jyoti prakash mallick

Tragedy

3  

jyoti prakash mallick

Tragedy

ନୀଳ ଶାଢ଼ୀ

ନୀଳ ଶାଢ଼ୀ

3 mins
306


ମାଳବିକାର ନୀଳ ଶାଢ଼ୀ ଭାରି ପସନ୍ଦ । ବାହାଘର ପ୍ରଥମ ସାବିତ୍ରୀ ବ୍ରତରେ ସ୍ୱାମୀ ନିହାର ଦେଇଥିବା ସେଇ ଶାଢ଼ୀ ଖଣ୍ଡକ । ଯୋଉଟା ସେ ଆଜି ପର୍ଯ୍ୟନ୍ତ ସାଇତି ରଖିଛି । ବିଭାହ ର ଚାରି ବର୍ଷ ଭିତରେ କେତେ ଶାଢ଼ୀ ସ୍ୱାମୀ ଦେଇଛନ୍ତି ତାର ହିସାବ ନାହିଁ । କିନ୍ତୁ ସେଇ ଶାଢ଼ୀ ଖଣ୍ଡକ ସେ ଆଜି ବି ସାଇତି ରଖିଛି । 

     ସ୍ୱାମୀ ନିହାର ର ମଧ୍ୟ ସେଇ ଶାଢ଼ୀଟା ଭାରି ପସନ୍ଦ । ସେଇ ଶାଢୀରେ କୁଆଡେ ମାଳବିକା ଭାରି ସୁନ୍ଦର ଲାଗନ୍ତି । ସେଥିପାଇଁ ତ ସ୍ୱାମୀ ଯୋଉଦିନ ରାଗି ଥାନ୍ତି ସେଦିନ ରାତିରେ ସେ ସେଇ ନୀଳ ଶାଢ଼ୀ ପିନ୍ଧି ତାଙ୍କ ଆଗରେ ଗେଲ୍ହେହି ହୁଏ । ଚିଡାଏ, ରଗାଏ ଆଉ ମନେଇବା ପାଇଁ ବାହାନା ଖୋଜେ । ଠିକ ଯେମିତି ନୂଆ ନୂଆ ପ୍ରେମ କରୁଥିବା ପ୍ରେମିକା ଟେ ପରି ।

      ଆଜି ଅଫିସ ଗଲାବେଳେ ନିହାର କହିଛନ୍ତି ଆଜି ତାଙ୍କ ଅଫିସର କେହିଜଣେ ବନ୍ଧୁଙ୍କର ବିବାହ ବାର୍ଷିକ । ସେ ଅଫିସରୁ ଆସିଲେ ସେଠାକୁ ଯିବେ । ଯୋଉଥି ପାଇଁ ମାଳବିକା ସକାଳେ ପାର୍ଲର ଯାଇ ଆଇବ୍ରୋ ସେଭ କରି ବ୍ଲିଚ ହୋଇଛି । ନିଜ ନୀଳ ଶାଢ଼ୀ ରଙ୍ଗର ସାର୍ଟ ଟାଏ ବି ଭଲ ଭାବରେ ଈସ୍ତ୍ରୀ କରିଛି ସ୍ୱାମୀଙ୍କ ପାଇଁ । 

   ନିହାର ବି ଡେରି ନ କରି ଠିକ ସାତଟା ବେଳେ ଅଫିସରୁ ଆସି ପହଂଚି ଗଲା । ଆଉ ସାଙ୍ଗରେ ଆଣିଥିଲା ମାଳବିକା ପାଇଁ ଏକ ହାଲ୍କା ଗୋଳାପୀର ପାଟ ଶାଢ଼ୀ । ଯେତେ ମନା କଲେବି ନିହାରର ଏକା ଜିଦ ଆଜି ସେ ନୀଳ ନୁହେଁ ସେ ଆଣିଥିବା ସେଇ ଗୋଲାପୀ ଶାଢ଼ୀ ଟା ପିନ୍ଧିବ । ମାଲବିକା କିନ୍ତୁ ଜମା ରାଜି ନଥିଲା । ନିହାର କଥାକୁ କାଟି ନ ପାରି ସେ ଗୋଲାପୀ ଶାଢ଼ୀ ପିନ୍ଧିଲା । ଅବଶ୍ୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଟିକେ ଖେଚର ମେଚର ହୋଇଗଲା ।

     ମାଳବିକା ର ଗୋଟେ ଗୁଣ ସେ ରାଗିଲେ କାହା ସହ କଥା ହୁଏ ନାହିଁ । ବାସ ନିଜ ମନ କଥା ମନରେ ରଖେ । କାହାକୁ କୁହେ ନାହିଁ କିଛି । ଚୁପ ଚାପ ଆସି ମାଳବିକା କାରରେ ବସି ପଡ଼ିଲା । ଘରେ ଟିକେ ଏପଟ ସେପଟ ହୋଇ ଥିବାରୁ ମାଲବିକା ମୁହଁ ଚୁପ କରି କାନରେ ଇୟର କଡ ଲଗାଇ ଗୀତ ଶୁଣୁଥାଏ । ଯୋଉଟା ନିହାରର ଆଲର୍ଜି । ଥରେ ଦୁଇଥର ନିହାର ଚେଷ୍ଟା କଲା ମନେଇବାକୁ କିନ୍ତୁ ପାରିଲା ନାହିଁ । ନିଜେ ହାଇ ଭାଲୁଏମ ରେ ଗୀତ ଦେଇ ଗାଡି ଚଳେଇଲା ।  ମାଲବିକା ର ରାଗ ସୁଝେଇଲା ଗାଡି ସ୍ପିକର ରେ । 

      

 କିଛି ବାଟ ଗଲା ପରେ ହଟାତ ଏକ ବିସ୍ପୋରଣ ର ଶବ୍ଦ । ସବୁ କିଛି ସୁନସାନ । ମାଳବିକା ଛିଟିକି ପଡିଛି ରାସ୍ତା ଉପରେ ।  ଗାଡିର ବେଲୁନରେ ନିହାରର ମୁହଁ । କିଛି ସମୟ ପରେ ଲୋକ ଗଦା ହେଇ ଗଲେ । କେହି ଜଣେ ନିହାର ମୁହଁରେ ପାଣି ଛାଟିବାରୁ ତାର ଚେତା ଫେରିଲା । ଆମ୍ବୁଲାନ୍ସ , ମେଡିକାଲ ତା ଭିତରେ ମାଳବିକା


- ସରି ନିହାର ବାବୁ । ମୁଁ ଆପଣଙ୍କ ମିସେସଙ୍କୁ ... ।


ଏସବୁ କିଛି ଗପ ପରି ଲାଗୁଥାଏ ନିହାରକୁ । ମାଳବିକା ତାକୁ ଛାଡ଼ି ଚାଲିଯିବା ପନ୍ଦର ଦିନ ବିତିଗଲାଣି । ତଥାପି ବିଶ୍ୱାସ କରି ପାରୁନି ସେ । ମାଳବିକା ସେଦିନ ରାଗିକି ବଦାଳି ଥିବା ନୀଳ ଶାଢ଼ୀ ଖଣ୍ଡକ ଆଜି ବି ସେମିତି ଖଟ ଉପରେ ପଡ଼ିଚି । ସତରେ କଣ ତା ମାଳବିକା ଆଉ ନାହିଁ ? ସତରେ କଣ ମାଳବିକା ତାକୁ ଏକା କରି ଚାଲିଗଲା ? ଏମିତି ସତ ମିଛର ଲୁଚକାଳି । କିଛି ସମୟ ପରେ ଫୋନ ରେ ମେସେଜ ଟିଏ ଆସିଲା ବୋଧେ ଫୋନ ଟି ବାଜି ଉଠିଲା । ଭାବନା ରାଇଜରୁ ଫେରିଲା ନିହାର ମୋବାଇଲ ଚେକ କଲା ଏଲଆଇସି ଅଫିସରୁ ମେସେଜ ଆସିଛି ମାଳବିକାର କିଛି ଦକୁମେଣ୍ଟ ଦିପୋଜିଟ କରିବା ପାଇଁ । ସେଦିନ ଠାରୁ ଆଜି ଯାଏ ସେ କେବେ ମେସେଜ ଚେକ କରିନି । କଣ ପାଇଁ କେଜାଣି ଅନ୍ୟମନସ୍କ ଭାବେ ମେସେଜ ଗୁଡା ଦେଖୁଥିଲା । ହଟାତ ନଜର ପଡିଗଲା ମାଳବିକାର ଅନରିଡ଼ ମେସେଜ ଉପରେ | ଠିକ ଗାଡି ଆକ୍ସିଡେଣ୍ଟ ହେଲା ତାରିଖର । Apr 3, 8. 53 pm


  ମାଳବିକା ମେସେଜରେ ଲେଖିଥିଲା 

- ମୁଁ ତମ ଉପରେ ରାଗିଛି । ଜମା କଥା ହେବିନି । ତମେ କାଇଁ ମୋତେ ମନା କଲ ସେ ନୀଳ ଶାଢ଼ୀ ପିନ୍ଧିବାକୁ । ଗାଡି ଧୀରେ ଚଲଉନା ଏତେ ଜୋରରେ କାହିଁକି ଚଲଉଛ । ସେ ଗୀତ ବଦଳେଇ ବିବାହ ଫିଲ୍ମ ର "ମିଲନ ଅଭି ଅଧା ଅଧୁରା ହେ" ଗୀତ ଲଗାଅ ଚୁପ ଚାପ ।

ଏତକ ପଢି ସାରିଲା ପରେ ଆପେ ଆପେ ନିହାର ହାତରୁ ମୋବାଇଲ ଖଣ୍ଡକ ଖସି ପଡ଼ିଲା ତଳକୁ । ଆଉ ଲୁହ ପଡୁଥିଲା ଖଟ ଉପରେ ପଡିଥିବା ମାଳବିକାର ସେଇ ବଦଳା ନୀଳ ଶାଢ଼ୀ ଉପରେ ।


Rate this content
Log in

Similar oriya story from Tragedy