STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

କାହାଣୀ

କାହାଣୀ

2 mins
200

ଜୀବନକୁ ନେଇ କାହାଣୀ ଲେଖିବା ସହଜ। ପ୍ରତେକ ବ୍ୟକ୍ତିର ପଛରେ ଲମ୍ବା ରାସ୍ତା ଆଗକୁ ପଛକୁ ପଡିଛି। ରାସ୍ତା ପଛରେ ଯେ କେତେ ଇତିହାସ ରହିଛି ତାହା ଅଜଣା ରହିଯାଏ।ଏହି ଜଗନ୍ନାଥ ସଡକ ପୁରୀ ରୁ କଲିକତା।କେତେ ନଈ ପାହାଡ଼ ବନ ଦେଇ ଯାଇଛି। କଡରେ କୂପ ପୁଷ୍କରିଣୀ ଧର୍ମଶାଳା ବଡ ବଡ ଗଛ ଆମ୍ବ ତୋଟା ଆଉ କେତେ ମହାରାଜା ରାଜା ମନ୍ତ୍ରୀ ଓ ଲୋକମାନେ ଏହି ବାଟରେ ଯାଇଛନ୍ତି, ତାର ହିସାବ ରଖିଛି ସେଇ ଜଗନ୍ନାଥ ସଡକ।ସଡକ ପରି ମଣିଷର କାହାଣୀ । ନୀଳ ସାଗର ର ଗଭିରତାକୁ ବୁଝିବା ସାଧାରଣ ମନୁଷ୍ୟ ପାଇଁ ଦୁଷ୍କର।ଲହଡି କୁ ଗଣିବା ପାଗଲାମୀ ହୋଇପାରେ।ହେଲେ ଗଣୁଥିବା ଲୋକଟି ଜୀବ ଓ ପରମ ର ସନ୍ଧାନରେ । ମୁଁ ସାଧାରଣ ଲୋକ ଟିଏ , ଅଜ୍ଞାନତା ଅବୋଧତା ମୋତେ ଦୁରେଇ ରଖିଛି ,ଜାଗତିକ ଶକ୍ତିକୁ କେବଳ ପ୍ରଣିପାତ କରେ ।ଜୀବନ କିଏ ଦେଲା କାହାପାଇଁ ଆସିଛି କଣ କରିବି ଓ କିଏ ମୋର ପରମ ବଂଧୁ ଏତେ କଥା ଭାବିବାକୁ ସମୟ ଦେଇନି। ସମୟ ଦେଇଛି ପୁଳାଏ ଅର୍ଥ ପାଇବାକୁ କି ଭଲ ଖାଇବାକୁ କାହାର ସୁଖ ସଂବୃଦ୍ଧି ଦେଖି ନିଜ ଭିତରେ ଜଳିବାକୁ। ଆଉ ବିପଦରେ ପଡିଲେ ମନ୍ଦିର ଠାକୁରଙ୍କୁ ଡାକି ବିପଦ ରୁ ମୁକ୍ତ ହେବାକୁ।ଏହି ଜୀବନ ଭିତରେ ସବୁଠୁ ଗୁରୁତ୍ୱ ସଙ୍ଘର୍ଷ କରି ବଂଚିବା।ଯେମିତି ଜଙ୍ଗଲର ପଶୁମାନଙ୍କ ଜୀବନ।ପ୍ରତି ମୁହୂତ୍ତତାଙ୍କପାଇଁ ବିପଦ ସାମ୍ନା କରିବାକୁ ପଡେ। ସେମିତି ସାଧାରଣ ମଣିଷର ଜୀବନ। ଅଭାବି ପରିବାରଟି ତାର ଜୀବନକୁ ସଙ୍ଘର୍ଷ ମୟ କରିବାକୁ ପ୍ରସ୍ତୁତ କରେ।ପରିବାର ରେ ଭାଇ ମାନଙ୍କ ଦୃଷ୍ଟିରେ ବୋକା ମଣିଷ ବନେଇ ଫାଇଦା ଉଠାଇବାକୁ ଭାଇ ମାନେ ତତ୍ପର ତ ବଂଧୁ ମାନେ ଅଭାବି ସମ୍ପର୍କ। ସାଙ୍ଗ ସାଥି ମାନକଂର ଇର୍ଷା। ସମସ୍ତେ ଯେମିତି ଉପରକୁ ସାଧୁ ର ଅଭିନୟ କରି ପଛରେ ଖଣ୍ଟ ପରି ଜଗିଛନ୍ତି। ସରଲତାର ସୁଯୋଗ ନେଇ ସେମାନଙ୍କ ବେଶ ଖେଳୁଆଳ। ପରିଶ୍ରମ କରି ନିଜ ହାତକୁ ଅନ୍ୟପାଖରେ ପତେଇବା ଛାଡି ଆଖିର ଲୁହକୁ ଈଶ୍ୱରଙ୍କ କୁଁ ସାକ୍ଷୀ କରି ଏକମୁହଁରେ କରୁଣାର ଧାରାକୁ ପାଥେୟ କରି ଝୁଣ୍ଟି ଝୁଣ୍ଟି ଛୋଟେଇ ଛୋଟେଇ ଚାଲୁଥିବା ମଣିଷର କାହାଣୀ ଶୁଣିବାକୁ ଭଲ ଲାଗେ ,ହେଲେ କେତେଯେ ସଂଘର୍ଷ ମୟ ତାହା ହୃଦୟବାନବ୍ୟକ୍ତି ହିଁ ବୁଝିପାରିବା ସହଜ ହେବ। କାହାଣୀ ର ଆରମ୍ଭ ଓ ଶେଷ ହେବାକୁ କେବଳ ଗୋଟିଏ ଶବ୍ଦ ରେ କହିବାକୁ ଗଲେ ତାହା ସଙ୍ଘର୍ଷ। କେତେବେଳେ ଜିତିଛି ତ ବହୁଥର ହାରିଛି। ଜିତିବା କୁ ବହୁସମୟ ଲାଗିଛି ତ ଅପ୍ରିୟ ସମ୍ପର୍କ ବଢିଯାଇଛି। ହାରିବା ବି ଜାରି ରହିଛି କେବଳ ନିଜ ପରିବାର ପାଖରେ।ଭାଇମାନଙ୍କ କୁଟ କପଟର ଜାଲ କୁ ଚିରି ଭିତରୁ ବାହାରକୁ ଆସିବାକୁ ଅଧର୍ମ ଭାବି ସହିଯାଉଛି ଦୃନୀତି। କିଛି ପାଇଛି, ଯାହା ପାଇଛି କେବଳ ବହୁତ ହରେଇବା ପରେ। ତେବେ କାହାଣୀ ବି ବାକିଅଛି, ହକ ଯାହା ପାଇବା ନାର୍ଯ୍ୟ ତାହା ପାଇବା ପର୍ଯ୍ୟନ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational