Gitanjali Pujapanda

Inspirational

3  

Gitanjali Pujapanda

Inspirational

କାଳୀ ବୋହୁ

କାଳୀ ବୋହୁ

11 mins
172


ଆଲୋ ଏ କାଳୀ ବୋହୁ କୁଆଡେ ଗଲୁ କିଲୋ କାନରେ କଣ ଗୋଟେ ତାର ମାଡିକି ବସିଛୁ । ହଁ ତୋ ଗେରସ୍ତ ଆଣିକି ତତେ ଦେଇଛି ଆଲୋ!! ଆଲୋ !!ଆମକୁ ସିନା ଆକାଶ କଇଁଆ ଚିଲିକା ମାଛ । ତୋ ଗେରସ୍ତ ତତେ ଦେଇଛି କଣ ଗୋଟେ ଡବାପରି ଦରବ ଆଉ ତାର ଯୋଡ଼େ । ଯେତେବେଳେ ଦେଖୁଛି କାନରେ ମାଡିକି ବସୁଛୁ ଆଉ । ଫୋନ ତାକୁ କୁହନ୍ତି ପରା । ହଁ ଲୋ ମାଆ ନୂଆ ନୂଆ ଦେଖୁଛୁ ଆମେ । ଦିନ ରାତି ନା କାମ ଦିଶୁଛି ତତେ । ଆଲୋ ପିଲା ପିଲି ଥିଲେ ସିନା ସେମାନଙ୍କର ଜଞ୍ଜାଳରେ ବ୍ୟସ୍ତ ରୁହନ୍ତୁ ଆଉ ସେଟା ବି ତ ନାହିଁ ଆହୁରି ମଜା ତତେ । ଆଉ ଛାଡେ ମୋ ଜଞ୍ଜାଳ କରିବାକୁ ତତେ କଷ୍ଟ । ମନେ ମନେ ଭାବୁଥିବୁ ବୁଢ଼ୀକୁ ମରଣ କାହିଁକି ହଉନି ମ । ସବୁ କଥାରେ ମତେ ବେଶି ଆକଟ କରୁଛି । କାମ ବତଉଛି । ଆଲୋ ତୋ ହାତ ଟେକା ପାଣିକୁ ଅନେଇଛି ବୋଲି ତୁ ମୋ ଉପରେ ଦାଉ ସାଧୁଛି  ନା କଣ ?? ସକାଳୁ ସକାଳୁ ଚାହା ମୁନ୍ଦେ ଦେବାକୁ ତତେ ଡାକୁଛି । କାଳୀ ତର ତର ହୋଇ କହିଲା, ଯାଉଛି ବୋଉ । ଆଲୋ ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି ମଝି ବରଡା ଥାଇ କହୁଛି ତୋ ବେଳ କାଳ ଆସୁଛି ଲୋ । ବ୍ୟସ୍ତ ହଅନି, ଆଜି ରଘୁଆ ଆସୁ ତୋ ଖବର ନବ କହି ରାଗ ତମ ତମ ହୋଇ ଉମା ଦେବୀ ଘର ଭିତରକୁ ଚାଲିଗଲା । ବୋଉର ରାଗ ରଘୁଆ ଜାଣେ । ହେଲେ ସ୍ତ୍ରୀକୁ କିଛି କହିପାରେ ନାହିଁ କି ମାଆକୁ ଖାଲି ଶୁଣିବ ହଁ .....ହଁ.... ମାରି ସେ ଜାଗାରୁ ଖସି ପଳେଇ ଯାଏ । 

ଉମା ଦେବୀ ବୟସ ପ୍ରାୟ ସତୁରି ଉପରକୁ ହେଲେ କେବେ ବି ତା ବୟସ ସେ କାହାକୁ ଆଜି ପର୍ୟ୍ ନ୍ତ କହେନି । ରଘୁଆ ତାର ଗୋଟିଏ ବୋଲି ପୁଅ । ପ୍ରାୟ କୋଡିଏ ବର୍ଷ ବାଞ୍ଝରେ କେତେ ଦିଅଁ ଦେବତା କରି ପାଇଛି ତାକୁ । ରଘୁଆ ଯେତେବେଳେ ଦୁନିଆଁରେ ପଥମ ପାଦ ଦେଲା ବହୁତ ଖୁସି ଆସିଲା ତା ଜୀବନରେ ଖୁସିରେ ରଘୁଆ ବୋଉର ବାପାଙ୍କର ପାଦ ତଳେ ଲାଗୁନଥିଲା । ଏଇ ଘର ଅଗଣାରେ କେତେ ସିଏ ତାକୁ ଚାଲିବା ଶିଖେଛି । ରଘୁଆର କୁନି କୁନି ପାଦ ଯେତେବେଳେ ଅଗଣାର ମାଟିକୁ ସ୍ପର୍ଶ କଲା ତା ମନରେ ଖୁଶି କାହିଁରେ କଣ?ହେଲେ ଆଜି ତା ଅଗଣା ଖାଲି ସେ କୁନି କୁନି ପାଦ ଆଉ ନାହିଁ । 

ଘରେ ମାତ୍ର ତିନି ଜଣ ଲୋକ ରଘୁଆ ରଗାଁ ମୁଣ୍ଡରେ ଗୋଟେ ଜଳଖିଆ ଦୋକାନ ତାକୁ ଲାଗିକି ପାନ ଦୋକାନ । ବାପା ତାର ପ୍ରଥମେ ପାନ ଦୋକାନ କରିଥିଲେ । କୋଉ ଆଗରୁ ତାଆ ବାହାଘର ଯୌତୁକ ଟଙ୍କାରେ, ସେ ଜଳ ଖିଆ ଦୋକାନଟେ କରିଛି ଲାଗିକି ଭଲ ପଇସା ମଧ୍ୟ ରୋଜଗାର କରୁଛି ହେଲେ ପିଲା ପିଲି ନାହିଁ । ତାର ବୟସ ଚାଳିଶି ଉପରକୁ ତିନି ତିନିଟା ପିଲା ତାର ନଷ୍ଟ ପେଟ ଭିତରୁ । କାଳୀ କୁଆଡେ ତାକୁ ଲୁଚାଇ ପିଲାଗୁଡିକ ନଷ୍ଟ କରି ଦେଉଛି । ଗାଁ ବଇଦ ପାଖକୁ ଯାଇ ଉମା ଦେବୀ କହୁଥିଲା ରଘୁଆକୁ । ହେଲେ ସେ ବିଶ୍ୱାସ କରେନି ଯେ ତା କାଳୀ ଏମିତି ଗୋଟେ ଅପରାଧ କରିବ ବୋଲି । 

ସକାଳୁ ସକାଳୁ ପଖାଳ ଭାତ ସାଙ୍ଗକୁ ବାରିର ସଜନା ଶାଗ ଭଜା ତାକୁ ଭାରି ଭଲ । ପେଟିଏ ଖାଇ ଦୋକାନକୁ ବାହାରି ଯାଏ ଯେ ରାତି ନଅଟାରେ ଘରକୁ ଫେରେ ତା ପରେ ବୋଉ ପାଟିରୁ କାଳୀ ନାଆଁରେ ଅଜସ୍ର ଆପତ୍ତି ଅଭିଯୋଗ, ଖାଇଲା ବେଳ ଠାରୁ ଶୋଇଲା ପର୍ୟ୍ଏନ୍ତ   ମନ ଦେଇ ଶୁଣେ ଆଉ ଯେଉଁ ଦିନ ନ ଶୁଣିବ ବୋଉ ତାର ସେଦିନ ଆଉ ରାତିରେ ନ ଖାଇ ରାଗିକି ଶୋଇପଡିବ । ତେଣୁ ତାକୁ ନ ଭଲ ଲାଗିଲେ ବି ଶୁଣେ । ମିଛିମିଛିକା କାଳୀକୁ ଗାଳି କରେ  । କାଳୀ ଗାଳି ଖାଇବା ଦେଖିଲେ ଉମା ଦେବୀ ଭାବେ ଯାହା ହଉ ମୋ ପୁଅ ମୋ କଥାରେ ଅଛି । 

କାଳୀ ଝିଅ ତାର ବୋଉକୁ ଜମା ପସନ୍ଦ ନୁହେଁ । ସେ ଭଲ ଭାବେ ଜଣେ ଯେତେ ମନା କଲା ସେ ବାହାହନା ତାକୁ, ରଘୁଆ ହେଲେ ତା କଥା ନ ମାନି ରଘୁଆ ତାକୁ ବାହା ହେଲା । ସେଥିପାଇଁ ରଘୁଆ ଉପରେ ରାଗ ତାର ହେଲେ କଥାରେ ଅଛି । ଯେ ଯାହାକୁ ରସିଲା ମଲ୍ଲୀ ଫୁଲ ପରି ବାସିଲା । ତା ଶଳା ହେଲା ତାର ସାଙ୍ଗ ପିଲା ଦିନରୁ ସେ କାଳୀକୁ ଦେଖି ଭାବି ନେଇ ଥିଲା । ତାକୁ ହିଁ ନିଜ ଘରଣୀ କରିବ ବୋଲି । କାଳୀ ବି ଭଲ ଝିଅଟେ । କେବେ ଉମା ଦେବୀର ଗାଳିର ପ୍ରତିଉତ୍ତର ଦିଇନାହିଁ । ଯେତେ ବେଳେ ଉମା ଦେବୀ ବୋହୁକୁ ଗାଳି କରେ ରଘୁଆ କାନ ବନ୍ଦ କରି ଚାଲି ଯାଏ ଆଉ କାଳୀକୁ ଗାଳି ଦିଏ ନାହିଁ । 

ସେତେବେଳେ ଉମା ଦେବୀର ରାଗର ତାଣ୍ଡବ ବଢିଯାଏ । ତାପରେ କାଳୀକୁ ସିଏ ବେଶି ଗାଳି କରେ ଆଲୋ ଏ ମୌନ ମୁହିଁ କିଛି ଜାଣି ନାହିଁ । ମୌନ ମୁହିଁ ରହି ଥାଏ ଘର କୋଣରେ । ଘଇତା ଆଗରେ ସକେଇ କାନ୍ଦେ କିଛି ଦେଇ ନାହିଁ ତୁଣ୍ଡେ । ସେ ଭାବେ କାଳୀ ତା ପୁଅକୁ ଏବେ ହାତ ମୁଠାରେ ରଖିଲାଣି । 

ରାଗିକି ରଘୁଆକୁ କୁହେ ରହରେ ରଇଜଳା ଏକା ମାଘକେ ଶୀତ ଯାଏନି । ମତେ ଯେମିତି କଲବଲ କରୁଛୁ, ସେମିତି ହେବୁ ତୁ । କାଳୀର ଶ୍ୱଶୁର ତାକୁ ଝିଅ ଭଳି ଦେଖୁଥିଲେ । ମଲା ବେଳକୁ ତାଠାରୁ କଥା ନେଇ ଥିଲେ ଶାଶୁକୁ ମାଆ ପରି ଦେଖିବୁ, କିଛି କହିବୁନି ତାକୁ । ହେଲେ କେତେ ସହିବ ଗାଳି । ବେଳେ ବେଳେ ତାକୁ ବି ରାଗ ଲାଗେ ଯେତେ ହେଲେ ମଣିଷ । ପିଲା ଥିଲେ ସିନା କିଛି ତା ମନ ପରିବର୍ତ୍ତନ ହେଇଥାନ୍ତା । ରାଗ ଆସିଲେ ମାଟି ଚୁଲି କି କାଠ ଫଳିଆରେ ଦୁଇ କାଠ ପିଟି ଦିଏ । ଶାଶୁ ବୁଢ଼ୀ ଦେଖିକି ଆହୁରି ରାଗିକି ପଞ୍ଚମ ଆଲୋ ଆଲୋ ଶାଶୁ ମାରୁ ଥାଏ ବୋହୂକୁ ବୋହୁ ସବା ଖାଇ କାହାକୁ ମାରିବ ମାରୁଥାଏ ଚୁଲି ମୁଣ୍ଡକୁ ତୋ ମୁଣ୍ଡରେ ଗୁଣ୍ଡ ଲୋ କାଳୀ ବୋହୁ ମୋର ଏତେ ପୁରୁଣା ଚୁଲିକୁ ଭାଙ୍ଗି ଦେଲୁ । 

ଆଲୋ!!! ଆଲୋ!!! ମୋ ଘରକୁ କଣ କଲାଣି ଲୋ କହି କାନ୍ଦୁ କାନ୍ଦୁ ପଡିଶା ଘର ଖୁଡି ଆସି କାଳୀ ପଟେ ବାହାରି କୁହନ୍ତି । ଆହେ ଭାଉଜ ଗୋଟେ ହାତରେ କଣ ତାଳି ବଜେ, କାହିଁକି??ସେ ବୋହୂ ଟାକୁ ଦିନ ରାତି ଗାଳି କରୁଛ । ଗୋଟେ ବୋଲି ବୋହୂ ତୁମର ପିଲା ପିଲି ନାହିଁ । କେତେବେଳେ ପ୍ରଭୁ ତାକୁ ନିଶ୍ଚିତ ଭାବରେ ଦେବେ ତା ଦୁଃଖ ବୁଝିବେ । ଉମା ଦେବୀ କହେ ହଁ ଲୋ ଯା ତିନି ତିନି ଟି ନଷ୍ଟ କଲାଣି ଆଉ ଭଗବାନ କଣ ଦେବେ ? ତତେ କିଆଁ ଏତେ ଦୁଃଖ ନାଗୁଚି ମ ଆଲୋ ନିଜ ଘର ସମ୍ଭାଳ ମୋ ଘରକୁ ମୁଁ ଅଛି । କହି ଦେଉ ଥାଇ ପରକୁ ବୁଦ୍ଧି ନ ଦିଶଇ ନିଜ ଘର କୁଯା ....ଯା .....ନିଜ ଘର ସମ୍ଭାଳ ତା ପରେ ଏଠି ଆସିକି ବେଭାରୀ ହେବୁ । ପଡୋଶୀ ସବୁ ରାଗରେ ତାଙ୍କ ଘରକୁ ଚାଲିଯାନ୍ତି । ଆଉ କେବେ ଶାଶୁ ବୋହୁ କଳିରେ ବାହାରି ବାକୁ ପସନ୍ଦ କରନ୍ତିନି । ଅଯଥା ଗାଳି ଶୁଣି କାଳୀ ବୋହୁର ମୁଣ୍ଡ ଫାଟି ଗଲା ପରି ବିନ୍ଧା ହୁଏ । ଗାଁକୁ ଜଣେ ନୂଆ ଡାକ୍ତର ବାବୁ ଆସିଛନ୍ତି ରଘୁଆ ସେଠିକି କାଳୀକୁ ନେଇ ଯାଇ ଥିଲା । 

ଡାକ୍ତର ବାବୁ ଦେଖିଲେ କହିଲେ କାଳୀର ଚାରି ମାସ ହେବ ଗର୍ଭ ହେଇଛି । ରଘୁଆ ମନ ଏକ ଦୁମ ଖୁସି କହିଲେ ନ ସରେ ପଡ଼ିଶା ଘରର ଭିମା ବୋଉ ଘରେ କୁଆଡେ ଠାକୁରାଣୀ ବାହାରୁଛନ୍ତି । ତାଙ୍କ ଠାରୁ ହୁକୁମ ଖାଇକି କୋଉଠି କାଳୀ ଆଜି ଗର୍ଭ ବତୀ ସେ କୁଆଡେ ଦଣ୍ଡ ମଇପି ଆଗେ କହୁଥିଲା । ହେଲେ ତା ଶାଶୁ ଆଗେ କିଏ କହିବ କହୁ କହୁ ବକ ବକ ହୋଇ ମୁଣ୍ଡ ଖାଇବେ । ନ କହିଲେ ଆହୁରି କୀଳା ତା ପାଖକୁ ଯିଏ ଯିବ ଆ ବଳଦ ମତେ ବିନ୍ଧ ତାର ଅଳ୍ପ ବିଦ୍ୟା ପୁରା ଭୟଙ୍କର କଣ କରିବ ରଘୁଆ କିଛି ବୁଝି ପାରୁନଥିଲା । 

ସେଦିନ ରାତିରେ ବୋଉକୁ ତାର ଖାଇ ବସିଲା ବେଳେ ରଘୁଆ କହିବାକୁ ଭାବିଲା । ବୋଉ ତାର ନିତି ଦିନ ପରି କାଳୀକୁ ଗାଳି କରୁଥାଏ । ରଘୁଆ ଯାଇ କି ମାଆ ପାଖେ ବସି ପଡ଼ିଲା ଆଲୋ ବୋଉ ତୁ କାହିଁକି??ତା ଉପରେ ଗର୍ ଗର୍ ସବୁ ବେଳେ ହଉଛୁ କହିଲୁ । ଉମା ଦେବୀ କହିଲା ଆମ୍ବ ଗଛର ସିଅ ବୁଢା ଆଗେ ବୁଢ଼ୀ ସକେଇ କାନ୍ଦେ ଖଡୁ ବଦଳାଇ ଦିଅ  ଆରେ ମୋ ଫଟା କପାଳରେ ରଘୁଆ ମୋର କୁଳ ବୁଡ଼ିଲା ତୋ ମାଇକିନିଆ ଯୋଗୁଁ ହେ ଭଗବାନ ଅରକ୍ଷିତକୁ ସାହା ହୁଅ । ତିନି ତିନି ଟା ତଣ୍ଟି ମୋଡି ଖାଇଲେଣି ଡାହାଣୀ ମୋ ରଘୁଆକୁ ଖାଇଯିବ ଲୋ, ତୁ ଗୋଦାରା କୋଡେ ଯେତେ ମାଡ଼େ ସେତେ ତତେ କହୁଛି ଆଉ ଗୋଟେ ମାଇକିନିଆକୁ ଘରଣୀ କରି ଆଣେ ତୁ ମୋ କଥା କଣ? ଶୁଣୁ ଛୁ ଆପଣା ହସ୍ତେ ଜ୍ବହା ଛେଦି ଆରେ ତାରକେ ଅଛି ପ୍ରତିବାଦୀ । 

ରଘୁଆ କିଛି ବୁଝି ପାରୁନଥିଲା କେମିତି ବୁଝେଇବ ବୋଉକୁ ତାର ସେ ତ ରାଣ୍ଡି ପୁଅ ଅନନ୍ତ ବୋଉ ତାର ବହୁତ କଷ୍ଟ ସହିଛି ତାକୁ ବଡ କରିବା ପାଇଁ ଯେତେ ଗାଳି କଲେ ବି ସେ ତା ବୋଉ ସହିତ କାଳୀକୁ ବି ସେ ବହୁତ ଭଲ ପାଏ । ହେଲେ ଆଜି ସେ ସମୟର ଦୋଛକିରେ ଗୋଟେ ଶାଢ଼ୀ ଆଣିଥିଲା କାଳୀ ପାଇଁ କାଳୀ ଯେତେବେଳେ ସେଟା ପିନ୍ଧିଲା ବୋଉ ତାର ଦେଖେଇ ସେଖେଇ କେତେ କଥା କହିଲା ସାହି ପଡିଶାରେ ଆଲୋ!! କେତେ ଚାହିଁ ଥାଉ ମତେ ତୋ ଠାରୁ ସୁନ୍ଦର ମୋର ଵିନୋଦିଆ

ଚାକର ରଖିବ ତତେ । 

ସେ ଦିନ ଠାରୁ କାଳୀ ଆଉ ନୂଆ ଶାଢ଼ୀ ପିନ୍ଧିନି । ରଘୁଆ ବୋଉକୁ ତାର ଧୀରେ ଯାଇ କହିଲା ଆଲୋ ବୋଉ ଡାକ୍ତର ବାବୁ ଯୋଉ ଗାଁ ଙ୍କୁ ନୂଆ କରି ଆସିଛନ୍ତି । ସେ କହୁଥିଲେ କାଳୀର କୁଆଡେ ଚାରିମାସର ଗର୍ଭ ତାର ମୁଣ୍ଡ ଯୋଉ ବିନ୍ଧୁ ଥିଲା ସେଥିପାଇଁ ମୁଁ ତାକୁ ଡାକ୍ତର ଖାନା ନେଇକି ଯାଇଥିଲି । 

ହାଇରେ ମାଇପ ଭଲିଆତୁ ଖାଲି ତାକୁ ଟେକେ କଣ?? ଗୋଟେ, ଫୋନ ଆଣିକି ଦେଇଛୁ ଯେ ଦିନ ରାତି କାନରେ ମାଡିକି ବସୁଛି । ରଘୁଆ କହିଲା ହଁ ସେ ଛକରେ ସାନିଆ ଭାଇ ଗୋଟେ ନୂଆ ଫୋନ ଦୋକାନଟେ ଖୋଲିଛି ମତେ ଗୋଟେ ଫୋନ ଦେଇଚି ଆର ବର୍ଷ ପାଞ୍ଚ ବସ୍ତା ଧନ ନେଇ ଥିଲା ତା ସୁଧ ବାବଦକୁ ମ । 

ସେ ଫୋନରେ କେତେ ଗୀତ ଅଛି ତ କାଳୀକୁ ଟିକେ ଗୀତ ଶୁଣିବାକୁ ଭଲ ଲାଗେ ସେଥିପାଇଁ ତାକୁ ମୁଁ ଦେଇଛି । ଡାକ୍ତର ବାବୁ ବି କହୁଥିଲେ ଏ ସମୟରେ ଗୀତ ଶୁଣିବ ମନ ଖୁସି ରଖିବ ଭଲ ଭଲ ଚିନ୍ତା କରିବ ଆଉ ଭଲ ଖାଇବ । ତେବେ ଯାଇ ସୁସ୍ଥ ସୁନ୍ଦର ପିଲା ହେବ । ହଁରେ ରଘୁଆ ଗୋଟେ ନାତି ଟୋକାଟେ ମତେ ତୁ ଦେଇ ଦେଲେ ମୋ ମନ ସହିତ, ତା ପାଦ ସ୍ପର୍ଶରେ ମୋର ଘର ଅଗଣା ପୁରି ଉଠନ୍ତା ଖୁଶିରେ । 

ହଉ ଯା ଶୋଇବୁ ରାତି ହେଲାଣି ଆଜି ବୋଉ ମୁଣ୍ଡ ଥଣ୍ଡା ଭାବିରଘୁଆ ବାରେଣ୍ଡାରେ ଖଟିଆଟେ ପକେଇ ଶୋଇ ଗଲା ବୋଉ ପାଖରେ ସୁଲୁ ସୁଲୁ ପବନରେ ନିଦ ହେଇ ଗଲା ତାକୁ । 

ସକାଳୁ ପଖାଳ କଂସାଏ ଖାଇ ଦୋକାନ ବାହାରି ପଡିଲା । କାଲି ଠାରୁ ବୋଉ ମୁଣ୍ଡ ଥଣ୍ଡା ତାର ସକାଳୁ ସକାଳୁ ଆଲୋ !!!!ମୋ ଘର ମଣି!!!! କୁଆଡେ ଗଲୁରେ ଶୁଣି ରଘୁଆ ଚମକି ପଡିଲା ଆଜି ସୂର୍ଯ୍ୟ କଣ ପଶ୍ଚିମ ଦିଗରେ ଉଦୟ ହେଇଛନ୍ତି ନା କଣ ???ଆଲୋ କାଳୀ କୁଆଡେ ଗଲୁ କି ମାଆ କାଳୀ ଧଇଁ ସଇଁ ହୋଇ ହଁ ବୋଉ ଯାଉଛି । ଆଲୋ !!!!ଆଲୋ!!! ଦୌଡୁ ଚୁ କାହିଁକି???ନା ମ ବୋଉ ତମେ ଗାଳି ଦେଵ ବୋଲି ମୁଁ ଶୀଘ୍ର ଶିଘ୍ର ଆସିଲି ଆଲୋ !!!ରହ ମୋ ପିଲା ଟାକୁ ମାରିବୁ କି ତୁ!!!!ତୁ ମର ପଛେ ମୋ ପିଲାକୁ ହୋସିୟାର ଭଲରେ ରଖିବୁ । 

କାଳୀ ମନେ ମନେ ଭାବିଲା ମାଆଟାର ପେଟରେ ପିଲା ବଢୁଛି ହେଲେ ମାଆର ଚିନ୍ତା କାହାର ନାହିଁ । ସମସ୍ତେ ପିଲା କଥା ଚିନ୍ତା ହଁ ବୁଢୀ କାଳେ ପିଲା ହେଉଛି ତାର ଆଉ କଣ କହିବ ?, ??ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକକୁ ଉତ୍ତର ନାହିଁ ଭାବି ଚୁପ ରହି ଗଲା ସେ । 

ରଘୁଆ ମଝିରେ ମଝିରେ ତାକୁ ନେଇ ଡାକ୍ତରକୁ ଦେଖାଏ । କାଳୀ ମାର୍ତ୍ତୃତ୍ୱ ବହୁତ ଦିନ ପରେ ପାଇଛି ଭାବି ମନେ ମନେ ଖୁସି ହୁଏ ନିଜର ଯତ୍ନ ନିଏ ସେ । ଏବେ ତାର ଦଶ ମାସେ ଡାକ୍ତର କହୁଥିଲେ ଇଆରୀ ଭିତରେ ପିଲା ଟିଏ ହବତାର । ରଘୁଆ ମନ ପୁରା ଖୁସି କୁନି କୁନି ପାଟିରେ ତାକୁ ବାବା ଆଉ କାଳୀକୁ ବୋଉ ଡାକିବ । ହେଲେ କାଳୀକୁ ଡର ମାଡୁ ଥାଏ । ଯେତେବେଳେ ଡାକ୍ତର ବାବୁ କହିଲେ ଅପରେସନ କରି ଛୁଆଟେ ହେବ ବୋଲି । ହେଲେ ଡାକ୍ତର ବାବୁ ବୁଝା ସୁଝା କଲା ପରେ ତା ମନ ଟି ଥୟ ଧରିଲା । କାଳୀ ପେଟରେ ଦୁଇ ଦିନ ହେବ ଭାରି ବ୍ୟଥା, କାହାକୁ କିଛି ନ କହି ଗୁମୁରୀ ଗୁମୁରୀ କାନ୍ଦେ । ଆଉ ବେଶି କାମ କରି ପାରୁନି । ଏମିତି ଡାକ୍ତର ବାବୁ ତାକୁ କହିଥିଲେ ବେଶୀ ଟିକେ ରେଷ୍ଟ ନେବାକୁ ସେଥିପାଇଁ ରଘୁଆ ରୋଷେଇ ବାସ କରି ଦୋକାନକୁ ଯାଏ । ଏବେ ସବୁଦିନ । କାଳୀ ନିଜେ ଖାଏ ଆଉ ସବୁ ପାଇଟି ଧୀରେ ସୁସ୍ତେ କରେ । ହେଲେ ଆଜି କାଳୀ ସେଜରୁ ଉଠି ପାରୁନି ତାକୁ ଲାଗୁଛି ତାର ସବୁ ହାଡ଼ ଭାଙ୍ଗି ଯାଉଛି । ଭାରି କଷ୍ଟ ହେଉଛି ତା ପାଖରେ କେହି ନାହାନ୍ତି ସେତେବେଳେ ସମସ୍ତେ ଭାଗବତ ଶୁଣିବାକୁ ଗାଁ ମନ୍ଦିର ଯାଇଛନ୍ତି । 

ବେଳକୁ ବେଳ ପେଟ ଭାରି କାଟିଲାଣି ମନେ ପଡ଼ିଲାତାର ଫୋନ କଥା । ରଘୁଆକୁ ଫୋନ କଲା ଭାଗ୍ୟକୁ ତାର ଫୋନ ରଘୁଆ ଧରିନେଲା । ଶୀଘ୍ର ଆସି କାଳୀକୁ ଡାକ୍ତର ପାଖକୁ ନେଇ ଚାଲିଗଲା । ଆଉ କିଛି ସମୟ ଭିତରେ ପିଲା ଟିର କୁଆଁ କୁଆଁ କାନ୍ଦରେ ଡାକ୍ତର ଖାନା ପୂରି ଗଲା । ରଘୁଆର ଖୁଶି କହିଲେ ନ ସରେ ହେଲେ କାଳୀର ଅବସ୍ଥା ପୁରା ଖରାପ ମରିବକି ବଞ୍ଚିବ କହି ହେଉ ନ ଥାଏ । ଉମା ଦେବୀ ଆସି ହାଜର ଆରେ ରଘୁଆ ମୋ ନାତି ଟୋକାକୁ ଦେଖି ବାକୁ ଆସିଲିରେ । । ନାଇ ....ଲ ବୋଉ ତୋର ନାତୁଣୀ ଟିଏ ହୋଇଛି । ଉମା ଦେବୀ ମୁଣ୍ଡରେ ହାତ ଦେଇ ବସିଲା ହଇରେ ରଘୁଆ ମୋ କୂଳ ତୁ ବୁଡ଼େଇ ଦେଲୁତୋ ମାଇ କିନା ମତେ ଭସେଇ ଦେଲାରେ !!, ଏତେବର୍ଷ ବାଞ୍ଝରେ ଝିଅ ଟିଏ ଜନମ କଲା କହି ରାଗ ସହିତ ମନ ଦୁଃଖରେ ତର ତର ହୋଇ ଘରକୁ ଚାଲି ଗଲା ଆଉ ନିତୁଣୀକୁ ଦେଖିଲାନି । 

ସେପଟେ କାଳୀ ବୋହୁର ଅବସ୍ଥାରେ ଧୀରେ ଧରେ ସୁଧାର ହେଉଥାଏ । ଡାକ୍ତର ବାବୁ ବହୁତ ଲାଗି ଥାନ୍ତି କାଳୀକୁ ବଞ୍ଚେଇ ବା ପାଇଁ । ଯେତେ ବେଳେ ରଘୁଆ କାଳୀ ପାଖରେ ତା ଝିଅକୁ ଆଣି ରଖି ଦେଲା । ବାରମ୍ବାର ସେ କୁନି ହାତ କୁନି ପାଦ ରସ୍ପର୍ଶୀରେ ନୂଆ ଜୀବନ ନୂଆ ମାର୍ତ୍ତୃତ୍ୱ ଭାରି ଯାଇଥିଲା କାଳୀ ଦେହରେ । ସେ ଏବେ ଶୀଘ୍ର ଶୀଘ୍ର ଭଲ ହେଉଛି ଆଉ ରଘୁଆ ଖୁସି କହିଲେ ନ ସରେ ରଘୁଆ ସେତେବେଳେ ଗାଁ ଟା ସାରା ମିଠା ବାଣ୍ଟିଲା । 

କିଛି ଦିନ ଭିତରେ କାଳୀ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଝିଅକୁ ନେଇ ଫେରିଲା । ଉମା ଦେବୀ ଙ୍କୁ ଡାକିଲା ଉମା ଦେବୀ ରାଗିକି ହୁ.... କି ....ଚୁ... କରୁ ନ ଥାଏ । କାଳୀ ଆଗେ ଯାଏ କହିଲା, ବୋଉ ତୁମ ନାତୁଣୀକୁ ଦେଖ କେମିତି ଜୁଲୁ ଜୁଳୁ କରି ଚାହିଁଚି ତୁମକୁ । ମୁଁ ତାକୁ ଡାକ୍ତର କରିବି ବଡ଼ ହେଲେ । ସେ ଆମ ଗାଁର ନା ରଖିବ । କାଳୀ ବୋହୁ କଥା ଶୁଣି ଉମା ଦେବୀକୁ ଆହୁରି ରାଗ ଆଲୋ ଏତେ ସପନକୁ ରାତି କାହିଁ । ଝିଅ ପିଲା ଢ଼ିଙ୍କି ସ୍ୱର୍ଗକୁ ଗଲେବି ଧାନ କୁଟିବ ହିଁ କୁଟିବ, । ଯା..... ଯା ....ତୋ କାମ କର ବେଶୀ ଫୁଲେଇ ହୋଇ କଥା କହନା!!, କାଳୀ ବୋହୁ ହଁ ଆସୁ ଆସୁ ବୋଉ ତୁମର ଏମିତି କଥାଗୁଡିକ ଶୁଣିବାକୁ ଆଉ ଭଲ ଲାଗୁନି । 

ଆଲୋ ଆଲୋ ମାଆ ହେଇଗଲୁ ବୋଲି ମତେ ଜବାବ ଦବୁ ତୋର ଆଡେ ବାହାପ ଅତି ଅଲାଜୁକି ନାଚି ଯାଏ ଅତି ପୋଡା ମୁହିଁ ଗୀତ ଗାଏ । ତୁ ଟି ସେହି ପୋଡା ମୁହିଁ କାନରେ ତାର ମାଡିକି ଗୀତ ଶୁଣୁଥିଲୁ ପରା ମୋ ଘର ବୁଡି ଗଲାରେ ରଘୁଆ ତୋ ମାଇକିନିଆ ମତେ ଜବାବ ଦେଲାଣି ତୋ ଝିଅ ମତେ ଦେଖି ହସୁଛି । 

ରଘୁଆ ଆଶ୍ଚର୍ଯ୍ୟ ଆଲୋ ବୋଉ ତୋ ମୁଣ୍ଡ ଠିକ ଅଛିଟି ବାର ଚଉଦ ଦିନର ପିଲା ତତେ ଦେଖିକି ହସିବ । ଯା ....ଯା... ଆଉ ରାଗେନା । ଯାହା ହେବାର ତ ହେଲାଣି, ଆଉ ମୁଣ୍ଡ ବାଡ଼େଇ କାନ୍ଦିଲେ କଣ ହେବ ???ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକକୁ ଉତ୍ତର ନାହିଁ । ତୁ ଯାହା ଭାବୁଛୁ ଭାବେ । ମତେ ଖୁଶି ଲାଗୁଛି କାଳୀ ଆଉ ମୁଁ ବାବା ବୋଉ ହେଇଗଲୁ । କାଲି ଗାଁରେ ଆଉ ଥରେ ଦୋକାନରେ ମିଠା କରି ବାଣ୍ଟିବି । 

ସକାଳୁ ଉଠି ଗାଁ ଦୋକାନରେ ମିଠା କରି ରଘୁଆ ଗାଁ ସାରା ବାଣ୍ଟି ଲା । ଗାଁ ଲୋକେ ତା ଝିଅକୁ ଆଶ୍ରିବାଦ କଲେ । ଝିଅ ଆସ୍ତେ ଆସ୍ତେ ବଡ଼ ହେଲା କୁନି କୁନି ପାଦରେ ଘର ଅଗଣା ରେଘୁରି ବୁଲିଲା । ନାଲି ଟୁକୁ ଟୁକୁ ଓଠରେ ଯେତେ ବେଳେ ଉମା ଦେବୀକୁ ଜେଜେ ମାଆ ଡାକିଲା । ଉମା ଦେବୀର ଛାତି ଟା ପ୍ରେମ ସେନେହରେ ଫାଟି ପଡିଲା । ନାତୁଣୀକୁ କୋଳେକରି କହିଲା-:ଆଲୋ ମୋ ଏକେଇ ବାଳା ବିସିକେସିନୀ ମୋର ଅନ୍ଧାର ଘରେ ଆଲୁଅ ତତେ ଦଇବ ସାହା ହଉ । ନାତୁଣୀ ଗାଲରେ ଗେଲ କରି ତାକୁ ଅଜସ୍ର ଆଶ୍ରିବାଦ ଦେଲା ରାଗର ସବୁ ସ୍ୱର ମିଠା ପାଲଟି ଯାଇଥିଲା ସେତେବେଳେ ସେ କୁନି କୁନି ସ୍ୱରରେ ଜେଜେମା ଡାକ ଟା କାନକୁ ତାର ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଥିଲା । ମୁହଁରୁ ଖାଲି ଆଶ୍ରିବାଦ ବାହାରୁଥିଲା ସେହି କୁନି ଝିଅ ପାଇଁ !!ଯାହାକୁ ସେ ଡାକ୍ତରଖାନାରେ ନ ଦେଖିକି ଚାଲିଆସିଥିଲା ଆଉ କହିଲା ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତୁ ମୋ କୂଳକୁ ଉଜ୍ଜ୍ବଳ କରିବୁ ମାଆ । 

ଦୂରରେ ଥାଇ ରଘୁଆ ଆଉ କାଳୀ ବୋହୂ ଏସବୁ ଦେଖି ଖୁସିର ସୀମା ନ ଥାଏ ତାଙ୍କ ମନରେ । ରଘୁଆ କହିଲା ବୋଉ ଲୋ କଣ କାଲୁ ଆଜି ମନ ଖୁସି କରି ଦେଲୁ । ଉମା ଦେବୀ କହିଲା ମୁଁ ବୁଝି ସାରିଲିଣିରେ ତୁ ଆଉ ତୋ ସ୍ତ୍ରୀ ମତେ କେତେ ଭଲ ପାଅ । ଉମା ଦେବୀ ମନେ ମନେ କହୁଥିଲା -:କପଟ ଚିନ୍ତା ପରିହାରି ସରଳ ଭାବ ହୃଦେ ଧରି ଭାଷଣ ସତ୍ୟ ପ୍ରିୟ ବାଣୀ ତୋଷିବ ନିତ୍ୟ ସର୍ଵ ପ୍ରାଣୀ । ଆଜି କାଳୀ ବୋହୁର ସରଳତା ଯୋଗୁଁ ସେ ବଦଳି ଯାଇଛି । ଆଉ କାଳୀ ବୋହୁ ତାକୁ ଦେଇଛି ଜୀବନର ନୂତନତା । ଜେଜେମା ଆଜି ସେ ଶେଷକୁ ହୋଇସାରିଛି ତା ନାତୁଣୀ ଯୋଗୁଁ । ମନେ ମନେ ଭାରି ଖୁସି ସେ କହୁଥିଲା ଆଲୋ ଏ କାଳୀ ତୋର ସେ ଫୋନରେ ଜେଜେମା ନାତୁଣୀର ଗୋଟେ ଫୋଟୋ ଉଠେଇ ଦେ ମ, । କାଳେ ବୟସ ହେଲାଣି ମରି ହଜି ଯିବି । ନାତୁଣୀ ମୋର ବଡ଼ ହେଲେ ଦେଖିବ ଫୋଟରେ ତା ଜେଜେମାକୁ କାଳୀ ଆସି କହିଥିଲା ବୋଉ ଆଉ ସେମିତି କଥା କୁହନି ଶୁଣିବାକୁ ଭଲ ଲାଗୁନି ଆଉ କୁନି ଝିଅ ଟା ତାର ଆସି ଫୋଟୋ ଉଠେଇବା ପାଇଁ ଜେଜେମା କୋଳ ଖୋଜୁଥିଲା ଘରେ ଖୁଶିର ଲହରୀ ଥିଲା । 



Rate this content
Log in

Similar oriya story from Inspirational