jyoti prakash mallick

Others

2  

jyoti prakash mallick

Others

ବୋଉ

ବୋଉ

3 mins
478



ସାତ ଆଠ ବର୍ଷର ଛୋଟିଆ ପିଲାଟେ । ସେଦିନ ସ୍କୁଲରୁ ଆସି ତା ମାମା ପାଖରେ ଜିଦି କରୁଛି

- ମାମା ବୋଉ ମାନେ କଣ ? 

ଯୋଉ ପ୍ରଶ୍ନକୁ ନେଇ ଘରେ ବିକାଶ ଆଉ ତାଙ୍କ ସ୍ତ୍ରୀ ବନିତାଙ୍କ ମଧ୍ୟରେ ଝଗଡା। କେବଳ ତମରି ପାଇଁ ଛୁଆଟା ଆଜି ଖରାପ ହୋଇ ଗଲା । ବୁଢା ବୁଢ଼ୀଙ୍କ ପାଖରେ ରହି ଯେତେ ସବୁ ବେକାର କଥା ଶିଖୁଛି । ତମକୁ ଯେତେ କହିଲେ ତମେ ଟିକେ ବଦଳୁନ। ଆମ ପିଲା ଗାଁ ରେ ରହିଲେ ଆ ତା ସାଙ୍ଗରେ ପଡି ଖରାପ ହୋଇଯିବ । ତମେ ତ କିଛି ବୁଝି ପାରୁନ ନାଁ । ଏମିତି କହି ବନିତା ରାଗରେ ଗରଗର ହଉଥାନ୍ତି ସ୍ୱାମୀଙ୍କ ଉପରେ । ସ୍ୱାମୀ ଯେତେ ବୁଝେଇବାକୁ ଚେଷ୍ଟା କଲେବି ବନିତା ନାରାଜ ।

    ପ୍ରକୃତ ସତ କଥାଟା ହେଲା । ବନିତାକୁ ବୋଉ ଡାକ ଟା ଜମାରୁ ପସନ୍ଦ ନୁହେଁ । ସେଥିପାଇଁ ଏତେ ସବୁ ନାଟ । ବନିତା ଟିକେ ଉଗ୍ର ଆଧୁନିକା । ଗାଁ ପାଣି , ଘର , ଶାଶୁ ଶଶୁର ଏ ସବୁକିଛି ତାଙ୍କ ପାଇଁ ବିଷ । ଯୋଉଥି ପାଇଁ ସେ ସ୍ୱାମୀଙ୍କୁ ହଜାରେ ଥର କହିଲେଣି ଚାଲ ଆମେ ଭୁବନେଶ୍ୱରରେ ରହିବା । ବିକାଶ କିନ୍ତୁ ଏ ସବୁ କିଛି ଶୁଣନ୍ତିନି କେବେ । 


    ଆଜି ଗୁଡୁନୁର ସ୍କୁଲ ବାର୍ଷିକ ଉତ୍ସବ । ବନିତା ସ୍ୱାମୀଙ୍କୁ କହିଛି ଜଲଦି ଅଫିସରୁ ଆସିବାକୁ । ଆସିଲେ ସେମାନେ ସାଙ୍ଗ ହୋଇ ଯିବେ ପୁଅର ସ୍କୁଲ । ଏପଟେ ଗୁଡୁନୁକୁ ବି ଆଜି ବନିତା ତାଗିଦ କରିଛି ସ୍କୁଲରେ ଯେମିତି ସେ ତାକୁ ବୋଉ ବୋଲି ନ ଡାକେ । କାରଣ ଏଇ କେଇ ଦିନ ହେଲା ବେଳେବେଳେ ବନିତାକୁ ବୋଉ ବୋଲି ଡାକୁଛି ଗୁଡୁନୁ । ଯାହା ହଉ ଠିକ ସମୟରେ ସେମାନେ ସ୍କୁଲରେ ପହଂଚି ଗଲେ ।  ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଉଛି । ଏମାନେ ଯାଇ ପଛ ଧାଡିରେ ବସିଲେ । ପୁରସ୍କାର ବିତରଣର ଶେଷ ପର୍ଯ୍ୟାୟ । ବନିତା ପାଖ ଚେୟାର ରେ ବସିଥିବା ମହିଳାଜଣଙ୍କ ସହିତ ଆରମ୍ଭ କରି ଦେଇଥାନ୍ତି ବାର୍ତାଳାପ । ଦୁଇ ଜଣଙ୍କର ଗପ ପୁରା ଜମି ଯାଇଥାଏ । ଶଶୁର କେମିତି ଖରାପ , ଶାଶୁ କେମିତି ବେକାରିଆ ଲୋକ ଏ ସବୁର ଗୋଟି ଗୋଟି ଟିପ୍ପଣୀ ଦେଉଥାନ୍ତି ବନିତା ପାଖରେ ବସିଥିବା ମହିଳା ଜଣକୁ । କିଛି ସମୟ ପରେ ଡାକ ବାଜି ଯନ୍ତ୍ରରେ ଏକ ବିଶେଷ ଘୋଷଣାରେ ବନିତା ହଜି ଯାଇଥିବା ନିନ୍ଦା ରାଇଜରୁ ଫେରିଲେ ବାସ୍ତବ ଦୁନିଆକୁ ।


   ପ୍ରଧାନ ଶିକ୍ଷକ ଡ଼ାକବାଜି ଯନ୍ତ୍ରରେ କହିଲେ ଚଳିତ ଥର ହୋଇଥିବା ଖୁଦ୍ର ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରୁଦ୍ର ପ୍ରସାଦ ସାହୁ । ଯାହାକୁ ଶୁଣି ବନିତା ଖୁସିରେ ପାଗଳ ହୋଇ ଗଲେ ଆଉ ନିଜ ପୁଅ ପାଇଁ ପାଟିରେ ୟୋ... କହି ପୁଅକୁ ଉତ୍ସହିତ କରିବା ପାଇଁ ତାଳି ମାରିଲେ । ପୁଣି କିଛି ସମୟ ପରେ ପ୍ରଧାନ ଶିକ୍ଷକ ଆଉ ଥରେ କହିଲେ ଖୁଦ୍ର ଗଳ୍ପ "ବୋଉ" ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଯାହାକୁ ଶୁଣି ଖୁସିରେ ପାଗଳ ହେଇ ଯାଇଥିବା ବନିତାଙ୍କ ମୁହଁ ହେଇ ଗଲା କଳା । ମୁହଁରେ ମାରି ଆସିଥିବା ମେକଅପ ଆପେ ଆପେ ଧୋଇ ହୋଇଗଲା ଝାଳରେ । ପୁଣି ଆଉ ଥରେ ପ୍ରଧାନ ଶିକ୍ଷକ କହିଲେ 


 - ଏକ ବିଶେଷ ସୂଚନା ଉକ୍ତ ଗଳ୍ପକୁ ଜଣେ ନାମୀ ଦାମୀ ବହି ବିକ୍ରେତା ପଢି ଖୁସି ହୋଇ ତାଙ୍କ ବହିରେ ଛାପି ବାକୁ ଚାହୁଁଛନ୍ତି । ଯୋଉଥି ପାଇଁ ସେ ଏଇ ମଞ୍ଚରେ ରୁଦ୍ର ପ୍ରସାଦ ସାହୁ ଓରଫ ଗୁଡୁନୁକୁ ଦଶ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିବେ । ତେଣୁ ମୁଁ ଗୁଡୁନୁ ସହିତ ତାଙ୍କ ପିତା ମାତାଙ୍କୁ ମଧ୍ୟ ଅନୁରୋଧ କରିବି ମଂଚକୁ ଆସିବାକୁ ।


 ଏ ସବୁ କଣ ଶୁଣୁଛନ୍ତି ବନିତା । ଯୋଉ ବୋଉ ପାଇଁ ସେ ଘରୁ ଆସିଲା ବେଳେ ପୁଅକୁ ତାଗିଦ କରିଥିଲେ କହିଥିଲେ ତାଙ୍କୁ ସେ ସଭାରେ ବୋଉ ନ ଡାକିବାକୁ। ଅଥଚ ଏଠି ସେଇ ବୋଉ ପାଇଁ ଦଶ ହଜାର ଟଙ୍କାର ପୁରସ୍କାର ।


- ଆସ ମାମା ମଂଚକୁ ଯିବା ପ୍ରାଇଜ଼ ଆଣିବାକୁ। ଗୁଡୁନୁ ହାତ ଧରି ଡାକୁଥିଲା ବନିତାକୁ ଆଉ ବନିତା ଭାବୁଥିଲା ସେ ମଂଚକୁ ଯିବ ନାଁ ଯିବ ନାହିଁ । କିଛି ବୁଝି ପାରୁନଥିଲା ସେ । 


Rate this content
Log in