Sabitri Mohapatra

Comedy Drama Children

4.3  

Sabitri Mohapatra

Comedy Drama Children

ଖେଳଛୁଟି

ଖେଳଛୁଟି

4 mins
446


ସେହି ଖେଳଛୁଟି ସମୟ କୁ ପିଲାମାନେ ଚାହିଁ ରହିଥାନ୍ତି ଯେତେବେଳେ ସେମାନେ ଖେଳିବେ, ବୁଲିବେ, ଖାଇବେ ଆଉ ମଜା କରିବେ । ଦୀର୍ଘ ଦୁଇ ତିନି ଘଣ୍ଟା ପଢି ସାରିଲା ପରେ ଏହି ଖେଳଛୁଟି ସମୟକୁ ସେମାନେ ଅପେକ୍ଷା କରି ଥାଆନ୍ତି । ଟିଚରମାନେ ମଧ୍ୟ ଏହି ସମୟ କୁ ଅପେକ୍ଷା କରିଥାଆନ୍ତି, ଟିକିଏ ଖୁସିଗପ କରି ଟିଫିନ ଖାଇ ସମୟ କଟାଇବାକୁ । ଯେତେବେଳେ କମନ୍ ରୁମ୍ ରେ ସବୁ ଟିଚର ମାନଙ୍କର ଖୁସିଗପ, ଖିଆପିଆ ଚାଲିଥାଏ, ନିତୁ ମିସ୍ କ୍ଲାସ ରୁମ୍ ରେ ପିଲାମାନଙ୍କୁ ଜଗି ରହିଥାନ୍ତି । ନୂଆ ହୋଇ ଯୋଗ ଦେଇଥିବା ସବିତା ମିସ୍ କିଛି ବୁଝି ପାରନ୍ତିନି । ସବୁ ମିସ୍ ମାନେ ଏକାଠି ଏଠି ସମୟ କଟେଇଲା ବେଳେ ନିତୁମିସ୍ କାହିଁକି ଏକା ଏକା କ୍ଲାସ ରୁମ୍ ରେ ବସି ରହିଥାନ୍ତି ?

ଖେଳଛୁଟି ବେଳେ ସମସ୍ତଙ୍କ ଟିଫିନ ବକ୍ସ ଖୋଲିବାକୁ ନିତୁ ମିସ୍ ପୁରା ବିବ୍ରତ ହୋଇ ପଡନ୍ତି । ସମସ୍ତ ଙ୍କୁ ସାହାଯ୍ୟ କରିବାକୁ ସେ ହାତ ବଢାନ୍ତି ଯେମିତି । ସମସ୍ତ ଙ୍କ ଟିଫିନ ଡବାରୁ ଅଳ୍ପ ଅଳ୍ପ ଖାଦ୍ୟ ନେଇ ତାଙ୍କ ଟିଫିନ ଡବାରେ ରଖନ୍ତି । କୌଣସି ପିଲାର ଟିଫିନ ଭଲଥିଲେ ଆହୁରି ଭଲ । ବେଶିଅଂଶ ନେବାକୁ ସେ କୁଣ୍ଠାବୋଧ କରନ୍ତିନି । ବେଳେ ବେଳେ ନିତୁମିସ୍ କହନ୍ତି- ଆରେ ଜିତୁ କଣ ଆଣିଛୁ ? କଣ କେକ୍ ଫେକ୍ କେହି ଆଣୁନ କିରେ ? ରବି ହାତ ଟେକି କହେ- ମିସ୍ ମୁଁ ଆଣିଛି । ମିସ୍ ତତକ୍ଷଣାତ ଯାଇ ସେଥିରୁ କିଛି ଅଂଶ ଆଣି ନିଜପାଖେ ରଖନ୍ତି । ନିତୁମିସ୍ କହନ୍ତି ହଁ! ରବି ଟା ଭଲପିଲା । "ତୁ ଯେତେବେଳେ କେକ୍ ଆଣିବୁ, ମତେ କହିବୁ । "ସେହିଭଳି ଜିତୁ ଆଣିଥିବା ଚାଉମିନ୍ ମିସ୍ ଙ୍କୁ ବହୁତ୍ ଭଲଲାଗେ । ସେଥିରୁ ଅଧେ ନେଇଆସନ୍ତି ନିତୁ ମିସ୍ । ଆଉ କୋଉ ପିଲାର ଜନ୍ମଦିନ ଥିଲେ ତ ଆହୁରି ମଜା । କହିବା ଦରକାର ପଡେନି । ଆପେ ଆପେ କେକ୍, ମିଠା ତାଙ୍କ ପାଖକୁ ଆସିଯାଏ । ଖେଳଛୁଟି ସମୟ ଟା ତାଙ୍କର ବେଶ୍ ଭଲରେ କଟିଯାଏ ତାଙ୍କର ।

ସେହିଭଳି ଗଣେଷ ପୂଜା, ସରସ୍ବତୀ ପୂଜା ଦିନ ନିତୁମିସ୍ ବେଶ୍ ସକାଳୁ ଆସି କାମରେ ଯୋଗ ଦିଅନ୍ତି । ସେ ବହୁତ ସକାଳୁ ଆସି ଭୋଗ ସଜାଡିବାରେ ଲାଗିଯାଆନ୍ତି । ଭୋଗ ସଜାଡିବା ସମୟରେ କିଛି ବୁନ୍ଦି, ଚୂଡାଘଷା ଆଉ ଫଳମୂଳର ପକେଟ ତିଆରିହୋଇ ଥାକର ଉପରେ ରଖାହୋଇଯାଏ । ପୂଜା ସରିଲାପରେ ନିଜେ ପାଇଥିବା ଭୋଗ ଆଉ ସେ ରଖିଥିବା ସେଇ ପାକେଟକୁ ନେଇ ନିତୁମିସ୍ ଘରକୁ ଫେରନ୍ତି ସମସ୍ତଙ୍କ ପଛରେ ।

ସେଦିନ ଆନୁଆଲ ଡେ ପାଇଁ ଫଙ୍କସନ ର ଆୟୋଜନ ହୋଇଥିଲା । ଆନୁଆଲ ଡେ ରେ ସବୁପିଲା, ଟିଚର ଆଉ ଷ୍ଟାଫ ମାନଙ୍କ ପାଇଁ ଜଳଖିଆ ପାକେଟ୍ ଆସିଥାଏ । ଗଣାହୋଇ ପାକେଟ ଆସିଥାଏ । ମାତ୍ର ସମସ୍ତ ଙ୍କୁ ଦବା ସମୟରେ ପାଂଚ ପାକେଟ କମ୍ ଥିଲା । କେମିତି କମ୍ ହେଲା ? ବୁଝୁ ବୁଝୁ ନିତୁ ମିସ୍ ଦାୟିତ୍ୱରେ ଥିଲେ । ତେଣୁ କମ୍ ହେବା ସ୍ବଭାବିକ । ସେ କିଛି ପାକେଟ୍ ନେଇ ତାଙ୍କ ବେଗ ରେ ଲୁଚାଇ ରଖିଥିଲେ । ଗୁରୁଦିବସ ଦିନଟି ସବୁଠୁ ଆନନ୍ଦ ର ଦିନ ନିତୁମିସ୍ ଙ୍କ ପାଇଁ । ଗୁରୁଦିବସ ହେବାର ଚାରି ପାଞ୍ଚ ଦିନ ପୂର୍ବରୁ ନିତୁମିସ୍ ସବୁ ପିଲାମାନଙ୍କୁ କହି ରଖନ୍ତି---ଏଥର ଭଲ ଭଲ ଜିନିଷ ସବୁ ଆଣିବ । କାହାକୁ କହନ୍ତି---ତୋତେ ଟିଉସନ ରେ କିଛି କୁହା ହବନି। କାହାକୁ କହନ୍ତି---ତୋତେ ପରୀକ୍ଷା ରେ ଫେଲ୍ କରିଦେବି । ପରୀକ୍ଷାରେ ଭଲରେ ପାଶ୍ କରିବାର ଅଛି ତ ଭଲ ଭଲ ଜିନିଷ ସବୁ ଆଣିବ । ପିଲାମାନେ ନିତୁମିସ୍ ଙ୍କ କଥାକୁ ଅକ୍ଷରେ ଅକ୍ଷରେ ମାନିଥାଆନ୍ତି । ଭଲ ଭଲ ଜିନିଷ ଆଉ ପେନ୍ ସବୁ ଆଣି ନିତୁମିସ୍ ଙ୍କୁ ଦିଅନ୍ତି । ସବୁ ଟିଚର ମାନଙ୍କୁ ଆଶ୍ଚର୍ଯ୍ୟ ଲାଗେ, ସମସ୍ତଙ୍କ ଠାରୁ ନିତୁମିସ୍ ପାଇଥିବା ଜିନିଷ ଏତେ ଭଲ ଆଉ ଅଧିକ କେମିତି ? କିନ୍ତୁ ଏତେ ପେନ୍ ପାଇଲେବି ତା ପରଦିନ ଯୋଉ ଅଭାବ କୁ ସେଇ ଅଭାବ ନିତୁମିସ୍ ଙ୍କର । ସିଗନେଚର କି ଖାତା ଚେକ୍ କରିବାକୁ ତାଙ୍କପାଖେ ପରଦିନକୁ ପେନ୍ ନଥାଏ । ନିତୁମିସ୍ ସବୁଦିନ ପ୍ରଶାନ୍ତ ସାର ପକେଟ୍ ରେ ମାରିଥିବା ପେନ୍ କୁ ନେଇ ପଳାନ୍ତି ଦସ୍ତଖତ କରିବାପାଇଁ । କିଛି ପଚାରିବା ଦରକାର କରନ୍ତି ନାହିଁ କି ପେନ୍ ଫେରେଇବା କଥା ମଧ୍ୟ ଭାବନ୍ତି ନାହିଁ । ପ୍ରଶାନ୍ତ ସାର ଦିନେ ଭାବିଲେ----ଏ ନିତୁ ମିସ୍ ଟା ଏତେ ପେନ୍ ପାଇ କଣ କରୁଛି ? ପରଦିନକୁ ପେନ୍ ନାହିଁ । ସେହି ମୋରି ପକେଟ୍ ରୁ ନବା କଥା ହିଁ ନବ । ବେଳେ ବେଳେ ଖାତା କରେକସନ ପାଇଁ ଲାଲପେନ୍ ର ଦରକାର ପଡେ । ସେ ପାଖରେ ଯାହାକୁ ଦେଖନ୍ତି ତାଠାରୁ ପେନ୍ ନେଇ ପଳାନ୍ତି ଆଉ ଫେରାନ୍ତି ନାହିଁ ।

ସେଦିନ ଗୋଟେ ବହୁତ ଜରୁରୀ ମିଟିଂ ର ସମାହାର ହୋଇଥିଲା । ସେଥିରେ ପ୍ରିନସିପାଲ, ଡାଇରେକ୍ଟର ଆଉସବୁ ଟିଚର ମାନେ ବସିଥିଲେ । ସବୁ ଟିଚର ମାନେ ସିଗନେଚର କରି ମିଟିଂ ରେ ବସିବାକଥା । ପ୍ରଶାନ୍ତ ସାର୍ ନିତୁମିସ୍ ଙ୍କୁ ପାନେ ଦବାକୁ ପ୍ଲାନ ବନେଇଲେ । ମିଟିଂ ରେ ଦସ୍ତଖତ କରିବାପାଇଁ ପ୍ରଶାନ୍ତ ସାରଙ୍କ ସାର୍ଟ ପକେଟ୍ ରୁ ପେନ୍ ଟା ଝାଂପି ନେଇ ନିତୁମିସ୍ ପଳେଇଲେ । ପ୍ରଶାନ୍ତ ସାର୍ ମନେ ମନେ ହସୁଥାନ୍ତି । ସେଦିନ ପ୍ରଶାନ୍ତ ସାର ପେନ୍ ରୁ ରିଫିଲ କାଢି ଖାଲି ପେନ୍ ଟା ପକେଟ୍ ରେ ମାରିଥିଲେ । ଆଉ ଗୋଟେ ପେନ୍ ଅଲଗା ରଖିଥିଲେ । ନିତୁମିସ୍ ସିଗନେଚର କରିବାକୁ ସମସ୍ତ ଙ୍କ ଆଗରେ ଠିଆ ହୋଇଥାନ୍ତି । ସିଗନେଚର କଲାବେଳକୁ ପେନ୍ ଟା ଚାଲୁନି । ଯେତେ ପ୍ରକାର ଚଲେଇଲେ ବି ପେନ୍ ଟା ଚାଲୁନି । ପ୍ରିନସିପାଲ ଦେଖି କହିଲେ ପେନ୍ ରେ ତ ରିଫିଲ୍ ନାହିଁ, ପେନ୍ ଚାଲିବ କେମିତି ? ଡାଇରେକ୍ଟର ଆଉ ପ୍ରିନସିପାଲଙ୍କ ଆଗରେ ଟିକେ ଅପ୍ରସ୍ତୁତ ହୋଇଗଲେ ନିତୁମିସ୍ । ଆଉଜଣେ ଟିଚର ଙ୍କ ସାହାଯ୍ୟ ରେ ଦସ୍ତଖତ କରି ଫେରିଲେ । ସେତେବେଳେ ନିତୁମିସ୍ ରାଗରେ ନିଆଁ ବାଣ ହୋଇଯାଇଥାନ୍ତି । ଏମିତି ଅପମାନ ସେ କେବେ ପାଇନଥିଲେ । ତାଙ୍କ ନିଜର ଭୁଲ୍ ପାଇଁ ନିଜକୁ ନିଜେ ଲଜ୍ଜିତ ହେଲେ ସିନା ଆଉ କାହାକୁ କିଛି କହି ପାରିଲେନି ।



Rate this content
Log in

Similar oriya story from Comedy