Pramod Kumar Jena

Comedy Others

3  

Pramod Kumar Jena

Comedy Others

କାହାଣୀ ଭିନ୍ନ ସ୍ୱାଦର

କାହାଣୀ ଭିନ୍ନ ସ୍ୱାଦର

2 mins
511



ଦୁଇ ଜଣ ସମବୟସ୍କ ଯୁବକ ଘରଭଡା ଦିଆ ଯିବ, ଫଳକଟିକୁ ଦେଖି କବାଟରେ ଆଘାତ ଦେଲେ l ଘର ଭିତରୁ ବୟସ୍କା ମହିଳାଜଣଙ୍କ ତାଙ୍କର ଚିରାଚରିତ ଗମ୍ଭୀର ଗଳାରେ ପ୍ରଶ୍ନ କଲେ, ଉପର ମହଲା ଝରକାରୁ l

         : କ’ଣ ହେଲା ?

         : ଆଜ୍ଞା ଘର ଦେଖିଥାନ୍ତୁ l

         : ଆଉଟ୍ ହାଉସ୍ l ଛୋଟ ଘର ଚଳିବ ତ ?

         : ଆଜ୍ଞା.... ଆଜ୍ଞା....

         କିଛି ସମୟ ପରେ ମହିଳା ଜଣଙ୍କ ତଳକୁ ଓହ୍ଲେଇ ଆସିଲେ l ଘର ସାମ୍ନାରେ ଲାଗିଥିବା ନାମ ଫଳକରୁ ଯୁବକ ଦ୍ୱୟ ଜାଣିପାରିଲେ, ଏହା କେହି ଜଣେ ପ୍ରଫେସର୍ ମଲ୍ଲିକଙ୍କ ଘର l ବୋଧହୁଏ ଏହି ମହାଶୟା ଜଣଙ୍କ ଶ୍ରୀମତି ମଲ୍ଲିକ l

: ଆଜ୍ଞା ! ନମସ୍କାର l

         : ଆପଣମାନେ କ’ଣ କରନ୍ତି ?

         : ମୁଁ ବସନ୍ତ ପଟ୍ଟନାୟକ l ଏ ହେଲେ ମୋ ସାଙ୍ଗ ଅସୀତ ମହାନ୍ତି l ସ୍କୁଲରେ ଟିଚର୍ ଅଛି l ତା’ର ଘର ଦରକାର l ଛୋଟ ଘର ହେଲେ ବି ଚଳିବ l

         : ଆଉ ଆପଣ ?

         : ଆଜ୍ଞା ! ମୁଁ ସେକ୍ରେଟାରିଏଟରେ ଚାକିରି କରେ l ସରକାରୀ କ୍ୱାର୍ଟର୍ସରେ ରହୁଛି l


         ଇତ୍ୟବସରରେ ଭଦ୍ରମହିଳା ଘର ଖୋଲିଲେ l ଛୋଟ ଘରଟିଏ l କିନ୍ତୁ ସୁନ୍ଦର ଘରଟିଏ l ସବୁ ପ୍ରକାର ବନ୍ଦୋବସ୍ତ ଅଛି l ଖଟଟିଏ ପଡିଛି l ପାଖକୁ ଲାଗି ରୋଷେଇ ଘର l ଲ୍ୟାଟିନଟି ବି ପରିଷ୍କାର l ମନକୁ ପାଇଲା ଭଳିଆ ଲାଗିଲା l ମାଲିକାଣି ତାଙ୍କର ସର୍ତ୍ତଗୁଡିକ କହି ଚାଲିଲେ, ଏଗ୍ରିମେଣ୍ଟ୍ ହେବ l ତା’ ପୂର୍ବରୁ ଭୋଟର୍ ଆଇ କାର୍ଡ୍ କିମ୍ବା ଆଧାର କାର୍ଡ୍ ନେଇ ଆସିବେ l ଏ ଘରେ କେବଳ ଜଣେ ରହିବେ l ଗେଷ୍ଟ୍ ଆସିଲେ ଆଗରୁ ଜଣେଇବେ l କାନ୍ଥରେ କଣ୍ଟା ମାରିବେ ନାହିଁ l ପାଣି ବେଶି ଖର୍ଚ୍ଚ କରିବେ ନାହିଁ l ଆଉ ତିନି ମାସର ଭଡା ଅଗ୍ରୀମ ଦେବେ l


         ଆଜ୍ଞା ଆଜ୍ଞା କହି ଅସୀତ୍ ମୁଣ୍ଡ ଟୁଙ୍ଗାରୁଥାନ୍ତି l ବସନ୍ତ ପଚାରିଲେ ଭଡା କେତେ ? ନିର୍ବିକାରରେ ଶ୍ରୀମତି ମଲ୍ଲିକ କହିଲେ, ସାଢେ ତିନି ହଜାର, ଇଲେକ୍ଟ୍ରି ଅଲଗା l ଦୁହେଁ ଆଖି ତରାଟି ଦେଲେ l ସହର ଠାରୁ ଏତେ ଦୂରରେ ଘର ଭଡା ନେବାକୁ ଚାହିଁ ଥିଲେ କେବଳ କମ୍ ଭଡା ହୋଇଥିବ ବୋଲି l


: ଆରେ ହଁ ଚୁଲି, କୋଇଲା କିମ୍ବା କିରୋସିନି ଷ୍ଟୋଭରେ ରୋଷେଇ କରିବେ ନାହିଁ l କାନ୍ଥ ଯେମିତି କଳା ନ ହୁଏ l ତାଙ୍କ ଭିତରୁ ଜଣେ କହିଲା, କଳା ହେବାର ପ୍ରଶ୍ନ ଉଠୁନି l ଏତିକି କହି ଦୁହେଁ ବାହାରି ଯିବାକୁ ବାହାରିଲେ l ପାଟି କରି ମାଲିକାଣି ପଚାରିଲେ, ମାନେ ?

: ସବୁ ଦରମା ତ ଘର ଭଡାରେ ଯିବ l ବଞ୍ଚିଲେ ସିନା ଚୁଲି ଜଳିବ ?


ମୁହଁଟାକୁ ବିକୃତ କରି ଧଡ କରି ଗେଟ୍ ବନ୍ଦ କରିଦେଲେ, ଆଉ କହିଲେ ମାହାଳିଆରେ ଦେଇଥାନ୍ତି ...


Rate this content
Log in

Similar oriya story from Comedy