STORYMIRROR

Trilochan Karjee

Inspirational

3  

Trilochan Karjee

Inspirational

ଖାଦ୍ୟ

ଖାଦ୍ୟ

1 min
592

ସେଦିନ କେଣ୍ଟିନକୁ ମହିଳା ଜଣକ ଖାଦ୍ୟ ନେବାକୁ ଆସୁଥାଏ। 

ତିନୋଟି ପ୍ଲାଷ୍ଟିକ ଡବା ନେଇ ଆସେ ଭାତ ସମ୍ବର ଆଉ ରସମ ନବା ପାଇଁ। 

ମୁଁ ଖାଦ୍ୟ ବାଢୁଥାଏ। ସମସ୍ତେ ନିଜର ଚିରକୁଟ ଦେଖାଇ ଖାଇବା ନିଅନ୍ତି। ତାକୁ ଚିରକୁଟ ମାଗିବାରୁ ସିଧା ଆଣିନି ବୋଲି ତା ଅବୁଝା ଭାଷାରେ କହିଲା। ମୁଁ କହିଲି -ତାହେଲେ ନେଇ କି ଆସ। 

ସେ ତା ଭାଷାରେ କଣ ସବୁ କହି ଚାଲିଥାଏ ମୋର ଏପଟ କାନରୁ ସେପଟ କାନରେ ବାହାରି ଯାଉଥାଏ।

 କିନ୍ତୁ ଖାଦ୍ୟ ନେବା ପାଇଁ ଆଗ୍ରହ ସହକାରେ ଅନେଇ ରହିଥିଲା।

 ମୁଁ ତାକୁ ଖାଦ୍ୟ ଦେବା ପାଇଁ ଯାଉଥିବା ବେଳେ ଜଣେ ସିନିୟର ଜଣେ ପାଟିକରି କହିଲା ବିଲ ଦେଇଛି ନା।


 ମୁଁ ମିଛରେ କହିଲି -ହଁ ଦେଲା ପରା ତାହେଲେ ଭାତ ସମ୍ବର ରସମ ଛଡା ଅନ୍ୟ କିଛି ଦେବୁନାହିଁ ସିନିୟର ଏଥର କହିଲା।


ଭାତ ରସମ ଦେଉଥିବା ବେଳେ ସେ ମୋତେ ଫୁଲ ଦେବା ପାଇଁ କହି ଚାଲିଥିଲା। ଦୁଇଟା ଏକ୍ସଟ୍ରା ପାପଡ ମଧ୍ୟ ଦେଲି। 

କଣ ତା ଭାଷାରେ କହି ଚାଲୁଥାଏ ଅବଶ୍ୟ ତା ଭାବ ଭଙ୍ଗୀରେ ମୋତେ ଧନ୍ୟବାଦ ଦେଲା ଭଳି ଲାଗିଲା। 


ଏଥର ମୁଁ ଖାଦ୍ୟ ଫୁଲ କରିଦେଇଥିବା ଡବା ନେଇ ଚାଲିଗଲା। 

କିଛି ସମୟ ପରେ ମୁଁ ବାହାରକୁ ଆସିଲି। 

ମୁଁ ଦେଖିଲି ସେ ମହିଳା ଜଣକ ତାର ତିନୋଟି ଛୁଆଙ୍କ ପାଇଁ ଖାଦ୍ୟ ବାଢି ଦେଇଛି ଆଉ ସେମାନେ ଆନନ୍ଦରେ ଖାଇ ଚାଲିଛନ୍ତି। 

ମୁଁ ମନ ଭିତରେ ବିରାଟ ପ୍ରଶ୍ନ ଉଠିଥାଏ। ବଡ ବିଚିତ୍ର ସତରେ ଖାଦ୍ୟକୁ ଆଜିକାଲି ବହୁତ ଟଙ୍କାରେ କିଣି ହେବ କିନ୍ତୁ ଭୋକକୁ ସହଜରେ ଦୂର କରି ପାରିବ କି। ନଚେତ୍ ଗରିବ ମାଆର ଛୁଆର ଆଶା ତାକୁ ଯେମିତି ହେଲେ ଖାଦ୍ୟ ଖାଇବା ପାଇଁ ତା ମାଆ ଆଣିଦେବ ବୋଲି ଅନେଇ ଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational