Trushna Das

Drama Horror Thriller

3  

Trushna Das

Drama Horror Thriller

ଜନ୍ମ ଜନ୍ମାନ୍ତର : 7

ଜନ୍ମ ଜନ୍ମାନ୍ତର : 7

5 mins
172




କାହାଣୀଟିକୁ ବୁଝିବା ପାଇଁ ଦୟା କରି " ଜନ୍ନ ଜନ୍ମାନ୍ତର " କାହାଣୀଟିର ପୂର୍ବ ଅଧ୍ୟାୟଗୁଡିକୁ ପଢନ୍ତୁ। ଆମେ ଆଗରୁ ପଢି ଥିଲୁ ଯେ ପ୍ରମୋଦ ବାବୁ ଶ୍ରୀ ଆଉ ରାଶି ସହ ଜଙ୍ଗଲର ଡାକ ବଙ୍ଗଳାରେ ରାତି ବିତାଉଛନ୍ତି। ସେଇଠି ସବୁ ଅଡୁଆ ଅଡୁଆ ଲାଗୁ ଥାଏ। ରିତିରେ ଉଠି ଶ୍ରୀକୁ ନ ପାଇ ଆଉ ସେଠିକାର ପରିସ୍ଥିତି ଦେଖି ଭୟରେ ରାଶିଙ୍କ ଚେତାଶୂନ୍ୟ ହୋଇ ଗଲେ। ଚେତା ଆସିବା ପାଇଁ ଯେତେବେଳେ ପ୍ରମୋଦ ରାଶିଙ୍କ ମୁହଁରେ ଗ୍ଲାସ୍ ର ପାଣି ଛାଟିଲେ ସେତେବେଳେ ସେ ଜାଣିଲେ ଯେ ପାଣି ନୁହଁ ତାହା ରକ୍ତ ଥିଲା।

ତାପରେ

ପାଣି ବଦଳରେ ରକ୍ତ ଦେଖି ପ୍ରମୋଦ ଆଶ୍ଚର୍ଯ୍ୟ ହୋଇ ଗଲେ। ପ୍ରମୋଦ କିଛି ବୁଝି ପାରୁ ନ ଥାଆନ୍ତି ସେଇଠି କଣ ଚାଲିଛି। ସେଇ ସମୟରେ ସେଇଠି ବହୁତ ଜୋରରେ ମନ୍ତ୍ର ଉଚ୍ଚାରଣ ଶୁଣା ଗଲା। ଆଉ କିଛି ଛୁଆଙ୍କର ଚିତ୍କାର। ରାଶି ଆଉ ପ୍ରମୋଦ ଶ୍ରୀ ପାଇଁ ବ୍ୟସ୍ତ ହୋଇ ପଡି ଥାଆନ୍ତି। ସେମାନେ ବୁଝି ପାରିଲେ ଯେ ସେଇଠି ଛୁଆ ବଳି ଦିଆ ଯାଉଛି। ସେମାନେ ଡ୍ରାଇଭରକୁ ଡାକୁଥାନ୍ତି। ଶେଷରେ ଡ୍ରାଇଭର ବି ବହୁତ କଷ୍ଟରେ ଆସି ସେମାନଙ୍କ କବାଟ ଖୋଲିଲେ।

ପ୍ରମୋଦ, ରାଶି ଓ ଡ୍ରାଇଭର ଶ୍ରୀକୁ ଖୋଜି ଖୋଜି ଯାଇ ଡାକ ବଙ୍ଗଳାର ପଛ ପଟେ ଥିବା ଗୋଟିଏ ଛୁଟିଆ କୋଠରୀ ରେ ପହଞ୍ଚିଲେ। ସେମାନେ ଦେଖିଲେ ଯେ ଆଉ ଟିକିଏ ଆଗରୁ ଯେଉଁ ପାଗଳକୁ ସେମାନେ ଦେଖି ଥିଲେ ସେଇ ପାଗଳ ପୂଜା କରୁଛି। ତାର ଆଖି ପୁରା ନାଲ। ଦେହରେ କିଛି ଭଷ୍ମ ଲଗାଇଛି। ଆଉ ଅଫିସରମାନଙ୍କୁ ବନ୍ଧା ହୋଇଛି। ସେମାନେ ବି ରକ୍ତାକ୍ତ। ଆଉ କିଛି ପୋଲିସ ମରି ପଡିଛନ୍ତି। ପାଗଳର ସାଥୀ ମାନେ କିଛି ଛୁଆଙ୍କୁ ଧରି ଛିଡା ହୋଇଛନ୍ତି। ଶ୍ରୀ ତଳେ ଶୋଇଛି। ସେମାନେ ଦେଖୁ ଥାଆନ୍ତି ଯେ ରକ୍ତ ସବୁ ଚାରି ଆଡୁ ବର୍ଷା ହେଲା ପରି ବହି ଚାଲିଛି। ପାଗଳ ବାବାର ସାଥିମାନେ ଆସି ପ୍ରମୋଦ, ରାଶି ଆଉ ଡ୍ରାଇଭରକୁ ବାନ୍ଧି ଦେଲେ।

ପ୍ରମୋଦ, ରାଶି ଆଉ ଡ୍ରାଇଭର ଦେଖୁ ଥାଆନ୍ତି ଯେ କିଛି ଲୋକ ଆପେ ଆପେ ଗାଏବ ହୋଇ ଯାଉ ଥାଆନ୍ତି। ପୁଣି କୁଆଡୁ ବାହାରି ଆସୁ ଥାଆନ୍ତି।

ପାଗଳ ତାର ସାଥିମାନେ ଆଣି ଥିବା ଛୁଆକୁ ମାରିବା ପାଇଁ ମାଗିଲା। ତାର ଚେଲା ଗୋଟିଏ ଛୁଆକୁ ନେଇ ଶୁଆଇ ଦେଲା। ପାଗଳ ତାକୁ ଧାରୁଆ କତୁରୀରେ ହାଣି ଦେଲା। ଛୁଆର ଚିତ୍କାର ଶୁଣା ଗଲା ହେଲେ ତା ଦେହରୁ ରକ୍ତ ବାହାରିଲା ନାହିଁ। ଏମିତି ପାଗଳ ଗୋଟିଏ ପରେ ଗୋଟିଏ ଛୁଆକୁ ବୋଲି ପକାଇ ଚାଲି ଥାଏ।ଏ ସବୁ ଦେଖି ପ୍ରମୋଦ, ରାଶି ଆଉ ଡ୍ରାଇଭର ଭୟରେ ଚିତ୍କାର କରୁ ଥାଆନ୍ତି। ଠିକ୍ ସେହି ସମୟରେ କିଛି ପୋଲିସ ସେଠାରେ ଆସି ପହଞ୍ଚିଲେ। ହେଲେ ପୋଲିସମାନଙ୍କ ଆଖି ସବୁ ଧଳା, ଦେହରେ ରକ୍ତର ଦାଗ।

ପାଗଳ କହୁ ଥାଏ ଆଜକୁ କିଛି ବର୍ଷ ଆଗରୁ ତୁମେମାନେ ଆସି ମୋତେ ଆଉ ମୋ ସାଥି ମାନଙ୍କୁ ମାରି ଦେଇ ଥିଲ ନା ହେଲେ ଆଜି ଅଟକାଇ ପାରିବ ନାହିଁ। ଆଜି ଆମେ ଅମର ହୋଇ ଯିବୁ। ଆଜି ମୋତେ ଶହେ ବଳି ପାଇଁ ଛୁଆ ମିଳି ଯାଇଛି କହି ଶ୍ରୀ ଆଡକୁ ହାତ ବଢାଇଲା। ପାଗଳର ହାତ ପୁରା ଦୁଇ ଫୁଟ ପାଖାପାଖି ଲମ୍ବା ହୋଇ ଗଲା। ତାର ଜିଭ ହାତେ ଲମ୍ବା ହୋଇ ଗଲା। ଆଉ ତାର ଜଳା ବିକୃତ ରୂପ ସାମ୍ନାକୁ ଆସି ଗଲା। ଧିରେ ଧିରେ ପ୍ରୋମଦ, ରାଶି, ଡ୍ରାଇଭର ଆଉ ଶ୍ରୀକୁ ଛାଡି ସମସ୍ତଙ୍କର ରୂପ ଭୟଙ୍କର ହୋଇ ଗଲା। ସବୁ ନିଜ ପିଶାଚ ରୂପ ଧାରଣ କରି ସାରିଥିଲେ। ଭୟଙ୍କର ଗର୍ଜନରେ କୋଠରୀଟି କମ୍ପି ଉଠିଲା।ଜୋରରେ ପବନ ବହିଲା। ଆଉ ଖାଲି ପଚା ଜଳା ମାଂସର ବାସନା। ପାଗଳକୁ ଛାଡି ଦେଇ ବାକି ସବୁ ପ୍ରମୋଦ, ରାଶି ଆଉ ଡ୍ରାଇଭର ଆଡକୁ ମାଡି ଆସୁ ଥାଆନ୍ତି। ଏବେ ପ୍ରମୋଦ ବାବୁ , ରାଶି ଓ ଡ୍ରାଇଭରର ବୁଝିବା ବାକି ନ ଥିଲା ଯେ ସେଇଟା ଡାକ ବଙ୍ଗଳା ନୁହେଁ ବରଂ ଭୂତ ବଙ୍ଗଳା। ସେମାନେ ସେଠାରୁ ମୁକୁଳିବା ପାଇଁ ପ୍ରାଣ ବିକଳରେ ଚେଷ୍ଟା କରୁ ଥାଆନ୍ତି। ହେଲେ ସେ ଭୂତମାନେ ଯେମିତି ହେଉ ଥାଆନ୍ତି , ଲାଗୁଥାଏ ଯେମିତି ଆଜି ତାଙ୍କୁ ବହୁତ ଦିନ ପରେ ଖାଇବାକୁ ମିଳିଛି।

କିଛି କହୁ ଥାଆନ୍ତି ଆଜି ଆମକୁ ମୁକ୍ତି ମିଳିଯିବ ତ ଆଉ କିଛି କହୁ ଥାଆନ୍ତି ଆଜି ବହୁ ଦିନ ପରେ ଆମକୁ ମଣିଷ ରକ୍ତ ମିଳିବ। କିଏ କାହାକୁ ଖାଇବ ଏ କଥା ନେଇ ସେମାନଙ୍କ ମଧ୍ୟରେ ଟଣାଓଟରା ଲାଗିଲା। ଯେମିତି ରାଶି, ପ୍ରମୋଦ ବାବୁ ଆଉ ଡ୍ରାଇଭର ଭୂତମାନଙ୍କ ପାଇଁ ଭୋଜନ ଭାବରେ ସଜା ହୋଇ ବସିଛନ୍ତି।ସେପଟେ ପାଗଳ ଜୋରରେ ମନ୍ତ୍ର ପଢୁ ଥାଏ। ହଠାତ୍ ଥଣ୍ଡା କୋଠରୀଟି ଗରମ ହୋଇଗଲା। ପ୍ରମୋଦ ବାବୁ ଦେଖିଲେ ଯେ ବଙ୍ଗଳା ବାହାର ଆଡୁ ନିଆଁ ଲାଗିଛି।ପ୍ରମୋଦ ବାବୁ, ରାଶି ଓ ଡ୍ରାଇଭର ଚିଳାଉ ଥାଆନ୍ତି। ହେଲେ ସେଇଠି ଭୂତଙ୍କ ଛଡା କିଏ ବା ଥିଲେ ଯେ ସେମାନଙ୍କର ପାଟି ଶୁଣିବେ।

ସେଇ ସମୟରେ ହଠାତ୍ ସେ ପାଗଳ ଶରୀର ବିରାଟକାୟ ହୋଇଗଲା। ଦାନ୍ତ ସବୁ ବଡ ବଡ ହୋଇ ଗଲା। ଦେହର ଚାରିଆଡେ ଖାଲି ବାଳ। ଯେମିତି ଆଦିମ ଯୁଗରୁ ଆଦିମାନବ ଚାଳି ଆସିଛି। ତା ଦେହରୁ ମାଂସ ତରଳି ଡ୍ରପ୍ ଡ୍ରପ୍ ହୋଇ ତଳେ ପଡୁ ଥାଏ। ଆଉ ସେଇ ଡ୍ରପ୍ ରୁ ବିଷାକ୍ତ ବିଷଧର ପୋକ ବାହାରୁ ଥାଏ ଏ ସବୁ ଦେଖି ଘୃଣା ଲାଗୁଥିଲେ ବି ପ୍ରମୋଦ ବାବୁ, ରାଶି ଆଉ ଡ୍ରାଇଭର ପାଖରେ କିଛି କରିବାର ଉପାୟ ନ ଥାଏ। ସେମାନେ ପ୍ରାଣ ବିକଳରେ ମାଆ ବନ ଦୁର୍ଗାଙ୍କୁ ଡାକୁ ଥାନ୍ତି।ରାଶି ଆଉ ପ୍ରମୋଦ ବାବୁଙ୍କୁ ବେଶୀ ବ୍ୟସ୍ତ କରୁ ଥାଏ ଯେ ଶ୍ରୀ ପଥର ପରି ପଡିଛି। କାହିଁକି ହଳଚଳ ନାହିଁ ତାର। ସେ ବଞ୍ଚିଛି ନା ମରି ଯାଇଛି।ଟିକିଏ ସମୟ ପରେ ପାଗଳ ଭୂତ ଶ୍ରୀକୁ ଧରି କହିଲା ଆଜି ମୋର ଅପେକ୍ଷା ଏତେ ବର୍ଷ ପରେ ଫଳ ଦେବ। ଏ ଛୁଆ ମୋର ଶହତମ ବଳି ହେବ। ଆଉ ମୁଁ ପୁନଃ ଜୀବିତ ହୋଇ ଯିବି କହି ହାଃ ହାଃ ମାରି ହସିଲା। ତାର ବିକଟାଳ ଚିତ୍କାରରେ ସମସ୍ତଙ୍କ କାନ ଫାଟି ଗଲା।

ସେ ଠିକ ମାରିବା ପାଇଁ ଯାଉ ଥିବା ସମୟରେ ହଠାତ୍ ଶ୍ରୀ କାନ୍ଦି ଉଠିଲା। ଶ୍ରୀର କାନ୍ଦ ଶୁଣି କାନ୍ଦ ଶୁଣି ସେ ଚିତ୍କାର କରି ଶ୍ରୀ କୁ ତଳେ ଶୁଆଇ ଦେଇ ମାରିବାକୁ ଗଲା। ଠିକ ଏତିକି ବେଳେ ଗୋଟିଏ ଅଦ୍ଭୁତ ଉଜ୍ଜଳ ଆଲୁଅ ଶ୍ରୀ ପାଖରୁ ବାହାରିଲା। ଆଉ ଶଙ୍ଖ ଧ୍ୱନି ଶୁଣା ଗଲା। ତାପରେ କଣ ହେଲା କାହାକୁ ଜଣା ନାହିଁ। ସକାଳୁ ଉଠିଲା ବେଳକୁ ରାଶି, ପ୍ରମୋଦ ବାବୁ ଆଉ ଡ୍ରାଇଭର ଦେଖିଲେ ଯେ କୋଠରୀଟି ପୁରା ଜଳା ପୋଡ଼ା। ଶ୍ରୀ ଗୋଟିଏ ପିଣ୍ଡି ଉପରେ ଶୋଇ ହସୁଛି। ତା ଉପରେ ସୂର୍ଯ୍ୟଙ୍କର କଅଁଳ କିରଣ ପଡିଛି। ସେଇଠି ସେମାନେ ବୁଝି ପାରୁ ନ ଥିଲେ ଯେ ସେଇଠି କଣ ଘଟି ଥିଲା ରାତିରେ। ବହୁତ କଷ୍ଟରେ ସେମାନେ ଆସ୍ତେ ଆସ୍ତେ ଶ୍ରୀ ପାଖକୁ ଗଲେ।

ତାପରେ ସେମାନେ ଶ୍ରୀକୁ ନେଇ ଗାଡି ପାଖକୁ ଗଲେ। ଗାଡି ପାଖରେ କିଛି ଲୋକଙ୍କୁ ସେମାନେ ଦେଖିଲେ । ସେ ଲୋକମାନେ ସେମାନଙ୍କୁ ପଚାରିଲେ ଯେ ଆପଣମାନେ ଏତେ ସକାଳୁ ଏଇଠି କଣ କରୁଛନ୍ତି। ପ୍ରମୋଦ ବାବୁ ରାତି କଥା ସବୁ କହିବାରୁ ସେ ଲୋକମାନେ କହିଲେ ଯେ ଭଗବାନଙ୍କ ଆଶୀର୍ବାଦ ରୁ ସେମାନେ ବଞ୍ଚି ଗଲେ। କିଛି ବର୍ଷ ତଳର କଥା ଗୋଟିଏ ଗୁଣି ତାର ଅମରତ୍ୱ ପିଇଁ ଛୁଆମାନଙ୍କୁ ବଳି ପକାଉ ଥିଲା। ଅନେଶତ ତମ ବଳି ଦିନ ପୋଲିସ ଯାଇ ସେମାନଙ୍କୁ ଅଟକାଇବା ପାଇଁ ଗୁଳି ଚଳାଇଥିଲା। ହେଲେ ସେଦିନ ବଙ୍ଗଳାରେ ନିଆଁ ଲାଗି ଯିବାରୁ ସବୁ ସେଇଠି ମରି ଗଲେ। ତାପର ଠାରୁ ରାତିରେ ଯିଏ ବି ଜଙ୍ଗଳ ଦେଇ ଯାଏ ସେ ମରି ଯାଏ। ହେଲେ ଭଗବାନଙ୍କ ଆର୍ଶୀବାଦରୁ ସେମାନେ ବଞ୍ଚି ଗଲେ।ତାପରେ ରାଶି, ପ୍ରମୋଦ ବାବୁ ଆଉ ଡ୍ରାଇଭର ଶ୍ରୀକୁ ନେଇ ଗାଡିରେ ଆଗେଇ ଚାଲିଲେ ସହର ଅଭିମୁଖେ। କାଲି ରାତିର ସେ ଭୟଙ୍କର ଦୃଶ୍ୟ ଏ ଯାଏଁ ମନରୁ ଯାଇ ନ ଥାଏ ଆଉ ମନେ ମନେ ଭାବୁ ଥାନ୍ତି ସେ ଉଜ୍ଜଳ ଆଲୁଅ ଟା କଣ ଥିଲା। ପୁଣି ଶଙ୍ଖ ଧ୍ୱନି ହଠାତ୍ ବାଜିଲା କେମିତି। ଆଉ ସେ ଭୂତମାନେ ଗଲେ କୁଆଡେ।

ହଠାତ୍ ଗାଡି ଚାର୍ଜ ରେ ଲାଗିଥିବା ପ୍ରମୋଦ ବାବୁଙ୍କ ଫୋନ ବାଜିଲା। ଦେଖିଲା ବେଳକୁ ଭୋଳା ନନା ଫୋନ କରି ଥିଲେ। ପ୍ରମୋଦ ବାବୁ ଫୋନ ଉଠାଇବାରୁ ନନାଙ୍କ ପ୍ରଶ୍ନ ଥିଲା କାଲି ରାତି କିପରି କଟିଲା ?ପ୍ରମୋଦ ବାବୁ ରାତି ବିଷୟରେ ସବୁ କହି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଆପଣ କେମିତି ଜାଣିଲେ ?

ଭୋଳା ନନା : ମିନି ମୋତେ ସପନରେ ଆସି ବାରମ୍ବାର କହିଲା ଯେ ତା ଛୁଆକୁ ବଞ୍ଚାଇବା ପାଇଁ। ତାପରେ ମୁଁ ଉଠି ଆସି ମାଆଙ୍କ ପାଖରେ ତୁମ ସମସ୍ତଙ୍କ ପାଇଁ ଅଖଣ୍ଡ ଦୀପ ଜଳେଇ ଫୋନ କଲି। ହେଲେ ଫୋନ ଲାଗୁ ନ ଥିଲା।

ଏ କଥା ଶୁଣି ସମସ୍ତଙ୍କର ବୁଝିବାର ବାକି ନ ଥିଲା ଯେ ସେ ଉଜ୍ଜଳ ଆଲୁଅ ଦିବ୍ୟ ଶକ୍ତି ଥିଲା, ମାଆଙ୍କର ଆଶୀର୍ବାଦ ବୋଲି। ସମସ୍ତେ ମାଆ ବନଦୁର୍ଗା ଙ୍କୁ ମନେ ମନେ ଧନ୍ୟବାଦ ଜଣାଇଲେ।

ହେଲେ ଏବେ ପ୍ରମୋଦ ବାବୁ ଆଉ ରାଶିଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ କଣ ମିନିର ଆତ୍ମା ତାଙ୍କ ସହ ଅଛି ?

କ୍ରମଶଃ ।



Rate this content
Log in

Similar oriya story from Drama