କାବ୍ୟ ନାୟିକା
କାବ୍ୟ ନାୟିକା
ଏମିତି ଏକ କ୍ଲାନ୍ତ ଅପରାହ୍ନ ରେ ଅଫିସ ର lunch break ପରେ, ଶୀତୁଆ ଖରା ରେ ଏକାକୀ ବସିଥାନ୍ତି ଅନିମେଶ.. !ହଠାତ ପଛପଟୁ କାହାର ଫୋନ ର ବାର୍ତାଳାପ ରେ ତାଙ୍କ ନୀରବତା ଭଙ୍ଗ ହୁଏ... Hello ହଁ "ଅନିତା"...!!
ଅନିତା...ନାଁ ଟା ଗୁଂଜି ଉଠେ ଅନିମେଶ ର ହୃଦୟର ତନ୍ତ୍ରୀ ରେ, ଛୋଟ ସ୍ମିତ ହାସ୍ୟ ର ରେଖା ଉଙ୍କି ଆସେ ତାଙ୍କ ଓଠ ଧାର ରେ !ଇଛା ହୁଏ ଫେରିଯାନ୍ତି କି ସେଅଭୁଲା ଅତୀତ କୁ ଆଉ ଥରେ ଅନିତା ସହିତ ଦେଖା ହୁଅନ୍ତା କି? ଅନିତା.... ଅନିମେଶ ରାୟ ଚୌଧୁରୀ
ଙ୍କର କଲେଜ ଜୀବନର ବାନ୍ଧବୀ...
ବାନ୍ଧବୀ ? ହଁ.. କାରଣ, ଅନିମେଶ.. ଅନିତା ଙ୍କୁ ପ୍ରଥମେ ବାନ୍ଧବୀ ରୂପରେ ହିଁ ଭେଟି ଥିଲେ Class roomରେ! ଅନିତା ଥିଲା ଏକ ଚର୍ଚ୍ଚିତ ନାଁ, ଅତ୍ୟନ୍ତ ଶାନ୍ତ, ସରଳ, ଆଉ ବଡ କଥା ହେଉଛି ଯେତିକି
ଶାନ୍ତ ପାଠ ପଢା ରେ ସେତିକି ପ୍ରଖର l ଅନିମେଶ ପ୍ରଥମେ Daily କଲେଜ ଆସିବାକୁ ପସନ୍ଦ କରୁନଥିଲା, ଦିନେ
Class ପରେ ଅନିତା କୁ ନୋଟ ମାଗିବାକୁ ଅପେକ୍ଷା କରିଥାଏ ! ଅନିତା Class ରୁ ବାହାରିଲା କିନ୍ତୁ, ଅନିତା କୁ ଦେଖି କିଛି କହିପାରିଲlନି
ଅନିମେଶ, ଛୋଟିଆ ପିଲା ପରି ତା 'ପଛେ ପଛେ ଚାଲିବାକୁ ଲାଗିଲା.. !ଅଗପଟୁ Proff.Pattnaik ଆସୁଥାନ୍ତି, ଅନିତା ଓ ଅନିମେଶ ତାଙ୍କୁ Morning Wish କରିବା ସମୟରେ, proff.କହିଲେ ଆରେ ଅନିମେଶ ତୋର ଦେଖା ନାହିଁ?
ଆଜି କଣ ବାଟ ଭୁଲି କଲେଜ ଆଡେ ଆସିଛୁ, ଆଗକୁ ଆଗେଇ ବାଟ କାଟିଲେ Proff. ଆଉ ଅନିତା ର ନଜର ପଡିଲା ଅନିମେଶ ଉପରେ,..Hey ଆନି..!! ଅନିମେଶ
କହିଲା..(କଲେଜ ରେ ଅନିତାକୁ ସମସ୍ତେ "ଆନି "
ବୋଲିଡାକୁଥିଲେ,)ୟାର ଗୋଟେ ହେଲ୍ପ ଦରକାର ଥିଲା lହଁ କହୁନୁ କଣ କହୁଛୁ ଅନିତା ଉତ୍ତର ଦେଲା..! ମୋର ତୋ( pass paper)ନୋଟ ଟିକେ ଦରକାର ଥିଲା କାଲି Xerox କରି ଫେରେଇ ଦେବି.. ପ୍ଲିଜ଼, ଏବେ ଅଛି ଯଦି ଦେ... ପ୍ଲିଜ଼.!
ଅନିତା କହିଲା ok.. କିନ୍ତୁ ତୁ କଲେଜ କାହିଁକି ଆସୁନୁ..?
ଅନିମେଶ କେଇ ମିନିଟ ପାଇଁ ଚୁପ.. ଆଉ କହିଲା ମୋତେ କଲେଜ ଆସିବାକୁ ଭଲ ଲାଗୁନି.. ଆମର ଏମିତିରେ ବି Bus problem.. !ହା.. ହା.. ଆରେ କଲେଜ ଆସିବାକୁ ତତେ ଭଲ ଲାଗୁନି... କାଲି ଠାରୁ ଆସେ..ଦେଖିବୁ ଧୀରେ ଧୀରେ ଭଲ ଲାଗିବ କଲେଜ.. ତୁ ଆସେ ଆଗେ ଗୋଟେ ସପ୍ତାହ.. ତା ପରେ ମୋତେ କହିବୁ.!ଆସିବୁ ନା ? ସେଦିନ କାହିଁକି ଅନିତା ର କଥା ଗୁଡାକ
ଭାରି ମିଠା ଲାଗିଲା ଅନିମେଶ କୁ ଅବାଧ୍ୟ ଶିଶୁ ପରି ମୁଣ୍ଡ ହଲେଇ ସଂମତି ଦେଲା..ସେବେଠାରୁ ସେ ରେଗୁଲାର କଲେଜ ଆସିଲା ମଧ୍ୟ !ସବୁଦିନ ଅନିତା ସହିତ ଦେଖା
ହୁଏ, ଦୁଇ ଜଣ ଅଲଗା ଅଲଗା ବିଷୟରେ B. Sc କରୁଥାନ୍ତି, ଅନିତା କୁ ଦେଖିବା ପାଇଁ ସେ ସବୁଦିନ
ଅନିତା ର Class କୁ ଆସେ,କିନ୍ତୁ ସବୁବେଳେ ବ୍ୟସ୍ତ
ଥାଏ ଅନିତା !ୟା ଭିତରେ ଯୁକ୍ତ ତିନି ର ତୃତୀୟବର୍ଷ ରେ ପହଂଚି
ଯାଇଥାନ୍ତି.. ସେମାନେ.. !ଅନିମେଶ ପାଲଟି ସରିଥାଏ ଲେଖକ ଗୋଟେ ଉପନ୍ୟାସ ବି ପ୍ରକାଶିତ ହେଇଥାଏ
ତା'ର.. କିନ୍ତୁ ଯେଉଁ ଅନିତା.. ତାର "ଆନି"ତା ଉପନ୍ୟାସର ନାୟିକା,ତା'ଗଳ୍ପର ମାନସୀ, ତା 'ଭଲପାଇବାର ବାଟ ଯାହା ପାଖରୁ ଆରମ୍ଭ ଆଉ ଯାହା ପାଖରେ ଶେଷ, ଯାହା ପାଇଁ ସେ କଲମଧରି ଶିଖିଛି.. ତାକୁ ମୁହଁ ଖୋଲି କହିବାର ସାହସ ନାହିଁ ତା'ପାଖରେ.., କାଳେ ଅନିତା ତାକୁ
ପ୍ରତ୍ୟାଖାନ କରିବ, ଆଉ ସବୁଦିନ ପାଇଁ ଦୁରେଇ ଯିବ, ତା'ପୃଥିବୀ ରୁ.. ନା'.. ନା '... ସହ୍ୟ କରିପାରିବନି ସେ ଏମିତି ତା ପ୍ରେମ ବଞ୍ଚି ରହୁ ସତରେ ନହେଲେ ନାହିଁ.., କିନ୍ତୁ ଅନିତା ତାର ପ୍ରିୟର "ଆନି "ତା ଉପନ୍ୟାସ ର ନାୟିକା.. ତା ଗଳ୍ପ ର ମାନସୀ..ଜୀବନର
ଶେଷ ନିଶ୍ୱାସ ଯାଏଁ, ହସୁଥିବ ଆଉ ଝରୁଥିବ ତା କଲମରୁ..
ସେତିକି ରେ ସେ ଜିଇଁ ଯିବ ବଳକା ଆୟୁଷ.. ତା ସ୍ମୃତି ସହ ।ପଛରୁ ଶୁଭିଲା.. ଅନିମେଶ...(ଡାକୁଥିଲେ ସ୍ତ୍ରୀ )
ପ୍ରକୃତିସ୍ତ ହେଲେ
ଅନିମେଶ... ସ୍ମିତ ହାସ୍ୟ ସହିତ ନିଜ ଭାବନା ରାଜ୍ୟ କୁ
ପରକରି ନିଜ ଚାମ୍ବର କୁ ଫେରିଗଲେ ।..
(ଫୋନ ଟି ତାଙ୍କ ଝିଅ ର ବାନ୍ଧବୀ ଅନିତା ର ଥିଲା ଯାହା କଟି ସାରିଥାଏ ଅନିମେଶ ଙ୍କର ପୁରୁଣା ସ୍ମୃତି ସାଉଁଟିବା ସମୟରେ...)