କାଳିଆ ପାଇଁ ଚିଠି ଟିଏ
କାଳିଆ ପାଇଁ ଚିଠି ଟିଏ
ହେ,
ମୋର ଆଦରର ସ୍ନେହ ର କାଳିଆ,
ତତେ ମୁଁ ଭୂମିଷ୍ଠ ପ୍ରଣାମ କରୁଛି। ମୁଁ ଆଶା ନକରି ଦୃଢ଼ତା ର ସହ କହୁଛି ତୁ ଖୁସି ରେ ଅଛୁ।ଆଉ ତୋର ଅପାର କରୁଣା ରୁ ମୁଁ ବଞ୍ଚିଛି କିନ୍ତୁ ଦୁଃଖ ରେ ଅଛି।ତୋର ଏ ସଂସାର ରେ ସୁଖ ସମୟରେ ସାଥିରେ ସମସ୍ତେ ରହିବେ ହେଲେ ଦୁଃଖ ବେଳେ କେହି ନୁହେଁ କାହାର।କାହାକୁ ମନ କଥା ଜଣେଇବି ଭାବି ତୋ ପାଖକୁ ଚିଠି ଟିଏ ଲେଖୁଛି।
ତତେ ସବୁ ଜଣା ବୋଲି ମୁଁ ଜାଣିଛି ତଥାପି ଲେଖୁଛି।ମୋର ଆଶା ଏସବୁ ପ୍ରଶ୍ନର ଉତ୍ତର ତୁ ଚିଠି ରେ ନିଶ୍ଚୟ ଲେଖିବୁ ।ପିଲା ଦିନୁ କେବଳ ଦୁଃଖ ଦେଖି ଆସିଛି ରେ ସୁଖ ଟିକେ ପାଇବାକୁ ଭାରି ଇଚ୍ଛା ହେଲେ ମିଳୁନି।ଅନେକ ଯନ୍ତ୍ରଣା ଅନେକ କଷ୍ଟ ଭୋକ ଉପାସ ରେ ଦିନ କଟିଛି।ପିଲା ଦିନ କଣ ବୁଝିବା ଆଗରୁ ମୋର ପିଲା ଦିନ ସରି ଯାଇଛି।ଏବେ ମୁଁ ବଡ଼ ହେଇଚି ତଥାପି ପରିସ୍ଥିତି ବଦଲିନି ଅଭାବ ଅନାଟନ ରେ ଦିନ କଟିଛି।ତତେ ମୁଁ ବେଶୀ କିଛି ମାଗି ନଥିଲି ଖାଇପିଇ ଭଲ ରେ ରହିବ ପାଇଁ ସବୁ ବେଳେ ପ୍ରାର୍ଥନା କରେ ତୋ ପାଖରେ।ତୋର ତ ଏତେ ସମ୍ପତି ଖାଇଲେ ବୋହିଲେ ସରିବନି । ସାରା ସଂସାର ତ ତୋର, ମତେ ଦବା ପାଇଁ ତୋ ହାତ ଅଟକି କାଇଁ ଯାଉଚି?
ଓଃ ତୋର ପରା ହାତ ନାହିଁ ତୁ ବି କେମିତି କଣ ଦବୁ ମତେ?
ବାହା ହେଇ ଶାଶୁ ଘର ଆସିଲା ପରେ ଭାବି ଥିଲି ଜୀବନ ଟା ଏବେ ସରଳ ସୁନ୍ଦର ଭାବେ କଟି ଯିବ।ହେଲେ ତୁ ପୁଣି କପଟ କଲୁ,ଯେତେ ଚେଷ୍ଟା କଲି ଭଲ ବ୍ୟବହାର ଗୁଣରେ ଘରର ସମସ୍ତଙ୍କୁ ଖୁସି ରଖିବି।ହେଲେ ଭୁଲି ଯାଇଥିଲି ଏଇ ଟା ବା ଶାଶୁ ଘର !
କେଜାଣି ମତେ,ମୋ କଥାକୁ ,ମୋ ଭିତରେ ଥିବା କଷ୍ଟ କୁ ମୁଁ ଯାହାକୁ କହିଲେ ବି ତାଙ୍କୁ ଲାଗୁଛି ମୁଁ ଖରାପ। ହେଇ ଥାଇ ପାରେ ମୁଁ ଖରାପ ସେଥି ପାଇଁ ତୁ ମତେ ତୋ ପାଖକୁ ତୋ ଡୋରୀରେ ବାନ୍ଧି ନଉନୁ। ଏଇ ହତଭାଗିନୀ କୁ ପୁରୀ ଟିକେ ନଉନୁ।
ଶେଷ ଧାଡ଼ିଏ ଲେଖିବି ରେ କାଳିଆ ଏଥର ପୁରୀ ନେଲେ ତୋ ପାଖରେ ରଖିଦବୁ ମତେ।ଆଉ ଛାଡିବୁନି ଦୁଃଖ ଭରା ଏଇ ସଂସାର ର କୁ।ମୋର କିଛି କଥା କେବେ ସୁଣିନୁ କେବେ ବୁଝିନୁ ଭାବୁଛି ଏଇ କଥା ପଦିଏ ମୋର ମାନିବୁ।ମୋ ଚିଠି ପଢ଼ି ସିକୃତି ନିଶ୍ଚିୟ ଦେବୁ।
ଇତି
ତୋର ହତଭାଗିନୀ ।
