Mitali Madhusmita

Tragedy

4.0  

Mitali Madhusmita

Tragedy

ଇଚ୍ଛା ମୃତ୍ୟୁ

ଇଚ୍ଛା ମୃତ୍ୟୁ

1 min
213


କାହିଁକି ଆଜି ଭାରି ନିସଙ୍ଗ ଆଉ ଏକୁଟିଆ ଲାଗୁଛି, ମନ ଆକାଶ ରେ ଏତେ ଦୁଃଖ ର କଳା ବାଦଲ, ରାତି ଆସି 

ଦୁଇଟା ହେଲାଣି, କିନ୍ତୁ ବର୍ଷି ଚାଲିଛି ଆଖି ! ସେ ବର୍ଷl

ଥମିବାର ନାଁ ଧରୁନି, ଅତୀତ ରୁ ବର୍ତମାନ ଯାଏଁ ସବୁ 

କ୍ଷତ ସତେଜ ହେଇ ଉଠୁଛି ରାତି ବଢିବା ସହିତ ଯେମିତି? 

ଅଜାଣତରେ ମଧ୍ୟ କାହା ମନରେ ଆଘାତ ଦେବା କଥା 

କେବେ କଳ୍ପନା କରିନି, ତଥାପି ଲାଗୁଛି ଯେମିତି ଅୟୁତ 

ଯୁଗର ପାପ ର ମୁଁ ପ୍ରାୟଶ୍ଚିତ କରୁଛି ! ଆଖି ଖୋଲି ଦୁନିଆକୁ ଚିହିଁବା ଅଗରୁ ଯାହାକୁ ଦେଖିଲି ସମୟ ମୋତେ 

ତାଙ୍କ ଠାରୁ ଦୁରେଇ ଦେଲା lସ୍ନେହ ଆଉ ମମତା ମୋ ପାଇଁ ଦିବା ସ୍ବପ୍ନ ପାଲଟି ଗଲା lସମୟର ସ୍ରୋତରେ ମୁଁ ଯେଉଁଠି 

ପହଂଚିଲି, ନିଜକୁ ଭୁଲି ଅହୋରାତ୍ର ଯେଉଁ ମାନଙ୍କ ସ୍ବପ୍ନ ଆଉ ଖୁସି ର ଖିଆଲ ନେଲି, ଦିନେ ତାଙ୍କ ଦୁନିଆ ତ ଦୂର 

ତାଙ୍କ ମନରେମଧ୍ୟ ମୋ ପାଇଁ ଜାଗା ନଥିବାର ଅନୁଭବ 

ସେମାନେ ବି କରେଇ ଦେଲେ !ଏତେ ବଡ କୋଳାହଳମୟ 

ପୃଥିବୀ କିନ୍ତୁ, ମୁଁ ?

ମୁଁ ଭିଡରେ ସମ୍ପୂର୍ଣ ଏକା ଦିନର ଆଲୋକ ରେ ନିରବୀ 

ଯାଏଁ ମୋ ନିଆରା ପୃଥିବୀ ! ଆଉ ରାତିର ନିର୍ଜନତା ରେ 

ଅସ୍ଥିର ହୋଇଉଠେ ମୁଁ, ମନରେ ଅନେକ ପ୍ରଶ୍ନ ଉତ୍ତର 

ଖୋଜନ୍ତି ରାତିହେଲେ, ଆଉ ସେ ପ୍ରଶ୍ନବାଣ ରେ ମୁଁ ଛନ୍ଦି 

ହେଇଯାଏ, ଆଖିର ଲୁହ ଓଠ ପିଏ କିନ୍ତୁ ଉତ୍ତର ମିଳେନି ?

ସରା ସଂସାରଟା ସୋଇଯାଏ l

ନିଦ୍ରାଦେବୀ ଦୟା କରନ୍ତିନି ମୋ ଉପରେ !ନିଃଶବ୍ଦ ରାତି 

ରେ, ମନର ଅନ୍ଧାରୀ ଇଲାକାରେ, ଗୋଟିଏ ଛୋଟ ଆଶା ର 

କିରଣ ବେଳେ ବେଳେ ଦିଶେ ! ଯାହା କଥା ଭାବି ମୁଁ ଲୁହ 

ପୋଛି ଦିଏ ! ଧୀରେ ଧୀରେ ମୁଁ ପୁଣି ଥରେ ବଂଚିବାକୁ 

ଆଶା ବାନ୍ଧିବା ଆରମ୍ଭ କରିବା ବେଳକୁ ଆଉ ଥରେ ସେ 

ଆଲୋକ ର ରଶ୍ମି କୁ ଗୋଟେ ମରୀଚିକା ବୋଲି ଆବିଷ୍କାର 

କରେ ! ଜିଇଁ ବାର ସବୁ ଆଶା ଧୂଳିସାତ ହେଇଯାଏ!

ଛାତିରେ କୋହ ଉଠେନି, କିନ୍ତୁ ଅପଲକ ନୟନରୁ ଲୁହ 

ବଦଳରେ ଲହୁ ଝରିଯାଏ lଭାଗ୍ୟ ଉପରେ ବିଶ୍ୱାସ ହଉନି  l

ଭଗବାନ ଙ୍କ ଉପରେ ଭରସା କରିପାରୁନି ? ଯଦି କେବେ 

ଭଗବାନ ଙ୍କୁ ଦେଖନ୍ତି ତେବେ ପଚାରନ୍ତି? କେତେ ଜନ୍ମ ର 

ପ୍ରାୟଶ୍ଚିତ କରାଉଛନ୍ତି ? ଏ ଜନ୍ମ ରେ ସରିବନି ଯଦି, 

ଅନୁରୋଧ କରି ମାଗି ନିଅନ୍ତି ଇଚ୍ଛା ମୃତ୍ୟୁ ର ବରଦାନ, କୁହନ୍ତି ହେ ନ୍ୟାୟଧିଶ !ଦୟାର ଅବତାର କ୍ଷମାର ସାଗର 

କୃପାକର ବିଭୁ !ଏ ଜନ୍ମ ପାଇଁ ଏତିକି ଥାଉ ପ୍ରଭୁ


Rate this content
Log in

Similar oriya story from Tragedy