Sunanda Mohanty

Thriller Others Children

3  

Sunanda Mohanty

Thriller Others Children

କାହ୍ନାର ଗୁରୁ ମାଆ

କାହ୍ନାର ଗୁରୁ ମାଆ

2 mins
112


ସେଇ ଆଡକୁ ଚାହିଁଥାନ୍ତି ଦେଖିଲେ ଶୁଆ ଦୁଇ ଚାରିଟା ତାଙ୍କ ସେହି ନଡ଼ିଆ ଗଛରେ. ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇ ଭାବିଲେ ପ୍ରୀତି. ଏଡ଼େ ବଡ଼ ଘରଟା ଖାଲି ପଡିଛି. କେହି ରହୁ ନଥିବାରୁ ଓ ପଡୋଶୀ ମାନେ ନଥିବାର ଶୁନ୍ୟତା ଉପଲବ୍ଧି କରି ଶୁଆ ସବୁ ବୋଧେ ନଡ଼ିଆ ଗଛରେ ଦେଖିଲେ. ତଥାପି ଅବିଶ୍ୱାସରେ ଥିବା ବେଳେ ପର ପର ଦିନ ଗୁଡିକ ମଧ୍ୟ ପ୍ରାୟେ ଏକା ସମୟରେ ଶୁଆ ଦେଖିବାକୁ ଲାଗିଲେ ପ୍ରୀତି. ସେଇଠୁ ଚାଲିଲା ପ୍ରୀତିଙ୍କର ଶୁଆ ପକ୍ଷୀ ଦେଖା ଅନ୍ୱେଷଣ.ଶୁଆଙ୍କ ବୋବାଇବା, ଗତିବିଧି ଓ ଉଡାଣକୁ ଲକ୍ଷକରି ଶୁଆ ଦେଖିବାକୁ ନିଦ ନଥିଲା ପ୍ରୀତିଙ୍କ ଆଖିରେ ତ ସ୍ୱାମୀ ପଚାରୁଥିଲେ, ଶୁଆଟିଏ, ପଞ୍ଜୁରୀ ସହିତ କିଣିଆଣିବାକି ତେବେ? ପ୍ରୀତି କହୁଥିଲେ ନା ନା ପ୍ରକୃତି କୋଳରେ ବଢୁଥିବା ପକ୍ଷୀଙ୍କ ସ୍ବାଧୀନତା ନଷ୍ଟ କରି ଘରେ ସେମାନଙ୍କୁ ବାନ୍ଧି ରଖିବାକୁ ଚାଁହୁନି ମୁଁ ବରଂ ସେମାନେ ଆମ ଘରୁ ଖାଦ୍ୟ ଖାଇ ପାଣି ପିଇ ଉଡିଗଲେ ମୁଁ ଖୁସି ହେବି କହୁଥିଲେ ମା ପ୍ରୀତି ତ କାହ୍ନା ତାଳି ମାରୁଥିଲା. ସବୁକଥା ଅପା ଭାଇଙ୍କୁ ଫୋନରେ କହିଲା ବେଳେ ପ୍ରୀତି ବୁଟ ବତୁରାଇ, ଆପେଲ ଟିକି ଟିକି ଓ ପିଜୁଳି ଟିକି ଟିକି କାଟି ରଖି ଘରର ଯେଉଁ ଯେଉଁ ପାର୍ଶ୍ୱରେ ଝରକା, ସେଠାରେ ରଖୁଥିଲେ.ଶୁଆ ଆସୁନଥିଲା. ଆଡୁଥିଲା ଆଦିକନ୍ଦବାବୁଙ୍କ କୋଠାକୁ ଲାଗି ନଡ଼ିଆ ଗଛକୁ. ଦୂରରୁ ପ୍ରୀତି ଅନୁସରଣ କରି ଦେଖୁଥିଲେ ତାଙ୍କୁ.କିନ୍ତୁ ଯେବେ ଶୁଣିଥିଲେ ଯେ ଆଦିକନ୍ଦ ବାବୁଙ୍କ ପୁଅ ଓ ଝିଅଙ୍କ ସଂସାର ଭାଙ୍ଗି ଯାଉ ଯାଉ ରହିଗଲାଣି ଏ ଭିତରେ. ଖୁବ ଖୁସି ହୋଇ ଶୁଆମାନଙ୍କୁ ମୁଣ୍ଡିଆ ମାରିପକେଇ ଥିଲେ ବିଶ୍ୱାସ କି ଅବିଶ୍ୱାସରେ ବୁଝିବା ପୂର୍ବରୁ ଦେଖିଲେ ସେ ଥୋଉଥିବା ଫଳ ବୁଟ ଏବେ ପଡିରହୁନି କିଏ ଖାଉଛି. କାହ୍ନା କହୁଥିଲା ସେଇ ଶିଆଳିଆପତନୀ ଖାଇଥିବ, ପୁଣି ଘରେ ପଶି ଅସ୍ୱଚ୍ଛ ବାତାବରଣ ସୃଷ୍ଟି କରିବ କହୁଥିଲା କାହ୍ନା ତ ତା କେଇପଦ କଥା ସ୍ୱାମୀଙ୍କୁ ଶୁଭିଯାଇଥିଲା ଖୁବ ବିରକ୍ତି ପ୍ରକାଶ କରି ପ୍ରୀତିଙ୍କୁ କହିଥିଲେ ପ୍ରକୃତି କୋଳରେ ବଢୁଥିବା ଜୀବ ଜନ୍ତୁ, ପଶୁ ପକ୍ଷୀଙ୍କୁ କେହି କଣ କେବେ ଘରେ ବାନ୍ଧି ରଖିପାରେ? ପ୍ରୀତି ପ୍ରତି ଝରକା ସଫା କରୁଥିଲେ ନିଜେ ନିଜେ ଆଉ ତାଙ୍କ ଦୁଃଖ ସହି ନପାରି କି କଣ କେଜାଣି ଜାଫ୍ରିରେ ଥିବା ଫାଙ୍କକୁ ତାର ଗୁଡ଼ାଇ ବାନ୍ଧି କହୁଥିଲେ ଦେଖ ଏଥର ବତୁରା ବୁଟ ଓ କଟା ଫଳ କିଏ ଖାଉଛି ଜଣା ପଡିବ. ତଥାପି ପ୍ରୀତି ରଖୁନଥିଲେ କଟା ଫଳ କି ପାଣି କି ବତୁରା ଗୋଜିଆ ବୁଟ. ଏମିତି ବି ଚାହୁଁନଥିଲେ ଆଦିକନ୍ଦବାବୁଙ୍କ ଘର ଆଡ଼େ କି ତାଙ୍କ ଘର ସାମ୍ନା ନଡ଼ିଆ ଗଛକୁ. ସ୍ୱାମୀ କିନ୍ତୁ ପ୍ରୀତିଙ୍କ ଅଭିମାନ ବୁଝି ଘେନି ଆସୁଥିଲେ ଆଉ ଆଉ ଫଳ ସବୁ. ପିଜୁଳି ସେଓ ସହିତ ସେପେଟା, ଆତ ଇତ୍ୟାଦି. ପୁଣି ନେଇ ଆସୁଥିଲେ ଭଳି ଭଳି ଡାଲି.ମାନ ଅଭିମାନ ଭୁଲି ପ୍ରୀତି ବୁଟ ବତୁରେଇ, ଫଳକାଟି ରଖିଲେ ସତ ହେଲେ ସବୁଦିନ ପରି ଉଠିଲେ ନାହିଁ ଚଞ୍ଚଳ. ସ୍ୱାମୀ କହୁଥିଲେ କାଉ ରାବିଲାଣି ଉଠ ନକର ମଠ. ପ୍ରୀତି କହୁଥିଲେ ରାବୁ, ସବୁ ଖାଦ୍ୟ ଥୁଆହୋଇଛି ଖାଉ. କାହ୍ନା ଜୋର ଜୋର ଡାକ ଛାଡୁଥିଲା ତ ପ୍ରୀତି ଉଠିଲେ, କହିଲେ କଣ ହେଲା ତୋ ସ୍ୱଚ୍ଛ ଭାରତ ପାଇଁ ବକୃତା କହିବା ପାଇଁ ରେଡି ହେଲୁ?? ମୁଁ ତ ରେଡି ମାଆ, ତମେ ବି ରେଡି ହୋଇ ଦେଖ, ତୁମ ଶୁଆମାନେ ତୁମେ ରଖିଥିବା ଫଳ ଓ ବୁଟ କେମିତି ଖାଉଛନ୍ତି.ଆଗେଇ ଯାଉଥିବା ପ୍ରୀତିଙ୍କୁ ପଛରୁ ସ୍ୱାମୀ ଓ ପୁଅ ଅଟକାଇ କହୁଥିଲେ ଆସ୍ତେ ଯାଅ, ଉଡିଯିବେ ଯେ!ପ୍ରୀତିଙ୍କ ଖୁସି ଦେଖେ କିଏ. ଶୁଆମାନେ ସବୁ ଖାଇସାରି ଉଡ଼ିଗଲା ପରେ, ସେମାନେ ଛାଡ଼ି ଯାଇଥିବା ଅବାଶିଷ୍ଟାଂଶ ଖାଉଥିବା କାଉ ପାଇଁ ଚାଉଳ ଥୋଇ ପ୍ରୀତି କହୁଥିଲେ ଚାଉଳ ଖାଇ ଶୁଭବାର୍ତ୍ତା ଦେଇ ଉଡ଼ିଯା ପ୍ରକୃତି ମାଆ କୋଳକୁ. ମନେ ମନେ ଖୁସିରେ ଗଦଗଦ ହେଉଥିବା ପ୍ରୀତିଙ୍କୁ ଦେଖି ସ୍ୱାମୀ ଓ ପୁଅ କାହ୍ନା ବି ଖୁବ ଖୁସି.ମାଆ ତ ସହଜେ ପିଲାଙ୍କ ପ୍ରଥମ ଗୁରୁ ବୋଲି ଜାଣିଥିଲା କାହ୍ନା. ଏବେ ତାକୁ ପ୍ରମାଣ ମିଳିଗଲା ।



Rate this content
Log in

Similar oriya story from Thriller