STORYMIRROR

Binaya Bhusan Panigrahi

Others

3  

Binaya Bhusan Panigrahi

Others

ଭିନ୍ନ ପୃଥିବୀ

ଭିନ୍ନ ପୃଥିବୀ

1 min
235

ଏମିତି ଦୁନିଆ ସିଏ

ନା ସେଠି ଖରା ଥାଏ

ନା ଥାଏ ସେଠି ଛାଇ

ସାରାଦିନ ସାରାରାତି ବୁଲିବା ପରେବି

ଥକେନାହିଁ ପାଦ,

ଓଠ ଟିକେ ସୁଖି ଯାଏନାହିଁ

ଝୁଣ୍ଟିବାର ପ୍ରଶ୍ନ ହିଁ ନଥାଏ।

ଶିତରେ ଥରେନା ଦେହ

ନଥାଏ ଚିମୁଟାଏ ତାତି।

ବର୍ଷକ ଗୋଟେ ମାସ ସେଠି

ମାସସାରା ଗୋଟେ ମାତ୍ର ଋତୁ।

ବର୍ଷସାରା ସେଇଗୋଟେ ଫୁଲ

ସବୁବେଳେ ନୂଆ ଲାଗୁଥାଏ।

ଝଡ ନାହିଁ,ଝଞ୍ଜା ନାହିଁ,

ଖରା ନାହିଁ,ବର୍ଷା ନାହିଁ,

ସବୁବେଳେ ଏକା ପାଣିପାଗ।

ଦୁଃଖର ପାଦ ଚଲାବାଟ 

ସେଇଠୁ କାହିଁ କେତେ ଦୂର।


ବର୍ଷା ହୁଏନା ସେଠି, ଅଥଚ

ନ'ଥାଏ ପାଣିର ଅଭାବ।

ଏମିତି ଦୁନିଆ ସିଏ

ସବୁବେଳେ ସବୁକିଛି ମିଳେ,

ବିନା ମାଗିବାରେ।

ବାସ ବସ୍ତ୍ର କିଛି ବି ନଥାଇ

ଲଙ୍ଗଳା ରହେନା ଦେହ,

ଫୁଙ୍ଗୁଳା ରହେନା ପିଠି।

ଚାଷଜମି ଶୂନ୍ୟ ସେ ପୃଥ୍ବୀ ରେ

ଭୋକ ବୋଲି ଶବ୍ଦ ଶୁଭେ ନାହିଁ।

ରେଶମ ଓ କଇଁର ପାଖୁଡା ପରି,

ସବୁକିଛି ନରମ କୋମଳ, ମାତ୍ର

କଠୋର ଗୋଟିଏ ନିୟମ ସେଠି;

ଥରୁଟିଏ ବାହାରକୁ

ବଢେଇଲେ ପାଦ,

ଫେରିବାର ସବୁଯାକ ବାଟ

ଅବରୁଦ୍ଧ ହେଇଯାଏ

ଚିରଦିନ ପାଇଁ

ଅନ୍ତତଃ ସେଇ ଯାକେ

ଯେପର୍ଯ୍ୟନ୍ତ ମାଟିରେ ମିଶିନି ଦେହ।

କହିବା ବାହୁଲ୍ୟ -

ମାଆର ଜରାୟୁ ସିଏ, ନିର୍ଭୟ ଦୁନିଆ,

ବ୍ରହ୍ମାଣ୍ଡର ଶ୍ରେଷ୍ଠ ବାସସ୍ଥାନ

ସମ୍ପୂର୍ଣ ଭିନ୍ନ ଏକ ପୃଥ୍ୱୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍