Satyabati Swain

Inspirational

3  

Satyabati Swain

Inspirational

ଜୁବୁଲିକୁ ଚିଠିଟିଏ

ଜୁବୁଲିକୁ ଚିଠିଟିଏ

5 mins
321


       ମୋର ସ୍ନେହ ନେବୁ। ତୋ ରୁମ୍ ମେଟ୍ଙ୍କୁ ମୋର ସ୍ନେହ ଜଣାଇଁ ଦେବୁ। ଆଶା କରୁଛି ମନ ଲଗାଇ ପଢିବା ସହ ଦେହର ଯନ୍ତ ନେଉଥିବୁ। ତୁ ପ୍ରଥମ ଥର ଘର ଛାଡି ବାହାରେ ରହି ପଢିବାକୁ ଗଲୁ। ତୋ ବିନା ଘର ଘର ପରି ଲାଗୁନି। ତୋ ଅନୁପସ୍ଥିତ ମୁଁ ପ୍ରତିକ୍ଷଣେ ଅନୁଭବ କରୁଛି। ତୋତେ ହଷ୍ଟେଲରେ ଛାଡି ଆସିଲା ପରେ ମୋ ମନ ଖୁବ୍ ବିକଳ ହେଉଛି। ଆଜିକାଲି ଯାହା ସବୁ ଘଟୁଛି ସେ କଥାକୁ ନେଇ ମୁଣ୍ଡ ଖରାପ ହୋଇ ଯାଉଛି। ଚିନ୍ତା ବଢି ଯାଉଛି। ତୁ ତ ନିହାତି ସରଳ ଗାଉଁଳିଛୁଆଟା। ଏଇ ମାତ୍ର ଷୋହଳ ଚାଲୁଛି ତୋତେ । ଦୁନିଆଁ ବିଷୟରେ କେତେ ବା ଜାଣିଛୁ?

       

ତୋର ଏଇ ଟିନ୍ ଏଜ୍ ଟି ଭାରି ଖସଡ଼ା। ଗୋଡ଼ ଖସି ଖଣ୍ଡିଆ ଖାବରା ହେବା ବୟସ। ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ବଢ଼ିବା ସ୍ୱାଭାବିକ। ବୟସ ହେଲେ ବହୁତ କିଛି ପରିବର୍ତ୍ତନ ହୁଏ ଶରୀର,ମନ ଓ ମସ୍ତିଷ୍କରେ। କିଛି ଗୋଟିଏ ନିଷ୍ପତ୍ତି ସହଜରେ ନେଇ ହୁଏନି। ବିଶେଷ କରି ଶାରୀରିକ ଅଭିବୃଦ୍ଧି ବିଚଳିତ କରେ ମନକୁ। ଗୁଡିଏ କଣ,କାହିଁକିର ବିସ୍ମୟ ମନ ଭିତରେ ହଇ ଚଇ ସୃଷ୍ଟି କରନ୍ତି। ମନ ପକ୍ଷ ଲଗେଇ କାହିଁ କୁଆଡେ ଉଡିଯାଏ। ସଜ ବାଜ ହେବା,ଭଳିକି ଭଳି ପୋଷାକ ପିନ୍ଧିବା,ହିରୋ ଷ୍ଟାଇଲ କୁ ଅନୁସରଣ ବେଶୀ ଏଇ ଟି ନ୍ ଏଜ୍ ଟି ହିଁ କରିଥାଏ। ସ୍ୱପ୍ନରେ ହଜି ନିଜକୁ ହଜାଇ ଦିଏ ଏଇ ବୟସ। ଝିଅ ପିଲାଙ୍କୁ ଦେଖିବା,ତାଙ୍କ ସହ ଗପିବା ବନ୍ଧୁତା କରିବାକୁ କେହି ଯେମିତି ଉସ୍କାଏ। ମନ ବିବେକ ଟଣା ଓଟରା ହୁଅନ୍ତି। ଭୁସ୍ କିନା ଭୁଲ୍ ଟିକୁ ଠିକ୍ ଭାବି କରିଦିଏ ଏଇ ବୟସ। ଭଲ ଉପଦେଶ ପିତା ଲାଗେ। ବହୁତି ଖତରନାକ ଏଇ ଟି ନ୍ ଏଜ୍ ଟି।


ପ୍ରତ୍ୟେକ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ସମୟ ଥାଏ। ଏଇ ଯେମିତି ଏବେ ତୋର କେବଳ ପାଠ ପଢା। ପଢାରେ ମନ ଦେବୁ। ଆଗରେ ତୋର ବିରାଟ ଭବିଷ୍ୟତ। ତୁ କିଛି କରିବା ସ୍ୱପ୍ନରେ ନିଜକୁ ହଜେଇବୁ। ଏଣୁ ତେଣୁ କିଛି ମନକୁ ଆଣିବୁନି । ଖାଲି ମନ ସଇତାନର ଘର। ସବୁବେଳେ ମନ ରଖିବୁ ତୋ ଭବିଷ୍ୟତ ତୋ ହାତରେ। ଯେତେ ମନ ଲଗେଇ ପରିଶ୍ରମ କରି ପଢିବୁ ସେତେ ଉପରକୁ ଉଠିବୁ। ଅର୍ଜୁନ ପରି ମାଛର ଆଖି କେବଳ ଦେଖିବୁ। ତୋତେ ଯେପରି ଚକ ଦେଖା ନଯାଏ। କେବଳ ମାଛର ଆଖି ତୋତେ ଦେଖାଯିବା ଉଚିତ।


ହଷ୍ଟେଲରେ ଅନେକ ପ୍ରକାର ପିଲା ରୁହନ୍ତି। ଧନୀ,କଳା ପଇସା ବାଲାର ପୁଅ ଥିବେ। ଯାହାର ପଇସାକୁ କେୟାର ନ ଥାଏ। ଯିଏ କି ପଢା ନାଁରେ ଅୟସ କରନ୍ତି। ବଦମାସୀ କରନ୍ତି। ମଦ,ଝିଅ ଯେତେ ସବୁ ବାଜେ ଅଭ୍ୟାସରେ ପଡ଼ିଥାନ୍ତି। ଡାଲମା ଖାଇବାକୁ ତୁ ଭଲ ପାଉ ନା। ସେଥିରେ ପଡିଥିବା ସାରୁ ସବୁ ପରିବା ସହ ମିଶିଥାଏ କିନ୍ତୁ କହୁଥାଏ ସେ ସାରୁ ବୋଲି। ସଭିଙ୍କ ଭିତରେ ଥାଇ ବି ଯିଏ ନିଜ ଶ୍ରେଷ୍ଠତ୍ତ୍ୱ ପ୍ରତିପାଦନ କରେ ସିଏ ସବୁଥିରେ ଜିତେ। ହଂସ କଣ କରେ? କ୍ଷୀରରୁ କେବଳ ସରଟି ଖାଇଥାଏ । ସେପରି ଅନ୍ୟଠାରୁ ତୁ କେବଳ ଭଲ ଗୁଣ ହିଁ ଶିଖିବୁ। ସାରୁ ପରିବା ହେବୁ। କାହା କଥାରେ ଭାସିଯିବୁ ନାହିଁ। ନିଜକୁ ଦୃଢ଼ କରିବୁ। ଲକ୍ଷ୍ୟକୁ ହାତ ମୁଠାରେ ମୁଠାଇ ଦୌଡ଼ିବୁ।


ଏ କୋମଳ ବୟସର ଜିଜ୍ଞାସା ବହୁତ ପିଲାଙ୍କୁ ବିପଥ ଗାମୀ କରାଏ। ବାପା ମା ଙ୍କ ଆଖିରେ ଧୂଳି ଦେଇ ସେମାନଙ୍କ ଅଲକ୍ଷ୍ୟରେ କୁ ବାଟକୁ ଚାଲି ଯାଇ ନିଜର ଭବିଷ୍ୟତନଷ୍ଟ କରି ଦିଅନ୍ତି। କେହି ଖରାପ ସାଙ୍ଗ ମାନଙ୍କ ସହ ମିଶି ନିଶା ଅଭ୍ୟାସ କରନ୍ତି। ମଦ

,ଚରସ,ବ୍ରାଉନ ସୁଗାର ପରି ମାରାତ୍ମକ ପ୍ରାଣ ଘାତି ମାଦକ ଦ୍ରବ୍ୟ କବଳରେ ପଡି ଯାଆନ୍ତି। ବାରଣ କରିବାକୁ ବାପା ମା କେହି ନଥାନ୍ତି ସେଠି। ତେଣୁ ମନ ଇଚ୍ଛା ସ୍ୱାଧୀନ ଜୀବନର ଅପବ୍ୟବହାର କରନ୍ତି। ତୁ ତ ମୋର ସୁନା ପୁଅ ଏସବୁର ଦୁରରେ ନିଶ୍ଚିତ ରହିବୁ।


ଏ ବୟସରେ ପ୍ରେମରେ ପଡିବା ଗୋଟେ ସାଧାରଣ ଘଟଣା। କିନ୍ତୁ ପ୍ରେମ ଦେହ ନୁହେଁ,ପ୍ରେମ କ୍ଷଣିକ ଆବେଗ ନୁହେଁ। ପ୍ରେମ ସ୍ବର୍ଗୀୟ,ଶାଶ୍ୱତ। ପ୍ରତାରଣା,କି ଅବିଶ୍ୱାସ ପ୍ରେମ ପାଇଁ ବିଷ ତୁଲ୍ୟ। ପ୍ରେମରେ ନିୟନ୍ତ୍ରଣ ଓ ଧୈର୍ଯ୍ୟ ନିତାନ୍ତ ଆବଶ୍ୟକ। ସବୁଠାରୁ ବଡ଼ କଥା ପ୍ରେମ ପାଇଁ ଠିକ୍ ବାନ୍ଧବୀ ଚୟନ। ଭଲ ସାଥୀଟିଏ ବାଛିବା ଜଟିଳ ବ୍ୟାପାର। ଠିକ୍ ସାଥି ବାଛି ନ ପାରିଲେ ଜୀବନ ନର୍କ ପାଲଟି ଯିବ। ଭବିଷ୍ୟତ ଅନ୍ଧାର ହୋଇଯିବ। କ୍ୟାରିଅର ବର୍ ବାଦ ହୋଇଯିବ। ଏ ପ୍ରତି ବି ଧ୍ୟାନ ଦେବୁ।


 ଶେଷରେ ମୁଁ ଯେଉଁ ଗୁରୁତ୍ୱ ପୂର୍ଣ୍ଣ କଥାଟି କହୁଛି ମନ ଦେଇ ପଢିବୁ ଓ ବୁଝିବୁ ବୋଲି ଆଶା। ଆଜିକାଲି ଦୁଷ୍କର୍ମ,ଅତ୍ୟାଚାର, କ୍ଷିପ୍ର ବେଗରେ ବଢି ଚାଲିଛି। ବେଶୀ ଟି ନ୍ ଏଜ୍ ର ପିଲା ମାନେ ଏ ଧାଡ଼ିର ଆଗରେ। ଦେଖ୍ ଜୀବନରେ ଏମିତି କିଛି କାମ କରିବୁ ନାହିଁ ଯେଉଁଥି ପାଇଁ ଅନୁତାପ କରିବାକୁ ସୁଯୋଗ କି ସମୟ ମିଳିବ ନାହିଁ। ଦୁନିଆଁ ଛେପ ପକାଇବ। ଏ ମଣିଷ ଜନ୍ମ ବଡ଼ ଦୁର୍ଲ୍ଲଭ। କିଏ ଜାଣେ ଏ ଜନ୍ମ ପରେ ଆଉ ଜନ୍ମ ଅଛି କି ନାହିଁ। ଯଦି ବା ଥାଏ ଆଉ ଯେ ଏ ଲୋଭନୀୟ ମଣିଷ ଜନ୍ମ ପାଇବା କିଏ କହିବ? ଏଣୁ ଏଇ ଜନ୍ମକୁ ଠିକ୍ ଭାବେ ଜୀଇଁବା ଅତି ଜରୁରୀ। ସମଗ୍ର ନାରୀ ଜାତିକୁ ସମ୍ମାନ କରିବୁ। କୌଣସି ପରିସ୍ଥିତିରେ ବି କେଉଁ ଝିଅକୁ କି ବୋହୁଙ୍କୁ ଖରାପ ନଜରରେ ଦେଖିବୁ ନାହିଁ। ସଭିଙ୍କ ଭିତରେ ତୁ ତୋ ମା ଓ ଭଉଣୀକୁ ଦେଖିବୁ। ପ୍ରତ୍ୟେକ ନାରୀ ପ୍ରତି ଶ୍ରଦ୍ଧା ,ସମ୍ମାନ ରଖିବୁ।


ସେଦିନ ନିନି ତୋ ସାନ ଭଉଣୀକୁ ସ୍କୁଲରେ ସୁବୁ କହିଦେଲା "ଇସ୍ !ନିନି ତୁ ତୁ କି ସୁନ୍ଦର ଦିଶୁଛୁ!"ବାସ୍ ଏତିକିରେ ତୁ ମୁଥି ମାରି ତା ଆଗ ଛାମୁ ଦାନ୍ତ ଦିଇଟା ଝଡେଇ ଦେଇଥିଲୁ। ଭାବିଲୁ ଯେଉଁ ଝିଅ ଦୁଷ୍କର୍ମ ଶିକାର ହେଉଛି ସେ ବି କାହାର ଭଉଣୀ ହୋଇଥିବ, କାହାର ଝିଅ ହୋଇଥିବ। କେମିତି ସେମାନଙ୍କ ସହ ଭୟାନକ ବିଭତ୍ସ ଦୁଷ୍କର୍ମ କରି କେବେ ପୋଡି ଦିଆଯାଉଛି ତ କେବେ ଅଧା ମରା କରି ଫିଙ୍ଗି ଦିଆଯାଇଛି। ପୁଣି କେବେ ଅଖାରେ ଭର୍ତ୍ତୀ କରି ବ ଣ,ବୁଦା କି ପୋଲ ତଳେ ଫିଙ୍ଗା ଯାଉଛି। ଯୌନ ଅତ୍ୟାଚାର କେବଳଏକ ବିକୃତ ମାନସିକତା ନୁହେଁ ସମାଜିକତା ଓ ଶୃଙ୍ଖଳା ଉପରେ କୁଠାର ଘାତ। ଆଜି ଏପରି ଧର୍ଷଣ ଭୟ ନେଇ ପ୍ରତ୍ୟେକ ଝିଅର ବାପା ମା ଭୟ ଓ ଆଶଙ୍କାରେ ବଞ୍ଚୁଛନ୍ତି।


ତୁ ଜାଣିଛୁ ଦୁଷ୍କର୍ମ ଅପରାଧରେ ଯେଉଁ ପୁଅ ମଥାରେ ବଳତ୍କାରୀ ଷ୍ଟାମ୍ପ ବାଜିଯାଏ,ନ୍ୟାୟ ଯାହାକୁ ଦୋଷୀ ସାବ୍ୟସ୍ତ କରେ ତାର ବାପାମା କେମିତି ବଞ୍ଚନ୍ତି? ଜୀଅନ୍ତା ଶବ ହୋଇ ନିଃଶ୍ବାସ ବନ୍ଦ ହେବାଯାଏ ଲହୁ କାନ୍ଦନ୍ତି ପ୍ରତିକ୍ଷଣେ। ନିନ୍ଦନ୍ତି ନିଜକୁ,କପାଳକୁ ଓ ଧିକ୍କାର କରନ୍ତି ନିଜ ଜନ୍ମକୁ। ନିଜକୁ ଅଯୋଗ୍ୟ ଭାବି କି ମାନସିକ ଯନ୍ତ୍ରଣା ଭିତରେ ଜଳି ପୋଡି ମରନ୍ତି। କେତେ ବାପା ମା ତ ଲଜ୍ଜା ଅପମାନ ସହି ନ ପାରି ଆତ୍ମହତ୍ୟା କରି ଦିଅନ୍ତି। ତାର ଭାଇ, ବନ୍ଧୁ,ଆତ୍ମୀୟ ଲଜ୍ଜାରେ ମୁଣ୍ଡ ତଳକୁ କରି ବଞ୍ଚନ୍ତି। ତା ସାଇ ଭାଇ,ଗାଁ,ଅଞ୍ଚଳ ବି ବଳତ୍କାରୀର ତିଳକ ପିନ୍ଧେ। ସମସ୍ତେ ସେଇ ବଳତ୍କାରୀ ସହ କେଉଁ ନା କେଉଁ ସୂତ୍ରରେ ଜଡିତ ଥିବାରୁ ନିଜକୁ ଅଭାଗା ମଣନ୍ତି। ଆମେ ସୃଷ୍ଟିର ଶ୍ରେଷ୍ଠ ଜୀଵ ମଣିଷ। ଆମେ କଣ ପଶୁ ବା ରାକ୍ଷସ ହେବା ଉଚିତ। ଦୁଷ୍କର୍ମ କରି କିଏ ମରିବ କି ଜେଲ ଭିତରେ ରହିବ। କିନ୍ତୁ ତା ପଛରେ ରହିଥିବା ବାପା ମା ପରିବାର,ବନ୍ଧୁ ବାନ୍ଧବ,ତିଳେ ତିଳେ ପ୍ରତିଦିନ ମରିବେ। ସମାଜ ଆଙ୍ଗୁଠି ଦେଖାଇ କହିବ ଅମୁକ ପୁଅଟା ବଳତ୍କାରୀ,ପଶୁ। ଧିକ୍କାର କରିବେ । ବଞ୍ଚିବା ମୁସ୍କିଲ ହୋଇଯିବ ସେମାନଙ୍କର। ସବୁ ଆଡେ ତ ଏ କଥା ବର୍ତ୍ତମାନ ସମାଜରେ ବେଶୀ ବେଶୀ ଘଟୁଛି। ତୁ ଏଥି ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବୁ।


ପୁଅ ଜୀବନରେ କେବେ ଅସାମାଜିକ ବ୍ୟକ୍ତି ହେବୁନିରେ। ତୁ ନ ହଅ ଡାକ୍ତର,ଇଞ୍ଜିନିୟର,ଆ ଇ ଏସ୍ ,ମନ୍ତ୍ରୀ,କି ଶିଳ୍ପପତି। କିନ୍ତୁ ଧନରେ ତୁ ମଣିଷଟିଏ ହେବୁ ବୋଲି ତୋର ଏ ମାର ଆଶା।


ଏବେ ତ ପୁଅର ମା ମାନଙ୍କୁ ଭୟର ଭୂତ ଗ୍ରାସିଛି। ମୁଁ ବି ସେମାନଙ୍କ ଭିତରୁ ଜଣେ। ପୁଅ ବା ଝିଅ ପ୍ରତି ବାପା ମାଙ୍କର ଗର୍ବ ଗୌରବ। ପ୍ରକୃତ ସମ୍ପଦ ତ ପିଲାଏ। ସେଇ ପିଲା ଭଲ ହେଲେ ନାଁ କମେଇଲେ ସବୁ ବାପା ମା ଛାତି କୁଣ୍ଢେ ମୋଟ ହୋଇଯାଏ। ତୁ ତୋ ବାବା ମାର ନିଶ୍ଚୟ ନାଁ ରଖିବୁ ଏ ବିଶ୍ୱାସ ମୋର ଅଛି।


ପଢା ସହ ନିଜ ଦେହ ପ୍ରତି ଯତ୍ନ ନେବୁ। ଠିକ୍ ସମୟରେ ଖାଇବୁ। ବେଶୀ ରାତି ଅନିଦ୍ରା ହେବୁ ନାହିଁ। ଶୀଘ୍ର ଶୋଇ ଶୀଘ୍ର ଉଠିବୁ। ପ୍ୟାଣ୍ଟ ସାର୍ଟ ପ୍ରତି ସପ୍ତାହରେ ସଫା କରିବୁ। ମଶାରୀ ଟାଣି ନିଶ୍ଚିତ ଶୋଇବୁ। ବାହାରେ ବେଶୀ ତେଳଭାଜି ଜିନିଷ ଖାଇବୁ ନାହିଁ। ଚୁଡା କଦଳୀ ସ୍ୱାସ୍ଥ୍ୟ ପାଇଁ ଭଲ ଖାଦ୍ୟ। ହଁ ଯୋଗ ଓ ପ୍ରଣାୟାମ ରୀତି ମତ କରିବୁ। ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ଉପରେ ନିୟନ୍ତ୍ରଣ ରହିବ। ଏବେ ତ କରୋନା ଭାଇରସ୍ ତା କାୟା ବିସ୍ତାର କରି ଚାଲିଛି। ତୁ ଏ ବିଷୟରେ ସବୁ କିଛି ଜାଣିଥିବୁ। ସତର୍କ ହୋଇ ରହିବୁ। ମାସ୍କ ବ୍ୟବହାର କରିବୁ। ବିନା ହାତ ଧୁଆରେ ଆଖି,ନାକ କି ପାଟି ଛୁଇଁବୁ ନାହିଁ। ମୁଁ ଯାହା ସବୁ ଲେଖିଲି ମନେ ରଖିବୁ ବୋଲି ମୋର ଦୃଢ଼ ବିଶ୍ୱାସ। ମୋ ଜୁବୁଲି ତ ହୀରା ଖଣ୍ଡେ। ରହୁଛି ଆଶା କରେ ମାଙ୍କ ଦୟାରୁ ତୁ ସେଠାରେ ଭଲରେ ଥିବୁ।    


Rate this content
Log in

Similar oriya story from Inspirational