କାନ
କାନ
ମୁଁ ଜାଣି ପାରେନି ସିଏ ଏତେ ସ୍ଥିର କେମିତି ? କୌଣସି କଥାରେ ତାକୁ କିଛି ବି ଫରକ ପଡେନା l ସବୁ ବେଳେ ହସୁଥାଏ, ସତେ ଯେମିତି ତାର କିଛି ବି ଦୁଃଖ ନାହିଁ l ମୁଁ ତାକୁ ଦିନେ ପଚାରିଲି, “ବନ୍ଦନା ! ତୁମକୁ କିଛି ଲାଗେନା ? ତୁମେ କେମିତି ସହି ପାରୁଛ ସମସ୍ତଙ୍କ କଥାକୁ ? ମୁଁ ତ ପାରୁନି ?” ସେ ହସିଲା l ସବୁଦିନ ପରି ସେହି ମନଲୋଭା ହସ l କହିଲା, “ଖରାପ କାହିଁକି ଲାଗିବ? ଭଗବାନ୍ ଦୁଇଟା କାନ ଦେଇଛନ୍ତି l ଗୋଟିଏ କାନରେ ଶୁଣିବ, ଯାହା ଭଲ ଲାଗିବ, ଗ୍ରହଣ କରିବ l ଯାହା ଭଲ ନ ଲାଗିବ, ଆଉ ଗୋଟିଏ କାନରେ ବାହାର କରିଦେବ l ବାସ୍ l ସମସ୍ୟା ସମାଧାନ l” ଏଥର ହସିବା ପାଳି ମୋର ଥିଲା l