Sunanda Mohanty

Abstract Tragedy Action

3  

Sunanda Mohanty

Abstract Tragedy Action

ଜୁଆଣି ଅର୍କ

ଜୁଆଣି ଅର୍କ

2 mins
128


   ସୁଚିତ୍ରାଙ୍କ ତଳ ଭଉଣୀ ସୁଦିପ୍ତାର ବାହାଘର ବହୁ କଷ୍ଟରେ ଠିକ ହେଲା। ଯେତେ ସବୁ ପ୍ରସ୍ତାବ ଆସୁଥିଲା କୋଉଠି ବି ସୁଦୀପ୍ତା ରାଜି ହେଉନଥିଲା ବେଳେ ସୁଚିତ୍ରା ଆଣିଥିବା ପ୍ରସ୍ତାବ ଶେଷରେ ଠିକ ହେବ ଏ କଥା ତ ସୁଚିତ୍ରା ବିଶ୍ୱାସ କରିପାରିନଥିଲେ ହେଲେ ଭିତିରି କଥାଟା ସାନ ଦୁଇ ଭଉଣୀଙ୍କଠୁ ଶୁଣି ସେ ଯେ ଏ ବାହାଘରର ସମ୍ପୂର୍ଣ୍ଣ ଯୋଗସୂତ୍ର କାରିଣୀ ଭାବି ଆଲ୍ଲାଦିତ ହୋଇପଡ଼ିବା ବେଲେ ସୁକନ୍ୟା ଓ ସୁମ୍ମନା କହିଥିଲେ ତୁ ସେ କଥା ଶୁଣିନୁ ଅପା , ଶୁଣିଲେ ଖୁବ୍ ଖୁସି ହେଇଯିବୁl

ଆରେ ସବୁ ଶୁଣିଛି ମୁଁ। ସାଜ୍ଜିସ ଆଗରୁ ସୁଦୀପ୍ତାକୁ ଜାଣେ ଆଉ ମନେ ମନେ ଦୁହେଁ ଦୁହିଁଙ୍କୁ ଖୋଜି ପାଉନଥିଲେ, ପାଇଥିଲେ ଚିହ୍ନିବା ପ୍ରଶ୍ନ ନଥିଲା, କାରଣ କୋଉ ପିଲାଦିନେ ଦୁହେଁ ତଳ ଉପର କ୍ଲାସ ରେ ପଢୁଥିଲେ। ସାଜ୍ଜିସ ର ରଫ ଖାତା ନେଇ ସୁଦୀପ୍ତା ସିନା କ୍ଲାସ ରେ ମାଡ ଖାଇବାରୁ ବଞ୍ଚିଯାଇଥିଲା, ହେଲେ ରଫ ଖାତା କାହିଁ ଆଣିନୁ ବୋଲି ସାଜ୍ଜିସ କ୍ଲାସରେ ମାଡ ଖାଇଥିଲା, ଆଉ ଏସବୁ କଥା ସୁଦୀପ୍ତା ଶୁଣିଲା ପରେ, ସାଜ୍ଜିସ ର ରଫଖାତାରୁ ଟୁକୁଡେ କାଗଜ ଚିରି ସାଜ୍ଜିସ ତା ଯୋଗୁଁ ମାଡ ଖାଇଥିବାରୁ କ୍ଷମା ପ୍ରାର୍ଥନା ମାଗି ଦୁଇଧାଡ଼ି ଲେଖିଦେଇଥିଲା. ତା ପରେ ତାଙ୍କ ବାପାଙ୍କ ବଦଳୀ ହୋଇଗଲା ହେଲେ ସେଇ ଟୁକୁଡ଼ା ଚିଠିଟିକୁ ଲାମିନେସନ କରି ସୁଦୀପ୍ତାକୁ ଖୋଜିଚାଳିଥିଲା, ଏୟାତ୍ ?

ହଁ ହଁ ଅପା, ହେଲେ ଦେଖୁନୁ ସାଜ୍ଜିସ ଭାଇ ଯେବେ ପ୍ରଥମ ଦେଖାରେ, ସୁଦୀପ୍ତା ଅପାକୁ,ତୁମେ କହାକୁ ଭଲ ପାଇଛ କି ନାହିଁ, ଉତ୍ତର ନା ଶୁଣି ପୁଣି କେମିତି ପଚାରିବାକୁ ଲାଗିଲେ କେବେ କହାକୁ ଚିଠି ଲେଖିଛ କି ନାହିଁ, ପ୍ରେମଚିଠି ନହେଲେ ବି କିଛି ବି କେବେ କହାକୁ ଲେଖିନ ଚିଠି? ଆଉ ସେ ପ୍ରଶ୍ନ ଉତ୍ତରରେ ସୁଦୀପ୍ତା ଅପା ତା ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳ କାହାଣୀ କହିବ, ତାହା ପୁଣି ସେହି ପିଲା ସାଜ୍ଜିସକୁ, ଯିଏ ଆଜିଯାଏଁ ଚିଠି ଟୁକୁଡ଼ା ସାଇତି ଖୋଜୁଛି, ସେଇ ଝିଅକୁ, କି ଚମତ୍କାର ଅପା । ନିଶ୍ଚୟ ଏହାହିଁ ପ୍ରକୃତ ପ୍ରେମ ବା ଭଲପାଇବା ନୁହେଁ କି ଅପା !

ଚିଡ଼ିଉଠି ସୁଚିତ୍ରା କହିଲେ ହେ ପ୍ରେମ ଫ୍ରେମ କିଛି ନୁହେଁ , ସଂଯୋଗ ମାତ୍ର, ଆଉ ତାହା ମୋ ଯୋଗୁଁ ସମ୍ଭବ। ଉଠ ଉଠ ତୁମ ଦୁହିଁଙ୍କୁ ବହୁତ କାମ କରିବାର ଅଛି, ଟିକେ ଟିକେ ଜୁଆଣିଅର୍କ ପିଦିଅ। ସେଗୁଡା କାହିଁ ପିଇବୁ ଅପା? ସୁଚିତ୍ରା କହିଥିଲେ ଆରେ ଏତେ ବାହାଘରିଆ କାମ, ପୁଣି ରାତି ଅନିଦ୍ରାକୁ ସଙ୍ଗୀନ ଭୋଜନ, ଯଦି ପେଟ ଖରାପ ହୁଏ ତୁମ ଦୁହିଁଙ୍କର, ପିଲା ଦିଟା ଙ୍କୁ ଧରି ମୁଁ ହଇରାଣ ହେଇଯିବିନି, ନିଅ ନିଅ ପିଇଦିଅ ଜୁଆଣିଅର୍କ ।

ବାହାଘର, ଭୋଜିଭାତ, ବରଯାତ୍ରୀ, ହାତଗଣ୍ଠି ପଡିବା ଯାଏଁ ଦୁଇ ସାନ ଭଉଣୀ ସୁକନ୍ୟା ଓ ସୁମ୍ମନା ସବୁ କାମ ଦାମ ହସଖୁସିରେ କରି ଚାଲିଥିଲେ, ହେଲେ ସୁଦୀପ୍ତା ଅପା ବିଦା ବେଳେ ଦୁହିଁଙ୍କୁନପାଇ ସମସ୍ତଙ୍କ ସହ ସୁଦୀପ୍ତା ଓ ସୁଚିତ୍ରା ଖୁବ୍ ଖୋଜିଥିଲେ, ବ୍ରାହ୍ମ ମୁହୂର୍ତ୍ତ ରେ ଝିଅ ଜୋଇଁ ବିଦାୟ ନେଇସାରିବା ପରେ ଦୁଇ ସାନାଭଉଣୀ ନିର୍ବିଘ୍ନରେ ଶୋଇଥିବାରୁ ସୁଚିତ୍ରା ଦୁଃଖ ପ୍ରକାଶ କରି ଆଉ ଅଳ୍ପ ସମୟ ଅପେକ୍ଷା କରିପାରିଲନି, ସୁଦୀପ୍ତା କେତେ ଖୋଜିଲା ତୁମକୁ। ଦୁଇ ଭଉଣୀ ଡରି ଡରି କହୁଥିଲେ ଜୁଆଣିଅର୍କ ଡୋଜ ଅଧିକା ହୋଇଯାଇଥିଲା ଅପା ତ ଆମେ ଦୁହେଁ ଟଳି ଟଳି ସବୁ କରିନେଇ ବି ଶେଷ ଯାଏଁ ଆଉ ସମ୍ଭାଳି ପାରିଲୁନି । ସୁଚିତ୍ରା ହସିବେ କି କାନ୍ଦିବେ ବୁଝିପାରୁନଥିଲେ।



Rate this content
Log in

Similar oriya story from Abstract