STORYMIRROR

Er. Prakash Majhi

Inspirational

3  

Er. Prakash Majhi

Inspirational

ଜ୍ଞାନର ଚାବିକାଠି ଏକାଗ୍ରତା

ଜ୍ଞାନର ଚାବିକାଠି ଏକାଗ୍ରତା

2 mins
264

             ଏକ ଗ୍ରାମରେ ଜଣେ ଜମିଦାର ଥିଲେ। ତାଙ୍କର ବହୁ ବର୍ଷ ପର୍ଯ୍ୟନ୍ତ କୌଣସି ସନ୍ତାନ ନ ଥିଲେ। ଏକଦା ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ତାହାର ନାମ ଚଗଲା। ଜମିଦାର ତାଙ୍କର ପୁତ୍ର କୁ ସ୍ନେହ ଓ ଶ୍ରଦ୍ଧା ରେ ପାଳୁ ଥିଲେ। ଚଗଲା ର ବିଦ୍ୟା ଗ୍ରହଣ କରିବାର ବୟସ ଆସିଲା। ଜମିଦାର ତାଙ୍କ ଅଞ୍ଚଳରେ ଥିବା ସବୁଠାରୁ ଜ୍ଞାନୀ ଗୁରୁଙ୍କୁ ଡାକି ତାଙ୍କ ପୁତ୍ରକୁ ବିଦ୍ୟା ଶିକ୍ଷା ଦେବା ଆରମ୍ଭ କଲେ। ଜମିଦାର ବହୁତ ଆନନ୍ଦିତ ହେଲେ। ଗୁରୁ ଶିଷ୍ୟ କୁ ପାଠ ପଢାଇବା ପାଇଁ ଏକ କୋଠରି ଦିଆଗଲା। ତା' ପରେ ଗୁରୁ ଚଗଲାକୁ ନିଜ ପାଖକୁ ଡାକିଲେ। ମାତ୍ର ସେ ଗଲା ନାହିଁ। ଯାହା ଫଳରେ ଗୁରୁ ସହି ନ ପାରି ଜମିଦାରଙ୍କୁ କହିଲେ, ଆପଣଙ୍କ ପୁତ୍ର ମୋର କୌଣସି କଥା ଶୁଣୁ ନାହିଁ। ମୋତେ କ୍ଷମା କରିବେ ମୁଁ ଆପଣଙ୍କ ପୁତ୍ରର ଶିକ୍ଷାଦାନ କରିପାରିବି ନାହିଁ। ଗୋପୀନାଥ ବାବୁଙ୍କର ସେତେବେଳେ ବହୁତ ଗର୍ବ ଥିଲା ଯେ,ତାଙ୍କ ପୁତ୍ରକୁ ଗୋଟିଏ ଗୁରୁ ଶିକ୍ଷା ନ ଦେଇ ପାରିଲେ ମଧ୍ୟ ମୁଁ ଅନେକ ଗୁରୁ ଆଣି ପାରିବି। ତା' ପରେ ୨ୟ ଗୁରୁଙ୍କୁ ଡକାଗଲା। ଚଗଲା ପୂର୍ବ ପରି ଗୁରୁଙ୍କ କଥା ମାନିଲା ନାହିଁ। ୩ୟ ଗୁରୁ ଆସିଲା ବେଳକୁ ସେହି ଅବସ୍ଥା। ଜମିଦାର ମନେ ମନେ ଚିନ୍ତା କଲେ ଯେ କ'ଣ ଆମ ଅଞ୍ଚଳରେ କେହି ବିଦ୍ୱାନ ନାହାନ୍ତି ଯିଏ କି ମୋ ପୁତ୍ରକୁ ଶିକ୍ଷା ଦେବ ! କିଛି ଦିନ ପରେ ଜଣେ ବିଦ୍ବାନ ବ୍ୟକ୍ତି ଆସିଲେ। ସେ ଗୋପୀନାଥ ବାବୁଙ୍କୁ କହିଲେ, ଆପଣଙ୍କ ପୁତ୍ରକୁ ମୁଁ ଶିକ୍ଷା ଦେବି କିନ୍ତୁ ଆପଣ ତିନିମାସ ପର୍ଯ୍ୟନ୍ତ ମୁଁ କ'ଣ ପଢାଉଛି ମୋତେ ପଚାରିବେ ନାହିଁ। ପୂର୍ବପରି ଚଗଲା ଗୁରୁଙ୍କ କଥା ନଶୁଣି ଅବମାନନା କରିବାକୁ ଲାଗିଲା। କିନ୍ତୁ ଗୁରୁ ତାକୁ କିଛି ନ କହି ବସିରହିଲେ। ଏପରି ଏକ ମାସ ବିତି ଗଲା। ତା' ପରେ ଗୁରୁ ଚଗଲା କୁ କହିଲେ, ମୁଁ ଆଜି ତୁମକୁ ଏକ ନୂତନ ଖେଳ ଶିଖାଇବି। ସେ ଖୁସି ହୋଇ ସେଥିରେ ରାଜି ହୋଇଗଲା। ସେ ଏକ ବୃତ୍ତ ଚିତ୍ର କୋଠରି କାଟି କହିଲେ ତୁ ଏଥିରେ ଯାହା କଲେ ମୁଁ କିଛି କହିବି ନାହିଁ କିନ୍ତୁ ବୃତ୍ତ ବାହାରକୁ ଗୋଡ ଗଲେ ତୁମକୁ ଦଣ୍ଡ ଭୋଗିବାକୁ ପଡିବ। ସେ ସେହି ବୃତ୍ତ ମଧ୍ୟରେ ଦୁଷ୍ଟାମି କଲା। ଦିନକ ପରେ ଦିନେ ଗୁରୁ ବୃତ୍ତକୁ ଛୋଟ କଲେ। ଚଗଲା ଧୀରେ ଧୀରେ ଧୈର୍ଯ୍ୟ ସହକାରେ ବସିଲା ପରେ ଏପରି ଏକ ଦିନ ଆସିଲା ବୃତ୍ତାକାର ଟି ପୂରାପୂରି ଛୋଟ ହୋଇଗଲା। ସେ ସେଠାରେ ସ୍ଥିର ଭାବରେ ବସିଲା ତା' ପରେ ଚଗଲା ର ପାଠପଢ଼ା ଆରମ୍ଭ ହେଲା। ଏଥିରେ ଦୁଇ ମାସ ବିତି ଗଲା। ତିନି ମାସ ବେଳକୁ ଚଗଲା ବହିପଢା ଆରମ୍ଭ କରିସାରିଥିଲା। ତାପରେ ଗୋପୀନାଥ ବାବୁ କିପରି ପାଠପଢ଼ା ଚାଲିଛି ବୋଲି ପଚାରିଲେ,ସେ କହିଲା ଅକ୍ଷର ଶିକ୍ଷା ସାରି ବହି ପଢୁଛି। ଜମିଦାର ବହୁତ ଆନନ୍ଦିତ ହୋଇ ଗୁରୁଙ୍କୁ ପଚାରିଲେ, ୩ଜଣ ଗୁରୁ ମୋ ପୁତ୍ରକୁ ଶିକ୍ଷାଦାନ ଦେଇପାରିଲେ ନାହିଁ। ଆପଣ କିପରି ମୋ ପୁତ୍ରକୁ ଶିକ୍ଷାଦାନ ଦେଲେ ? ଗୁରୁ କହିଲେ, ପ୍ରଥମେ ମନ ଓ ମସ୍ତିଷ୍କ ସ୍ଥିର କଲେ ଯେ କୌଣସି ବିଦ୍ୟା ମନେ ରହିବ।

            ଏକାଗ୍ରତା ପାଇଁ ଚଗଲା ଶିକ୍ଷା ପାଇ ପାରିଲା। ଆମେ ମଧ୍ୟ ମସ୍ତିଷ୍କ ସ୍ଥିର କରି ଏକାଗ୍ରତା ସହକାରେ ସବୁ ପାଠ ପଢିଲେ ଆମର ଯେ କୌଣସି ପାଠ ମନେ ରହିବ। ତେଣୁ ଏକାଗ୍ରତା ହିଁ ମନୁଷ୍ୟର ଜ୍ଞାନର ଚାବିକାଠି। 


Rate this content
Log in

Similar oriya story from Inspirational