ରାକ୍ଷୀ
ରାକ୍ଷୀ
ସବୁ ବରଷ ପରି ଏ ବରଷ ମଧ୍ୟ ରାକ୍ଷୀ ଆସିଚି। ଦିନିଆ ର ସବୁ ଭଉଣୀ କେତେ ଖୁସି ରେ ଅପେକ୍ଷା କରିଛନ୍ତି ରାକ୍ଷୀ କୁ।ଭାଇ କୁ ରାକ୍ଷୀ ବାନ୍ଧି ମିଛିମିଛିକା ପାଉଣା ମାଗିବା ଆଉ ଭାଇ ନଦେଲେ ଭାଇ କୁ ଗେଲ ରେ ଗେଲ ରେ କେତେ କଥା କହିବା ସଞ୍ଜୁ ର ଅଭ୍ୟାସ।ପିଲାଦିନ କଥା ମନେ ପଡିଗଲା ସଞ୍ଜୁ ର ଅଭାବୀ ଘର ବୋଲି ରାକ୍ଷୀ ପୂର୍ଣ୍ଣମୀ ଦିନ ଭାଇ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ସେ ଜିଦି କରେ ଆଗ ପଇସା ଦେ ତାପରେ ରାକ୍ଷୀ ବାନ୍ଧବୀ !ବୋଉ ତାର ସରାଘଡି ରୁ ୨ କି ୩ ଟଙ୍କା କାଢ଼ି ଭାଇ କୁ ଦିଏ।ଭାଇ ସେଇଟା ସଞ୍ଜୁ କୁ ଦେଇ ରାକ୍ଷୀ ବନ୍ଧାଏ।ସଞ୍ଜୁ ଅବଶ୍ୟ ବଡ଼ ହେଲା ପରେ ଆଉ ଜିଦି କରେନି ଟଙ୍କା ପାଇଁ ହେଲେ ଭାଇ ସବୁ ବେଳେ ଚିଡାଏ।କହେ ଆଲୋ ସଞ୍ଜୁ ଟଙ୍କା ନଦେଲେ ବା ତୁ ରାକ୍ଷୀ ବାନ୍ଧିବୁନି।ସଞ୍ଜୁ କହେ ବେଶୀ କଥା କହୁଛୁ ମାଙ୍କଡ। ଭାଇ ତାର ସରକାରୀ ଚାକିରୀ ପାଇବା ପରେ ଆଉ ଅଭାବ ବୋଲି ତାଙ୍କର କିଛି ନାହିଁ ବେଶ୍ ହସ ଖୁସି ରେ ତାଙ୍କ ସଂସାର ଚାଲିଛି। ସେ ନ ମାଗିବା ଆଗରୁ ଭାଇ ରାକ୍ଷୀ ରେ ତାକୁ ଦାମୀ ଉପହାର ଦେଇଛି।ସଞ୍ଜୁ ଭାଇ କୁ କୁହେ ତୋତେ କିଏ କହିଲା ଯେ ଏତେ ଟଙ୍କା ର ଜିନିଷ ମତେ ଦବାକୁ।ଭାଇ କହେ ଆଲୋ ହୁଣ୍ଡି ତୋ ରାକ୍ଷୀ ପାଇଁ ପରା ମୁଁ କିଛି ବି କରି ପାରେ।ଗତ ବର୍ଷ ରାକ୍ଷୀ ପୂର୍ଣ୍ଣମୀ ଅଳ୍ପ କିଛି ଦିନ ଥାଏ ।ସଞ୍ଜୁ ଆଉ ତା ଭାଇ ମିଶି ମୁଢ଼ି ମିକ୍ଚର ଖାଇ ଖାଇ tv ରେ ଇଣ୍ଡିଆନ ଆଇଡଲ୍ ଦେଖୁଥାନ୍ତି।ଭାଇ ମୋବାଇଲ୍ ଦେଖି ହଟାତ କହିଲା ବୁଝିଲୁ ସଞ୍ଜୁ ଏ ବର୍ଷ ରାକ୍ଷୀ ରେ ତତେ ମୁଁ ବଢିଆ ଗିଫ୍ଟ ଗୋଟେ ଦେବି ସାରା ଜୀବନ ମନେ ରଖିବୁ ଲୋ।ସଞ୍ଜୁ କହିଲା ଏ ଭାଇ କହ କହ କଣ ଦବୁ।ଭାଇ କହିଲା ତୁ ବେସ୍ତ କଣ ପାଇଁ ହଉଛୁ ରହ ବଳେ ଜାଣିବୁନି।ସଞ୍ଜୁ ଖୁସି ହେଇ ରାକ୍ଷୀ କୁ ଅପେକ୍ଷା କଲା।ରାକ୍ଷୀ ଆଉ ୮ ଦିନ ଥାଏ ସେଦିନ ଜୋର୍ ବର୍ଷା ଝଡି ହେଉ ଥାଏ।ବୋଉ ଭାଇ କି କହିଲା ଆରେ କୁନା ଆଜି ତୁ duty ଯାଆନି।ଭାଇ କହିଲା ନା ଲୋ ବୋଉ ଯିବାକୁ ପଡ଼ିବ ଅଫିସ ରେ କାମ ଅଛି କହି ଭାଇ ବାହାରି ଗଲା......ଗଲା ଯେ ଗଲା ଆଉ ଫେରିଲାନୀ!!!!!!
୪ ଟା ବେଳକୁ ambulance ଟିଏ ଆସି ଆମ ଘର ସାମ୍ନାରେ ରହିଲା ବୋଉ ଆଉ ସଞ୍ଜୁ ଦୌଡ଼ି ଗଲେ କାହାର କଣ ହେଲା ବୋଲି । ୨ଜଣ ଲୋକ ଗାଡ଼ି ଭିତରୁ ଲାସ୍ ଟିଏ ବାହାର କରି ଦାଣ୍ଡ ଦୁଆରେ ରଖି ଦେଇ କହିଲେ ଆପଣ ଙ୍କ ପୁଅ ଶଶାଙ୍କ ପଟ୍ଟନାୟକ ଅଫିସ ରେ କରେଣ୍ଟ ଖାଇ ମୃତ୍ୟୁ ବରଣ କରିଛନ୍ତି। ପାଦ ତଳୁ ମାଟି ଖସି ଗଲା ସଞ୍ଜୁର ବୋଉ ତାର ବେହୋସ୍ ହେଇ ପଡ଼ିଲା ଭୂଇଁ ରେ।
ସଞ୍ଜୁ ର ସାରା ଦୁନିଆ ହଲି ଯାଇ ଥିଲା ଭାଇ ବିନା କେମିତି ରହିବ a ଘରେ।ଭାଇ ଗୋଡ଼ ପାଖେ ବସି ପାଗେଳି ପରି କହୁ ଥାଏ ଏ ଭାଇ ଭାଇ ଲୋ ତୁ ଉଠିଯା ମୋର କିଛି ଦାମୀ ଉପହାର ଦରକାର ନାଇ ଭାଇ ତୁ ଉଠେ କଥା ହ ମୋ ସହ।ହେଲେ ଭାଇ ତାର ଚିରାନିଦ୍ରା ରେ ଶୋଇ ଯାଇଥିଲା ସବୁ ଦିନ ପାଇଁ।
ଠିକ୍ ଭାଇ ଯିବାର ଆଠ ଦିନ ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା ଦିନ ଗୋଟେ ଲେଟର ଆସି ପହଁଚିଲା ସଞ୍ଜୁ ଘରେ।ଲେଖା ଥିଲା ଆପଣ ଙ୍କ ଭାଇ ର ଡେଥ୍ କାର୍ଯ୍ୟାଳୟ ରେ ଥିବା ସମୟ ରେ ହୋଇଛି ସେଥି ପାଇଁ ତାଙ୍କ ଚାକିରି ଟି ଆପଣଙ୍କୁ ଅର୍ଥାତ୍ ସଂଯୁକ୍ତା ପଟ୍ଟନାୟକ ଙ୍କୁ ମିଳିଛି।ସଞ୍ଜୁ ଭାଇ ର ଫୋଟୋ ପାଖକୁ ଦୌଡ଼ି ଯାଇ ଭୋ ଭୋ ହେଇ କାନ୍ଦିବାକୁ ଲାଗିଲା !
କାନ୍ଦି କାନ୍ଦି କହିଲା ଭାଇ ଏଇ ଗିଫ୍ଟ ଦେବା ପାଇଁ କହୁ ଥିଲୁ ଯାହାକୁ ମୁଁ ସାରା ଜୀବନ ମନେ ରଖିବି।ମୋର ଏଇ ଗିଫ୍ଟ ଦରକାର ନାହିଁ ରେ ତୁ ଫେରିଆ ତୁ ଫେରିଆ ଭାଇ କେବେ ଆଉ କିଛି ମଗିବିନି ତତେ । ରାକ୍ଷୀ ଆଜି ତୁ ନାହୁ ମୁ ରାକ୍ଷୀ ବାନ୍ଧବୀ ଆଉ କାହା ହାତରେ ?ରାକ୍ଷୀ ନବାନ୍ଧି ଏତେ ବଡ ଗିଫ୍ଟ କାହିଁକି ଦେଲୁ ମତେ ଭାଇ ତୁ।
ସେମିତି ସଞ୍ଜୁ ଭାଇ ର ଫୋଟୋ ପାଖରେ କାନ୍ଦୁ ଥାଏ ହେଲେ ତା ଭାଇ ର ଉତ୍ତର ପାଇ ପାରୁ ନଥାଏ। ତା ଭାଇ ପରା ଅଫେରା ରାଇଜ କୁ ଯାଇଛି ଯୋଉଠୁ କେହି କେବେ ଫେରି ନାହିଁ।
