ଖଣ୍ଡାୟତଙ୍କର ଇତିହାସ
ଖଣ୍ଡାୟତଙ୍କର ଇତିହାସ
ପୁରୀ ଗଜପତିଙ୍କ ନିଦ୍ଦେଶ ଅନୁସାରେ ଖଣ୍ଡାୟତମାନେ ଯୁଦ୍ଧବିଦ୍ୟାରେ ନିପୁଣ ଥିଲେ,ରାଜ୍ୟସାଶନରେ ମହାରଥୀ ପଦ ହାସଲ କରିଥିଲେ।ଖଣ୍ଡାୟତମାନେ କ୍ଷତ୍ରିୟ ଥିଲେ। ଖଣ୍ଡାୟମାନଙ୍କ ୨୫୦୦ ବର୍ଷରୁ ଉର୍ଦ୍ଧ୍ୱ ଲିଖିତ ଇତିହାସ ଭିତରୁ କଳିଙ୍ଗ ଯୁଦ୍ଧ ଏବଂ ବ୍ରିଟିଶ ଶାସନ ବିରୋଧରେ ପାଇକ ବିଦ୍ରୋହ, ମାତ୍ରୁଭୂମୀ କୁ ସ୍ବତନ୍ତ୍ର କରିବା ପାଇଁ ପ୍ରଥମ ଯୁଦ୍ଧ,ଏକ ଐତିହାସିକ ଘଟଣା। ଯେଉଁ ଖଣ୍ଡାୟତମାନେ ଯୁଦ୍ଧରେ ଲଢୁଥିଲେ ସେମାନଙ୍କୁ ପଦ ଅନୁସାରେ ଜମି ପ୍ରଦାନ କରାଯାଇଥିଲା ଯାହା ଜାଗିରି ବଲି ମଧ୍ୟ ଜଣା।ଏହା ଫଳରେ ୧୯ଶ ଶତାଦ୍ଦୀ ଶେଷ ଭାଗ ସମୟରେ ଅଧିକାଂଶ ଜମିଦାରୀ ଖଣ୍ଡାୟତ ସମୁଦାୟର ଲୋକମାନଙ୍କ ପାଖେ ଥିଲା।ବିଂଶ ଶତାଦ୍ଦୀର ମଧ୍ୟ ଭାଗରେ ଜମିଦାରୀ ପ୍ରଥା ଉଚ୍ଛେଦ ହେବା ପରେ ଓଡିଶା ଓ ବିଚ୍ଛିନ୍ନାଚଳର ଖଣ୍ଡାୟତ ସମୁଦାୟର ଲୋକ ସେବା,ରାଜନୀତି ଓ ବିଭିନ୍ନ ଅନ୍ୟ ବୄତ୍ତିରେ ନିୟୋଜିତ ହେଲେ। ସେହିପରି ବିଚ୍ଛିନ୍ନାଚଳ ସଢୈଇକଳା ଖରସୁଆଁ ଜିଲ୍ଲାର #କଳାବାଡିଆ ଗାଆଁ,ବ୍ଲକ #ରାଜନଗର ପଞ୍ଚାୟତ #ବାନା ଅଧିନସ୍ଥ #ଖଣ୍ଡାୟତମାନଙ୍କ ବାସସ୍ଥାନ ଅଛି। ଏହି ଗାଆଁରେ ମହାନ ପ୍ରତାପୀ ଜମିଦାର ଶ୍ରୀଯୁକ୍ତ #ସୁରେନ୍ଦ୍ର ରାଉତ, ଶ୍ରୀଯୁକ୍ତ #କୄପାସିନ୍ଧୁ ରାଉତ, ଶ୍ରୀଯୁକ୍ତ #ବିଦ୍ୟାଧର ରାଉତ ଓ #ରାଖାଲ ରାଉତ।ଏହାଙ୍କୁ #ସରଦାର ଉପାଦ୍ଧି ମଧ୍ୟ ମିଳି ଥିଲା। ଏମାନଙ୍କୁ ବିଭିନ୍ନ ଗାଆଁରେ ଜମିଦାର ରୂପରେ ନିଯୁକ୍ତି ପାଇଥିଲେ। ଜମିଦାରୀ ଯିବା ପରେ ଏମାନଙ୍କୁ compensation ମଧ୍ୟ ସ୍ବତନ୍ତ୍ର ଭାରତ ସରକାର ତରଫରୁ ଦିଆ ଯାଇଥିଲା।ଗାଆଁର ଅନ୍ୟାନ୍ୟ ଖଣ୍ଡାୟତମାନେ #ପାଇକ ବା ଯୋଦ୍ଧା ରୁପରେ କାର୍ଯ୍ୟ କରୁଥିଲେ,ଏହାଙ୍କୁ ରାଜା ତରଫରୁ ଜମି ମଧ୍ୟ ଦିଅ ଯାଇ ଥିଲା। ଇତିହାସ ରହିଛି ମହାନ ପ୍ରତାପୀ ପାଇକ ଯୋଦ୍ଧା ଶ୍ରୀଯୁକ୍ତ #ନରହରି ସାମଲ ଓ #ଗୌରାଙ୍ଗ ସାମଲ, ଦୁଇ ଜଣ ଭାଇ ଭାଇ। ଅପୁର୍ବ ବିରତ୍ବଭରା ଇତିହାସ ଦୁଇ ଜଣଙ୍କ। ସଢୈଇକଳା #ରାଜାଙ୍କ ଶ୍ରେଷ୍ଠ ଗାଆଁ #କଳାବାଡିଆ। ସବୁବେଳେ ସେ ଗାଆଁ କୁ ଆସୁଥିଲେ। ପ୍ରିୟ ଗାଆଁଟି ତାଙ୍କର କଳାବାଡିଆ ଥିଲା। ଦିନେ ସେ ନରହରି ସାମଲଙ୍କୁ କହିଲେ, ସାମଲେ ଆଜି ଆମେ ମଲ୍ଲ ଯୁଦ୍ଧ କରିବା। ନରହରି ରାଜି ନଥିଲେ ମଧ୍ୟ, ରାଜାଙ୍କ ପାଖରେ ବାଧ୍ୟ ହେଲେ। ମଲ୍ଲ ଯୁଦ୍ଧ ଆରମ୍ଭ ହେଲା। ଶକ୍ତିଶାଳୀ ନରହରି ସାମଲ ପାଖରେ ସେ ପରାଜୟ ହୋଇ ଗଲେ। ରାଜା ନାନାପ୍ରକାର ପୁରସ୍କାର ଦେଇ ସମ୍ମାନିତ କଲେ। ଦୁଇ ଭାଇ ଧର୍ମର ପୂଜାରୀ ଥିଲେ।ଅନ୍ୟାୟ ବିରୁଦ୍ଧରେ ଲଢୁଥିଲେ।ରାଜ୍ୟର ଶତ୍ରୁ ତାଙ୍କ ନାମ ଶୁଣି କମ୍ପୁ ଥିଲେ। ଏହି ହେଉଛି ବୀର ମାଟି କଳାବାଡିଆ ଗାଁ।
ଖଣ୍ଡାୟତମାନେ ଧାର୍ମକତା ଅନୁସାରେ ବିଭକ୍ତ ନ ହୋଇ ସାମାଜିକ ସ୍ଥିତି ଅନୁସାରେ ମୁଖ୍ୟତଃ ଅଗ୍ନବେଶୀ, ସୂର୍ଯ୍ୟବଂଶୀ,ନାଗବଂଶୀ ଏବଂ ଚନ୍ଦ୍ରବଂଶୀ ଆଦିରେ ବିଭକ୍ତ । ଅନ୍ୟାନ୍ୟ ଶ୍ରେଣୀ ବିଭାଗ ମତେ ରାଜପୁତିଆ ଖଣ୍ଡାୟତ(ରାଜପରିବାରର ସଦସ୍ୟ) ଶ୍ରେଷ୍ଠ ଖଣ୍ଡାୟତ(ଯେଉଁ ପରିବାରର ସଦସ୍ୟ ଅଥବା ପୂର୍ବ ପୁରୁଷ ମାନେ ରାଜ୍ୟ ପାଇଁ କିଛି ବିଶିଷ୍ଟ କାର୍ଯ୍ଦ କରିଥିଲେ) ଏବଂ ସାଧାରଣ ଖଣ୍ଡାୟତ(ଯେଉଁ ମାନେ ପାଇକ ଯୋଦ୍ଧା ଥାଇ ମଧ୍ୟ ,କୄଷି, ଶିକ୍ଷା ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିଲେ) ନାମରେ ମଧ୍ୟ ବିଭକ୍ତ, କିନ୍ତୁ ସମସ୍ତେ ବୀର ଖଣ୍ଡାୟତ। ପୂର୍ବେ ଖଣ୍ଡାୟତମାନେ କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ନୟାଗଡ଼, ଭଦ୍ରକ, ବାଲେଶ୍ଵର,ଢେ଼ଙ୍କାନାଳ, ସମ୍ବଲପୁର ଓ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ବସବାସ କରୁଥିଲେ। ଖଣ୍ଡାୟତ ମାନଙ୍କର ସାଧାରଣ ଗୋତ୍ର ହେଲା #ଭରଦ୍ବାଜ,#କୌନସ୍ୟ,#ବାତ୍ସା, #ଗୌତମ, #ବଶିଷ୍ଠ, #କଶ୍ୟପ $₹#ନାଗସ୍ୟ ଅଥବା #ବଳଭଦ୍ର।
ଓଡିଆରେ ପାଇକର ଅର୍ଥ ଯୋଦ୍ଧା।ପାଇକ ଆଖଡାରେ ପାଇକମାନେ ଯୁଦ୍ଧାଦ୍ଭ୍ୟାସ ଏବଂ ଯୁଦ୍ଧକଳାର ପ୍ରଶିକ୍ଷଣ ନେଉ ଥିଲେ। ପାଇକମାନେ ଖଣ୍ଡାୟତ ଥିଲେ ଓ ଯୁଦ୍ଧବିଦ୍ୟାରେ ନିପୁଣ ଥିଲେ। ବର୍ତ୍ତମାନ ସମୟରେ ବିଚ୍ଛିନ୍ନାଚଳ(ସଢୈଇକଳା ଖରସୁଆଁ) ଖଣ୍ଡାୟତମାନେ ନିଜ ବୁଦ୍ଧି କୌଶଳେ ନିଜ ନିଜ ଜୀବନଯାପନ କରୁଛନ୍ତି।ରାଜତ୍ୱ ସମୟରେ #କଳାବାଡିଆ ଗାଆଁଟି ସବୁଠାରୁ ବଡ #ଖଣ୍ଡାୟତ ଗାଁ ଥିଲା ଏବେ ମଧ୍ୟ ଅଛି। ସେହି ସମୟରେ #ରାଜା ମଧ୍ୟ ଏହି କଳାବାଡିଆ ଗାଁ ର ଲୋକମାନଙ୍କୁ ନେଇ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରୁଥିଲେ।
ବର୍ତ୍ତମାନ ସମୟରେ ଏଠାରେ ଖଣ୍ଡାୟତ ସମୁଦାୟ ନିଜ ଭାଷା କୁ ଛାଡି ନାହିଁ। ଏଠି ନିଜ ଭାଷାକୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ନ ମିଳିବା ସତ୍ତ୍ୱେ ଭି ଏଠାକାର ଛାତ୍ରଛାତ୍ରୀ ମାନେ ଓଡ଼ିଆ ଭାଷାରେ ପାଠ ପଢି ନିଜ ନିଜ ସ୍ବାଧୀନତା କୁ ସାକାର କରୁଛନ୍ତି।