STORYMIRROR

Binaya Bhusan Panigrahi

Inspirational Tragedy

5.0  

Binaya Bhusan Panigrahi

Inspirational Tragedy

କାଷ୍ଟ ସାର୍ଟିଫିକେଟ

କାଷ୍ଟ ସାର୍ଟିଫିକେଟ

2 mins
1.4K


ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପଦ ପାଇଁ ମୌଖିକ ପରୀକ୍ଷା ପାଇଁ ସାକ୍ଷାତକାର ଆରମ୍ଭ ହେଲା ସାଢ଼େ ଦଶଟାରେ। ଖାଲିଥିବା ପଦବୀ ସଂଖ୍ୟା ଷାଠିଏ। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ସଂଖ୍ୟା ଶହେ କୋଡିଏ । ହଲ ବାହାରର ସୀମିତ ସ୍ଥାନରେ ଛିଡା ହେବାକୁ ଜାଗା ମିଳିବା ସହଜ ନଥିଲେ ମଧ୍ୟ ଛିଡାହେଇ ରହିବାକୁ ବାଧ୍ୟ ଥିଲା ରାକେଶ। ଇଣ୍ଟରଭ୍ୟୁ ହଲ ସାମ୍ନା ନୋଟିସ ବୋର୍ଡ଼ରେ ଲାଗିଥିବା ପ୍ରାର୍ଥୀ ତାଲିକା ଅନୁଯାୟୀ ତିନି ଜଣଙ୍କ ପରେ ଚତୁର୍ଥରେ ନାଁ ଥିଲା ତାର।

ଲିଖିତ ପରୀକ୍ଷାରେ ଅଶୀ ପ୍ରତିଶତ ମାର୍କ ରଖିଥିବା ରାକେଶ ପଣ୍ଡା ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲାପରେ ସାର୍ଟିଫାଏଡ଼ ଟିଚରସ ଟ୍ରେନିଂ ପରୀକ୍ଷାରେ ଅଲ ଓଡିଶା ଟପ୍ପର ଥିଲା। ଇଣ୍ଟରଭ୍ୟୁ କୁ ଆସିବା ପୂର୍ବରୁ ସେ ନିଜକୁ ଏକ ନିଶ୍ଚିନ୍ତ ସଫଳତା ପାଇଁ ଏକପ୍ରକାର ଅଗ୍ରୀମ ବଧାଇ ଜଣେଇ ଦେଇ ସାରିଥିଲା।


ଦିନ ଦୁଇଟା ରେ ପରୀକ୍ଷକ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବିରତି ହେଲା ବେଳକୁ ଅଶି ନମ୍ବର ପ୍ରାର୍ଥୀ ର ଇଣ୍ଟରଭ୍ୟୁ ସରିଥିଲା। ଅଶି ନମ୍ବର ପିଲା ହଲକୁ ଡକାଯିବା ଭିତରେ କେବଳ ରାକେଶ ନୁହେଁ ଅଶି ସେହି କ୍ରମାଙ୍କ ପୂର୍ବରୁ ନାମ ଥିବା ଆଉ ଚାରିପାଞ୍ଚ ଜଣ ପିଲାଙ୍କୁ ମଧ୍ୟ ଡକାଯାଇ ନଥିଲା। ତେଣୁ ରାକେଶ ବ୍ୟସ୍ତ ହେଉଥିଲା ମାତ୍ର ହତୋତ୍ସାହିତ ହେଉ ନଥିଲା।

ଅଶି ନମ୍ବର କ୍ୟାଣ୍ଡିଡେଟ ହଲରୁ ବାହାରିବା ପରେ ଅତ୍ୟନ୍ତ ପ୍ରସନ୍ନଚିତ୍ତ ଥିବା ଦେଖି ରାକେଶ ତା ପାଖକୁ ଯାଇ ପଚାରିଲା," ଇଣ୍ଟରଭ୍ୟୁ କେମିତି ହେଲା ?"

-"ଭଲ ହେଲା।"

-" ସିଲେକଟେଡ଼ ହେଇଗଲ ?"

- "ହଁ"

-" କଂଗ୍ରାଚୁଲେସନ୍ସ, ନାଁ କଣ?"

-" ଭଗବାନ ।"

-"ଭଗବାନ !!"

-"ଭଗବାନ ସେଠୀ"

-" ଆଚ୍ଛା,କଣ ସବୁ ପଚାରିଲେ ଟିକେ କହିବ?"

-" ବେଶି କିଛି ନୁହେଁ, ସାର୍ଟିଫିକେଟ ଚେକ କରିବା ପରେ ନାଁ, ଗାଁ, ବାପାଙ୍କ ନାଁ ଆଉ ଇତିହାସ ଓ ସାହିତ୍ୟରୁ ଗୋଟେ ଦୁଇଟା ପ୍ରଶ୍ନ ପଚାରିଲେ। ଇଜି କ୍ୱେସଚେନ୍ସ।"

-" ତଥାପି .."

-"ଏଇ ଯେମିତି, ଦ୍ଵିତୀୟ ବିଶ୍ୱଯୁଦ୍ଧ କେତେ ମସିହାରେ ହେଇଥିଲା?

ମୋତେ କହିବାକୁ ପଡିଲାନି,ସିଏ ନିଜେ କହିଦେଲେ।"

-" ସେ ନିଜେ କହିଦେଲେ ! ତାହେଲେ ତ ତମେ ସିଲେକ୍ଟ ହେଇ ନଥିବ ।"

-" ମୁଁ ଏସ.ସି. କ୍ୟାଣ୍ଡିଡେଟ, ମିନିଷ୍ଟର ଙ୍କ ରେଫେରେନ୍ସ ମଧ୍ୟ ଅଛି,ରେଜିଷ୍ଟର ରେ ଖାଲି ସାଇନ କରିବାକୁ ଥିଲା। ତମର ହେଲା ନା ନାହିଁ? "

-" ନା, ମୁଁ ଭିତରକୁ ଯାଇନାହିଁ, ଯିବି।"

-" ସିରିଏଲ ?"

-" ଫୋର।"

-" ଲେଟ ରେ ଆସି ପହଂଚିଲ କି?"

-" ନା, ସମସ୍ତଙ୍କ ଆଗରୁ ଆସିଛି ହେଲେ ମୋ ନାଁ ଡକା ଯାଇନାହିଁ ,ଅପେକ୍ଷା କରୁଛି।"

-" ତାହେଲେ ତମେ ସ୍କ୍ରୁଟିନି ରେ କଟି ସାରିଛ, ଅପେକ୍ଷା କରି ଲାଭ ନାହିଁ। ପଚାରି ଦେଇ ଘରକୁ ପଳେଇ ଯିବା ଠିକ ହେବ ବୋଲି ମୁଁ ଭାବୁଛି। ହଉ ଭାଇ, ମୁଁ ଆସୁଛି।"


ଅନ୍ୟ ପିଲାମାନେ ଟିଫିନ କରିବା ପାଇଁ କିଏ କୁଆଡେ ଚାଲି ଯାଇଥିଲେ। ରାଜେଶ କାଉଣ୍ଟର ପାଖକୁ ଯାଇ ଭିତରକୁ ଉଣ୍ଡିଲା। ପିଅନ ପଚାରିଲା," କଣ ହେଲା? ଲଞ୍ଚ ଆୱାର ପରେ ଆସ।"

-" ଭାଇ,ମୋ ନାଁ ସିରିଏଲ ଚାରି ରେ ଥିଲା। ପ୍ରଥମେ ଆସିଥିଲି,ଏଯାଏ ମୋ ପାଳି ପଡିନାହିଁ। ଟିକେ ଦେଖିବେ ପ୍ଲିଜ଼।"

ସାମାନ୍ୟ ବିରକ୍ତି ଭାବ ପ୍ରକଟ ପୂର୍ବକ ରେଜିଷ୍ଟର ଓଲଟେଇ ଦେଖି ସାରିଲା ପରେ ପିଅନ କହିଲେ," ତମେ ଡିସ୍କ୍ୱାଲିଫାଏଡ଼ ହେଇଛ।"

-" ହେଲେ, ମୁଁ ତ ଇଣ୍ଟରଭ୍ୟୁ ଦେଇନାହିଁ ଏପର୍ଯ୍ୟନ୍ତ! ଫାଷ୍ଟ କ୍ଲାସ କ୍ୟାରିଅର, ସି.ଟି. ଟପ୍ପର। ରିଟେନ ପରୀକ୍ଷାରେ ଅଶୀ ପରସେଣ୍ଟ ସ୍କୋର କରିଛି !!!"

-" ଆରେ ବାବୁ, ମାଷ୍ଟର ଚାକିରି କରିବା ଏତେ ସହଜ କଥା ନୁହେଁ। ମାର୍କ ରୁ କଣ ମିଳିବ? ଜେନେରାଲ କାଷ୍ଟ,ରିଜରଭେସନ ନାହିଁ,ରେଫେରେନ୍ସ ନାହିଁ,କିଛି ନାହିଁ କହୁଛ କଣ ନା ମାଷ୍ଟର ହେବ। ଚାଲ ଭାଇ ଚାଲ, ତମକୁ ଏଠି ଥିବାର କେହି ଦେଖିଲେ ମୁଁ ପୁଣି ଅଡୁଆରେ ପଡିବି।"


ରାକେଶ ବାରଣ୍ଡା ତଳକୁ ଓହ୍ଲେଇ ଗେଟ ବାହାରକୁ ଆସିଲା ବେଳେ ମନକୁ ମନ କହିଲା," ସତରେ , ମୋ'ର ତ କାଷ୍ଟ ସାର୍ଟିଫିକେଟ ନାହିଁ,ହାଓ ଆଇ କାନ କ୍ବାଲିଫାଏ !!! ଟିଚରସିପ ଇଜ ନଟ ଫୋର ଜେନେରାଲ କାଟେଗୋରୀ କାଣ୍ଡିଡେଟ୍ସ ।।"

=========©========

ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ ବଜାର

ଭଦ୍ରକ-୭୫୬୧୩୧,ଓଡ଼ିଶା

ମୋ:୯୯୩୭୫୪୮୪୩୧

୯୪୩୮୬୭୦୧୨୦

-----------------------------

ପ୍ଲଟ ନଂ-୩୪୨,ସେକ୍ଟର-୫,

ନିଳାଦ୍ରୀ ବିହାର, ଚନ୍ଦ୍ରଶେଖର ପୁର,

ଭୁବନେଶ୍ୱର-୭୫୧୦୨୧


Rate this content
Log in

Similar oriya story from Inspirational