Pranati Mahapatra

Inspirational

3.5  

Pranati Mahapatra

Inspirational

କେମିତି ଅଛ ତୁମେ

କେମିତି ଅଛ ତୁମେ

2 mins
69


କେମିତି ଅଛ ତୁମେ...


ଆଜି ବହୁତ ମନେ ପଡ ତୁମେ, କାହିଁକି କେଜାଣି ସେ ସ୍ମୃତିର ଅଥଳ ସାଗରରେ ବାରମ୍ବାର ପ୍ରତି ମୁହୂର୍ତ୍ତରେ ମୁଁ ସ୍ନାନ କରେ । ବୋଧହୁଏ ଚିର ସବୁଜ ସେ ମଧୁର ସ୍ମୃତି । 


ଅନେକ କ୍ଷତାକ୍ତ... ତଥାପି ମଧୁର । 


 ମୋବାଇଲ ବାହାର କରି ଫୋନ କଲି, ହେଲେ ରିଂ ହୋଇ କଟିଗଲା । ସଯତ୍ନରେ ସାଇତା ଲଫାଫା ଖୋଲି ଦେଖିଲି, ଆଉ ଲାଗିଲା ଏଇ ଏଇ ଯେମିତି ଅତର ମିଶା ଚିଠିକୁ ଡାକବାଲା ହାତରେ ପଠେଇ ମୋ ସହ ଥଟ୍ଟା କରୁଛ । 


କିଏ ସେଦିନ ପଦୁଟିଏ କହିଦେଲା ବୋଲି ଭାତ ଖାଇବାକୁ ଧରିଥିବା ଥାଳିଟି ଫୋପାଡ଼ି ଦେଇଥିଲ ହଷ୍ଟେଲରେ, ହେଲେ ସେତେବେଳକୁ ଆଖି ଆଗରେ ତୁମେ ଆଉ ମୁଁ । ହଷ୍ଟେଲର ରାଗ ଏବେ ବି ଅବାଗ...


  କ'ଣ ବୋଲି ଦୁଇଟି ଶବ୍ଦ ପଚାରିବା ପରେ ପରେ ଢୋ ଢା ଦୁଇଟା ଶକ୍ତ ଚାପୁଡା ମୋ ଗାଲରେ । କିଛି ନ କହି ପଳେଇ ଆସିଲି, ଯେତେ ଡାକିଥିଲ ପଛକୁ ଚାହିଁନଥିଲି । 


ବାରମ୍ବାର ଫୋନ କରିଥିଲ ହେଲେ ମୁଁ ଫୋନ ଉଠେଇନଥିଲି ରାଗରେ । କାରଣ ସେ ଚାପୁଡା ବହୁତ ବାଧିଥିଲା ବୋଲି । ଶପଥ ତ କରିଥିଲେ ଦୁହେଁ ଦୁହିଁଙ୍କୁ ନେଇ ସାରାଜୀବନ ଖୁସିରେ ଉଡି ବୁଲିବାକୁ । ହେଲେ କ'ଣ ହେଲା, ଗୋଟିଏ ଗ୍ରୀଟିଂସ୍ ଆଉ ଦୁଇଟି ଚାପୁଡା ସବୁ ବିଗାଡି ଦେଲା । ତା ପରଠାରୁ ତୁମେ ଗୋଟିଏ ଗୋଟିଏ ମେସେଜ ...ମୋର ନିରୁତ୍ତର । 

ଅନେକ ଦିନ ଖରାଛାଇର ଖେଳ ଭିତରେ ମୋବାଇଲ ସୁଇଚ ଅଫ୍ ...ଏମିତି କଳାବାଦଲ ମେଘ ହୋଇ ଘୋଟି ଆସିଲା ସେଦିନରୁ ଯେ ପ୍ରବଳ ପବନରେ ମୋ ସ୍ଵପ୍ନର ଆଲିସାନ ଭୁଷୁଡି ପଡିଲା । 

କୋଇଲିଟା ଖତେଇ ହେଲା ଢିମା ଢିମା ଆଖିରେ । ଭୂମିକମ୍ପରେ ସବୁ ଆଶା ଚୁରମାର ହୋଇଗଲା । ଏପର୍ଯ୍ୟନ୍ତ କଳାହାଣ୍ଡିଆ ମେଘ ଘୋଟି ରହିଛି ଯେ ଯେତେ ଯାହା ହେଲେ ବି ଆକାଶଟା ଆଉ ଫର୍ଚ୍ଚା ଦିଶୁନି । ତୁମ କଣ୍ଠରୁ ଶୁଭୁଛି ସବୁବେଳେ ଶ୍ୟାମ ତେରେ ବଂଶୀ ପୁକାରେ ରାଧା...


କିନ୍ତୁ ମୋବାଇଲଟା ଜମା ଶୁଣୁନାହିଁ ରାଧାର ବିକଳ ଚିତ୍କାର । ଏବେ ବି ଫୋନ କରି ଅପେକ୍ଷା କରିଛି କେବେ କହିବ କେମିତି ଅଛ ତୁମେ ...????????



Rate this content
Log in

Similar oriya story from Inspirational