Maheswar sahoo

Thriller Others

3  

Maheswar sahoo

Thriller Others

କେମିତି ମୁଁ ବେଶ୍ୟା ହେଲି

କେମିତି ମୁଁ ବେଶ୍ୟା ହେଲି

11 mins
635


ସମୟର ପଦାଘାତରେ ମନୁଷ୍ୟର ହୃଦୟ ପଥର ହୋଇ ଯାଇଥାଏ । କେହି ହସୁଥାଏ ତ କେହି କେହି କାନ୍ଧୁଥାଏ । ଶାନ୍ତ ପରିବେଶରେ ଫୁଟିଥାଏ ମଲ୍ଲି ଆଉ ମାଳତୀର ପୁଷ୍ପ । ଚାରିଆଡ଼ ଗୁଞ୍ଜାଇତ କରିଥାଏ ଭୁରୁ ଭୁରୁ ବାସ୍ନାର ମହକ । ମନୁଷ୍ୟ ହେଉକି ପଶୁ, ବୃକ୍ଷ ହେଉକି ଲତା ସଭିଏଁ ଆଗ୍ରହୀ ହୋଇଥାନ୍ତି ସେଇ ସୃଷ୍ଟିର କରୁଣା ରୂପକ ପାଦୁକା ପାଇଁ । ହସି ହସି ନାଚୁଥାଏ ସଙ୍ଗୀତର ଝଙ୍କାର । କାନ୍ଧି କାନ୍ଧି ଲୋଟିଯାଏ ଅବହେଳିତ ଲାଂଛିତ ଓ ଦୁର୍ବଳ ମନଟିଏ ।

ନରସିଂହ ପୁରର ରାମ ବାବୁ ହେଉଛନ୍ତି ଜଣେ ସ୍ୱାଧୀନ ପ୍ରେମୀ, ବୟସ୍କ ଓ ମାନ୍ୟ ଗଣ୍ୟ ଲୋକ । ସଂସାର କହିଲେ ଗୋଟିଏ ପୁଅ, ତିନି ଝିଅ । ସହ ଧର୍ମିଣୀ ମାଳତୀ ହେଉଛନ୍ତି ବୟସ୍କା, ସଂସ୍କାରି ଓ ଆଦର୍ଶବାଦୀ ମହିଳା । ରାମ ବାବୁ ଓ ମାଳତୀ ଇଂରେଜ ଜମାନାର ଲୋକ । ତିନି ଝିଅଙ୍କର ବିବାହ ସରିଲା ପର ଠାରୁ ରାମ ବାବୁ ପୁଅ ରମେଶକୁ ବିବାହ ଦେଇ, ଧାର୍ମିକ ଚର୍ଚ୍ଚାରେ ନିଜକୁ ଉତ୍ସର୍ଗ କରିଥାନ୍ତି । ପୁଅ ରମେଶ ମଧ୍ୟ ଜଣେ ଉଚ୍ଚ ଶିକ୍ଷିତ ଡାକ୍ତର । ସମାଜ ସେବୀ କହିଲେ ଅତ୍ୟୁକ୍ତୁ ହେବ ନାହିଁ । ନିଜ ଗାଁରେ ମଧ୍ୟ ମାଗଣାରେ ଔଷଧ ବଣ୍ଟନ ଓ ଚିକତ୍ସା ମଧ୍ୟ କରନ୍ତି ।

ଡାକ୍ତର ରମେଶ ବାବୁଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ଝିଅ ଲିଲି ବହୁତ ଭଲ ପଢେ । ଲିଲି ମଧ୍ୟ ବିଜ୍ଞାନରେ ପ୍ରଥମ । କଲେଜରେ ବେଷ୍ଟେନଥ ପାଇଲା ପରେ ଏବେ ରସାୟନ ବିଜ୍ଞାନରେ ବିଏସି କରିବାକୁ ଯୋଗ ଦେଇଛି । ପୁଅ ଆଲୋକ ନବମ ଶ୍ରେଣୀରେ ପଢେ । ସମୟର ସୁଅରେ ମଣିଷ କୁଟା ଖିଆଟିଏ ପରି ଯେଉଁ ଆଡୁ ସ୍ରୋତ ପ୍ରବାହିତ ହୋଇଥାଏ ସେଇ ଆଡକୁ ଆଉଜି ଯାଇଥାଏ । ସେମିତି ଝିଅ ଲିଲିର ଜୀବନ । ଝିଅ ଦେଖିବାକୁ ଯେମିତି ସୁନ୍ଦର ସେମିତି କୋମଳମତି ମଧ୍ୟ ।

ଡାକ୍ତର ରମେଶ ବାବୁ ଝିଅ ଲିଲିକୁ ହଷ୍ଟେଲରେ ରଖି ପଢ଼ାଉ ଥାନ୍ତି । ଝିଅ ମଧ୍ୟ ଭଲ ପଢୁଥାଏ । ଜଣେ ଭଲ ଛାତ୍ରୀ ହିସାବରେ ଲିଲି ନିଜ କଲେଜରେ ସୁନାମ ହାସଲ କରିଥାଏ । ସମସ୍ତଙ୍କ ନଜର ଲିଲି ଉପରେ ରହିଥାଏ । ସମସ୍ତ ପ୍ରଫେସର ଠାରୁ ପ୍ରିନ୍ସପାଲ ପର୍ଯ୍ୟନ୍ତ ଲିଲି ଉପରେ ନଜର ରଖିଥାନ୍ତି । ଲିଲି ହଷ୍ଟେଲରେ ରହୁଥାଏ । ଦିନେ ହଷ୍ଟେଲରୁ ସାଥି ଝିଅଙ୍କ ସହ ଲିଲି ବଜାର ବୁଲିବାକୁ ଯାଇଥାଏ । ବଜାରରୁ ନିଜର ବ୍ୟବହାର୍ଯ୍ୟ ସାମଗ୍ରୀ କିଣିଲା ପରେ ଲିଲିର ନଜର ପଡିଥିଲା ଶ୍ରୀକାନ୍ତ ଉପରେ । ଶ୍ରୀକାନ୍ତ ଦେଖିବାକୁ ସୁନ୍ଦର ନେହେଲେ ମଧ୍ୟ ଆକର୍ଷଣୀୟ ଥିଲା । ଲିଲିକୁ ଦେଖି ଶ୍ରୀକାନ୍ତ ହସି ଦେଇଥିଲା ।

ଲିଲି ମଧ୍ୟ ହସି ଦେଇଥିଲା । ହସରେ ହସରେ ସେମାନଙ୍କର ମୁହୂର୍ତ୍ତକ ମଧ୍ୟରେ ଭାବବିନିମୟ ହୋଇ ଯାଇଥିଲା । ଦୁହେଁ ଦୁହିଁଙ୍କ ପ୍ରତି ଆକୃଷ୍ଟ ହୋଇ ଯାଇଥିଲେ । କିଛି କ୍ଷଣ ଆଢୁଆଳରେ ଠିଆ ହୋଇ ଶ୍ରୀକାନ୍ତ ଓ ଲିଲି ଚୁଁହା ଚୁଁହି ହୋଇ ଥିଲେ । ଶ୍ରୀକାନ୍ତ ଲିଲିର ଆକୃଷ୍ଟତା ଦେଖି ବୁଝି ପାରିଥିଲା ଝିଅଟା ମୋ ଆଡ଼କୁ ବାରମ୍ବାର ଚାଂହୁଛି ଓ ହସୁଛି ମଧ୍ୟ । ଅର୍ଥାତ ସେ ଝିଅ ମୋ ପ୍ରତି ଆକୃଷ୍ଟ ହୋଇ ଯାଇଛି । ଶ୍ରୀକାନ୍ତକୁ ଗୋଟିଏ ସୁଯୋଗ ମିଳିଯାଇଥିଲା । ଅନୁସରଣ କରିଥିଲା ଲିଲିର ଠିକଣା ପାଇଁ । ଅନ୍ୟ ଝିଅ ମାନେ ନ ଜାଣିଲା ପରି ଲିଲିର ପଛେ ପଛେ ଚାଲିଲା ଶ୍ରୀକାନ୍ତ ।

ଶ୍ରୀକାନ୍ତ ହେଉଛି ତାମିଲନାଡୁରେ ରହୁଥିବା ଜଣେ କାରଖାନା କର୍ମ ଚାରି । ଦଶମ ଶ୍ରେଣୀରେ ଫେଲ ହୋଇଯିବାରୁ ବାପା ତାକୁ ବିଦେଶ ପଠେଇ ଦେଲେ । ଯାହା ଦୁଇ ପଇସା ରୋଜଗାର କରେ ଘରକୁ ଦିଏନାହିଁ । ମଦ ଆଉ ଗଞ୍ଜେଇ ରେ ଖର୍ଚ୍ଚ କରିଦିଏ । ଜେଜେମାଙ୍କର ମୃତ ଖବର ପାଇ ଘରକୁ ଆସିଥିଲା । ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବଜାରରେ ରୁହେ । ଭଲ କରି ମଦ ପିଏ । ପିଣୀ ସନ୍ଧ୍ୟାରେ ଘରକୁ ଫେରେ । ବାପା ବିଲ ବାଡ଼ିରେ ପନି ପରିବା କରି ଓ ଅନ୍ୟର ମଜୁରୀ ଲାଗି ଯାହା ଦୁଇ ପଇସା କରନ୍ତି ଘର ଚଳେ । ଜମି ବାଡ଼ି ନ ଥିବାରୁ ଭାଗ ବଖରା କରି ବରଷକ ପାଇଁ ଦାନା ସଂଗ୍ରହ କରନ୍ତି ।

ଶ୍ରୀକାନ୍ତ ଆଜି ଏକ ନୂଆ ସ୍ୱପ୍ନରେ ପାଗଳ ହୋଇ ଗଲା । ଦୈନିକ ପେଟେ ମଦ ପିଇଦେଇ ଜଗି ରହେ ଲିଲି ବଜାରକୁ ଆସିବକି । ଏଇ ଚାରି ପାଞ୍ଚ ଦିନ ହେବ ଲିଲି ବଜାରକୁ ଆସୁ ନାହିଁ । ଶ୍ରୀକାନ୍ତ ପ୍ରଥମ ଦେଖାରେ ଲିଲି ପାଇଁ ପାଗଳ ହୋଇ ଯାଇଥିଲା । ଲିଲି ହଷ୍ଟେଲରେ ରହେ ବୋଲି ଶ୍ରୀକାନ୍ତ ମଧ୍ୟ ଜାଣି ନେଇଥିଲା । ହେଲେ ସାହସ ହେଉନି ହଷ୍ଟେଲ ଭିତରକୁ ଯିବାକୁ । କେମିତି ଜୀବଜେ ! କଣ ଚକି ପେଷିବ ନା କ'ଣ ! ଯୋଗକୁ ଶ୍ରୀକାନ୍ତ ର ଲିଲି ସହ ଦ୍ଵିତୀୟ ଥର ଭେଟ ହେଇଗଲା ହଷ୍ଟେଲ ଓ ବଜାର ମଧ୍ୟ ରାସ୍ତାରେ ।

ଲିଲି ମଧ୍ୟ ପ୍ରଥମ ଦେଖାରେ ଶ୍ରୀକାନ୍ତ ପାଇଁ ମୋଟାମୋଟି ପାଗଳ ହୋଇ ଯାଇଥିଲା । କଥାରେ ଅଛି " ପ୍ରେମ ମାନେ ନାହିଁ ରୂପ ବୟସ "। ଲିଲି ପ୍ରଥମ ଥର ଶ୍ରୀକାନ୍ତକୁ ଦେଖିଲା ପରେ, ସେଇ ଦିନ ଠାରୁ ଖୋଜି ହେଉଥାଏ ପୁଣି ଥରେ ଦେଖିବାକୁ । ଦ୍ଵିତୀୟ ଥର ଦେଖିଲା ପରେ ଲିଲି ମୋଟା ମୋଟୀ ଶ୍ରୀକାନ୍ତକୁ ଦେଖି କାନ୍ଧି ପକାଇଥିଲା । ଶ୍ରୀକାନ୍ତ କେବେତ କଥା ହେଇନି । ହେଲେ ଝିଅଟା ମୋତେ ଦେଖି କାନ୍ଧି ପକାଇଲା କାହିଁକି ? ଭାବୁଥାଏ ପଚାରିବି ହେଲେ କେମିତି ପଚାରିବି ? ତା ସାଙ୍ଗ ମାନେତ ତା' ସହିତ ଅଛନ୍ତି । ମୋତେ ଯଦି ଗାଳି ଗୋଲଜ କରିବେ । ବହୁତ ମନେ ମନେ ଭାବି ହେଲା ।

ଭାବୁଥିବା ସମୟରେ ଲିଲି ନିଜ ହାତରେ ଧରିଥିବା କାଗଜ ଖଣ୍ଡିକୁ ଶ୍ରୀକାନ୍ତ ଆଡକୁ ଫୋପାଡ଼ି ଦେଇ ନିଜ ରାସ୍ତାରେ ଚାଲି ଗଲା । ଶ୍ରୀକାନ୍ତ କାଗଜଟିକୁ ଉଠାଇ ଦେଖେତ । ପ୍ରଥମ ଧାଡିରେ ଲେଖା ଯାଇଥିଲା "ମୁଁ ତୁମକୁ ବହୁତ ବହୁତ ଭଲ ପାଏ"

ଏ ମାଆ ବିଲେଇ କପାଳକୁ ସିକା ଛିଡିଲା । ଇଂରାଜୀରେ ଲେଖା ଯାଇଥିବା ଚିଠି ବିଲକୁଲ ବୁଝି ପାରିଲା ନାହିଁ ଶ୍ରୀକାନ୍ତ । ହେଲେ କାହାକୁ ପଢିବାକୁ ଦେଵ ବା କେମିତି । ଶେଷରେ ତୁମର ଲିଲି ଓ ନିଜର ମୋବାଇଲ ନମ୍ବର ଲେଖା ଯାଇଥିଲା ।

ମୋବାଇଲ ନମ୍ବର ପାଇ ସିଧା ପଳେଇ ଯାଇଥିଲା ବଜାରରୁ ନିରୋଳା ପୋଲ ଉପରକୁ ଶ୍ରୀକାନ୍ତ । ନମ୍ବରଟିକୁ କଲ କଲା ସ୍ୱିଚ ଅଫ ଆସିଲା । ମୋତେ ନମ୍ବର ଦେଇ ଝିଅଟା ମୋବାଇଲ ବନ୍ଧ କରି ରଖିଛି । ନା ନା ସେ ବଜାରକୁ ଆସିଛି ଘରକୁ ଗଲେ ନିଶ୍ଚୟ ମୋବାଇଲ ଖୋଲିବ । ହଉ ମୁଁ ପୋଲରେ ବସିଥାଏ । ପୋଲରେ ଦୁଇ ଘଣ୍ଟା ଧରି ବସି ରହିଲା ଶ୍ରୀକାନ୍ତ ଆଉ ହଜାର ହଜାର ଥର ଫୋନ ଦବେଇବାରେ ବ୍ୟସ୍ତ । ପୁଣି ଚିନ୍ତା କଲା ଟିଉସନ ହେଉଥିବ । ଏମିତି ଚିନ୍ତା କରୁ କରୁ ତାର ନମ୍ବର ଲାଗିଯାଇଥିଲା ଲିଲି ପାଖକୁ । ଲିଲି ଫୋନ ଉଠେଇଲା । ଦୁଇଜଣଙ୍କ ମଧ୍ୟରେ କଥା ବାର୍ତ୍ତା ଆରମ୍ଭ ହୋଇଗଲା ।

ଦୁହେଁ ପ୍ରେମ ଆଳାପରେ ମଜି ଯାଇଥିଲେ । କେହି କାହାକୁ ଗୋଟେ ମିନିଟ ବି ଛାଡି ପାରୁନଥିଲେ । ସବୁବେଳେ ଫୋନରେ ବ୍ୟସ୍ତ ରହିଲେ ଲିଲି ଓ ଶ୍ରୀକାନ୍ତ । ଶ୍ରୀକାନ୍ତର ଯଦି ଗୋଟେ ଘଣ୍ଟା ବିଳମ୍ବ ହେଇ ଯାଉଥିଲା କଲ କରିବା ତେଣେ ଲିଲି କହିଦିଏ କଣ କେହି ମିଳିଗଲେକି । ଏମିତି ଦୁଇ ଜଣ ମଜି ଯାଇଥିଲେ ପ୍ରେମ ନିଶାରେ । ଲୋଚା ଚୋରା ମିଳନ ମଧ୍ୟ ଚାଲିଲା । ଧୀରେ ଧୀରେ ପ୍ରେମ ସମ୍ପର୍କ ବଢ଼ିବାରେ ଲାଗିଲା । ଲିଲିର ପାଠ ପଢା ପୁରା ଚୁଲିକୁ ଗଲା । ପାଠରେ ପ୍ରଥମ ଥିଲା ପିଲା ପୁରା ପୁରି ଫେଲ ଅବସ୍ଥା ଦେଖି ପ୍ରଫେସର ମାନେ ଲିଲିକୁ ବହୁତ ଗାଳି ଗୋଲଜ କଲେ । ସମସ୍ତେ ଘୃଣା କରିବାରେ ଲାଗିଲେ । ଜଉ ପିଲା ଦିନେ ସ୍କୋଲର୍ଶୀପ ପାଇଥିଲା । ଓଡ଼ିଶାରେ ଦଶ ଜଣଙ୍କ ମଧ୍ୟରେ ଜଣେ ଥିଲା ସେ ପିଲା ଆଜି ଏତେ ପାଠରେ ଦୁର୍ବଳ । ଘରୁ ବାହାର ପର୍ଯ୍ୟନ୍ତ ଘୃଣା ଆଉ ଅପବାଦ । ସମସ୍ତେ କଲେଜ ଠାରୁ ଘର ପର୍ଯ୍ୟନ୍ତ କୁହା କୁହି ଆଉ ଫୁଟରୁ ଫାଟର ।

ଲିଲି ଓ ଶ୍ରୀକାନ୍ତ ଦୁଇଜଣ ବେଶ ମଜା କରନ୍ତି ଲୁଚି ଛପି । କିଏ ବାଡ଼ ପାଖରେ ଓ ପୋଲ ଉପରେ କଥା ହେଉଛି ତ କିଏ କବାଟ କୋଣରେ ଓ ଗାଧୁଆ ଘରେ କଥା ବାର୍ତ୍ତା ହେଉଥାନ୍ତି । ଲିଲିର ବାପା ଓ ମାଆ କଲେଜରେ ଝିଅ ଖରାପ ରେଜଲ୍ଟ କରୁଛି ଶୁଣି କହିଲେ ତୋତେ ସେ କଲେଜରୁ ଆଉ ହଷ୍ଟେଲରୁ ଦୁଇଦିନ ଭିତରେ ନେଇ ଆସିବୁ । ତା ପରେ ଅନ୍ୟ ଏକ ଭଲ କଲେଜରେ ରହି ପଢିବୁ । ଏଇ କଥା ଲିଲି ଶ୍ରୀକାନ୍ତକୁ କାନ୍ଧି କାନ୍ଧି କହିଲା ଶୁଣ ମୋତେ ୟେ ସହର ଛାଡିବାକୁ ପଡିବ । କାରଣ ବାପା ମୋ ଉପରେ ରାଗି ଯାଇଛନ୍ତି ମୋତେ ଘରକୁ ନେଇଯିବେ ।

ଶ୍ରୀକାନ୍ତ ଏଇକଥା ଶୁଣି ପାଗଳ ଭଳି କନ୍ଧିବାରେ ଲାଗିଲା । ମୁଁ ତୁମ ବିନା ମରିଯିବି ଲିଲି । ତୁମ ସ୍ୱର ନ ଶୁଣିଲେ ମୋତେ ନିଦ ହୁଏନି । ମୁଁ ବଞ୍ଚିବି କେମିତି କହିଲ । ଲିଲି ଗୋଟିଏ ପ୍ରସ୍ତାବ ଦେଇ କହିଲା ତମେତ କୁହ ମୋର ଚାକିରୀ ଅଛି ତାମିଲ ନାଡୁରେ । ଶିକ୍ଷିତ ମଧ୍ୟ ମୋତେ କଣ ସେଠି ନେଇ ପୋଷି ପାରିବନି । ଶ୍ରୀକାନ୍ତ କହିଲା ହଁ ମୁଁ କଣ ଏତେ ଦୁର୍ବଳ ତମକୁ ପୋଷି ପାରିବିନି । ହେଲେ ତମେ ସିନା ମୋତେ ଭରସା କରି ଗଲେ । ତମକୁ ଏତେ ଭଲ ପାଉଛି ମାନେ ତମ ପାଇଁ ଜୀବନ ଦେଇ ପାରିବି । ହଉ ଠିକ ଅଛି ଆଜି ଆଜି ରାତି ଏଗାରଟାରେ ତମେ ପ୍ରସ୍ତୁତ ହୁଅ । ରାତି ବାରଟା ରେ ଯେଉଁ ତାମିଲନାଡୁ ପାଇଁ ଟ୍ରେନ ଅଛି ସେଇଥିଲେ ଆମେ ପଳେଇ ଯିବା ବୋଲି ଶ୍ରୀକାନ୍ତ କହିଲା। ଦୁଇଜଣ ରାଜି ହୋଇ ଯାଇଥିଲେ । ନିଜର ପ୍ରସ୍ତାବ ମୁତାବକ କାମ କଲେ ।

ଘର, ପରିବାର, ଡାକ୍ତର ବାପାଙ୍କର ସମ୍ମାନ ସବୁକୁ ତ୍ୟାଗ କରି ଲିଲି ଆସି ପହଞ୍ଚି ଯାଇଥିଲା ତାମିଲନାଡୁରେ । ଅଜବ ଦୁନିଆର ଗଜବ ଝିଅ । ବାପାଙ୍କର ସମ୍ମାନକୁ ଭୟ ନାହିଁ କି ଯତ୍ନ ନାହିଁ, ନିଜର ଭବିଷ୍ୟତ ପ୍ରତି ଲକ୍ଷ ନାହିଁ ସିଧା ଅଜଣା ପୁରୁଷର ମିଥ୍ୟା ପ୍ରତିଶ୍ରୁତିରେ ବିହ୍ଵଳ ହୋଇ ତାମିଲନାଡୁ ପହଞ୍ଚି ଗଲା । କଥା ପ୍ରଘଟ ହୋଇ ଗଲା । ପୋଲିସ ମଧ୍ୟ ଏଫ ଆଇ ଆର ନେଇ ତନା ଘନା ଚଳେଇଲେ । ୱାନଟେଡ଼ ରେ ଲେଖା ଗଲା ଲିଲିର ଲାପତ୍ତା ଯିଏ ଭେଟିବ ତୁରନ୍ତ ଏଇ ନମ୍ବରରେ ଯୋଗାଯୋଗ କରନ୍ତୁ । ଦୁଇ ଲକ୍ଷ ଟଙ୍କା ପୁରସ୍କାର ପାଇବେ ।

ଶ୍ରୀକାନ୍ତ ତାମିଲନାଡୁରେ ଲିଲିକୁ ପହଞ୍ଚାଇ ଦେଲା ପରେ ଦୁହିଁଙ୍କୁ ରହିବାକୁ ଜାଗା ମିଳିଲା ନାହିଁ । ସେ କାମ କରୁଥିବା କରଖାନରେ ସମସ୍ତ ଶ୍ରମିକ ମାନେ ଗୋଟିଏ ଲମ୍ବା ଘରେ ସୋଇଯାନ୍ତି । ହେଲେ ୟେ ଲିଲିକୁ ନେଇ ସେଇ କଦର୍ଯ୍ୟ ପରିବେଶରେ ରଖିବ କେମିତି । ଆଗରୁ ପାଇଥିବା ଦରମା ଗୁଡାକୁ ସେ ମଦ ଗଂଜେଇରେ ଖର୍ଚ୍ଚ କରିଦେଇଛି । ପାଖରେ ଗୋଟେ ଟଙ୍କା ବି ନାହିଁ ଯେକି ଭଡା ଘରେ ନେଇ ରଖି ପାରିବ । ଲିଲି ଜଣେ ଶିକ୍ଷିତ ଓ ସୁନ୍ଦରୀ ଝିଅ ତେଣୁ କାରଖାନାର ପରିବେଶ ବହୁତ କଦର୍ଯ୍ୟ ଓ ଦୁର୍ଗନ୍ଧ ଯୁକ୍ତ ଦେଖି ନିଜ ଭାଗ୍ୟକୁ ଆଦରିଲା । ହେଲେ ନୂଆ ନୂଆ ପ୍ରେମ କିଛି କହି ପାରୁନି କି ସହି ପାରୁନି । ବଧ୍ୟ ହୋଇ ସେଇ ଶ୍ରମିକ ମାନଙ୍କ ସହିତ ରାତ୍ର ଯାପନ କଲା । ଦେଖିବାକୁ ପାଇଲା ଶ୍ରୀକାନ୍ତ ସନ୍ଧ୍ୟାବେଳେ ଶ୍ରମିକ ମାନଙ୍କ ସହିତ ମିଶି ବହୁତ ମଦ ପିଉଛି । ହେଲେ କିଛି କହିବାକୁ ତାର ଉପାୟ ନଥିଲା ।

ଶ୍ରମିକ ମାନଙ୍କର ଜଣେ ଠିକାଦାର ଥାଏ । ସେ ପିଲା ବିହାରୀ ହେଲେ ମଧ୍ୟ ଓଡ଼ିଆ କହି ପାରୁଛି । ସେ ଏମାନଙ୍କର ଅବସ୍ଥା ଦେଖି କହିଲା ଶ୍ରୀକାନ୍ତ ତୁ ଆଉ ତୋ ସ୍ତ୍ରୀ ମୋ ଘରେ କାଲି ଠାରୁ ରହିବ । ତୋ ସ୍ତ୍ରୀ ମୋ ଭାବି(ଭାଉଜ)ପରି କିଛି ଅସୁବିଧା ନାହିଁ । ମୋର ଦୁଇଟା ଘର ଖାଲି ପଡ଼ିଛି । ସେଇଠିରହିଯିବ । ଶ୍ରୀକାନ୍ତ ରାଜି ହୋଇ ଯାଇଥିଲା । ଦୁଇଜଣ ସେଠାରେ ରହିଲେ । ଠିକାଦାର ନିଜ ଘରେ ଏମାନଙ୍କୁ ରହିବାକୁ ଦେଲା । ତା ସହିତ ବହୁତ ସ୍ନେହ ଶ୍ରଦ୍ଧା ମଧ୍ୟ ଲିଲିକୁ କରେ ।

ଦିନେ କାମରୁ ଫେରି ଶ୍ରୀକାନ୍ତ ଦେଖେତ ଠିକାଦାର ଓ ଲିଲି ଜୋରରେ କଥା କୁହା କୁହି ହୋଇ ହସୁଛନ୍ତି । ଶ୍ରୀକାନ୍ତକୁ ଟିକେ ଖରାପ ଲାଗିଲା । ଠିକାଦାର ବହୁତ ପଇସାଵାଲା ଲୋକ । ଶିକ୍ଷିତ ମଧ୍ୟ ଲିଲି କଣ ତା ପ୍ରତି ଆକୃଷ୍ଟ ହେଇ ଗଲାକି ଏମିତି ସନ୍ଧେହ ତା ମନରେ ଜାଗ୍ରତ ହେବାକୁ ଲାଗିଲା । ସେ ସବୁବେଳେ ମନେ ମନେ ସନ୍ତି ହେଉଥାଏ । ଆହୁରି ଅଧିକରୁ ଅଧିକ ମଦ ପିଇବାରେ ଲାଗିଲା । କାରଣ ଠିକାଦାର ସବୁବେଳେ ଘରେ ରହେ । ବେଳେ ବେଳେ ଆସେ କାରଖାନାକୁ ହିସାବ କରିବାକୁ । ସେ ତିରିଶିଟା କମ୍ପାନୀରେ ଶ୍ରମିକ ଦେଇ ପଇସା କମାଉଛି । ଲିଲି ଘରେ ରହିଲା କାଳେ ଠିକାଦାର ସହିତ କିଛି ସମ୍ପର୍କ ହେଇଗଲାକି । କାରଣ ନାରୀଜାତୀକୁ ଭରସା ନାହିଁ । କୁଆଡେ କେତେବେଳେ ଢଳିଯିବେ ଏମିତି ଅନେକ ଭାବନା ନେଇ କର୍ମରତ ଥାଏ ଶ୍ରୀକାନ୍ତ । ଲିଲି ଶ୍ରୀକାନ୍ତର ହସ ନାହିଁ କି ଆଗ ଭଳି ଭଲ ପାଇବା ନାହିଁ ଦେଖି ମନେ ମନେ ଚିନ୍ତାରେ ପଡିଗଲା । କାରଣ କଣ ଶ୍ରୀକାନ୍ତ କାହିଁକି ମୋ ସହିତ ଭଲ ବ୍ୟବହାର କରୁନାହାନ୍ତି ।

ଆଜି ରବିବାର କାରଖାନାରେ ଅଧା ଦିନ କାମ ହେବ ବୋଲି ଘୋଷଣା ହୋଇଛି । କାମ ସରିଲା ଆଉ ଶ୍ରୀକାନ୍ତ ଆସି ଘରେ ପହଞ୍ଚିଲା । ଘରେ ଦେଖେତ ଲିଲି ଶ୍ରୀକାନ୍ତର ଶୋଇବା ଘରେ ବସିଛି । ଶ୍ରୀକାନ୍ତ ତାକୁ ମୋବାଇଲରେ କଣ ସବୁ ଦେଖାଉଛି ଓ ହସା ହସି ହେଉଛନ୍ତି । ସହିପାରିଲା ନାହିଁ ଶ୍ରୀକାନ୍ତ । ତାର ପ୍ରେମ ନିଶା ଛାଡି ଗଲା । ୟେ ଝିଅକୁ ବିଶ୍ୱାସ ନାହିଁ । ହଉ ଏଠି କିଛି କହିଲେ ଠିକାଦାର ମୋ ଚମଡା ଉତ୍ତାରି ଦେଵ । କହିଲା ସାର ମୋର କିଛି ପଇସା ଦରକାର । ମୁଁ ଲିଲି ପାଇଁ ଶାଢ଼ୀ ଆଣିବି ଆଉ ମୋର ଡ୍ରେସ କିଣିବି । ଠିକାଦାର କହିଲା ବ୍ୟସ୍ତ ହୁଅନି ଶ୍ରୀକାନ୍ତ ମୁଁ ଭାବିକୁ ବଜାରକୁ ନେଇ କିଣି ଆଣିବି । ଶ୍ରୀକାନ୍ତ କହିଲା ଠିକ ଅଛି ସାର ମୋତେ କିଛି ଖର୍ଚ୍ଚ ଦିଅନ୍ତୁ । ହଉ କେତେ ଦରକାର ବୋଲି ଠିକାଦାର କହିବାରୁ । ଶ୍ରୀକାନ୍ତ ପାଞ୍ଚ ହଜାର କହିଲା । ଠିକାଦାର ତାକୁ ପାଞ୍ଚ ହଜାର ଦେଲେ । ସିଧା ପାଞ୍ଚ ହଜାର ଧରି ଲିଲିକୁ କିଛି ନ କହି ଶ୍ରୀକାନ୍ତ ଘରକୁ ପଳେଇ ଆସିଲା ଟ୍ରେନ ରେ । ଲିଲି ଚାହିଁ ବସିଛି ଶ୍ରୀକାନ୍ତ ବଜାରରୁ ଫେରିବ । ହେଲେ ରାତି ଦଶଟା ହେଇଗଲା ତଥାପି ଫେରିଲା ନାହିଁ ଶ୍ରୀକାନ୍ତ । କ'ଣ ହେଇଛି ଶ୍ରୀକାନ୍ତର ଫୋନ ବି ଲାଗୁନି । କାହାକୁ ଜଣେଇବ । ଠିକାଦାର ମଧ୍ୟ କାରଖାନାକୁ ବାରମ୍ବାର କଲ କରୁଥାଏ । ହେଲେ ତାର କୌଣସି ଠିକଣା ନାହିଁ ।

ଠିକାଦାର ଜାଣିପାରିଲା ଶ୍ରୀକାନ୍ତ ପ୍ରାୟ ରାଗିଛି । କାରଣ ସେ ଭାବି ସହିତ ହେଉଥିବା ଥଟା ତାମସା ଶ୍ରୀକାନ୍ତ ଦେହରେ ଯାଉ ନାହିଁ । ସେଇଥି ପାଇଁ କିଛି କହି ନପାରି ଛାଡି ପଳେଇ ଗଲା ବୋଧେ । ହେଲେ ମୋର ତ ଲିଲି ପ୍ରତି ସେମିତି କିଛି ସମ୍ପର୍କ ନାହିଁ । କାହିଁକି ମୋତେ ଏମିତି ଭାବିଲା ସେ । ଅସହାୟକୁ ସାହାଯ୍ୟ କରିବାର ଫଳ କଣ ଏଇଆ । ଲିଲି ଏକୁଟିଆ ବସି କାନ୍ଧୁଥାଏ । ଓଡ଼ିଆ ନାରୀ ସେ । ସେ ମଧ୍ୟ ଶିକ୍ଷିତ । ସେ କେମିତି ବେଶ୍ୟା ବୃତ୍ତି କରିବ । ଓଡ଼ିଆ ଝିଅ କେବେ ପରିସ୍ଥିତି ରେ ନ ପଡିଲେ ନିଜକୁ କାହାକୁ ବିକିପାରିବନି । ଯିଏ ଗୋଟିଏ ପୁରୁଷରେ ଶାନ୍ତି ନ ହୁଏ ତାକୁ ବେଶ୍ୟା କୁହାଯାଏ । ମୁଁ କ'ଣ ଆଉ କେମିତି ଝିଅ ଶ୍ରୀକାନ୍ତ କଣ ମୋତେ ଜାଣିପାରିଲା ନାହିଁ । ମୁଁ ମରି ଯାଇ ପାରେ ହେଲେ ଶ୍ରୀକାନ୍ତ ଛଡା ଅନ୍ୟ କେହି ପୁରୁଷ ମୋ ଜୀବନରେ ଆସି ପାରିବ ନାହିଁ । ଯେଉଁ ଠାକୁରଙ୍କୁ ସାକ୍ଷୀ ରଖି ତାଙ୍କ ନାଁରେ ଶଙ୍ଖା ଆଉ ସିନ୍ଦୁର ପିନ୍ଧିଛି ସେ ଠାକୁର ବିଚାର କରିବେ ।

ମୋର ଏଠି ଅଛି କିଏ ଯେ । ମୁଁ ବା କାହାର ସାହାରା ନେଇ ଏଠି ବଞ୍ଚିବି । ଚାଁହୁ ଚାଁହୁ ଦୁଇ ଦିନ ବିତିଗଲା । ଶ୍ରୀକାନ୍ତ ଫେରିଲା ନାହିଁ । ମଝି ଦାରିଆରେ ଭସେଇ ଦେଇ ଚାଲିଗଲା ମୋତେ । ଲିଲି ବାଧ୍ୟ ହୋଇ ଫୋନ କଲା ନିଜ ବାପା ଆଉ ମାଆଙ୍କୁ । ବାପା ଓ ମାଆ ଶୁଣି ଆଶ୍ଚଯ୍ୟ ହୋଇ ଗଲେ । ବାପା ଓ ମାଆ କେତେବେଳେ ବି ଯେତେ ଦୁଷ୍ଟ ହେଲେ ମଧ୍ୟ ପର ହେଇଯିବେ ନାହିଁ । ଆଜି ବାପା କନ୍ଧୁଛନ୍ତି, ମାଆ ମଧ୍ୟ କନ୍ଧୁଛନ୍ତି । ଝିଅକୁ ସୁରକ୍ଷିତ ଘରକୁ ଆଣିବାକୁ ଚାଲିଥାଏ କାର୍ଯ୍ୟକ୍ରମ ।

ଏଣେ ଶ୍ରୀକାନ୍ତ ଘରକୁ ଫେରି ଘରେ ସବୁ କଥା ବାପା ଆଉ ମାଙ୍କୁ ଜଣେଇଲା । ବାପା ଓ ମାଆ ତାର କହିଲେ ହଉ ସେଇ ଝିଅକୁ ତୁ ସେଠୁ ନେଇଆ ଆମେ ବାହାଘର କରେଇ ଦେବା । ଶ୍ରୀକାନ୍ତ କହିଲା ନା ବାପା ମୁଁ ସେ ବେଶ୍ୟାକୁ କେବେ ସ୍ୱୀକାର କରିବି ନାହିଁ । ତାର ଖରାପ ସମ୍ପର୍କ ଅଛି ସେଇ ବିହାରୀ ଠିକାଦାର ସହିତ

ଲିଲି ଘରେ ଆସି ସୁରକ୍ଷିତ ପହଁଚିଲା । ହେଲେ ସେ ଶ୍ରୀକାନ୍ତର ପ୍ରେମକୁ ଭୁଲି ପାରୁନ ଥାଏ । ଶ୍ରୀକାନ୍ତ ନମ୍ବର ସବୁବେଳେ ଲଗାଉ ଥାଏ ହେଲେ ବନ୍ଧ ଅଛି ବୋଲି ଆସୁଥାଏ । ଦିନେ ଲିଲି ତା ବାପାଙ୍କ ସହିତ ବାହାରିଲା ଶ୍ରୀକାନ୍ତ ଘରକୁ । ଠିକଣା ଥିଲା ତା ପାଖରେ । ବହୁତ କଷ୍ଟରେ ବାପା ଆଉ ଲିଲି ଆସି ଶ୍ରୀକାନ୍ତ ଘରେ ପହଁଚିଲେ । ଝୋପଡି ଘର ଦେଖି ବାପା ଆଶ୍ଚର୍ଯ୍ଯ ହୋଇଗଲେ । ଶ୍ରୀକାନ୍ତ କାହିଁ ପଚାରିବାରୁ ଶ୍ରୀକାନ୍ତ ମାଆ କହିଲେ ସେ ଏଇନେ ଆସିବ ଟିକେ ଅପେକ୍ଷା କରନ୍ତୁ । ଆପଣ କିଏ ପଚାରିବାରୁ ଚିହ୍ନା ଦେଇ ପ୍ରଣାମ କରିଥିଲା ଲିଲି । ଶ୍ରୀକାନ୍ତ ମାଆ ପଚାରିଲେ ଠିକାଦାର କିଏ କିରେ । ଶ୍ରୀକାନ୍ତ କହୁଥିଲା ତୋର କଣ ତା ସହିତ ସମ୍ପର୍କ ଥିଲା । ଲିଲି କାନ୍ଧି ପକେଇ କହିଲା ମା ମୁଁ ତାଙ୍କୁ ଭରଷା କରି ଘର, ପଢ଼ା ଆଉ ବାପା ମାଆଙ୍କର ସମ୍ମାନକୁ ତ୍ୟାଗ କଲି, ସେ ମୋତେ ନିଜେ ରହିବା ସହିତ ମୋ ରହିବା ପାଇଁ ବି ଘର ଠିକ କରି ନପାରିବାରୁ ଠିକାଦାର ନେଇ ଆମ ଦୁଇଜଣଙ୍କୁ ତାଙ୍କ ପାଖରେ ରଖିଲା । ହେଲେ ଗୋଟିଏ ଘରେ ରହିଲେ ଭାଇ ଭାଉଜର ସମ୍ପର୍କରେ ସେ ଖୁସି ହୋଇ ଟିକେ ହସି କଥା କହିଲେ ୟାଙ୍କ ଦେହରେ ଯାଏନି । ମୋତେ ଥରେ ବି ବାରଣ କରି କହି ନାଂହାନ୍ତି ଯେ କାହିଁକି କଥା ହେଉଛ ବୋଲି । ହେଲେ ମୋତେ କିଛି ନ କହି ସେଇଠାରେ ଏକୁଟିଆ ଛାଡି ଦେଇ ପଳେଇ ଆସିଲେ । ମୁଁ ଯଦି ଖରାପ ହୋଇଥାନ୍ତି ତେବେ କଣ ଘରକୁ ଫେରିଥାନ୍ତି । ତା ପର ଦିନ ମୁଁ ଘରକୁ ପଳେଇ ଆସିଲି ।

ଶ୍ରୀକାନ୍ତ ଆସି ଘରେ ପହଞ୍ଚି ଲିଲିକୁ ଦେଖିଲା ଆଉ ମୁଁହ ମୋଡି ଦେଇ ଘର ଭିତରକୁ ପଳେଇଗଲା । ଲିଲି ପଚାରିଲା ଶ୍ରୀକାନ୍ତ ମୋର ଭୁଲ କଣ କୁହ । ମୁଁ ଯଦି ଖରାପ ତେବେ କୁହ ମୁଁ ଏଠାରୁ ପଳେଇଯିବି । ମୋର ଦୋଷ କଣ ?

ଶ୍ରୀକାନ୍ତ କହିଲା ତୋର ଦୋଷ କଣ ଜାଣିନୁ ! ତୁ ଗୋଟେ ବେଶ୍ୟା !

ମୁଁ ବେଶ୍ୟା..ଛି ଛି ଛି ତମକୁ କହିବାକୁ ଲାଜ ଲାଗୁନି । ମୁଁ କେମିତି ବେଶ୍ୟା ହେଲି କୁହ କୁହ ।

ମୋର ଦୋଷ କଣ କୁହ ଶ୍ରୀକାନ୍ତ ?

ବାପା ଆଉ ମାଆଙ୍କୁ ଛାଡି ତୁମ ସହ ଯିବା ହେଉଛି ମୋର ଦୋଷ ।

ମୁଁ ତମକୁ ବିଶ୍ୱାସ କରିବା ହେଉଛି ମୋର ଦୋଷ ।

ତମେ କହିଲ ମୁଁ ଶିକ୍ଷିତ ଆଉ ଚାକିରୀ କରିଛି କାରଖାନାରେ ସେଇଟା ପ୍ରମାଣ ପତ୍ର ନ ଦେଖି ବିଶ୍ୱାସ କରିବା ବି ମୋର ଦୋଷ ।

ଯେଉଁ ବାପା ଆଉ ମାଆ ମୋତେ ଟିକେ ବି ଦୁଃଖ ଦେଇ ନ ଥିଲେ । ଟିକେ ବି କଷ୍ଟ ଦେଇ ନଥିଲେ । କିଛି ଅଭାବ ଦେଇ ନ ଥିଲେ ସେ ବାପା ଓ ମା'ଙ୍କୁ ପାଦରେ ଦଳି ଦେଇ ତୁମ ସହିତ ପଳେଇ ଯିବା ଵୀ ମପର ଦୋଷ ।

ମୁଁ ଓଡ଼ିଶାରେ ପ୍ରଥମ ଦଶ ଜଣ ଭିତରେ ନମ୍ବର ରଖି ଛାତ୍ରୀ ବୃତ୍ତି ପାଉଥିବ ଛାତ୍ରୀ ଆଜି ପାଠ ପଢା ଛାଡି ଦେଇ ତୁମ ସହ ପଳେଇଯିବା ବି ମୋର ଦୋଷ ।

ହଉ ମୋର ଦୋଷ ଦୋଷ ଦୋଷ ତେବେ ତୁମର ଶେଷ ନିଷ୍ପତ୍ତି କୁହ ।

ଶ୍ରୀକାନ୍ତ କହିପକେଇଲା ମୁଁ ତ ଭଳି ବେଶ୍ୟା କୁ ନେଇ ବଞ୍ଚିପାରିବି ନାହିଁ ।

କିଛି ନ କହି ଲିଲି ବାପାଙ୍କ ହାତ ଧରି ଶ୍ରୀକାନ୍ତ ଘରୁ ପଳେଇ ଆସିଥିଲା ନିଜ ଘରକୁ । କିଛି ଦିନ ପରେ ମଧ୍ୟ ସେ ଏକ ପୁଅ ପିଲାର ମାଆ ହୋଇଥିଲା । ପାଠ ମଧ୍ୟ ପଢି ଓଡ଼ିଶାର ସୁନାମ ଧନ୍ୟ ଡାକ୍ତର ହୋଇ ପାରିଥିଲା । ଏବେ ନିଜ ପୁଅ ସହ ଖୁସିରେ ଜୀବନ ଯାପନ କରୁଛି । ଶ୍ରୀକାନ୍ତ ମଦ ପିଇ ରାସ୍ଥା କଡରେ ଗଡୁଛି ।

ଲୋକେ ଶ୍ରୀକାନ୍ତକୁ କୁହନ୍ତି ଲକ୍ଷ୍ମୀ ଛଡା ।


Rate this content
Log in

Similar oriya story from Thriller