STORYMIRROR

Dr. Pratap Kumar Swain

Horror

4  

Dr. Pratap Kumar Swain

Horror

ଜଙ୍ଖ

ଜଙ୍ଖ

2 mins
272


ଜଙ୍ଖ ଏକ ନିପଟ ମଫସଲି ଶଦ୍ଦ ହେଲେ ବି ମାଧପୁର ଗାଁ ର ଆବାଳ ବୃଦ୍ଧ ବନୀତାଙ୍କ ଶଦ୍ଦ କୋଷରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।ସୁବୋଧ ସାହାଣୀ ମାଧପୁର ଗାଁରେ ସସ୍ତ୍ରୀକ ବାସ କରନ୍ତି କାରଣ ଦୁଇଟି ପୁତ୍ର ସନ୍ତାନ ମାଟ୍ରିକ ପାସ୍ କରି ସୁରତ ରେ ଗୋଟିଏ କମ୍ପାନୀରେ କାମ କରନ୍ତି ଓ ସେଠାରେ ଦଶ ବର୍ଷ ହେଲା ପରିବାର ନେଇ ରହୁଛନ୍ତି। ସେମାନଙ୍କର ବାହାଘର ପୂର୍ବରୁ କିଛି କିଛି ଟଙ୍କା ପଠାଇ କରଜ ସୁଝିଛନ୍ତି ଓ ଏବେ ବାପା ମାଆଙ୍କ ଚଳିବା ପାଇଁ କିଛି ଟଙ୍କା ପଠାନ୍ତି। ଘର କହିଲେ ଗୋଟିଏ ବଖରା ଇନ୍ଦିରାଆବାସ ଓ ତତ୍ ସଂଲଗ୍ନ ଚାଳିଆ ଟିଏ ଯେଉଁଠି ଆଜି ପର୍ଯ୍ୟନ୍ତ ସୁବୋଧର ସ୍ତ୍ରୀ ରୋଷେଇ କରିଆସୁଛନ୍ତି। ଦୁଃଖରେ ନହେଲେ ବି ସୁବୋଧ ଓ ତାଙ୍କ ସ୍ତ୍ରୀ ଏତେଟା ଖୁସି ନୁହଁନ୍ତି ତାଙ୍କର ଚଳଣିକୁ ନେଇ।

ହଠାତ୍ ପାହାନ୍ତା ପହରରେ ସୁବୋଧ ସ୍ବପ୍ନ ଦେଖିଲେ ଯେ ସେ ବହୁତ ସୁନା ପାଇଛନ୍ତି ଓ ତାକୁ ବିକି ଏକ ସୁନ୍ଦର ଘର ତିଆରି କରିଛନ୍ତି । ସ୍ବପ୍ନର ବୃତ୍ତାନ୍ତ ସେ ସ୍ତ୍ରୀ ଙ୍କୁ କହିଲେ। ପାହାନ୍ତିଆ ସ୍ବପ୍ନ ସତ ହୁଏ ବୋଲି ସ୍ତ୍ରୀ ତାଙ୍କର ମତାମତ ଶୁଣାଇଲେ। ହେଲେ କେମିତି ସ୍ବପ୍ନ ସତ ହେବ ତା ପାଇଁ ତ ଉଦ୍ଯମ ଆବଶ୍ୟକ । ଉପାୟ ଚିନ୍ତା କରି ବସିଲେ ସୁବୋଧ । ବାପାଙ୍କ ଠାରୁ ସେ ଶୁଣିଥିଲେ ଯେ ପଡିଶା  ରାମାକାନ୍ତ ବାବୁଙ୍କ ବାପା ଜଙ୍ଖ କୁ କାବୁକରିଥିଲେ ଓ ତା ଦେହରୁ ମିଳିଥିବା ସୁନାକୁ ବିକି ସୁନ୍ଦର ଘର ତିଆରି କରିଥିଲେ ଓ ସପରିବାର ସୁନାର ଅଳଙ୍କାର ରେ ଛାଇ ହୋଇଥିଲେ। ଜଙ୍ଖ ଦର୍ଶନ ପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କଲେ। ସେଦିନ ସେ କ୍ଷେତରୁ ଫେରି ଗଣ୍ଡିଏ ଖାଇ ହାଲିଆ ହୋଇ ଶୋଇ ପଡିଲେ । ସ୍ତ୍ରୀ ତାଙ୍କର ଧାନ ବମ୍ଫେଇ ଟିକେ ଡେରି ରେ ଶୋଇପଡିଲେ ।ରାତ୍ରିର ତୃତୀୟ ପ୍ରହରରେ ସୁବୋଧ ବାହାରକୁ ଆସି ଦେଖିଲେ ଜଙ୍ଖର ଆଲୁଅ ତାଙ୍କ ଉପରକୁ ବିଛୁଡି ପଡୁଛି। ଏଥର ସେ ଆଲୁଅ ଆସୁଥିବା ସ୍ଥାନ ଆଡକୁ ଅଗ୍ରସର ହେଲେ ଗୋଟିଏ ପୋଳୁହ ସହ।

ଆଲୁଅ ଆସୁଥିବା ଜାଗାକୁ ପୋଳୁହରେ ଘୋଡାଇ ନିଜ ହାତ କାଟିରକ୍ତ ଦେଲେ। ତାପରେ ଆଲୋକ ଉତ୍ସ ଉପରେ କିଛି ପାଣି ଢାଳିଦେଲେ।ଭସ୍ ଭସ୍ ଶଦ୍ଦ ହୋଇ ଆଲୋକ ନିର୍ବାପିତ ହେଲା। ଏଥର ପୋଳୁହ ଉପରେ ଗୋଟିଏ କାଠ ମୁଣ୍ଡିଆ ଥୋଇ ଦେଇ ନିଶ୍ଚିନ୍ତରେ ଶୋଇଗଲେ ସେ। ସକାଳୁ ସ୍ତ୍ରୀକୁ ସବୁ କଥା କହିଲେ।

ଏଥର ଦୁଇଜଣଯାକ ଜଙ୍ଖ ଦେହରୁ ସୁନା କାଢିବାକୁ ବାହାରିଲେ। ସ୍ତ୍ରୀ ଧିରେ ଧିରେ ପୋଳୁହ ଟିକୁ କାଢିଲେ। ମାତ୍ର ସୁନା ପାଇଲେ ନାହିଁ । ଏଥର ସ୍ବାମୀ ଏବଂ ସ୍ତ୍ରୀ ଦୁଇଜଣଯାକ ଚୁଲି ଭିତରେ ତନ୍ନ ତନ୍ନ କରି ଖୋଜିଲେ କିନ୍ତୁ ହାଏ ଅଙ୍ଗାର ବ୍ଯତୀତ କିଛି ମିଳିଲା ନାହିଁ । ସ୍ବାମୀଙ୍କ ଠାରୁ ପୂର୍ବ ରାତିର ସମସ୍ତ ଘଟଣା ବିଶଦ ଭାବରେ ଶୁଣିଥିଲେ ସ୍ତ୍ରୀ । ସେ ପ୍ରକୃତ ଘଟଣା କୁ ଆକଳନ କରିପାରିଥିଲେ। ସୁନା ପାଇବା ନିଶା ତାଙ୍କର ଛାଡି ଯାଇଥିଲା। ସେ ସ୍ବାମୀଙ୍କୁ କାଲି ରାତିରେ ଧାନ ବମ୍ଫାଇବା ଓ ଥକିଯାଇଥିବାରୁ ନିଆଁ ଲିଭାଇ ନଥିବା କଥା ପ୍ରକାଶ କରିଥିଲେ। ଏଥର ସୁବୋଧଙ୍କ ମୁଣ୍ଡରୁ ଜଙ୍ଖ ଧରିବା ନିଶା ଉତୁରିଯାଇଥିଲା।

ସେ ମନେମନେ ଭାବୁଥିଲେ ତାଙ୍କର ପାହାନ୍ତି ସ୍ବପ୍ନ କ'ଣ ସତ.................. ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror