ବରଫ ନଗରୀର ବାଦଶାହ
ବରଫ ନଗରୀର ବାଦଶାହ
ଶୀତ ଆସିଲେ ତୁ ବେଶୀ ମନେ ପଡ଼ୁ.. ଆଉ ମନେ ପଡେ ତୋ ନମକିନ ଚା'.. ! ଶୀତ ଆସିଲେ ତୋ ଗାଁ ଆହୁରି ସୁନ୍ଦର ଦିଶେ ବରଫ ର ଚାଦର ତଳେ l ଆଉ ସେ ଶୀତ ରାତିରେ, ତୋ ପ୍ରତିଶୃତି ଗୁଡାକ ଝରୁଥାଏ ପ୍ରତିଟି କାକର ଟୋପା ରେ ! ହଁ ମନେ ଅଛି ଏଇ ଡ଼ିସେମ୍ବର ର ଶୀତୁଆ ସକାଳରେ ତୋ ସହିତ ପ୍ରଥମେ ପରିଚୟ ହେଇଥିଲା !
ବିଞ୍ଚି ଦେଇଥିଲୁ ମୋ ଜୀବନରେ ବନ୍ଧୁତା ର ଗୁଲାଲ । ମୋ ହାତରେ ହାତ ରଖି ପ୍ରତିଶୃତି ଦେଇଥିଲୁ ସାରା ଜୀବନ ଆମେ
ବନ୍ଧୁ ହେଇ ରହିବା ଗୋଟିଏ ପରିବାର ହେଇ ସୁଖ ଦୁଃଖ
ବାଣ୍ଟିବା । ମୋ' ବିନା ତୋ ଇଦ୍ ଅଧୁରା ଆଉ ତୋ ବିନା ମୋ
ହୋଲି ଆଉ ଦିବାଲି, ମୁଁ କଳ୍ପନା କରିପାରେନା !ଯେତେଦିନ ଆମେ ଏକାଠି ଥିଲେ ସବୁ ଠିକଥିଲା l ନିୟତିର ନିୟମ ମାନି, ଲାଷ୍ଟ ୟୁନିଭରସିଟି ଏକ୍ସାମ ପରେ ଲୁହ ଛଳଛଳ ଆଖିରେ, ଆଉ କୋହ ଭରା ହୃଦୟରେ ଶେଷ ଥର ପାଇଁ ତୋ ମୁହଁରୁ "Will miss u Mannu "through out the life ଶୁଣିଥିଲି.. ଆଉ ଆମେ ପରସ୍ପରକୁ ବିଦାୟ ଦେଇଥିଲେ ସେଇ ପୁରୁଣା ପ୍ରତିଶୃତି ସହିତ ।ଦୁନିଆ ର ଯୋଉଠି ଥିଲେ ମଧ୍ୟ ଆମ ଦୋସ୍ତି ଅମର ହେଇ ରହିବ l Univesity ପରେ Proffesional life ରେ ଦୁହେଁ ବ୍ୟସ୍ତ ରହିଲେ ମଧ୍ୟ, ଆମ ବଣ୍ଡିଙ୍ଗ ରେ କିଛି
ପରିବର୍ତ୍ତନ ଆସିନଥିଲା ପ୍ରାୟ ଦେଢ଼ ବର୍ଷ ଯାଏଁ ।
ତା' ପରେ ଧୀରେ ଧୀରେ ତୁ ବଦଳିବାରେ ଲାଗିଲୁ, ମାସ
ପରେ ବର୍ଷ ବିତି ଚାଲିଲା ତୋ ପଟୁ କେବେ କଲ୍ କି
ମେସେଜ ଆସିଲାନି । ଏମିତିକି ଫ୍ରେଣ୍ଡସିପ ଡେ ଉଇସ କରିବା ବି ଜରୁରୀ ଭାବିଲୁନି ତୁ??
ଆଉ ମୋ ଫ୍ରେଣ୍ଡସିପ ଡେ ଉଇସ ର ତୁ ଯାହା ଉତ୍ତର
ଦେଲୁ ମୁଁ ମୋ କାନ କୁ ବିଶ୍ୱାସ ବି କରିପାରିଲିନି !
ସେ ଦିନ ଠାରୁ ମନସ୍ତ କଲି, ମୋ ହୃଦୟରେ ତୋ ପାଇଁ
ଥିବା ଛୋଟିଆ ଘରକୁ ମୁଁ ସବୁଦିନ ପାଇଁ ତାଲା
ପକେଇଦେବି! କିନ୍ତୁ ମନକୁ ମୁଁ ଆଜି ବି ବୁଝେଇ ପାରିନି,
ତୁ ଖରା ସହିପାରୁନି ନା' ଗ୍ରୀଷ୍ମ ଆସିଲେ, ତୋ ପାଇଁ
ମୋ ଆଖିରେ ବନ୍ୟା ଆସେ ! ତୁ ବରଫ ନଗରୀ ର
ବେତାଜ ବାଦଶାହ, ସେଇଥିପାଇଁ ତୋ ପ୍ରତିଶୃତି
ଗୁଡାକ ମୋ ଦୁନିଆରେ ଶୀତ ରାତିରେ କାକର
ହେଇ ଝରିଯାଏ !
