Akshayakumar Dash

Inspirational

3  

Akshayakumar Dash

Inspirational

କେହିଜଣେ ଲେଖକ

କେହିଜଣେ ଲେଖକ

3 mins
557


ଜଣେ ବ୍ୟକ୍ତି ସହରରେ ଏକ ଭଡା ଘରେ ରହୁଥିଲେ । ସେ ଏକୁଟିଆ ଥିଲେ । ତାଙ୍କର ଏକୁଟିଆ ରହିବାର କାରଣ ସେ ଜଣେ ଲେଖକ ଥିଲେ । ସଦାବେଳେ ଘରଭିତରେ ରହି ପଢ଼ାପଡି ଓ ଲେଖାଲେଖିରେ ମନଦେଉଥିଲେ । କଦବା କେମିତି ବାହାରକୁ ଗଲେ ଘର ତାଲା ନଦେଇ ଚାଲିଯାଉଥିଲେ । କାରଣ ତାଙ୍କ କୋଠରୀରେ ଏମିତି କିଛି ଦ୍ରବ୍ୟ ନ ଥିଲା ଯାହା ଚୋରୀ ହୋଇଯିବ । ଟେବୁଲ ଖଣ୍ଡେ ଚେୟାର ଓ ଟେବୁଲ ଉପରେ କିଛି ବହି ଖାତାକଲମ ଛଡା ନିଜ ପୋଷାକରୁ ହଳେ ଥିଲା । ଘର ମାଲିକ ମଝିରେମଝିରେ ଆସି ଘର ଭଡା ମାଗନ୍ତି । ବେଳେ ବେଳେ ତାଙ୍କୁନଥିବାର ଦେଖି ତାଙ୍କ କୋଠରୀ ଭିତରକୁ ପଶି ସବୁ ଅନିସା କରନ୍ତି । କେବଳ ବହି ଓ ଲେଖାନଥିପତ୍ର ଛଡା ଆଉକିଛି ଦେଖନ୍ତିନାହିଁ । ମନେ ମନେ ପାଗଳ ବୋଲିକହି କବାଟ ଆଉଜେଇ ପଳାନ୍ତି । ଘର ମାଲିକ ଘର ଭଡା ମାଗିବାକୁ ଆସନ୍ତି । ଦିନେ ମାଲିକଙ୍କ ସହ ଭେଟ ହେଲା । ଘର ମାଲିକ ରାଗିଯାଇ କହିଲେ ତୁମେ ବର୍ଷେ ହେଲା ଘର ଭଡା ନଦେଇ ମତେ ଛଳନା କରି ରହୁଛ । ଆଜି ଭଡା ଦେବାକୁ ପଡିବ ନଚେତ ଘରେ ତାଲା ପକେଇବି । ବ୍ୟକ୍ତି ଜଣକ ନମ୍ରତାର ସହ କହିଲେ ମୁଁ ନିଶ୍ଚୟ ଆପଣଙ୍କ ଭଡା ଦେବି କିଛି ସମୟ ମାଗୁଛି । ଗୋଟିଏ ବର୍ଷ ହେଲାଣି ମୁଁ ଆପଣଙ୍କ ଘର ଭଡା ନଦେଇଥିବାକୁ ମତେବି ବଡ଼କଷ୍ଟ ଲାଗୁଛି କଣ କରିବି ଟଙ୍କା ଅଭାବରୁ ସମୟ ମାଗୁଛି । ବଂଚିଥିବା ଭିତରେ ନିଶ୍ଚୟ ସୁଝିବି । ମତେ କ୍ଷମା କରନ୍ତୁ । ଘର ମାଲିକ କିଛି ନଶୁଣି ସେ ଘରେ ତାଲାଟିଏ ପକାଇ ଦେଲା । କହିଲା ଭଡା ଦେଲେ ରହିବ । ବ୍ୟକ୍ତିଜଣକ କାକୁତି ମିନତି ହେଲେ କିନ୍ତୁ କିଛି ଶୁଣିଲାନାହିଁ ଘର ମାଲିକ । ବ୍ୟକ୍ତିଜଣକ ଟଙ୍କା ସଂଗ୍ରହ ପାଇଁ ନିଜ ଗ୍ରାମକୁ ଫେରିଲେ । 

ମାସେ ଦୁଇମାସ ଗଲା। ଫେରିଲେ ନାହିଁ ତେଣୁ ଘର ମାଲିକ ତାଲା ଖୋଲି ତାଙ୍କର ସମସ୍ତ ପାଣ୍ଡୁଲିପିକୁ ଜଣେ କବାଡ଼ିଆକୁ ପଚାଶ ଟଙ୍କାରେ ବିକ୍ରି କରିଦେଲେ । କବାଡ଼ିଆ ନେଇ ଚାଲିଗଲା । ବାଟରେ ଯାଉଯାଉ ଆଉକିଛି କାଗଜ ବିକ୍ରି ପାଇଁ ଜଣେ ବ୍ୟକ୍ତି କବଡ଼ିଆକୁ ଡାକିଲେ । ସେ ବ୍ୟକ୍ତି ଜଣେ ପ୍ରକାଶକ ଥିଲେ । କବାଡ଼ିଆକୁ ଅଦରକାରୀ କାଗଜ ଦେଉଁଡ଼େଉଁ ସେହି ନଥିଉପରେ ତାଙ୍କର ଦୃଷ୍ଟି ପଡିଲା । ଆଶ୍ଚର୍ଯ୍ୟ ହେଲେ । କବଡ଼ିଆକୁ ଉଚିତ ମୂଲ୍ୟ ଦେଇ ସେହି ନଥିକୁ କିଣି ନେଲେ । 

ପ୍ରକାଶକ ଯାଇ ପହଁଚିଲେ ସେଇ ଲେଖକଙ୍କ ଭଡାଘରେ । ତାଲା ପଡିଥିବାର ଦେଖି ମାଲିକକୁ ଡାକିଲେ । ମାଲିକ ଠାରୁ ସମସ୍ତ କଥାଶୁଣି ଘରଭଡା ବାବଦ ମାସକୁ ଶହେଟଙ୍କା ହିସାବରେ ବର୍ଷକର ବାରଶହ ଟଙ୍କା ଶୁଝିଲେ । ଲେଖକଙ୍କ ଠିକଣା ପାଇଲେ ନାହିଁ । 

ପ୍ରକାଶକ ଲେଖକଙ୍କ ସମସ୍ତ ପାଣ୍ଡୁଲିପି ପ୍ରକାଶ କଲେ । ବହି ପୁସ୍ତକ ମେଳରେ ବିକ୍ରିକଲେ । ଲେଖକ ତାଙ୍କ ଘରୁ ନିଜପତ୍ନୀଙ୍କ ହାରବନ୍ଧା ପକେଇ ହଜାରେ ଟଙ୍କା ଧରି ସହରକୁ ଆସିଲେ । ସେଇ ଘର ମାଲିକକୁଁ ଡାକି ତାଙ୍କ ହାତକୁ ଟଙ୍କା ଦେଲେ । ମାଳିକ ଭଡା ପାଇଛନ୍ତି ବୋଲିକହି ଚାବି ଖୋଲିଲେ । ଲେଖକ ନିଜ ପାଣ୍ଡୁଲିପି ଅଣ୍ଡାଳିଲେ । ନପାଇ ମନଦୁଃଖରେ ଭାଗ୍ୟକୁ ନିନ୍ଦ। କରି ରହିଲେ । ପ୍ରକାଶକ ଆସି ମଝିରେମଝିରେ ଦେଖି ଚାଲିଯାନ୍ତି ,ଦିନେ ସକାଳୁ ପ୍ରକାଶକ ଦୂରରୁ କବାଟ ଖୋଲା ଦେଖି ଆସିଲେ । ପ୍ରକାଶକ ଭିତରକୁ ପଶି ପଚାରିଲେ ଆପଣ ଯଦୁମଣି ଦାସ , "ବାସୁଦେବ କୁଟୁମ୍ବକମ୍ "ର ଲେଖକ ? ନମ୍ରତାସହ ସଂମତି ଜଣାଇଲେ ଲେଖକ । ମୁଁ ଜଣେ ପ୍ରକାଶକ ମୋର ନାମ ଅଜୟ ମିଶ୍ର । କ୍ଷମାକରିବେ ଆପଣଙ୍କ ବିନାଅନୁମତିରେ ମୁଁ ଆପଣଙ୍କ ପାଣ୍ଡୁଲିପି ପ୍ରକାଶ କରିଛି । ପାଠକ ମହଲରେ ମଧ୍ୟ ପୁସ୍ତକଟି ବେଶ ଆଦୃତ ହୋଇପାରିଛି । ତାହାର ଦ୍ୱିତୀୟ ସଂସ୍କରଣ ହେବାକୁ ଯାଉଛି । ଅନ୍ୟାନ୍ୟ ପାଣ୍ଡୁଲିପିଗୁଡିକୁ ଶୀଘ୍ରଶୀଘ୍ର ପ୍ରକାଶ କରିବି କେବଳ ଆପଣଙ୍କ ଅନୁମତି ଅପେକ୍ଷାରେ । ହଁ ରର୍ୟାଲିଟି ଆପଣଙ୍କର ପ୍ରାପ୍ୟ ବାବଦ ମୁଁ ପାଞ୍ଚହଜାର ଦେବି । ଦୟାକରି ଆଜି ସନ୍ଧ୍ୟାକୁ ମୋ ପ୍ରେସକୁ ଆସିବେ । ନମସ୍କାର କହି ଚାଲିଗଲେ । 

ଯଦୁମଣି ଆବାକ ହୋଇ ଶୁଣୁଥିଲେ । ଦୁର୍ଦିେବନଗୁଡିକର କଥା ନିଜ ପତ୍ନୀକୁ ତାଙ୍କର ଡାକ୍ତର ଦେଖାଇ ଔଷଧ ଖାଇବା ବାହାନାକରି ପତ୍ନୀଙ୍କ ହାର ବନ୍ଧାପକେଇ ଟଙ୍କାଆଣି ଭଡା ଦେବା ଠାରୁ ଉପାସ ଭୋକରେ କଲମଚାଳନ କରୁଥିଲି । ନିଜ ପାଣ୍ଡୁଲିପିକୁ ହରେଇ କଣ ଜଗନ୍ନାଥ ପରୀକ୍ଷା କରୁଛନ୍ତି ?ଜଣେ ଲେଖକର ଧୈର୍ଯ୍ୟକୁ । 

ସନ୍ଧ୍ୟାବେଳେ ପହଁଚିଲେ ପ୍ରକାଶକଙ୍କ ପ୍ରେସରେ । ପ୍ରକାଶକ ପାଛୁଟି ନେଲେ ,ଦୁହେଁ କାରରେ ବସି ଟାଉନହଲରେ ପହଁଚିଲେ । ଚୁପଚାପ କାକୁସ୍ତହୋଇ ଦେଖୁଥାନ୍ତି ଯଦୁମଣି । ଭବ୍ୟସ୍ୱାଗତ ଲେଖକଙ୍କୁ । ସଭାର ମଞ୍ଚଉପରେ ସହରର ବିଶିଷ୍ଟ ସାହିତ୍ୟିକ ଙ୍କ ଗହଣରେ ବସିଲେ ଯଦୁମଣି । ପରିଚୟ ପର୍ବ ପରେ ଲେଖକଙ୍କ ପୁସ୍ତକ ଉପରେ ସମୀକ୍ଷାକଲେ ପ୍ରତିଷ୍ଠିତ ସାହିତ୍ୟ ବଂଧୁ ଅଧ୍ୟାପକ ଦେଶରଞ୍ଜନ । ତାପରେ ପାଠକମାନଙ୍କ ରୁଚିମୁତାବକ ପୁସ୍ତକଟି ପାଠକସ୍ବକୃତି ଲାଭକରିଛି ଉଚ୍ଚ ପ୍ରଶଂସା । ଲେଖକ ଯଦୁମଣିଙ୍କ ପରିଚୟ ଦେଇ ଆରମ୍ଭକଲେ ପ୍ରକାଶକ କବଡ଼ିଆର କାହାଣୀ । କରତାଲିରେ ମୁଖରିତ ସଭାଗୃହ । ପ୍ରକାଶ ହେବାକୁ ଯାଉଛି ସର୍ବେ ଭବନ୍ତୁ ସୁଖୀନ । ଆନନ୍ଦର ଅଶ୍ରୁ କେଇବୁନ୍ଦା ଝରିପଡୁଛି ,ଯଦୁମଣି ସଭା ତଳକୁ ଆସି ପାଠକଙ୍କ କରମର୍ଦନ କରୁଥାନ୍ତି । 



Rate this content
Log in

Similar oriya story from Inspirational