STORYMIRROR

Mitali Madhusmita

Others

3  

Mitali Madhusmita

Others

ଶୋଇଛି ମୋ ଅଭିମାନ

ଶୋଇଛି ମୋ ଅଭିମାନ

1 min
404

ଜୀବନର କ୍ଷଣ ଭଙ୍ଗୁର ପଥରେ 

ଅନେକ ବାଟ ଏକା ଚାଲିବାପରେ 

ଏକ ବେନାମୀ ମୋଡରେ 

ତମେ ଆସି ପାଦ ମିଶେଇଲ ମୋ ସହ 

ସହଯାତ୍ରୀ ରୁ କେବେ "ସାଥି" ହେଇଗଲ 

ମୁଁ ଜାଣି ପାରିଲିନି !!

ଧୀରେ ଧୀରେ "ସାଥି"ରୁ 

 ଜୀବନସାଥୀର ଆସନ ଅଳଙ୍କୃତ କରିନେଲ ମୋ ହୃଦୟରେ 

ଜୀବନର ସମସ୍ତ ପ୍ରତୀକ୍ଷl ଆଉ ପ୍ରତୀକ୍ଷିତ ମୁହୂର୍ତ୍ତରେ 

ତମେ ଆସିବା ପରେ ପୂର୍ଣ୍ଣଛେଦ ପଡିଲା !!

ସୁବିଧାବାଦୀ ଏ ସ୍ୱାର୍ଥପର ଦୁନିଆରେ 

ଛପି ଛପି ପାଦ ରଖୁଥିବା ମୋର ଏଇ ନିରୀହ ମନକୁ 

ତମେ ଅଭୟ ଦେଇଥିଲ 

ମୋ ନିଷ୍ପାପ ଆଖିରେ ତମେ ଅନେକ ସ୍ୱପ୍ନ ସଜେଇଲ 

ମରୁଭୂମି ସଦୃଶ ମୋ ହୃଦୟରେ ସବୁଜିମା ଭରିଦେଲ 

କିନ୍ତୁ 

ହଠାତ ତୁମ ଭିତରେ ଏ ପରିବର୍ତ୍ତନ???? 

ତୁମେ ମୋ ଅସ୍ତିତ୍ୱକୁ ଅସ୍ୱୀକାର କରିବାକୁ ପଛାଉନ 

କାହିଁକି?? 

ମୋ ଆଖିରେ ସ୍ୱପ ସଜେଇଲ 

କୋଉ ଅପରାଧରେ ଭାଙ୍ଗି ବି ଦେଲ?

ସ୍ୱପ୍ନ ସବୁ ଭାଙ୍ଗିଯିବା ପରେ 

ଆଜି କାହିଁକି?

ସେଇ ଶୁଖିଯାଇଥିବା ଆଖିର ଉପତ୍ୟକାରୁ 

ଦୁଇ ଧାର ଉଷ୍ମ ପ୍ରସବଣ ବହିଯିବାପାଇଁ ବାଟ ଖୋଜୁଛି? 

ହାରିଯାଇଥିବା ମନ 

ଆଉ କବର ନେଇଥିବା ଅଭିମାନ ପୁଣି ଚେଇଁ ଉଠୁଛି 

ପୁଣି 

ସୂର୍ଯ୍ୟାଗମନରେ କୁଆଁ ତାରା ଲୁଚିଗଲାପରି 

ସେ ଚେଇଁ ଉଠୁଥିବା ଅଭିମାନ 

ପୁଣି ଶୋଇପଡୁଛି 

ଆଉ ମୋତେ ପ୍ରଶ୍ନ କରୁଛି.."କାହାପାଇଁ "?? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍