STORYMIRROR

Trushna Das

Drama Horror Thriller

3  

Trushna Das

Drama Horror Thriller

ଜନ୍ମ ଜନ୍ମାନ୍ତର : 3

ଜନ୍ମ ଜନ୍ମାନ୍ତର : 3

5 mins
338


କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଜନ୍ମ ଜନ୍ମାନ୍ତର କାହାଣୀର ପୂର୍ବ ଭାଗଗୁଡିକୁ ଭଲ ଭାବରେ ପଢନ୍ତୁ। ଆଗରୁ ଆମେ ପଢିଥିଲୁ ଯେ ଭୋଳା ନନା ରାଶିଙ୍କୁ ମିନି ସହ ଘଟି ଥିବା ଘଟଣା ବିଷୟରେ କହୁଛନ୍ତି। କିପରି ବିଜୁ ମିନିକୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ତା ସହ ଶାରୀରିକ ସମ୍ପର୍କ ରଖିଛି। ଆଉ ଏବେ ବିଜୁର ବୀଣା ବିଜୁ ଓ ମିନିକୁ ଶୋଇବା କୋଠରୀରେ ଝରକା ଫାଙ୍କା ମଧ୍ୟ ଦେଇ ଦେଖୁଛନ୍ତି।

ତାପରେ :

ବୀଣା ଦେଖିଲା ଯେ ଦୁହେଁ ବଟିକା ଖାଇ ପରସ୍ପର ସହ ଅନୈତିକ ସମ୍ପର୍କ ରଖୁଛନ୍ତି। ସମ୍ପୁର୍ଣ୍ଣ ବସ୍ତ୍ର କାଢି ସମ୍ଭୋଗ କରୁଛନ୍ତି। ବିଜୁ ପୁରା ନିଶାରେ। ମିନି ବି କାମନାର ବାସନାରେ ବିଜୁ ସହ ବିଛଣାରେ। ଏହା ଦେଖି କେଉଁ ସ୍ତ୍ରୀ ବା ସହି ପାରିବ। ବୀଣା ନିଜକୁ ସମ୍ଭାଳି ନ ପାରି ଶୋଇବା ଘରର କବାଟ ନକ୍ କଲା। ବିଜୁ ଆଉ ମିନି ଏମିତି କାମନା ନିଶାରେ ଥାଆନ୍ତି ଯେ ସେମାନେ ଆଉ ଜାଣି ପାରିଲେ ନାହିଁ କି କବାଟ ଖୋଲିଲେ ନାହିଁ। ସକାଳ ହେବା ଯାଏଁ ବୀଣା କବାଟ ପାଖରେ ଅପେକ୍ଷା କରି ଥାଆନ୍ତି। ସକାଳୁ ଯେତେବେଳେ କବାଟ ଖୋଲିବା ପାଇଁ ମିନି ଚେଷ୍ଟା କରିଛି କବାଟଟି ବାହାର ଆଡୁ ବନ୍ଦ ଅଛି। ବିଜୁ ଆଉ ମିନି ଆଶ୍ଚର୍ଯ୍ୟ। କାହାକୁ ଡାକିବି ପାରୁ ନ ଥାଆନ୍ତି।

କିଛି ସମୟ ପରେ କବାଟ ଖୋଲିଲା। ସାମ୍ନାରେ ବିଜୁର ମାଆବିଜୁର ମାଆ ସୁରେଖା ଦେବୀ ଆଉ ବୀଣା ସମ୍ନାରେ ଛିଡା ହୋଇ ଥାଆନ୍ତି। ବିଜୁ ଆଉ ମିନି ଚମକି ପଡ଼ିଲେ।

ସୁରେଖା ଦେବୀ : ବିଜୁ ତୁ ଏ କଣ କରୁଛୁ। ଶେଷରେ ଆଉ କାହା ସହ ଛି ଛି। ତୋ ବାପାର କର୍ମଫଳ ତ ଆମେ ସବୁ ଭୋଗୁଛୁ। ଆଉ ତୁ ବିଛି ଛି।

ବୀଣା : ଏ ସବୁ କରିବା ଆଗରୁ ତୁମକୁ ମୋ କଥା କି ଆମ ଛୁଆ ଦୁଇଟା ଙ୍କ କଥା ଟିକିଏ ବି ମନକୁ ଆସିଲା ନାହିଁ।

ବିଜୁ ସାଙ୍ଗେ ସାଙ୍ଗ ଓଲଟି ପଡି ସବୁ ଦୋଷ ମିନି ଉପରେ ଦେଇ ଦେଲା।

ବିଜୁ : ମୁଁ ଜାଣିନି କାଲି କ'ଣ ହେଲା। ମୁଁ ମଦ ନିଶାରେ ଥିଲି। ମୋତେ ରାସ୍ତାରେ ମିନି ଧରି ଘରକୁ ଆଣିଲା। ତାପରେ ପାଣି ନା କ'ଣ ଗୋଟେ ପିଇବା ପାଇଁ ଦେଲା। ତାପରେ ମୁଁ ଆଉ ଚେତାରେ ନ ଥିଲି। କ'ଣ ମୋ ସହ ହୋଇଛି ମୁଁ କହି ପାରିବି ନାହିଁ।

ବିଜୁ ସାଙ୍ଗେ ସାଙ୍ଗ ବୀଣା ଆଉ ଛୁଆ ଦୁଇଟିର ମିଛ ରାଣ ଖାଇଲା।

ମିନି ଆଶ୍ଚର୍ଯ୍ୟ ହୋଇ ବିଜୁକୁ ଚାହିଁ ରହିଥାଏ। ସେ ବୁଝିଗଲା ଯେ ବିଜୁ ତା ସହ ଖେଳୁ ଥିଲା। ଆଖିରୁ ଲୁହ ଝର ଝର ହୋଇ ବହି ଯାଉଥିଏ।

ବୀଣା ଭାବିଲା ବିଜୁ ସତ କହୁଛି।ତାପରେ ସେ ଶ୍ରେୟାକୁ ଡାକି ମିନି ବିଷୟରେ କହିଲା। ଶ୍ରେୟା କୁ ବିଶ୍ୱାସ ହେଉ ନ ଥାଏ। ମିନିକୁ ଶ୍ରେୟା ପଚାରିବାରୁ ମିନି କହିଲା ବିଜୁ ତାକୁ ବିବାହର ପ୍ରତିଶ୍ରୁତି ଦେଇ ଏ ସବୁ କରିଛି।ବିଜୁ : କହିଲା ମିଛ। ମୁଁ କାହିଁକି ତାକୁ ବିବାହ କରିବି। ମୋ ସ୍ତ୍ରୀ ନାହିଁ କି।ବୀଣା ଶ୍ରେୟାକୁ କହିଲା ମିନିକୁ ଘରୁ ବାହାର କରି ଦେବା ପାଇଁ ନ ହେଲେ ତାକୁ ତାଙ୍କ ଘରକୁ ଆସିବାକୁ ନ ଦେବା ପାଇଁ।ଶ୍ରେୟା ସହ ମିନି ଶ୍ରେୟାଙ୍କ ଘରକୁ ଗଲା। ଶ୍ରେୟା ଏ ସବୁ ବିଷୟରେ ଦେବ ଆଉ ତୁମ ଶାଶୁ ମାଆ ଙ୍କୁ ସବୁ କହିଲେ। ମିନି ସମସ୍ତଙ୍କ ସମ୍ମୁଖରେ ନିଜ ଭୂଲ ପାଇଁ କ୍ଷମା ମାଗିଲା। ଦେବ ଶେଷ ସୁଯୋଗ ଦିଆଯାଉ କହିଲେ କାରଣ ମିନିର କେହି ଏ ଦୁନିଆରେ ନ ଥିଲେ।

ବିଜୁ ତାପର ଦିନ ଘର ଛାଡ଼ି ପଳାଇଲେ। ମିନି ଏ କଥାକୁ ସହି ପାରୁ ନ ଥିଲା ଯେ ବିଜୁ ତାକୁ ଧକା ଦେଇଛି ବୋଲି ସେ କାହାକୁ କିଛି କହି ନ ପାରି ମୋ ସ୍ତ୍ରୀ ପାଖକୁ ଆସି ସବୁ କହି କାନ୍ଦିଛି।

ରାଶି : ମିନି ତ ଗର୍ଭ ନିରୋଧ ବଟିକା ନେଉ ଥିଲା ତେବେ ସେ ଗର୍ଭବତୀ ହେଲା କେମିତି ?

ଠିକ ଏତିକି ବେଳେ ଜୋରରେ ପବନ ବହିଲା। ଆଉ ଭୟଙ୍କର ହସ ଶୁଣିବାକୁ ମିଳିଲା। ଆଉ ବିକଟାଳ ଚିତ୍କାର କରି କେହି ଜଣେ କହୁ ଥିଲା ମୁଁ ଫେରି ଆସିଛି। ତୁମ ବଂଶର କାହାକୁ ବି ଛାଡି ବିନି।

ଏ କଥା ଶୁଣି ରାଶି ଆଉ ପ୍ରମୋଦ ବାବୁ କହିଲେ ନନା ଏ କଣ ପୁଣି ସେ ଫେରି ଆସିଲା କେମିତି ? ସେ ତ ବନ୍ଦୀ ହୋଇ କି ଥିଲା ଯେ। ଆଉ ଆଜି?ଭୋଳା ନନା : ହଁ ସେ ଫେରି ଆସିଛି। ଆଉ ତା ସହ ଆଉ ଜଣେ ବି।

ପ୍ରମୋଦ ବାବୁ : କଣ ହେଲା ? ଏତେ ବଡ଼ ଅଘଟଣ !ଭୋଳା ନନା : ଶୁଣ ବିଜୁ କିଛି ମାସ ବାହାରେ ରହିଲା। ବୀଣା ସାମ୍ନା କୁ ସବୁ ସତ କଥା ଆସି ଯିବାରୁ ସେ ମିନି ଉପରେ ରାଗ ରଖି ଥାଏ। କିଛି ମାସ ପରେ ସେ ତାର ତିନି ସାଙ୍ଗକୁ ନେଇ ଘରକୁ ଆସି ଥାଏ। ତାର ଖରାପ ନଜର ଏବେ ବି ମିନି ଉପରେ ଥାଏ। ସେ ମିନିକୁ ବର୍ବାଦ କରି ଦେବା ପାଇଁ ଚାହୁଁ ଥାଏ। ତାର ସାଙ୍ଗ ତିନି ଜଣ କିଛି ନା କିଛି ବାହାନାରେ ମିନି ପାଖକୁ ଯାଉ ଥାଆନ୍ତି। ଗାଁ ଲୋକ ବି ମିନିକୁ ସେମାନଙ୍କ ସହ ମିନିକୁ ଦେଖି ନାନା କଥା କହିବା ପାଇଁ ଆରମ୍ଭ କଲେ। ସେମାନେ ମାସେ ପାଖାପାଖି ରହିଲେ। ବିଜୁ ବି ମିନିକୁ କ୍ଷମା ମାଗିବାର ଅଭିନୟ କଲା। ହେଲେ ମିନି ସମସ୍ତଙ୍କ ସାମ୍ନାରେ ବିଜୁକୁ ମାଡ ମାରିଲା। ବିଜୁର ବହୁତ ବଡ ଅପମାନ ହୋଇ ଗଲା। ଏବେ ସେ ବଦଳା ର ନିଆଁରେ ଜଳିବାକୁ ଲାଗିଲା ।

କିଛି ଦିନ ପରେ ଶ୍ରେୟା, ଦେବ ଆଉ ତୁମ ଶାଶୁ ମାଆ ସହରକୁ ଡାକ୍ତର ଦେଖାଇବା ପାଇଁ ଗଲେ। ଜାଣିଛନ୍ତି ବିଜୁ କେମିତି ଲୋକ। ତଥାପି ମିନିକୁ ଘରର ଅନ୍ୟ ଚାକରଙ୍କ ସହ ଛାଡି ଗଲେ।

ସନ୍ଧ୍ୟାବେଳ ମିନିକୁ ଭଲ ନ ଲାଗିବାରୁ ସେ ଘରର ଅନ୍ୟ ଚାକରଙ୍କୁ କହି ନିଜ ରୁମକୁ ଗଲା। ବିଜୁ ଓ ତା ସାଙ୍ଗମାନେ ସେ ରୁମରେ ଲୁଚି ରହିଥିଲେ। ମିନି ଆସିବାରୁ ସେମାନେ ଘରର ଲାଇଟ କାଟି ଦେଲେ। ଅନ୍ଧାର ହୋଇ ଯିବାରୁ ସେମାନେ ମିନିକୁ ତୁମ ଘରୁ ନେଇ ଗଲେ ସେଇ କୋଠା କୁ।

ପ୍ରମୋଦ ବାବୁ : କଣ କହୁଛନ୍ତି ସେଇ କୋଠାକୁ ?

ଭୋଳା ନନା : ହଁ ସେଇ କୋଠରୀକୁ। ଯେଉଁଠି କୁ ସମସ୍ତଙ୍କୁ ଯିବା ପାଇଁ ମନା। ସେଠି ପରା ସେ ଦୁହେଁ ବନ୍ଦୀ ଥିଲେ।

ମିନି ତ ଅଚେତ କରି ଦେଇ ଥିଲେ। ବିଜୁ ତା ସାଙ୍ଗମାନେ ସେଠି ଧୁମ ମଦ ପିଇଛନ୍ତି।ତାପରେ କୋଠା ବାହାରେ ସମସ୍ତେ ଥିଲେ। ମିନିର ଚେତା ଆସିବାରୁ ସେ ଅନ୍ଧାରରେ ଚିଲାଇଲା। ତା ପାଟି ଶୁଣି ବିଜୁର ସାଙ୍ଗମାନେ ଜଣେ ଜଣେ କରି ମିନି ପାଖକୁ ଗଲେ ଏବଂ ନିଜ କାମନା ଭୋକ ମେଣ୍ଟାଇଲେ। ତା ମୁହଁକୁ ବନ୍ଦ କରି ତା ସହ ପଶୁ ପରି ବ୍ୟବହାର କଲେ। ସେ ସେମାନଙ୍କ ହାତ ଗୋଡ଼ ଧରୁ ଥାଏ।ହେଲେ ସେମାନେ ତ ନର ରାକ୍ଷସ ପାଲଟି ଯାଇଥିଲେ। ତାପରେ ତିନି ଜଣ ସାଙ୍ଗ ଭିତରକୁ ଏକା ସାଙ୍ଗରେ ଗଲେ

ବିଜୁ ବାହାରେ ଥାଇ କହୁ ଥାଏ ତୁମେ ସବୁ ଆସିଲେ ମୁଁ ଯିବି। ମୋର ତା ସହ ବହୁତ ହିସାବ ବାକି ଥାଏ। ମିନି ପ୍ରାଣ ବିକଳରେ ସେଇ କୋଠାରେ ଥିବା ସେ ଅଭିଶପ୍ତ କୋଠରୀର କବାଟର ଶିକୁଳି ଟାଣି ଖୋଲି ଦେଲା। ମନ୍ତ୍ରିତ ସୁତା ଆଉ ତ୍ରିଶୂଳ କାଢି ଦେଲା। ହଠାତ୍ ସେ ଘରୁ ଭୟଙ୍କର ଚିତ୍କାର ଶୁଣା ଗଲା। ବିଜୁ ଦୌଉଡି ସେଠାରୁ ପଳାଇଲା। ସେ କୁଆଡ଼େ ଗଲା କାହାକୁ ଜଣା ନାହିଁ।

ଗାଁ ଲୋକ ସବୁ ସେ ଚିତ୍କାର ଭୟରେ ଘରକୁ ପଳାଇଲେ। ମିନି ସେଇ ଅବସ୍ଥାରେ ଚେତା ଶୂନ୍ୟ ହୋଇ ପଡିଥିଲା। ଶରୀରରେ କପଡାଟିଏ ବି ନ ଥିଲା।

ଭର ସକାଳୁ ଶ୍ରେୟା, ଦେବ ଆଉ ତୁମ ଶାଶୁ ଆସି ସେ ଚିତ୍କାର କଥା ଶୁଣି କୋଠା ପାଖକୁ ଯାଇ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଗଲେ। କୋଠା ଭିତରୁ ପଚା ମାଂସର ବସନା। ଗଲା ବେଳକୁ ଦେଖିଲେ ଯେ ମିନି ଚେତାଶୂନ୍ୟ ହୋଇ ପଡିଛି। ଯଦିଓ ତା ଦେହରେ ତା କପଡା ନ ଥିଲା ତଥାପି କେହି ଜଣେ ତାକୁ ସେଇ ଅଭିଶପ୍ତ ଲାଲି ଶାଢୀରେ ଘୋଡାଇ ଦେଇଛି। ମିନିଙ୍କୁ କଷ୍ଟରେ କୁଣ୍ଠାଉ ଥାଏ।

ସେମାନେ ଦେଖିଲେ ସେଇ କୋଠରୀର କବାଟ ଭିତର ପଟୁ ବନ୍ଦ ହୋଇଛି। ପୁଣି ଆପେ କବାଟ ଖୋଲି ଗଲା। ପଚା ମାଂସର ବାସନା। ଭିତରକୁ ଯିବାରୁ ଦେଖିଲେ ଯେ ସେଇ ତିନି ଜଣ ଯୁବକଙ୍କ ମଳା ଶରୀର ପଡିଛି। ସମସ୍ତଙ୍କ ଶରୀର ପଚିବା ଅବସ୍ଥାରେ। କାହାର ହାତ ନାହିଁ ତ କାହାର ଜିଭ ନାହିଁ ପୁଣି କାହାକୁ ମଝିରୁ ଦୁଇ ଫାଳ କରି ଦିଆ ଯାଇଛି।

ରକ୍ତରେ ଲେଖା ହୋଇଛି ମୁଁ ଫେରି ଆସିଛି। ପୁଣି ଇତିହାସର ପୁନରାବୃତ୍ତି ହେଲା। ଆଉ କାହାକୁ ଛାଡିବି ନାହିଁ।

(ସୁରେଖା ଦେବୀ ଯେ କହିଲେ ବିଜୁର ବାବାଙ୍କ କର୍ମଫଳ ଆଜି ସବୁ ଭୋଗୁଛନ୍ତି କଣ ସେ କର୍ମଫଳ ନନା ଯେ କହୁଥିଲେ ସେ କୋଠାର କୋଠରୀରେ ଦୁଇ ଜଣଙ୍କୁ ବନ୍ଦୀ କରା ଯାଇଛି ସେ ଦୁଇଜଣ କିଏ. ତିନି ଜଣ ଯୁବକଙ୍କୁ କିଏ ମାରିଲା ମିନି ଯଦି ମାରି ଥାଆନ୍ତା ଭିତର ପଟୁ କବାଟ କେମିତି ବନ୍ଦ ହେଲା କିଏ ଫେରି ଆସିଛି ଏ ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ "ଜନ୍ମ ଜନ୍ମାନ୍ତର" ର ଆଗାମୀ ଭାଗ ପଢନ୍ତୁ।)

କ୍ରମଶଃ.



Rate this content
Log in

Similar oriya story from Drama