Jayashree Maharana

Tragedy Inspirational Others

3.0  

Jayashree Maharana

Tragedy Inspirational Others

କବିତା ଆସରର ପ୍ରଥମ ଅନୁଭୂତି

କବିତା ଆସରର ପ୍ରଥମ ଅନୁଭୂତି

3 mins
242


ଯାହା ମୁଁ ଦେଖିଲି ଅନୁଭବ କଲି

କବିତା ଆସର ସ୍ଥାନରେ ମୁହିଁ

ସେ ପ୍ରଥମ ଅନୁଭୂତି ବଖାଣୁଛି

ଭଲମନ୍ଦ ସବୁ ଶବ୍ଦେ ସଜାଇ ।


କବିତା ଲେଖିବା ଗତ ତିନି ରୁ ଚାରିବର୍ଷ ମଧ୍ୟରେ ଚାଲୁରଖିଛି ମୁଁ ।ମୁଖପୁସ୍ତିକାରେ ଅନେକ ବ୍ୟକ୍ତି ମୋ କବିତାକୁ ପ୍ରଂଶସା କରନ୍ତି ।ଫଳରେ ମୋତେ ଖୁବ ପ୍ରେରଣା ମିଳିଥାଏ ।ଅନେକ କବିତା ଆସରକୁ ମୋତେ ଆମନ୍ତ୍ରଣ କରିଥାନ୍ତି ।କିନ୍ତୁ ମୁଁ ଯାଏ ନାହିଁ ।କାରଣ ମୋର ଲଜ୍ଜାଶୀଳ ଗୁଣ ଯୋଗୁଁ ମୁଁ କେଉଁଠାରେ ସହଜ ହୋଇପାରେନି ।ଷ୍ଟେଜ ରେ ଚଢ଼ିଲେ ମୋର ଗୋଡ଼ହାତ ଥରିଉଠେ ,ହୃଦସ୍ପନ୍ଦନ ବଢିଯାଏ ।ଅବଶ୍ୟ ଏହା ଏକପ୍ରକାର ରୋଗ ବୋଲି ଏବେ ଜାଣିଲି । ସୋନି ଟିଭି ରେ ଇଣ୍ଡିଆନ ଆଇଡ଼ଲ ର ଜଣେ ପ୍ରତିଯୋଗୀ ଝିଅଙ୍କର ଏହି ସମସ୍ୟା ଅଛି ।ସେ ରୋଗର ନାମ ଅବଶ୍ୟ ମୁଁ ମନେ ରଖିପାରିଲି ନାହିଁ ।ତେଣୁ ମୁଁ କେଉଁ କବିତା ଆସରକୁ ଯାଏନି ।


  ଥରେ ବ୍ରହ୍ମପୁର ମହୋତ୍ସବ ଅନୁଷ୍ଠିତ ହେଉଥାଏ ।ଏବଂ ସେଠାରେ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନ ତରଫରୁ କବିତା ଅସାରର ଆୟୋଜନ କରାଯାଇଥାଏ ।ମୋର ଜଣେ ବନ୍ଧୁ ଅନୁପଙ୍କୁ କୌଣସି ଏକ ଅନୁଷ୍ଠାନରୁ କବିତା ଆସରରେ କବିତା ପାଠ ପାଇଁ ଆମନ୍ତ୍ରଣ କରାଯାଇଥାଏ ।ଯେହେତୁ ସେଦିନ ରବିବାର ଥାଏ ।ମୋର ସ୍କୁଲ ଛୁଟି ଥାଏ ।ବନ୍ଧୁ ଅନୁପ ମୋତେ କବିତା ଆସର କୁ ଯିବା ପାଇଁ କହିଲେ ।ଯେହେତୁ କବିତା ଆସରର ଅନୁଭୂତି ନାହିଁ ମୋର ଉତ୍ସୁକତା ଥିଲା ।ଏବଂ ମୁଁ ରାଜି ହୋଇଗଲି ।ବନ୍ଧୁ ଜଣଙ୍କ ଖୋର୍ଦ୍ଧାରୁ ଟ୍ରେନଯୋଗେ ଆସିଲେ ଏବଂ ମୁଁ ବାଲୁଗାଁ ରୁ ତାଙ୍କ ସହ ଗଲି ।ପହଂଚିବା କ୍ଷଣି କୌଣସି ଏକ ହୋଟେଲ ରେ ଦୁହେଁ ଖାଇନେଲୁ ।ପରେ କବିତା ଆସର ସ୍ଥାନକୁ ବାହାରିଲୁ ।ଯେହେତୁ ମହୋତ୍ସବ ସମୟ 3 ପରେ ଆରମ୍ଭ ଆମ୍ଭେ ପହଂଚିବା ବେଳକୁ ଜନଶୂନ୍ୟ ।କେବଳ ଯେଉଁ ଅନୁଷ୍ଠାନ ତରଫରୁ କବିତା ଆସର ଅନୁଷ୍ଠିତ ହେଉଥିଲା ସେ ସଂସ୍ଥାର ସଦସ୍ୟ ବୃନ୍ଦ ଥିଲେ ।ସେମାନଙ୍କ ସହ ପରିଚିତ ହେଲୁ ଏବଂ ଷ୍ଟେଜ ସଜାଇବା କାମରେ ସହଯୋଗ କରିଲୁ ।ଆସ୍ତେ ଆସ୍ତେ ସମୟ ବଢୁଥାଏ ଏବଂ କବି କବୟିତ୍ରୀଙ୍କ ଆଗମନ ହେଉଥାଏ ।



  ଗଂଜାମ ମାଟି ଭଞ୍ଜ ମାଟି,କବିସୂର୍ଯ୍ୟଙ୍କ ମାଟି ସାହିତ୍ୟ କ୍ଷେତ୍ରରେ ଏ ମାଟିର ଗୌରବ ଯୁଗେ ଯୁଗେ ପୂଜିତ।ମୋତେ ଖୁବ ଖୁସି ଲାଗୁଥାଏ ।କିଛି ଜଣା କିଛି ଅଜଣା କବି କବୟିତ୍ରୀଙ୍କ ଗହଣରେ ।

ବୟସର ଚାପ ସାହିତ୍ୟିକ ମନକୁ ଅବରୋଧ କରିପାରେନା ।ତରୁଣ ରୁ ବୃଦ୍ଧ ଅବସ୍ଥାର ଅନେକ ସହିତ୍ୟଅନୁରାଗୀ ରୁଣ୍ଡ ହୋଇଥାନ୍ତି ।ନିଜ ନିଜ ହାତଲେଖା ସାହିତ୍ୟ କୃତି ସଭିଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ବ୍ୟଗ୍ର ହୋଇଉଠୁଥାନ୍ତି ।ସଭା ଆରମ୍ଭ ହେଲା।ମାନଗଣ୍ୟ ବ୍ୟକ୍ତିଙ୍କ ସାହିତ୍ୟ ଆଲୋଚନା ସଭାକୁ ରୁଦ୍ଧିମନ୍ତ କରୁଥିଲା ।ପରେ କବିତା ପାଠୋତ୍ସଵ ଆରମ୍ଭ ହୋଇଲା ।ଜଣଙ୍କ ପରେ ଜଣେ କବିତା ପଢିଲେ ଏବଂ ଶ୍ରୋତାଗଣ କାରତାଳି ଦେଇ ଉତ୍ସାହିତ କରିଥିଲେ ।ଏସବୁ ଦେଖି ମୋତେ ଖୁବ ଆନନ୍ଦ ଲାଗୁଥାଏ ।ସେଠାରେ ପରିଚିତ ସୁଧାଞ୍ଜଳି ମିଶ୍ର ଅପା, ରାଜେଶ ମୁଣ୍ଡ ଭାଇ,ସୁଜାତା ମିଶ୍ର ଅପାଙ୍କୁ ଭେଟି ଖୁସି ଅନୁଭବ ହେଲା ।ମୋର ବନ୍ଧୁ ମଧ୍ୟ କବିତା ପଢିଲେ ।


 କିନ୍ତୁ ପ୍ରକୃତ କଥା ତ ଏବେଠୁ ଆରମ୍ଭ ।ସମୟ ଯେତିକି ବଢୁଥାଏ ମୁଁ ଲକ୍ଷ କରୁଥିଲି ସ୍ରୋତାଙ୍କ ମଧ୍ୟରେ ଉତ୍ସାହ କମି କମି ଯାଉଥାଏ ।କୌଣସି କବି କବୟିତ୍ରୀଙ୍କ କବିତା ନ ଶୁଣି ସମସ୍ତେ ପରସ୍ପର ମଧ୍ୟରେ ଗଳ୍ପ ଆରମ୍ଭ କରିସାରିଥିଲେ ।ଏସବୁ ମୋତେ ଦୁଃଖ ଦେଲା ।ଜଣେ ସାହିତ୍ୟିକ ହିସାବରେ ଆମର କଣ ଏତେ କମ ଧୈର୍ଯ୍ୟଶକ୍ତି ।ଅନ୍ୟର ସୃଷ୍ଟିକୁ ଶୁଣି କାରତାଳି ଦେଇ ଉତ୍ସାହିତ କରିବା ପରିବର୍ତ୍ତେ

ଏତେ ବିଶୃଙ୍ଖଳିତ ହେଉଥିଲେ ।ମୁଁ ମୋର ବନ୍ଧୁକୁ ମୋର କ୍ଷୋଭ ଜଣାଇଲି ।ସେ କହିଲେ ଏମିତି ପ୍ରାୟ ସମସ୍ତ କବିତା ଆସରରେ ହୁଏ ।ମୋର ସିନା ପ୍ରଥମ କିନ୍ତୁ ତାଙ୍କର ଅନେକ ଅନୁଭୂତି ଥିବାରୁ ମୁଁ ବିଶ୍ବାସ କରିଲି ।ଆମ ସାହିତ୍ୟର ଭବିଷ୍ୟତ ନେଇ ଅନେକ ପ୍ରଶ୍ନ ମୋତେ ଆନ୍ଦୋଳିତ କରୁଥିଲା ।ଏଣେ ରାତି ବଢ଼ୁଥିଲା ।ତେଣୁ ବାଧ୍ୟ ହୋଇ ଆମେ ସେଠାରୁ ବାହାରି ମହୋତ୍ସବ ରେ କିଛି ସମୟ କଟାଇଲୁ ।କିଛି ଜିନିଷ କିଣିଲୁ ।ଅଭିଧାନ ଖଣ୍ଡିଏ ଖଣ୍ଡିଏ କିଣିଲୁ ।କିଛି ଖାଦ୍ୟ ଖାଇ ଘର ଅଭିମୁଖେ ବାହାରିଲୁ ।



 ସେଇ ପ୍ରଥମ କବିତା ଆସର ଅନୁଭୂତି ସବୁଦିନ ପାଇଁ ହୃଦୟରେ ରହିଲା ।କିଛି ମିଠା ଆଉ କିଛି ତିକ୍ତ ଅନୁଭୂତି ବାଣ୍ଟି ।ସାହିତ୍ୟର ଉନ୍ନତି ପାଇଁ କବିତା ଆସରର ମହତ୍ତ୍ୱ ଅନେକ ମାତ୍ର ଆଜିକାଲିର ସାହିତ୍ୟ ଆସର ଅବସ୍ଥା ଦେଖି ଦୁଃଖ ଲାଗୁଚି ।


Rate this content
Log in

Similar oriya story from Tragedy