Prakash Sahoo

Tragedy

2.5  

Prakash Sahoo

Tragedy

ଜଣେ ଭିନ୍ନକ୍ଷମଙ୍କ ମା

ଜଣେ ଭିନ୍ନକ୍ଷମଙ୍କ ମା

3 mins
1.1K


ଜନ୍ମଦାତ୍ରୀର ଖୁସିରେ ଖୁସି ହେଉଥିଲା ଘରର ପ୍ରତ୍ୟେକ ସଜୀବ ଆଉ ନିର୍ଜୀବ ପ୍ରାଣୀ।ଅଗଣାର ଫୁଲ ବଗିଚା ବି ଖୁସି ଜାହିର କରିଥିଲା ନିଜ ବାସ୍ନା ରେ।ଘରର ଠାକୁର ଘର ଧୂପ ,ଝୁଣା,ମୃଦଙ୍ଗ ,ଶଙ୍ଖ ନାଦରେ ପ୍ରକମ୍ପିତ ହେଉଥିଲା।ଦେବା ଦେବୀଙ୍କ ପାଖରେ କରିଥିବା ମନସ୍କାମନାକୁ ପୁରଣ ହୋଇଥିବାରୁ ସେମାନଙ୍କ ପାଦ ତଳେ ପ୍ରଣତି କରୁଥିଲା। ସମସ୍ତେ ସ୍ୱାଗତ କରୁଥିଲେ ଘରର ନୂତନ ଅତିଥିଙ୍କୁ।ଏହି ଦୁନିଆ ଟା ତାକୁ ବହୁତ ଛୋଟ ଲାଗୁଥିଲା ଯେତେବେଳ ସେ ତା ସନ୍ତାନକୁ କୋଳେଇ ନେଇ ସୁଆଇଦେଉଥିଲା।ଅନ୍ୟ ମା ପରି ସେ ବି ଭାରି ଫଟେଇ ହେଉଥିଲା ମୋ ପୁଅ କି ମୋ ଝିଅ..କହି କହି।

ସବୁ ଠିକ ଥିଲା ।ସେହି ଶିଶୁର ଖୁବ ଯତ୍ନ ନେଉଥିଲା।ସ୍ନେହ ମମତାରେ ଟିକେ ବି ଉଣା କରିନଥିଲା।ନିଜ ସୁଖ ଭୁଲିଯାଇଥିଲା।କଣ ଥିଲା ସେହି ଜନନୀର ଇଚ୍ଛା ତା ସନ୍ତାନ ପ୍ରତି?କଣ ସେହି ଇଚ୍ଛା ଯାହା ମା ଦେବକୀର ଥିଲା ଯେଉଁଠି ପାଇଁ ସେ ସମର୍ପି ଦେଇଥିଲା ନିଜ ନବଜାତ ସନ୍ତାନକୁ ଅନ୍ୟ ଏକ ମା ଯଶୋଦା ହାତ ରେ।

ସମୟ ତ ବଳବାନ ।ଦିନ ,ମାସ ଆଉ ବର୍ଷ ବିତିଚାଲିଲା ।ସେହି ମାର ସନ୍ତାନ ବଡ ହେବାକୁ ଲାଗିଲା।କଣ ଆଶା କରୁଥିଲା ସେହି ମା ତା ସନ୍ତାନ ଠାରୁ ,ଯାହା ଏହି ଦୁନିଆରେ ପ୍ରତ୍ୟେକ ମା ତା ସନ୍ତାନ ଠାରୁ ଆଶା କରେ ଯେପରି ସେ ନିଜ ଛୋଟ ଗୋଡରେ ମାର ସାହାରା ନେଇ ଆଗକୁ ଆଗକୁ ପାଦ ପକାଇବାକୁ ଚେଷ୍ଟା କରିବ,ମାର ଓଠରେ ଓଠ ମିଶାଇ କଥା କହିବା ଶିଖିବ ,ମାର ଏଣୁ ତେଣୁ ଅବା ଜହ୍ନ ଗୀତ ଶୁଣି ମୁରୁକି ମୁରୁକି ହସିବ,ତା ଆଖିରେ ,ଦୂର ଆକାଶରରଙ୍ଗ ମିଶା ଇନ୍ଦ୍ରଧନୁ ରୁରଙ୍ଗ ବାଛି ପରିଚିତ କରାଇବ ଏମିତି ଅନେକ କିଛି।ଦୁନିଆର ଅତି ପବିତ୍ର ସୁଖ ମାତୃତ୍ୱର ସୁଖ ମିଳିଗଲା।ଦୀର୍ଘ ଦିନର ଯନ୍ତ୍ରଣା ତପସ୍ୟାର ଫଳ ତ ମିଳିଗଲା।

କିନ୍ତୁ ସେ ପାଇଲା କଣ ଏହି ତା ତପସ୍ୟାର ଫଳ ଗୋଟିଏ ଭିନ୍ନକ୍ଷମ ସନ୍ତାନ।ଏ ସମାଜ ଆଖିରେ ଅନ୍ୟ ମାନଙ୍କ ଠାରୁ ସେ ଭିନ୍ନ ଏକ ମଣିଷ ଭିନ୍ନକ୍ଷମ।ପ୍ରକୃତରେ ଏହା ସେହି ମାର ପାପର ଫଳ କି ପୁଣ୍ୟର ଫଳ ଯେ ସେ ମା ହେଲା ଏକ ଭିନ୍ନକ୍ଷମର।ତଥାପି ସେ ଥିଲା ମା ।ପଵିତ୍ର ଥିଲା ତା ମାତୃତ୍ୱ ,ଖୁସି ଥିଲା ତା ସନ୍ତାନର ହଜାର ହଜାର ଦୁଃଖ ଆଉ କଷ୍ଟରେ ବି ସାଥ ଦେଉଥିଲା ସେହି ହଜାର ଦୁଃଖ ଭିତରୁ କେବେ କେବେ ଗୋଟିଏ ଗୋଟିଏ ମୂଲ୍ୟବାନ ଖୁସିରେ ଆଉ ଖୁସି ହେଉଥିଲା ସେହି ମା।

ସନ୍ତାନର ଭବିଷ୍ୟତକୁ ନେଇ ଇଛା ଆଉ ଅନିଚ୍ଛାର ପ୍ରଶ୍ନର ଜାଲରେ ସନ୍ଦି ହୋଇଥିବା ସେହି ପିତାମାତାଙ୍କ ପରି ସେ ବି ଅପ୍ରାପ୍ୟ ଦ୍ୱନ୍ଦକୁ ତା କାନଭାସର ମାନସପଟରେ ଆଙ୍କୁଥିଲା।କେବେ କେବେ ଦୁଃଖ କରେ କି ସେ ମା ଏହି କଥା ଭାବି ତା ସନ୍ତାନ ବଡ ହେଲେ ତା ଘରର ସମ୍ମାନରଖିବ।ତାକୁ ତା ବୁଢ଼ାପାରେ ସାହା ହେବ ତା ଜୁଇରେ ମୁଖାଗ୍ନି ଦେବ ପୁଣି କେବେ ନିଜ ମନକୁ ବୁଝାଇ ନିଏ ସେହି ନିଃସନ୍ତାନର ଦମ୍ପନ୍ତିଙ୍କୁ ଦେଖି।ଟିକେ ଅଧିକା ଖୁସିରେ ତା ସୁକ୍ଷ୍ମ ନରମ ଗାଲରେ ଆଙ୍କି ଦିଏ ଚୁମ୍ଭନର ଛୋଟିଆ ଚିତ୍ର ଟିଏ।ଆଜି ଏହି ସମାଜ ପୁଅ ଆଉ ଝିଅର ପ୍ରଭେଦକୁ ଆହୁରି ମଜବୁତ କରୁଛି।କେବେ ପ୍ରଶ୍ନ କଲେ ସେହି ସେହି ନିଃସନ୍ତାନର ଦମ୍ପନ୍ତି ଅବା ଦିବ୍ୟାଙ୍ଗର ମାକୁ ସଠିକ ଉତ୍ତର ମିଳିଯିବ ପୁଅ ଆଉ ଝିଅର ପ୍ରଭେଦ କଣ।

ସେଦିନ ହୂଇଲ ଚେୟାର ବସାଇ ନେଉଥିଲା ଏକ ବିଦ୍ୟାଳୟ ଆଡ କୁ।ଏହି ଦୃଶ୍ୟ ସେହି ରାସ୍ତାର ପଦାଚାରିଙ୍କୁ ଆକର୍ଷଣ କରେ ଯେ କେହି ବି ଆଖି ବୁଲାଇ ଆଣେ ଏହି ଦୃଶ୍ୟ ଉପରେ।କାହା ହୃଦୟରେ ଦୟା ଆସେ ହେଲେ କଣ କରି ପାରିବ କେହି ଏ ତ ଏହି ସୃଷ୍ଟିକର୍ତ୍ତାଙ୍କର ସୃଷ୍ଟି ।ସବୁ ଦିନ ସେହି ରାସ୍ତାରେ ଯାଏ ଦେଖା ହୁଅନ୍ତି ଅନେକ ପଥିକ କିନ୍ତୁ ମା ଚାଲି ଥାଏ ଏକ ମୁହାଁ ହୋଇ ତା ସନ୍ତାନକୁ ଠିକଣା ଜାଗାରେ ପହଞ୍ଚେଇବା ପାଇଁ।

ମୃତ୍ୟୁର ତ ଅନେକ ମାଧ୍ୟମ ଅଛି କିନ୍ତୁ ଏହି ଦୁନିଆକୁ ଆସିବାର ମାଧ୍ୟମ କେବଳ ମା lଏହି ସମାଜରେ ମା ମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ଅଛି।ମା ହାତରର ସ୍ପର୍ଶ,ତା ବଚନ, ତା ସ୍ନେହ,ମମତା ,ପଣତାକାନିର ଦାମ ସବୁ ସନ୍ତାନଙ୍କୁ ଜଣା।ସେଠି ପାଇଁ ମାର ବୁଢ଼ାପା ସମୟରେ ତା ସେବା ଯତ୍ନରେ ସବୁ ସନ୍ତାନ ବ୍ୟଗ୍ର।କିନ୍ତୁ କେବେ ଚିନ୍ତା କରିଛ ସେହି ଭିନ୍ନକ୍ଷମର ମା ବିଷୟରେ ଯେ ନିଜ ସନ୍ତାନ ଠୁ କିଛି ଆଶା ନ କରି ନିଃସ୍ୱାର୍ଥପର ଭାବେ ସ୍ନେହ ଆଉ ମମତାର ପଣତାକାନିରେ ବାନ୍ଧିରଖେ।କେବେ ଭାବର ଆଦାନପ୍ରଦାନ କରିବାକୁ ଯାଇ ସେହି ଭିନ୍ନକ୍ଷମର ମାକୁ ପଚାରିବେ ଉତ୍ତର ତ ଦୁଃଖଦପୂର୍ଣରହିବ ହେଲେ କେବେ ତା ସନ୍ତାନ ପ୍ରତି ଘୃଣା ନ ଥିବ।

ଅନ୍ୟ ମା ମାନଙ୍କ ପରି ସେ ବି ମଂଦିର କି ମସଜିଦ ଯାଉଥିବ ଆଉ ଚରଣାଶ୍ରିତ ହୋଇ କହୁଥିବ ହେ ଯୀଶୁ,ହେ ଆଲ୍ହା,ହେ ଭଗବାନ ଯଦି କେବେ ମୋ ସନ୍ତାନର ଜୀବନ ଦୀପ ଲିଭାଇବାକୁ ପଡେ ତା ସହିତ ମୋ ଜୀବନ ସଳିତାକୁ ଆଉ ଜଳାଇବ ନାହିଁ।

ପ୍ରକାଶ ସାହୁ

ବିଶାଖାପାଟଣା


Rate this content
Log in

Similar oriya story from Tragedy