jyoti prakash mallick

Romance Tragedy Inspirational

4  

jyoti prakash mallick

Romance Tragedy Inspirational

କାଳି ଝିଅ

କାଳି ଝିଅ

4 mins
166



ତାର ରଙ୍ଗ କଳା ବୋଲି ତାକୁ କେହି ପସନ୍ଦ କରନ୍ତି ନାହିଁ । ପିଲାବେଳେ ଗାଁରେ ଅନ୍ୟ ଝିଅ ମାନେ ତା ସହିତ ଭଲ ଭାବେ ସାଙ୍ଗ ହୁଅନ୍ତି ନାହିଁ । ଏମିତି କି କେହି କେହି ମଧ୍ୟ କୁହନ୍ତି ତୋ ଦେହର କଳା ଆମ ଦେହରେ ଲାଗିଗଲେ ଆମେ ବି କଳା ହୋଇଯିବୁ । ଠିକ ସମାନ କଥା ଶାଶୁ ଘରେ । ଶାଶୁଘରେ ସ୍ୱାମୀ କଥା ଛାଡ । ଶାଶୁ ନଣନ୍ଦ ବି

ତା ହାତରୁ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଆଉ ସ୍ୱାମୀ ସେ ତ ଚତୁର୍ଥୀ ରାତିରେ ବୋଧେ ଶେଷ ଥର ପାଇଁ ତା ସହିତ ଗୋଟିଏ ଖଟରେ ଶୋଇଥିଲେ । ସେବେଠାରୁ ଆଉ ସେ ସୁଖ କେବେ ମିଳିନାହିଁ କାଳିକୁ ।

ତା ନାଁ ସବିତା ହେଲେ ମଧ୍ୟ ତା ଦେହର ରଙ୍ଗ ଯୋଗୁ କେତେବେଳେ ତା ନାଁ ସବିତାରୁ କାଳି ହୋଇଗଲା ସେ ନିଜେ ଜାଣିନି । ତା ଏକୋଇଶିଆରେ ତା ନାଁ ଦେଇ ଦେଇଥିବା ମାମୁଁ ବି ଜାଣି ନାହାନ୍ତି । ସେ ଏବେ ସମସ୍ତଙ୍କ ପାଇଁ କାଳି ।

ତାର ଏଇ ରଙ୍ଗ ଯୋଗୁ ଚତୁର୍ଥୀବାସୀ ସ୍ୱାମୀ ସୁରଟ ଚାଲି ଯାଇଛନ୍ତି । ଭଲକି ସେ ତାଙ୍କ ମୁହଁ ବି ଦେଖି ନାହିଁ । ଚତୁର୍ଥୀ ରାତିରେ ଖାଲି ଯାହା ଡିବିରି ଆଲୁଅରେ ତାଙ୍କ ଗୋରା ତକତକ ଝାପ୍ସା ମୁହଁକୁ ଦେଖିଥିଲା ।

ବାହାଘର ଏଇଠି ଚାରିବର୍ଷ ହେଇ ଗଲାଣି । ସ୍ୱାମୀ ଘରକୁ ଫେରିବାର ନାଁ ଧରୁ ନାହିଁ । କେତେ ଚିଠି ପରେ ଚିଠି ଦେଲାଣି ସେପଟୁ ଟିକେ ଉତ୍ତର ବି ଆସୁନି । ମଝିରେ ଗୋଟେ ଚିଠି ଆସିଥିଲା ତାର । ହେଲେ ସେଥିରେ ଅକ୍ଷର ଟିଏ ବି ତା ବିଷୟରେ ଲେଖା ହୋଇ ନଥିଲା । ଖାଲି ଶାଶୁ ନଣନ୍ଦ ଆଉ ଘର କଥା । ବାସ । ସେଇଦିନ ହିଁ ସବୁଠୁ ବେଶି ବାଧିଥିଲା କାଳିକୁ । ଇଚ୍ଛା ହେଉଥିଲା ବିଷ ଜହର ପିଇ ମରିଯିବାକୁ । ପୁଣି ନିଜ ଭାଗ୍ୟକୁ ଆଦରି ପଡି ରହିଛି । ଯାହାକୁ ନେଇ ସାହି ପଡିଶା କେତେ କଥା ନ କୁହଁନ୍ତି । ଛି... ସେ କଥା ପାଟିରେ ବି କହି ହେବନି ।

ସେଦିନ ସୋମବାର ହୋଇଥାଏ । ପ୍ରତିଦିନ ଭଳି ସକାଳୁ ସକାଳୁ ସେ ଘରଟା ଯାକର ପାଇଟି ସାରି ଚଉରା ମୂଳରେ ପାଣି ଦେଉଥାଏ । ହଠାତ ଘର ଅଗଣାରେ ଆସି ଗାଡିଟିଏ ଲାଗିଲା । ସେଥିରୁ ପ୍ରଥମେ ଜଣେ ଗୋରୀ ତକ ତକ ଝିଅଟେ ଓହ୍ଲାଇ ପଡିଲା କୋଳରେ ତାର କଅଁଳା ପିଲାଟେ । ଆଉ ଶେଷରେ ଯୁୂବକ ଜଣେ । ଯୁବକଙ୍କୁ ଦେଖି ତାଙ୍କୁ କାହିଁକି ଚିହ୍ନା ଚିହ୍ନା ଲାଗିଲା । ସେ କିଛି ବୁଝିବା ଆଗରୁ ସେମାନେ ଆଗ ପଛ ହୋଇ ଭିତରକୁ ପସିଗଲେ ତାକୁ ନ ଦେଖିବା ପରି । ପଛରେ ବୁଝୁବୁଝୁ ସେ ଜାଣିବାକୁ ପାଇଲା ସେ ଗୋରୀ ସ୍ତ୍ରୀ ଲୋକ ଜଣଙ୍କ ହେଉଛି ତା ସଉତୁଣୀ । ଆଉ ସେ ଯୁବକ ତା ସ୍ୱାମୀ । ସତେ ଯେମିତି ପାଦ ତଳୁ ଅତଡାଏ ମାଟି ଖସି ପଡିଲା । କାହାକୁ କିଛି ନ କହି ଘରଟା ଭିତରକୁ ପସିଗଲା କାଳୀ । ଆଉ ନିଜ ସେଜ ଉପରେ ଲୋଟି ପଡିଲା । ସେତେବେଳକୁ ତକିଆଟି ପୁରା ଲୁହରେ ଭିଜି ଗଲାଣି ।

ସେମାନେ ଆସିବା ଆଜିକୁ ମାସେ ହୋଇଗଲାଣି । ସ୍ୱାମୀ ସିନା ତା ସହିତ କଥା ହୁଅନ୍ତି ନାହିଁ । ସେ କିନ୍ତୁ ସେମାନଙ୍କ ସହିତ ନିଜକୁ ବେଶ ଆଡଜଷ୍ଟ କରିନେଲାଣି । ଖାସ କରି ସେଇ ସଉତୁଣୀର ପିଲାଟାକୁ ଦେଖି । ଭାରି ଭଲ ପାଏ କାଳୀ ସେ ପୁଅକୁ । ନିଜ ଜନ୍ମକଲା ପୁଅ ପରି ତାର ଦେଖାଶୁଣା କରେ । ଖୁଆଇବା ପିଆଇବା ସବୁ କିଛି । ତା ମାତ ଅହରହ ଖାଲି ମୋବାଇଲ ଟାକୁ କାନରେ ଗେଞ୍ଜି ଘର କଣରେ ପସୁଛି । କାହା ସହ ଗପୁଛି କେଜାଣି ସବୁବେଳେ ଫୁସୁଫୁସୁ ଟୁପୁ ଟୁପୁ । ଯାହାକୁ ନେଇ ଦି ଜଣଙ୍କ ଭିତରେ ଭଲ ପଡୁନାହିଁ । ଗତକାଲି ଠାରୁ ସେ ସଉତୁଣୀ କୁଆଡେ ଯାଇଛି ଯେ ଯାଇଛି । ବହୁତ ଖୋଜାଖୋଜି କଲେଣି ଇଏ । ହେଲେ ପାଉ ନାହାନ୍ତି । ଚିଠି ଟିଏ ପାଇଥିଲେ । ଯେଉଁଥିରେ ଲେଖା ହୋଇଥିଲା ମତେ ଆଉ ଖୋଜା ଖୋଜି କରିବ ନାହିଁ । ତମ ପୁଅକୁ ତମେ ରଖ ।

ସେଇଦିନ ଠାରୁ ତାରି କଥା ଭାବି ଭାବି କାଳୀ ସ୍ୱାମୀ ଦେହ ଖରାପ । ଗୋଟାଏ ପ୍ରକାର ଖିଆ ପିଆ ଛାଡି ଦେଇଛି । କାହାକୁ କିଛି କହୁନି । ଗୋରା ତକତକ ଲୋକଟା ଶୁଖି କଳାକାଠ ପଡି ଗଲାଣି । ନିଜ ମାନ ଅଭିମାନକୁ ନିଜ ଭିତରେ ରଖି ତା ସେବା କରୁଛି । ସ୍ୱାମୀ ବି ତା ସହ ଟିକେ ଟିକେ କଥା ହେଲାଣି । ଭଲ କି ନ ହେଲେ ବି କେବେକେବେ । ଶାଶୁ ବି ଏବେ ଭାରି ଆଦର କଲେଣି କାଳୀର । ସତେ ଯେମିତି ସେ ତାଙ୍କ ବୋହୂ ନୁହେଁତ ଝିଅ ।

କାଳି ପୁଅକୁ ଗାଧୋଇ ଦେଉଥାଏ । ହଠାତ ବାହାରେ ସାକେଲ ଘଣ୍ଟି ବାଜିଲା । କେହି ଜଣେ ଧଳା ଜାମା ପିନ୍ଧା ବାବୁ ତାକୁ ପଚାରିଲେ । ଏଇଟା ଗୁରିଆ ସାହୁ ଘରତ । ଇଏ ମୁଣ୍ଡ ଟୁଙ୍ଗାରୀ ହଁ ମାରିଲା । ପୁଣି ସେ ପଚାରିଲା । ତମେ କିଏ । ସେ ମୋ ... କିଛି ନ କହି ଅଟକି ଗଲା । ପୁଣି ଘର ଭିତରକୁ ଯାଇ ... ତମକୁ କିଏ ବାହାରେ ଖୋଜୁଛନ୍ତି । ଗୁରିଆ ବାହାରକୁ ଗଲା ସେ ଧଳା ଜାମା ପିନ୍ଧା ବାବୁ ଜଣଙ୍କ ତାଙ୍କୁ କିଛି ଦେଲେ । ସେ ଘରକୁ ନେଇ ଆସିଲେ । କାଳୀ ସେମିତି ପୁଅକୁ ଗାଧୋଇ ଦେଉଥାଏ । ସ୍ୱାମୀ ତାକୁ ଆସି ପାଖରେ ଡାକିଲେ । ଏଇ ଟିକେ ଶୁଣିଲୁ । ସ୍ୱାମୀ ଡାକ ଶୁଣି ସେ ଭିତରକୁ ଗଲା ।

ତୋ ମୋ ଛାଡ ପତ୍ର ପାଇଁ ଯେଉଁ କୋର୍ଟରେ ଏତଲା କରିଥିଲି । ସେଇଟା ଆଇଛି । ଏଇ ନେ ଏଥିରେ ଦସ୍ତଖତ କରିଦେ କହି ସ୍ୱାମୀ କାଗଜ ଆଉ କଲମଟା ତା ହାତକୁ ବଢାଇଦେଲା । କାଳୀ କାଗଜଟା ଖୋଲି ଦସ୍ତଖତ କରିବାକୁ କାଗଜଟା ଖୋଲୁଥିଲା । ସ୍ୱାମୀ ପୁଣି ତା ହାତକୁ ଅଟକାଇ ଦେଲା । ସତରେ ଦସ୍ତଖତ କରିବୁ ନାଁ କ’ଣ । କାଳୀ କିଛି ବୁଝି ପାରୁ ନଥାଏ । ସ୍ୱାମୀ ସେ କାଗଜଟାକୁ ତା ହାତରୁ ଛଡାଇ ନେଇ ଚିରିଦେଲା । ସ୍ୱାମୀ ନିଜ ଛାତିକୁ କାଳୀକୁ ଭିଡି ଆଣିଲା । ଆଉ କହିଲା ତୁ କଣ ଏବେ ବି ମୋ ଉପରେ ରାଗିଛୁ । କାଳିକୁ ଭାରି ଲାଜ ଲାଗୁଥାଏ । ଛି.. ତମେ ଏମିତି କଣ ହେଉଛ ଯେ । ଯା ବୋଉ ଚାଲି ଆସିବେ ।

ସେବେ ଗଠାରୁ କାଳୀର ସ୍ୱାମୀ ଆଉ ସୁରଟ ଯାଇନି । ତା ସହ କଳି କରିନି ।



Rate this content
Log in

Similar oriya story from Romance