jyoti prakash mallick

Others

0.2  

jyoti prakash mallick

Others

ଗାର୍ଲଫ୍ରେଣ୍ଡ

ଗାର୍ଲଫ୍ରେଣ୍ଡ

2 mins
811



-ମାମାର ଏକା ଜିଦ ସତ କୁହ ସେ ଝିଅ କିଏ । ଯାହା ଫୋଟ ତୁମେ ତମ ଷ୍ଟାଟସରେ ରଖିଥିଲ । 


-ଆରେ ବାବା ବିଶ୍ୱାସ କର ମୋତେ । ତା ସହ ମୋର ସେମିତି କିଛି ସମ୍ପର୍କ ନାହିଁ । ବାସ ଏମିତି ସାଙ୍ଗ ସେ ମୋର  


-ମିଛ କୁହନି ମୁଁ ସବୁ ଜାଣିଛି ହେଲା ।ରାଗି ଯାଇ ମାମା କହିଲା । ମାନସ ଯେତେ ବୁଝେଇଲ ବି ମାମା ବୁଝିବାକୁ ନାରାଜ।

   

ଗତ ରବିବାର ମାନସ ଗୋଟେ ଝିଅର ଫୋଟ ନିଜ ଷ୍ଟାଟସରେ ରଖିଥିଲା ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଲାଗିଛି ନିଆଁ । ତିନି ବର୍ଷର ଭଲ ପାଇବା ଭିତରେ ଏମିତି ଝଗଡା କେବେ ହୋଇ ନଥିଲା ସେମାନଙ୍କର । ଯେବେ ବି ଟିକେ ହେଇଚି କେବଳ ଦୁଇ ମିନିଟ ପାଇଁ । ଏଥର କିନ୍ତୁ ଗୋଟେ ସପ୍ତାହ ବିତି ଗଲାଣି କଥା ଚିଣ୍ଡୁନି ।


  ମାମା ଆଉ ମାନସ ଦୁଇ ଜଣଙ୍କ ପାଠ ପଢା ବହୁତ କମ । ଏଇ ସ୍ମାର୍ଟ ଫୋନ କିଣିଲା ପରେ ଭୁଲଭାଲ ଇଂରାଜୀରେ କେବେ କେବେ ଚାଟିଂରେ କଥା ହୁଅନ୍ତି ଦୁହେଁ । ଏଇ ଯେମିତି ଆଇ ନଭ ୟୁ । ତମେ ଭେରୀ ଗୁଡ଼ ଅଛ ନାଁ । ନାଇଟ ହେଲାଣି ସିଲିପି କର । ଡନରରେ କଣ ଖାଇଛ । ଏମିତି ଅନେକ କଥା । 


ରାତି ୨ ଟା ହେଲାଣି ମାମା ଅନଲାଇନରେ ଅଛି କିନ୍ତୁ ମାନସକୁ ମେସେଜ କରୁନି । କି ମାନସ ଲେଖୁଥିବା କଥାର ରିପ୍ଲାଇ ବି କରୁନି । ଯୋଉ ଝିଅ ରାତି ୧୨ଟା ବାଜିଲେ ଅନଲାଇନ ଆସିଲେ ବାରବାର ମିସ କଲ କରୁଥିବ ଅନଲାଇନ ଆସିବାକୁ । ଅଥଚ ସେ ଆଜି ମାନସ କଥାର ଉତ୍ତର ଦେଉନାହିଁ । 


ଏମିତି ଅନେଇ ଅନେଇ ରାତି ତିନିଟା ବାଜି ଗଲା ମାମା ସେମିତି ଅନଲାଇନରେ ଥାଏ ହେଲେ ମାନସ କଥାର ଉତ୍ତର ଦେଉ ନଥାଏ । ମାନସ ରାଗିକି ମୋବାଇଲ ରଖିଦେଇ ସୋଇ ପଡିଲା । କିଛି ସମୟ ପରେ ମାନସର ମୋବାଇଲ ବାଜି ଉଠିଲା । ଯୋଉ ଶବ୍ଦରେ ଲାଗି ଆସୁଥିବା ନିଦ ମାନସର ଭାଙ୍ଗିଗଲା । ଫୋନ ଉଠେଇଲା ମାନସ । ସେପଟୁ ମାମାର ଲୁହ ଭିଜା କଥା


- ସତ କୁହ ସେ ଝିଅ କିଏ । ତମ ଗାର୍ଲଫ୍ରେଣ୍ଡ ନାଁ । ଆଶା କରେ   ମିଛ କହିବ ନାହିଁ ମୋ ରାଣ


- ହଁ ସେ ଝିଅ ମୋ ଗାର୍ଲଫ୍ରେଣ୍ଡ । ପିଲାଟି ଦିନରୁ ତାର ମୋର ଭଲ ସାଙ୍ଗ । ସାଙ୍ଗ ହେଇ ଗାଁ ଚାହାଳିରେ ପାଠ ପଢିଚୁ ।


- ଓକେ । ଠିକ ଅଛି ମୁଁ ରହୁଛି । ତମେ ତମ ଗାର୍ଲଫ୍ରେଣ୍ଡ ସହ ସବୁ ବେଳେ ଖୁସିରେ ରୁହ । ହାପି ଲାଇଫ


 ଏତିକି କହି ଫୋନ ରଖିଦେଲା ମାମା । ଆପଣ ଡାଏଲ କରିଥିବା ନମ୍ବର ବର୍ତ୍ତମାନ ସୁଇଚ ଅଫ ଅଛି । ଯେତେ ଲଗେଇଲେ ବି ଆଉ ଲାଗୁନି ମାମାର ଫୋନ ।


ଏପଟେ ମାନସ ବ୍ୟସ୍ତ ହୋଇ ଭାବୁ ଥିଲା ଗାର୍ଲଫ୍ରେଣ୍ଡ ର ଅର୍ଥ କଣ । ତା ଗାଁ ସାଙ୍ଗ ରବି ତ ତାକୁ କହିଥିଲା ଗାର୍ଲଫ୍ରେଣ୍ଡ ମାନେ ଝିଅ ସାଙ୍ଗ । ରବିକୁ ଲଗେଇଲା ଫୋନ ତାର ବି ସୁଇଚ ଅଫ । ଏତେ ରାତିରେ ସେ କାହାଠାରୁ ବୁଝିବ ଗାର୍ଲଫ୍ରେଣ୍ଡର ଓଡ଼ିଆ କଣ ?


Rate this content
Log in