ଅବଶୋଷର ଧୂଆଁ..
ଅବଶୋଷର ଧୂଆଁ..
ରାତିର ନିର୍ଜନତା ରେ, ପୂରା ସହର ଟା ସୋଇପଡ଼ିଲାଣି l
ଆଲୋକ ହୁଏତ ସୋଇ ସାରିବଣି !ଅଲିଭା କିନ୍ତୁ ବିଛଣା
ରେ ପଡ଼ିରହିଛି, ଦିନ ଯାକର ଜଂଜାଳ ରେ ଥକି ଯାଇଥିଲେ
ମଧ୍ୟ ଆଜି ତା ' ଆଖିକୁ ନିଦ ଆସୁନି, ବରଂ ଶୋଇବାର
ସତ ଚେଷ୍ଟା ଆଜି ବିଫଳ ହେଉଛି l ଅନେକ ପ୍ରଶ୍ନ ପଚାରୁଛି
ସେ ନିଜକୁ ସବୁର ଉତ୍ତର ରେ ବାସ ଗୋଟିଏ ଶବ୍ଦ
"ଆଲୋକ "l ବିଛଣା ରୁ ଉଠି Light on କଲା ଅଲିଭା,
ପାଖ ଟେବୁଲ ଉପରେ ଥିବା ଆଲୋକ ର Photoframe
କୁ ଆଣି ପୁଣି ବିଛଣା ରେ ଲୋଟି ପଡିଲା ଆଉ ଅପଲକ
ନୟନ ରେ ଚାହିଁ ରହିଲା ଆଲୋକର Photo କୁ,
ମନରେ ଥିବା ଅଭିମାନ ଲୁହ ହେଇ ବହି ଆସିଲା l
ଲୁହ ପୋଛି ଦେଇ କହିଲା ଜାଣିଛ ନା 'ଜୀବନରେ
23 ଟି ବସନ୍ତ ଅତିକ୍ରମ କରିସାରିବା ପରେ ମଧ୍ୟ, ମୋ
ଜୀବନରେ ତମ ଜାଗା ସେମିତି ଖାଲି ପଡିଥିଲା l
ଜୀବନରେ କେହି ଆସିନାହାନ୍ତି ତା 'ନୁହେଁ, ମୁଁ କିନ୍ତୁ
Commited ଥିଲି, ମୁଁ ପ୍ରତୀକ୍ଷା ରେ ଥିଲି l
ଶାରୀରିକ ସଂରଚନା ମୁଁ କେବେ କରିନି, କରିଥିଲି ତ'
କେବଳ ମନର ଆଉ ହୃଦୟର l
ଯୋଉ ମନରେ ମୋ ପାଇଁ ଥିବ ଅନେକ ଭଲପାଇବା l
ଆଉ ସେ ହୃଦୟର ଗୋଟେ ଛୋଟିଆ କୋଣ ରେ ମୋ
ପାଇଁ ଥିବ ଗୋଟେ Special ଜାଗା l
ସବୁ ପ୍ରତୀକ୍ଷା ର ଅନ୍ତ କରି ତମେ ଆସିଲ...
ତୁମ ସହିତ ସବୁଦିନ ପାଇଁ ମୋ ଘର ଛାଡିଆସିବାର ଦୁଃଖରେ ମୁଁ ଅଧର୍ଯ୍ୟ ହେଇଯାଉଥିଲି, ତୁମେ ମୋତେ ନିଜ ଛାତିରେ ଆଉଜେଇ ଦେଇ କହିଥିଲ, ମନ କାଇଁକି କଷ୍ଟ କରୁଛ ମୁଁ ପରା ଅଛି! ବାଟ ସାରା ତୁମେ ମୋ ଲୁହ ପୋଛି ପୋଛି ଆସିଥିଲ, ତୁମ ଘର ପର୍ଯ୍ୟନ୍ତ ତୁମେ ମୋତେ ସେମିତି ନିଜ ଛାତିରେ ଚାପି ରଖିଥିଲ... ବାହାଘର କିଛି ମାସ ଠିକ ଚାଲିଲା, ତା ' ପରେ ତୁମେ ବଦଳିବାକୁ ଲାଗିଲ, ମୋ ପ୍ରତି ଥିବା ତୁମର ସେ ଭଲପାଇବା, ସ୍ନେହ, ପ୍ରେମ ଧୀରେ ଧୀରେ କମି ଯାଉଥିବାର ମୁଁ ଅନୁଭବ କଲି, ବେଳେବେଳେ ତୁମର କର୍କସ ସ୍ୱର ମୋତେ ବିଚଳିତ କରିବାକୁ ଆରମ୍ଭ କଲା l କିନ୍ତୁ ମୁଁ ଭାବିଲି ଘରଠାରୁ ଦୁରେଇ ରହୁଥିବାରୁ କିମ୍ବା କାମ ଚାପରେ ରେ ତୁମେ...l
କିନ୍ତୁ ଏ କଣ ତୁମେ ତୁମେ ଥରୁଟେ ହେଲେ ମୋତେ ବୁଝେଇଲନି, କି ବୁଝିଲନି ମୋ ମନର ବ୍ୟଥା!! ନିଜଠୁ ନିଜର ବୋଲି ଭାବିଥିବା ଲୋକର ଅସାମାନ୍ୟ ବ୍ୟବହାର ଯେ କେତେ କଷ୍ଟ ଦିଏ ତା କେଵଳ ଅନୁଭବି ହିଁ ଜଣେ l
ମାସ ମାସ ବିତିଗଲା ତମେ ଅନେକ ଥର ମୋତେ ଭାଙ୍ଗିଚ, ତଥାପି ତମେ ଥରେ ପ୍ରେମରେ ଛୁଇଁ ଦେଲେ ମୁଁ ସବୁ ଭୁଲି ପୁଣି ତମର ହେଇଯାଏ, ମୁହଁ ଖୋଲି ନକହିଲେ ବି ମୁଁ ତୁମକୁ ବହୁତ ଭଲପାଏ, ଆଉ ମୋର ସେଇ ଦୁର୍ବଳତାର ସୁଯୋଗ ନେଇ ତୁମେ ମୋତେ ବାରମ୍ବାର ଭାଙ୍ଗିଚାଲିଲ, ଧୀରେ ଧୀରେ ଝାଉଁଳିବାକୁ ଲାଗିଲା ଆମ ପ୍ରେମର ସେଇ ଛୋଟିଆ ଚାରାଗଛ l ତୁମେ ସ୍ନେହ ଦେବା ଭୁଲିଗଲ, ଅପଶବ୍ଦ, ଅପମାନ ଶେଷରେ ମାଡ଼ ମଧ୍ୟ ମାରିବାକୁ ପଛେଇଗଲନି? ତୁମକୁ ନିଜର ପୁରାଦୁନିଆ ମାନିନେଇଥିଲି ଆଲୋକ, ତୁମେ ଏମିତି କେମିତି ବଦଳିଗଲ?? ତୁମ ଭିତରର ଏ ପରିବର୍ତ୍ତନ, ମୋ ପ୍ରତି ତୁମ ବ୍ୟବହାର ସାରା ଜୀବନକୁ ମୋତେ ଲୁହର ସମୁଦ୍ରକୁ ଠେଲି ଦେଇଛି! ସତେ ଯେମିତି ଜୀବନର ସବୁକିଛି ସରିଯାଇଛି, ନା ତୁମକୁ ନିଜ ଦୁନିଆରୁ ଦୁରେଇ ପାରୁଛି ନା ତୁମ ଦୁନିଆରେ ମୋର ଅସ୍ତିତ୍ବକୁ ଆବିଷ୍କାର କରିପାରୁଛି!! ତୁମେ ମୋ ଜୀବନର ଏମିତି ଏକ ଅଜାଗା ଘା' ଯାହାକୁ ନା ମୁଁ ନିଜେ ଦେଖିପାରୁଛି ନା ଦେଖେଇ ପାରୁଛି??
ବିବାହ ବେଦିରେ ଅଗ୍ନିକୁ ସାକ୍ଷୀରଖି ତୁମେ ମୋତେ ନିଜର ବଧୂ କରିଥିଲ, ବlସର ରାତିରେ ନିଜ କୁମାରୀତ୍ୱ କୁ ଉପହାର ରୂପେ ତୁମକୁ ଭେଟି ଦେଇଥିଲେ ମଧ୍ୟ, ମୋତେ ବରଙ୍ଗନା କହିବାକୁ ତୁମେ କୁଣ୍ଠାବୋଧ କରୁନାହଁ? ତୁମେ ଜାଣିଛ ମୋର ଏତେ ବଡ଼ ଦୁନିଆରେ ନିଜର ବୋଲି କହିବାକୁ କେହି ନାହିଁ, ତଥାପି ମୋତେ ବିନା ଦୋଷରେ ଆଜୀବନ ସଜ୍ଜା ଦେବାର କଠୋର ନିଷ୍ପତି ନେଇଗଲ??.... କ୍ରମଶଃ....
