙ୍ଘଉଥିବା କଥାଟା କହି ହସୁଥାନ୍ତି ଖୋଲା ହସ, ନାତିଟା କ'ଣ ବୁଝେ କେଜାଣି ହସୁଥାଏ ଖିଲି ଖିଲି, ଖୋଲା ହସ, ଏକଦମ, ଶିଶୁ ସୁଲଭ ସରଳତାରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract