STORYMIRROR

Mitali Madhusmita

Tragedy

3  

Mitali Madhusmita

Tragedy

ଅବାଂଛିତ

ଅବାଂଛିତ

5 mins
217


ଅପରାହ୍ନ 3:00 କଲେଜ ରୁ ଫେରି ଅଧ୍ୟାପିକା ମନସ୍ବିନୀ ସାମନ୍ତରାୟ ପଡିଶା ଘରର ଅନୁ ମାଉସୀଙ୍କୁ ତାଙ୍କ ପାଇଁ ଅପେକ୍ଷା କରିଥିବା ଦେଖିବାକୁ ପାଇଲେ l ଭାରି ସ୍ନେହୀ ଏଇ ଅନୁ ମାଉସୀ ତିନୋଟି ସନ୍ତାନ ଓ ସ୍ୱାମୀ ସହିତ ରୁହନ୍ତି l ପିଲା ମlନେ ସମସ୍ତେ ଯଥେଷ୍ଟ ବଡ ଓ ନିଜ ନିଜ କର୍ମ କ୍ଷେତ୍ରରେ ପ୍ରତିଷ୍ଠିତ l ବେଶ ହସ ଖୁସିର ପରିବାର ତାଙ୍କର, କୌଣସି ଜିନିଷ ରେ ଅଭାବ ନାହିଁ l କିନ୍ତୁ ସବୁବେଳେ ହସ ହସ ମୁଁହ ରେ ସମସ୍ତଙ୍କୁ ଅଭ୍ୟର୍ଥନା ଦେଉଥିବା ମାଉସୀ ଆଜି ମନ ଦୁଃଖରେ ବସିଛନ୍ତି ସେ ପୁଣି ମୋ ଘରେ ମୋ ଅପେକ୍ଷାରେ l ବିଚଳିତ ହେଇ ମନସ୍ବିନୀ ଛୁଟି ଗଲେ ଅନୁ ମାଉସୀଙ୍କ ପାଖକୁ, ତାଙ୍କୁ ଦେଖି ମାଉସୀଙ୍କ ମୁଖ ମଣ୍ଡଳରେ ଚେନାଏ ହସଫୁଟି ଉଠିଲା.. ମାଉସୀ କହି ଉଠିଲେ ମା' ରେ କଲେଜ ରେ କିଛି ଖାଇଛୁ କି ନାହିଁ? ହଁ ମାଉସୀ, କିନ୍ତୁ ତମେ କୁହ ଆଜି ଏତେ ଉଦାସ କାହିଁକି.. ଆଉ ମୋତେ ନଜଣେଇ କେତେବେଳ ଠାରୁ ଆସିଲାଣି ଅପେକ୍ଷା କରିଛ? ସବୁ ଭଲ ତ ? ହଁ ରେ ମା' କିନ୍ତୁ ସକାଳୁ ମନୀଷା ର ଫୋନ ଆସିନି ମୋ ଫୋନେରେ ରଚାର୍ଜ ସରିଯାଇଛି କି କଣ ଫୋନ ଲାଗୁନି ତାକୁ , ଘରେ ତ ଆଉ କେହି ନାହାନ୍ତି ମଉସା ବ କାଲି ଠାରୁ ଭୁବନେଶ୍ୱର ଯାଇଛନ୍ତି l ସକାଳୁ ନହେଲେ ଦିପହରେ ମନୀଷା ଫୋନ କରେ ଆଜି ଜମା କରିନି.. ମୋତେ ଜମା ଭଲ ଲାଗୁନି l (ମନୀଷା ମନସ୍ବିନୀ ମାଡାମ ଦୁଇ ବର୍ଷ ତଳେ ଗୋଟିଏ କଲେଜ ରେ ସହକର୍ମୀ ଭାବେ ଥିଲେ ଏବେ ସେ ଟ୍ରାନ୍ସଫର ଯୋଗୁଁ ଅନ୍ୟତ୍ର ରହୁଥିଲେ ) ଓଃ ବୁଝିଲି, ଆଛା ତମେ ତ କିଛି ଖାଇ ନଥିବ, ତମେ ଆଗେ ଖାଅ ମୁଁ ମନୀଷା କୁ ଫୋନ କରୁଛି, ଏତିକି କହି ରୋଷେଇ ଘରକୁ ଚାଲିଗଲେ ମନସ୍ବିନୀ ଠିକ ପଛେ ପଛେ ଅନୁ ମାଉସୀ.. ଧନଟା ପରା କିଛି ଦରକାର ନାହିଁ ମୋତେ ଭୋକ ଶୋଷ କିଛି ନାହିଁ ରେ ମା' ଆଗେ ଫୋନ ଟା କର. ତା ସ୍ୱର ଶୁଣିଦେଲେ ଥରେ ମୋର ଜୀବନ ଫେରିଆସିବ l ମା ମନର ବେଦନାକୁ ବୁଝିପାରୁଥିଲେ ସେ , ଆଛା ହଉ ମୁଁ ରିଙ୍ଗ କରୁଛି ବ୍ୟସ୍ତ ହୁଅନି!ଫୋନ କଂନେଟ ହେବା ଭିତରେ ସେ ପଚାରି ଦେଲେ ମାଉସୀ ମନୀଷା ବଡ଼ ତ ହେଇଗଲାଣି ନିଜ ଗୋଡ଼ରେ ଛିଡା ହେଲାଣି.. ତଥାପି ତମେ ଏଯାଏଁ ଏତେ ବ୍ୟସ୍ତ ଯେ ଦିନ ଆସି ସରିବାକୁ ବସିଲାଣି ନଖାଇ ନପିଇ ବସିଛ?? ମାଉସୀଙ୍କ ଉତ୍ତର ପୂର୍ବରୁ ସେପଟୁ ମନୀଷା ର ସ୍ୱର.. ହେଲୋ ମାନୁ (ମାନସ୍ବିନୀଙ୍କ ଡାକ ନାଁ ) ତତେ ହିଁ କଲ କରିଥାନ୍ତି.. ଆରେ ମମ୍ମି ଫୋନ ଟା ଲାଗୁନି ତ..? You lucky girl ନେ ମାଉସୀ ପା ମୋ ଘରେ ବସିଛନ୍ତି ଏଯାଏଁ ଖାଇବି ନାହାନ୍ତି କଥା ହ 'l ହଁ ମମ୍ମି.. ଵାସ... ଏତିକି ଶୁଣିବା ପରେ ଅନୁ ମାଉସୀଙ୍କ ଚେହେରାରେ ଯୋଉଁ ଆନନ୍ଦ ତାଙ୍କ ମୁଖମଣ୍ଡଳ ଝଲସି ଉଠିଲା ଯେମିତି!! ମା 'ର ମମତା ଦେଖି ଆଖି ଭରି ଆସିଲା ମନସ୍ବିନୀ ଙ୍କର ରୋଷେଇଘରକୁ ପଶିଗଲେ ସେ ଅନୁ ମାଉସୀଙ୍କ ପାଇଁ କିଛି ଜଳଖିଆ ଆଣିବା ପାଇଁ, ଛାତିରେ ଏକ ପୁରୁଣା ଯନ୍ତ୍ରଣା ର ଜଖମ ତାଜା ହେଇଗଲା ମନେ ପଡିଗଲା ସେ ଅଭିଶପ୍ତ ପିଲାଦିନ ଓ ଆବର୍ତ୍ତମାନ l ତାଙ୍କ ଅଜାଣତରେ ଦୁଇ ଧାର ଲୁହ ବୋହି ଆସିଥିଲା କେତେବେଳେ, ଲୁହ ପୋଛୁ ପୋଛୁ ଅନୁ ମାଉସୀଙ୍କ ଡାକରେ ପ୍ରକୁତିସ୍ତ ହେଲେ ମନସ୍ବିନୀ l ମାନୁ ତୋ ଫୋନ ନେ ରେ ମା ' ମୁଁ ଆସୁଛି l ନାଇଁ ମାଉସୀ ରୁହ.. କହି ଡ୍ରଇଁ ରୁମ କୁ ଆସିଲେ ମନସ୍ବିନୀ, ମାଉସୀ ଟିକେ ଖାଇଦିଅ l ଖାଇବସିଲେ ଅନୁ ମାଉସୀ, ପାଖରେ ବସି ମନସ୍ବିନୀ କହିଲେ ମୁଁ ଲକ୍ଷ କରିଛି ବାକି ଦୁଇ ଜଣଙ୍କ ଅପେକ୍ଷା ତମେ ମନୀଷା କୁ ଅଧିକ ଭଲପାଅ ନା.. ଏତେ ବଡ ହେବାପରେ ବି ତମ ଆଗରେ ସେ ଛୁଆ... ମାନସ୍ବିନୀଙ୍କ କଥା ନଶରୁଣୁ କହି ଉଠିଲେ ଅନୁ ମାଉସୀ... ମାନୁ ପ୍ରତ୍ୟକ ମା ଆଗରେ ତା ପିଲା ସବୁବେଳେ ପିଲା କେବେ ବଡ ହୁଏନି ରେ?ଆଉ ମନୀଷା ତ ମୋ ଜୀବନ କାହିଁକି ଜାଣୁ,ସେ ହଉଛି ମୋ "ପ୍ରଥମ ସନ୍ତାନ" ତା'ର ଆଗମନରେ ମୁଁ ମାତୃତ୍ୱ ଲାଭ କଲି ତା 'କୁନି ଓଠରୁ ପ୍ରଥମେ ମୁଁ" ମା " ଡାକ ଶୁଣିଲି,ମୋ ନାରୀ ଜନ୍ମ ସାର୍ଥକ କରିଛି ସେ.. ବାକି ସମସ୍ତେ ମଧ୍ୟ ମୋର ସନ୍ତାନ କିନ୍ତୁ ପ୍ରଥମ ସନ୍ତାନ ଆଜୀବନ ପ୍ରିୟ, ବେଶ ଅମୁଲ୍ୟ ସେ... ତୁ ପରା ସେଇଥିରୁ ଗୋଟିଏ, ତୁ ତୋ ମା ବାପାଙ୍କ ପ୍ରଥମ ସନ୍ତାନ ପରା... ଏତକି କହି ବିଦାୟ ନେଲେ ଅନୁ ମାଉସୀ l

ଥମ କରି ବସିପଡ଼ିଲା ମାନୁ ଆଉ ଥରେ ଆକାଶ ଛିଡ଼ିପଡ଼ିଲା ଯେମିତି ତା ' ମୁଣ୍ଡ ଉପରେ... ମନରେ ଝରକାରେ ଭାସିଉଠିଲା ଅତୀତର ସେ ପୃଷ୍ଠା ଯାହାକୁ ସେ କବର ଦେଇସାରିଥିଲା ଅନେକ ବର୍ଷ ତଳୁ l



କୁହନ୍ତି ପ୍ରଥମ ସନ୍ତାନ ସବୁବେଳେ ସ୍ପେସିଆଲ ହେଇଥାଏ l କିନ୍ତୁ  ସେ ଏକ ବ୍ୟତିକ୍ରମ ବୋଧହୁଏ l ପିଲା ବେଳେ ମା'ର ଦେହ ଅସୁସ୍ଥ ଥିବାରୁ ତାକୁ ମାମୁଁ ଘରେ ରହିବାକୁ ପଡିଲା, ଦୂରରେ ରହିଲେ କୁଆଡେ ସମ୍ପର୍କ ମଜବୁତ ହୁଏ କିନ୍ତୁ ପୁନଃ ବ୍ୟତିକ୍ରମ ଘଟିଲା ତା ଜୀବନରେ l ତାକୁ ଜନ୍ମ ଦେଇ ତାର ମା'ବାପା ଭୁଲିବାକୁ ଲାଗିଲେ ତା ପ୍ରତିଥିବା ଦାଇତ୍ୱ ଓ କର୍ତ୍ତବ୍ୟ l ଛୋଟ ଥିବା ବେଳେ ସେ ବିଶେଷ କିଛି ବୁଝିପାରୁନଥିଲି ତଥାପି, ସ୍ନେହ ର ପ୍ରତିବଦଳରେ ବାପା ଦେଇଥିବା ପ୍ରଥମ ଆଘାତ ତାର ଆଜିବି ମନେ ଅଛି, ସେତେବେଳେକୁ ସେ ସପ୍ତମ ଶ୍ରେଣୀରେ ପଢୁଥାଏ, ବାପା ତାଙ୍କର ସାନ ଝିଅ କୁ ନେଇକି ମାମୁଁ ଘରକୁ ଆସିଥାନ୍ତିକହିଲେ ସମସ୍ତେ ରେଡି ହୁଅ ଫୋଟୋ ଉଠେଇବା, ସେଦିନ ବାପାଙ୍କ ନୂଆ କ୍ୟାମେରାରେ ଫୋଟୋ ଉଠେଇବାକୁ ଅଜା, ଆଈ ଙ୍କ ଅପେକ୍ଷା ମାନୁ ଆଗେ ରେଡି ହେଇଯାଇଥାଏ,

ନିଜ ସାନଭଉଣୀ ସହିତ ଫୋଟୋ ଆଗ ଉଠେଇବା ପାଇଁ

ବାପାଙ୍କୁ ଡାକୁଥାଏ..


 ବାପା ଆସିଲେ ଦୁଇ ଭଉଣୀ ଛିଡା ହେଇଗଲେ ଫୋଟୋ ଉଠେଇବା ପାଇଁ ଦୁଇଟି ଫୋଟୋ ଉଠେଇସାରିବା ପରେ ହଟାତ କହିଲେ ମାନୁ ତୁ ଆସେ କୁନୁ (ବାପାଙ୍କ ସାନଝିଅ )ଥାଉ ତୁ ବସ ପରେ ଉଠେଇବା ତୋର... ମଉଳି ଗଲା ମନର ସରାଗ ଘୋଟି ଗଲା କଳାହାଣ୍ଡିଆ ମେଘ ମନ ଆକାଶରେ l ଆଈ ଆସିଲା କହିଲା ତମ ଝିଅର ଫୋଟୋ ଉଠାଉଛ ମୋ ମାନୁ ଏକା ବସିଛି l

ବାପା କହିଲେ ତା ଫୋଟୋ ଭଲ ଆସୁନି ପରା l ତା ପରେ ଅଜା ଆଈ ଙ୍କ ସହିତ ଫୋଟୋ ଉଠେଇବା ସମୟରେ ମଧ୍ୟ ବାପା ତାକୁ ଡାକି ନଥିଲେ, ଆଇ ଅଜା ଯେତେ ଡାକିଲେ ବ ମାନୁ ଆଉ ଆସିନଥିଲା ଫୋଟୋ ଉଠେଇବାକୁ! ସେଦିନ ଠାରୁ ଆଜିଯାଏ ସେ କଥାକୁ ଭୁଲିବାକୁ ସତଚେଷ୍ଟା କରିଲେ ମଧ୍ୟ ପାରିନି, କାରଣ ପ୍ରତିଥର ଏମିତି କିଛି ଘଟଣା ଘଟିଯାଏ ଆଉ ସେ ପୁରୁଣା ଯଖମ ସବୁ ପୁଣି ସତେଜ ହୋଇ ଉଠନ୍ତି l

      ସ୍ନେହ ତ ଦୂର କଥା,ଯେବେ ଯେବେ ମା ବାପାଙ୍କ ସାଥ ବି ଦରକାର ଥିଲା କେବେ ପାଇପାରିନି ସେ! ସବୁଠାରୁ ଅଧିକ କଷ୍ଟ ତାକୁ ସେ ରାତିରେ ଲାଗିଥିଲl କେଜାଣି କାହିଁକି ସେଦିନ ସେ ମା 'ରୁମ ରେ ସୋଇଥାଏ, ରାତି ପ୍ରାୟ 12:00 ହେବ ହଠାତ ତା ' ନିଦ ଭାଙ୍ଗିଗଲା?? ମା' ବାପାଙ୍କ ଭିତରେ ତାଙ୍କର ତିନୋଟି ସନ୍ତାନ ବଣ୍ଟା ଚାଲିଥାଏ ତିନି ଜଣଙ୍କ ଭିତରେ ଅଛିଣ୍ଡା "ମାନୁ".. ମା ଓ ବାପା ଦୁଇ ଜଣ ମାନୁ କୁ ନିଜ ସାଥିରେ ରଖିବାକୁ ଚାହୁଁନଥିଲେ l ସେଦିନ ସେ ନିର୍ଜନ ରାତିରେ, ସବୁଦିନ ପାଇଁ ସେ ବେସାହାରା ଅନୁଭବ ର ମୂଳଦୁଆ ପଡିଲା ତା ଭିତରେ,ମା'ବାପl ଦୁଇଟି ଶବ୍ଦ ର ସଂଜ୍ଞା ତା ପାଇଁ ଭିର୍ଣ୍ଣ ବୋଲି ସେ କଳରାତ୍ରି ତାକୁ ଜଣେଇ ଦେଇଥିଲା l

  ଯେଉଁଠି ବାପା ମା' ଙ୍କ ସଂଜ୍ଞା ତା ' ମୂଲ୍ୟହୀନ ପାଇଁ ଭାଇ ଭଉଣୀ ବା ନିଜର ହେବେ କେମିତି l ବାସ୍ ନିଜର ସ୍ୱାର୍ଥ ପାଇଁ ଯାହା ଦିଦି ଦିଦି ହୁଅନ୍ତି l ଦିଦି ପାଖରୁ କାର୍ଯ୍ୟ ହାସଲ ପରେ ପୁଣି ଫେରିଯାନ୍ତି ତାଙ୍କ ଦୁନିଆଁକୁ!!

ମାନୁର ଦୁନିଆରେ କେବଳ ବହଳ ଅନ୍ଧାର ଆଉ ନିଃସଙ୍ଗତା l ସେ ରାତି ପର ଠାରୁ ସେ ହସିବା ଭୁଲି ଯାଇଥିଲା ନିଜ ଘରେ, ବାହାର ଦୁନିଆ ତାକୁ ଅଟ୍ଟହାସ୍ୟ କରୁଥିଲେ, ଘରେ ଅଣନିଶ୍ୱାସୀ ହେଇଯାଉଥିଲା... ଜୀବନ ଦୁର୍ବିସହ ଥିଲା ତା ପାଇଁ l ସ୍ନାତକ ପରେ ସ୍ନାତକୋତ୍ତର ପାଇଁ ଘରଠାରୁ ଦୁରକୁ ଗଲା ହଷ୍ଟେଲ ରେ ରହିଲା ତଥାପି କେବେ ସ୍ନେହ ଟିକେ ମିଳିଲାନି ଆପଣାର ମାନଙ୍କ ଠାରୁ... କେବେଳ ଟଙ୍କା ହିଁ ଆସେ କଥା ବାର୍ତ୍ତା ର ଜରିଆ ରୂପେ.. କୌଣସି ଖର୍ଚ୍ଚ ଦରକାର ପଡିଲେ ଯାହା କଥା ହୁଏ... ନଚେତ ନାହିଁ.. ନା 'ସେମାନେ କେବେ ଭଲ ମନ୍ଦ ପଚାରନ୍ତି ନା ମାନୁକୁ ଶୁଣିବାକୁ କାହା ପାଖରେ ସମୟ ଥାଏ??ଧୀରେ ଧୀରେ ସେ ନିଜ ପାଇଁ ବଂଚିବା ଶିଖିଲା, ନିର୍ଜୀବ ବହି ଖାତା ସବୁ ତା ଦୁନିଆରେ ସଜୀଵ ହୋଇଉଠିଲେ, ଯାହାର ଫଳସ୍ୱରୂପ ରେ ଆଜି ଏତେ ପ୍ରତିଷ୍ଠିତ ଅଧ୍ୟାପିକା ଭାବରେ ଜୀବନ କୁରୁକ୍ଷେତ୍ର ରେ ଅବତୀର୍ଣ l କିନ୍ତୁ ନିଜ କର୍ତବ୍ୟ ଭୁଲିନି ସେ ବାପାମା ଙ୍କ ପ୍ରତି.. କରେ ତ କେଵଳ କର୍ତବ୍ୟ.. ପ୍ରଥମ ସନ୍ତାନ ରୂପେ ସେ ଖାସ ନୁହେଁ... ନିଜକୁ ଅବାଂଛିତ ମନେ କରେ... ତେଣୁ ମନରେ ସଂମ୍ମାନ ନ ଥାଏ ସେମାନଙ୍କ ପାଇଁ .. ତଥାପି ମୁହଁ ହସ ନେଇ ସେ ସ୍ୱାଗତ କରେ ସେମାନଙ୍କୁ... ପି ଯାଏ ସେ ସମସ୍ତ ଦୁଃଖ ର ଗରଳ... ପ୍ରତିପାଦନ କଲା ବେଳେ ନିଜର କର୍ତ୍ତବ୍ୟ କାରଣ ଉପର ଵାଲା ର ହିସାବ ଖାତା ଅଲଗା ସମୀକରଣ ରେ ହୁଏ.? ଆତ୍ମଗ୍ଲାନି ର ହସ ରେ ଡ୍ରଇଁ ରୁମ ରେ ଥିବା ଜଗନ୍ନାଥଙ୍କୁ ଅନେଇ ପୁଣି ଭାବନା ଜଗତରୁ ଫେରିଆସିଲା ସେ ।



Rate this content
Log in

Similar oriya story from Tragedy