Pratap Swain

Horror

3  

Pratap Swain

Horror

ଅଡୁଆ ସିଦ୍ଧାନ୍ତ (ପ୍ରଥମ ଭାଗ)

ଅଡୁଆ ସିଦ୍ଧାନ୍ତ (ପ୍ରଥମ ଭାଗ)

5 mins
167



ସାହସପୁର ଓ ଆଖପାଖ ପାଞ୍ଚ ଖଣ୍ଡ ଗ୍ରାମରେ ଗୁଣମଣିଙ୍କ ସୁନାମ ଏପରି ପରିବ୍ୟାପ୍ତ ଯେ ଗାଁ ର ନାମ ନେଉ ନେଉ ଗୁଣମଣିଙ୍କ ଗାଁ ବୋଲି ସବୁରି ମୁଖ ନିସୃତ ହୁଏ।ଗୁଣମଣିଙ୍କ ଙ୍କ ସାଧନା ଯୋଗୁଁ ସାହସ ପୁର ସମଗ୍ର ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ଯନ୍ତ ସମସ୍ତେ ଯେ ଗୁଣମଣିଙ୍କ ପ୍ରସଂଶକ ଏକଥା ପ୍ରକାଶ କରିବା ବାହୁଲ୍ଯ।ସରକାରଙ୍କ ଶୁଭଦୃଷ୍ଟି ସାହସ ପୁର ଉପରେ ପତିତ ହେବାରୁ ସାହସ ପୁର ଏକ ଆଦର୍ଶ ଗ୍ରାମର ପରିଚୟ ବହନ କରୁଛି।

      ସେଥିପାଇଁ ଗୁଣମଣି କେବେ ମନ୍ତ୍ରୀ ନେତାଙ୍କୁ ଖୋସାମତ କରିନାହାନ୍ତି ବରଂ ସ୍ବତଃପ୍ରବୃତ୍ତ ଭାବେ ବିଧାୟକ, ମନ୍ତ୍ରୀ ଓ ଅଧିକାରୀ ମାନେ ଗାଁ ର ଉନ୍ନତି ସାଧନ କରିଛନ୍ତି। ମନ୍ତ୍ରୀ ହେବା ପରେ ଭୈରବ ବାବୁଙ୍କ ଭୈରବରଡି ଓ ଭାବମୂର୍ତ୍ତି ନିଜର ଏକମାତ୍ର ଝିଅ ଉର୍ବଶୀ ପାଇଁ ଯେ କ୍ଷୁର୍ଣ୍ଣ ଏ କଥା ତାଙ୍କ ଆରକ୍ତ ନୟନ ରୁ ହିଁ ସହଜରେ ଅନୁମେୟ । ଉର୍ବଶୀ ବାପାଙ୍କ ପଦ ମର୍ଯାଦାକୁ ପଦଦଳିତ କରି ବିରୋଧୀ ଦଳର ସେମିତି ସଭ୍ଯଙ୍କ ପୁଅ ସହ ଯେବେଠୁ ପ୍ରେମ ସଂପର୍କ ଗଢିଲା, ସେବେଠୁ ମନ୍ତ୍ରୀଙ୍କ ଆଖିରୁ ନିଦ ହଜିଯାଇଛି।ସାରା ରାତି   ବିଛଣାରେ ପଡିରହି ନିଜକୁ ଧିକ୍କାର କରନ୍ତି ସେ।  

          ଏକଦା ଗୁଣମଣିଙ୍କ ଦ୍ବାରସ୍ଥ ହେଲେ ମନ୍ତ୍ରୀ ମହୋଦୟ । ଅଯାଚିତ ଭାବେ ଅର୍ଥ ଯାଚନା କରି ଗୁଣମଣିଙ୍କ ପାଦସ୍ପର୍ଶ କଲେ ସେ ହୃଦୟ  ତରଳିଗଲା ସାଧକ ଗୁଣମଣିଙ୍କର। ବିନା କୌଣସି ପାରିଶ୍ରମିକ ରେ ମନ୍ତ୍ରୀ ଙ୍କ ସମ୍ମାନ ରକ୍ଷା କଲେ ସେ। ଝିଅ ର ହସଖୁସିର ସଂସାର ଓ ତିନି ବର୍ଷର ନାତୁଣୀ କୁ ଦେଖି ସାଧକ ଗୁଣମଣିଙ୍କ ଗୁଣମାନ କରିବସନ୍ତି ମନ୍ତ୍ରୀ ମହୋଦୟ ।ଗୁଣମଣିଙ୍କ ପାଇଁ ସୁନ୍ଦର ଗୃହ ସହ ତାଙ୍କ ପୁତ୍ରର ସ୍ନାତକ ପର୍ଯ୍ଯନ୍ତ ପଢାଖର୍ଚ୍ଚ ବହନ କରିଥିଲେ ମନ୍ତ୍ରୀ ।ସେଥିପାଇଁ କେହି କେବେ ସାଧକଙ୍କ ମୁହଁରୁ ବାହାସ୍ଫୋଟ ଶୁଣିନାହାନ୍ତି କିମ୍ବା ନିଜର ସାଧନାର ପ୍ରଚାର ପ୍ରସାର ପାଇଁ ସେ କାହାର ସହାୟତା ଲୋଡିନାହାନ୍ତି।

    ସାଧକ ମହାଶୟ ସାଧନା ବଳରେ ଅଶରୀରୀ ମାନଙ୍କ ସହ ନିବିଡ଼ ସମ୍ପର୍କ ଗଢନ୍ତି।ଆଖପାଖ ଗାଁ ରେ ଯଦି କୌଣସି ବ୍ୟକ୍ତି ଦେହରେ ଅଶରୀରୀ ସବାର ହୁଏ, ଗୁଣମଣିଙ୍କୁ ଦେଖିବାମାତ୍ରେ ଦାଦା, ମଉସା, ମାମୁଁ ଇତ୍ଯାଦି ସମ୍ବୋଧନ କରେ ଓ ବ୍ଯକ୍ତି ଦେହରୁ ବାହାରି ଯିବା ପାଇଁ ଇଚ୍ଛା ପ୍ରକାଶ କରେ। କେଉଁ କେଉଁ ସ୍ଥାନରେ ସାଧକ ମହାଶୟଙ୍କୁ କାନ ଧରି ଉଠାବସା ହେବାକୁ ପଡେ ମାତ୍ର ଏଥିପାଇଁ କେବେ ଲଜ୍ଜାବୋଧ କରିନାହାନ୍ତି ସେ। ସେ ଜାଣନ୍ତି କେତେକ ଅଶରୀରୀ ତାଙ୍କ ସାଧନାରେ ବୀତସ୍ପୃହ ହୋଇଥାନ୍ତି ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଓ ବ୍ୟକ୍ତିର ଜୀବନ ବଞ୍ଚାଇବାକୁ ଯାଇ  ଏ ସାମାନ୍ୟ ତ୍ଯାଗକୁ ଭ୍ରୁକ୍ଷେପ କରନ୍ତି ନାହିଁ ସେ।

          ଆଜି ସେ ଯେଉଁଠି ପହଞ୍ଚିଛନ୍ତି ସେଥିପାଇଁ ସମସ୍ତ ଶ୍ରେୟ ଯେ ଅବଧାନଙ୍କର ଏକଥା କୁ ସେ ସର୍ବସମ୍ମୁଖ ରେ ସ୍ବୀକାର କରନ୍ତି।ପିଲାଦିନର  ସ୍ମୃତି କୁ ରୋମନ୍ଥନ କରି ବସନ୍ତି ସେ।ଚତୁର୍ଥ ଶ୍ରେଣୀରୁ ବସ୍ତାନୀରେ ଡୋରୀ ବାନ୍ଧିଥିଲେ ସେ। ଦିନକର ଘଟଣା। ଅବଧାନଙ୍କର ଏକ ଇଂଗ୍ରାଜୀ ପ୍ରଶାସନରେ ହତବମ୍ବ ହୋଇ ବେତ୍ରାଘାତରୁ ରକ୍ଷା ପାଇବାପାଇଁ ସଭୟେ ଧାବମାନ କରିଥିଲେ ସେ ଓ ତାଙ୍କ ପଶ୍ଚାତଧାବନ କରିଥିଲେ ଅବଧାନେ।ଶେଷରେ ଗୁଣମଣିଙ୍କୁ ଏକ ବୂଦାମୂଳରୁ ଆବିଷ୍କାର କରିଥିଲେ ଅବଧାନେ।ହାତରେ ଏକ କାଗଜରେ ଅସ୍ପଷ୍ଟ ଭାବେ ଦେଖାଯାଇଥିବା କିଛି ଶଦ୍ଦକୁ ମୁଦ୍ରିତ ଚୟନରେ ଉଚ୍ଚାରଣ କରୁଥିଲେ ସେ।ତତ୍ସହିତ ଆସୁଥିବା କିଛି ଅଦୃଶ୍ୟ ନିର୍ଦେଶ ମୁତାବକ ବିଭିନ୍ନ ଭାବଭଙ୍ଗୀ ରେ ବ୍ଯସ୍ତ ଥିଲେ ସେ।ଅବଧାନ ସମସ୍ତ ଘଟଣାକ୍ରମକୁ ବୁଝି ସାରିଥିଲେ। ସେହିଦିନହିଁ ତନ୍ତ୍ର ସାଧନା ପାଇଁ ଗୁଣମଣିଙ୍କୁ ପ୍ରବର୍ତ୍ତାଇଥିଲେ ଅବଧାନେ।ସେଦିନ ଅବଧାନଙ୍କର ବେତମାଡର ମହତ୍ତ୍ଵ କୁ ସର୍ବସମ୍ମୁଖ ରେ ସ୍ବୀକାର କରନ୍ତି ସେ।

          ଗୁଣମଣିଙ୍କ ର ଜନ୍ମ ଏକ ହରିଜନ ପରିବାରରେ ହୋଇଥିଲେ ମଧ୍ୟ ସମସ୍ତ ଲୋକେ ତାଙ୍କୁ ଜଣେ ଦକ୍ଷ ଚଣ୍ଡୀସାଧକଭାବେ ମାନ୍ଯକରନ୍ତି। ସାଧକ ମହାଶୟ ଗ୍ରାମବାସୀଙ୍କୁ ଅଶରୀରୀ ମାନଙ୍କ ପ୍ରକାରଭେଦ, ବାସସ୍ଥାନ ଓ ସବାର ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରନ୍ତି । ସ୍ଥାନ ଭିତ୍ତିରେ ଅଶରୀରୀ ମାନେ ଦୁଇପ୍ରକାର ଯଥା ସ୍ବଦେଶୀ ଓ ବିଦେଶୀ। ବିଦେଶୀ ଅଶରୀରୀ ମାନଙ୍କୁ ଛଡାଇବା କାଠିକର ପାଠ।ସେଥିପାଇଁ ସାଧକ ଗୁଣମଣି କିଛି କିଛି ଇଂଗ୍ରାଜୀ ଶଦ୍ଦ ଶିକ୍ଷା କରିଛନ୍ତି ନିଜର ଏକୋଇରବଳା ବିଶିକେଶନ ଠାରୁ।ସ୍ବଦେଶୀ ଅଶରୀରୀ ମାନେ ଅନେକ ପ୍ରକାରର ଯଥା ଭୂତ, ମଶାଣୀଚଣ୍ଡୀ, ଡାହାଣୀ, ଚିରୁଗୁଣୀ, ପିତାଶୁଣୀ, ଲାଙ୍ଗୁଡା, ମାଦଳ, କବନ୍ଧ, ସୈତାନ, ମୁସଲମାନ ଭୂତ ଓ ବ୍ରହ୍ମରାକ୍ଷସ ଇତ୍ଯାଦି।ଏମାନଙ୍କ ମଧ୍ୟରୁ ଭୂତକୁ ଛାଡିଦେଲେ ଆଉ ସମସ୍ତ ଅଶରୀରୀ ବହୁବିଧ କ୍ଷତିସାଧନ କରନ୍ତି ।

        ଦିନେ ପାଞ୍ଚ ମାଇଲ୍ ଦୂର ଅର୍ଜୁନ ପୁର ହାଟରୁ ଫେରିଲାବେଳେ ରାସ୍ତାବାଙ୍କ ତାଳଗଛମୂଳରୁ ମାଦଳ ବାହାରି କିପରି ତାଙ୍କ ପଥରୋଧ କରିଥିଲା, ଅମାବାସ୍ଯା ରାତିରେ ଗାଁ ମଶାଣିରେ ଚିରୁଗୁଣୀ ନିଜ ମୁହଁ ରୁ ନିଆଁପିଣ୍ଡୁଳା ବାହାର କରି ନିଜ ପିଲାକୁ ସେକିବା, ବ୍ରହ୍ମରାକ୍ଷସ କିପରି ତାଙ୍କ ବେକକୁ ମୋଡିବାକୁ ଅଗ୍ରସର ହେବା ପୂର୍ବରୁ ମନ୍ତ୍ରବଳରେ ଅଧମାଇଲ୍ ଦୂରକୁ ଛିଟିକି ପଡି ଖସିଗଲୁ ଖସିଗଲୁ ଚିତ୍କାର କରିବାର ସଂପୂର୍ଣ୍ଣ ବିବରଣୀ ସାଧକ ମହାଶୟ ଗ୍ରାମବାସୀଙ୍କୁ ପ୍ରଦାନ କରୁଥିଲେ।ସମସ୍ତ ଗ୍ରାମବାସୀ ଗୁଣମଣିଙ୍କ ବ୍ଯାଖ୍ଯାନକୁ ବିନା ଦ୍ବିଧା ରେ ଆସ୍ବାଦାନ କରନ୍ତି ।ଗ୍ରାମବାସୀମାନେ ସାଧକଙ୍କ ଭୂତପ୍ରେତ ଛଡାଇବାର କୌଶଳ ପ୍ରତ୍ଯକ୍ଷ ଭାବେ ଦେଖିଛନ୍ତି।

      

ଆଉ ଦିନକର ଘଟଣା।ସାଧକଙ୍କ ବିବାହ ଦୁଇମାସ ହେଲା ସଂପନ୍ନ ହୋଇଥାଏ।ଗାଁ ଗହୀରବିଲରୁ ଧାନମୁଣ୍ଡାଇ ଆସିଲା ବେଳେ ଦୁଇଟି ଭୂତ ତାଙ୍କ କାନ୍ଧ ଉପରେ ସବାର ହୋଇ ତାଙ୍କ ଶକ୍ତି ପରୀକ୍ଷା କରି ଗାଁ ମୁଣ୍ଡ ବରଗଛ କୁ ଡେଇଁପଡିଥିଲେ। ସାଧକ ମହାଶୟ ଙ୍କ ଧର୍ମପତ୍ନୀ ଏହି କଥା ଶୁଣି ବିଳାପ କରିବାକୁ ଲାଗିଲେ।ସାଧନା ଛାଡିବାକୁ ତାଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମାତ୍ର ପତ୍ନୀଙ୍କୁ ବହୁତ ବୁଝାସୁଝା କରି ନିଜ ସାଧନା ମାର୍ଗରେ ଅଗ୍ରସର ହେଲେ ସେ।

          ପତ୍ନୀଙ୍କ ଦେହାନ୍ତ ଆଜିକୁ ଦଶ ବର୍ଷ ହେଲାଣି । ଶତଚେଷ୍ଟା ସତ୍ତ୍ୱେ ପତ୍ନୀଙ୍କୁ ବଞ୍ଚାଇ ପାରିନଥିଲେ ସେ। ମା ଚଣ୍ଡୀଙ୍କ ନିର୍ଦ୍ଦେଶରେ ପତ୍ନୀଙ୍କ ହାତକୁ ତାବିଜ ଭିତରେ ମଧ୍ୟଦେଇ ଧାରଣ କରି ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଲେ ସେ।ଚେମାସାହୁର ସ୍ତ୍ରୀ ନିଜ ଆଖିରେ ଦେଖିଛି ଗୁଣିଆ ମହାଶୟ ଧୁ ଧୁ ଖରାବେଳେ ନିଜ ସ୍ବର୍ଗଗାମୀ ପତ୍ନୀଙ୍କ ସହ କଥା ହେବାର ଓ ତାଙ୍କ ସ୍ତ୍ରୀ ମଧ୍ୟ ସ୍ବାମୀଙ୍କ ସଫଳତାରେ ଆତ୍ମସନ୍ତୋଷ ବ୍ଯକ୍ତ କରିଛନ୍ତି ।ସବୁ ଶୁଣି ଚେମା ସ୍ତ୍ରୀ ନିଜ ସ୍ବାମୀଙ୍କୁ ଏସବୁ ନକହି ହରିଦାସ ସ୍ତ୍ରୀ କୁ ଗାଧୁଆ ତୁଠରେ କହି ତାକୁ ରାଣ ନିୟମ ପକାଇ ଆଉ କାହାକୁ ନକହିବାକୁ କହିଥିଲା।

      ଆଉ ଦିନକର କଥା। ରାଧୁ ସାହୁର ବିଲାତ ଫେରନ୍ତା ପୁଅ ଶାମ ଓରଫ୍ ଶାମସନ ଗୁଣମଣିଙ୍କ ସହ ଯୁକ୍ତିକୁ ଓହ୍ଲାଇଲା।ଭୂତପ୍ରେତଙ୍କ ସ୍ଥିତି ଓ ସେମାନଙ୍କ କାର୍ଯ୍ୟକଳାପକୁ  ଅନ୍ଧବିଶ୍ବାସ ଓ ଗୁଣମଣିଙ୍କ ସମାଧାନକୁ ଉପହାସ  କଲା।ଅବିଚଳିତ ଭାବେ ସମସ୍ତ ଅପମାନକୁ ସହ୍ଯକଲେ ଗୁଣିଆ ମହାଶୟ ।ମାତ୍ର ଶାମସନ୍ କୁ ଅଶରୀରୀ ମାନଙ୍କସହ ଭେଟ କରାଇବାର ନିର୍ଭର ପ୍ରତିଶୃତି ଦେଲେ ଗୁଣିଆ ମହାଶୟ । 

    ସେଦିନ ଥିଲା ବକୁଳଲାଗି ଅମାବାସ୍ଯା ।ପଣାହାଣ୍ଡି, ଡିବିରି ଓ ଛୋଟଖଣ୍ଡେ ନଥି ଧରି    ଆଗେ ଆଗେ ଚାଲିଲେ ଗୁଣମଣି ଓ ତାଙ୍କୁ ଅନୁସରଣ କଲା ଶାମସନ୍। ଗାଁ ମୁଣ୍ଡ ବ୍ରାହ୍ମଣ ମଶାଣି ଡେଇଁ ସର୍ବସାଧାରଣ ମଶାଣିରେ ପ୍ରବେଶର ଅବ୍ୟବହିତ ପୂର୍ବରୁ ଏକ ଅଲୌକିକ ଘଟଣା ଘଟିଗଲା।ବିଲୁଆଟିଏ ପାଟିରୁ ଦପ୍ କରି ଏକ ନିଆଁ ପିଣ୍ଡୁଳାର ବାହାରି ଆସିଲା।ଶାମସନ୍ ର ଛାତି ଧଡ୍ ଧଡ୍ ହେବାକୁ ଲାଗିଲା। ତାପରେ ଶାମସନ୍ ଯାହା ଦେଖିଲା ନିଜ ଆଖିକୁ ବିଶ୍ବାସ କରିପାରିଲା ନାହିଁ ।ପଣାହାଣ୍ଡି ଥୋଇବା ମାତ୍ରେ  ଚାରିପାଞ୍ଚଟି ଜନ୍ତୁ  ତାକୁ ସଫା କରି ଏକପ୍ରକାର ବିକଟାଳ ରଡି ଛାଡିଲେ।ଶାମସନ୍ ର ଦେହରୁ ଗମ୍ ଗମ୍ ଝାଳ ବୋହିବାକୁ ଲାଗିଲା।ସେହି ଜୀବମାନଙ୍କ ସହ ଅସ୍ପଷ୍ଟ ଭାଷାରେ କଥା ହେଲେ ଗୁଣମଣି ଓ ତାଙ୍କ ନିର୍ଦେଶ ରେ ସେମାନେ ଅପସରି ଗଲେ।

      ତା ପରଦିନ ଶାମସନ୍ ଦେହରେ ଖଇଫୁଟା ତାତି।ଝଡାଫୁଙ୍କାରେ ଟିକେ ଗୋଡଭିଡି ଗ୍ରାମ ମୁରବୀଙ୍କ ସାମ୍ନାରେ ଗୁଣମଣିଙ୍କ ଗୋଡକୁ ଜାବୁଡି ଧରି କ୍ଷମା ମାଗିଲା। ତାପରେ ଶାମସନ୍ ଗୁଣମଣିଙ୍କ ସାଧନାକୁ ପତ୍ରପତ୍ରିକା ରେ ପ୍ରକାଶ କଲା।

     ସେହିଦିନୁ ହିଁ ଗୁଣମଣି ଆବାଳ ବୃଦ୍ଧବନୀତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ମାତ୍ର ବ୍ରାହ୍ମଣ ଶାସନର ହରି ମିଶ୍ରେ ଗୁଣମଣିଙ୍କୁ ଧପାବାଜ ବୋଲି ଗାଁ ଗାଁ ପ୍ରଚାର କରିବାକୁ ଲାଗିଲେ।ହରି ମିଶ୍ର ପାଞ୍ଚ ଖଣ୍ଡ ଗାଁ ର ମୁରବୀ।ତାଙ୍କ ଅକାଟ୍ୟ ଯୁକ୍ତି ଓ ନ୍ଯାୟ ଆଗରେ ବଡ ବଡ ବିଚାରପତିମାନଙ୍କ ନ୍ଯାୟ ଓ ଓକିଲାତି ପାଠ ହାର ମାନି ଥାଏ ଏକଥା କାହାକୁ ଅଜଣା ନାହିଁ ।ହରି ମିଶ୍ର ଙ୍କ ଇଙ୍ଗିତ ରେ ଲୋକମାନେ ଗୁଣିଆ ମହାଶୟ ଙ୍କୁ ଟାହି ଟାପରା କରିବାକୁ ଲାଗିଲେ ।ସବୁ ଅପମାନ କୁ ସହ୍ଯକଲେ ଗୁଣିଆ ମହାଶୟ ।

    ବୈଶାଖ ମାସ ଧୁ ଧୁ ଖରାବେଳ।ମିଶ୍ରେ ପଡୋଶୀ ରାମ ମହାପାତ୍ରଙ୍କ  ବାଡିର ଶୋଭା ସନ୍ଦର୍ଶନ କରୁ କରୁ ତାଙ୍କ ନାରିକେଳ ବୃକ୍ଷ ର    ଅଗ୍ରଭାଗରେ ଦୃଷ୍ଟି ନିକ୍ଷେପ କଲେ।ସବୁଜ ପଇଡ କାନ୍ଧିର ମୋହରେ ମହାଭିଷ୍ଟ ହେଲେ ସେ।ଆକଣ୍ଠ ପାନ କରିବାର ଦୁର୍ବଳତାର ଲାଳସା ତାଙ୍କୁ ବୃକ୍ଷ ର ଅଗ୍ରଭାଗରେ ପହଞ୍ଚାଇ ଦେଇଥାଏ।ପଞ୍ଚଷଠି ବର୍ଷ ବୟସରେ ପଦାର୍ପଣ କରିଥିଲେ ବି ଆଜି ଶରୀରରେ ତାଙ୍କ ର ଯୁବସୁଲଭ ରୋମାଞ୍ଚ ଜାତ ହେଲା।ପଇଡ କାନ୍ଧିକୁ ତଳକୁ ଖସାଇ ଦୁଇଟା ପଇଡକୁ ଆକଣ୍ଠ ପାନ କଲେ ମିଶ୍ରେ।ଏହି ସମୟରେ କାହାର ଉଚ୍ଚ କଣ୍ଠସ୍ବର ତାଙ୍କ କର୍ଣ୍ଣ ଗହ୍ବରରେ ପ୍ରତିଧ୍ବନିତ ହେଲା।ସେ କଣ କରିବେ କିଛି ସ୍ଥିର କରିପାରିଲେ ନାହିଁ ।ଖୁବ୍ ଜୋର୍ ଅଟ୍ଟହାସ୍ୟ କରି ପୁନର୍ବାର ବୃକ୍ଷାରୋହଣ କରିବାକୁ ଲାଗିଲେ ।ସେତେ ବେଳକୁ ବୃକ୍ଷର ପାଦଦେଶରେ ସମବେତ ଗ୍ରାମବାସୀବୃନ୍ଦଙ୍କ କୋଳାହଳ ତତ୍ସହିତ ଉଚ୍ଚ ଅଟ୍ଟହାସ୍ୟ ସହ ହରିମିଶ୍ରଙ୍କ ବୃକ୍ଷାରୋହଣ ଏକ ରୋଚକପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥାଏ।ବୃକ୍ଷ ର ଉପରିଭାଗରେ ବସି ପୁନର୍ବାର ଅଟ୍ଟହାସ୍ୟ କଲେ ହରି ମିଶ୍ରେ।ଭିଡ ଆଡେଇ ବୃକ୍ଷ ପାଦଦେଶରେ ଉପନୀତ ହେଲେ ସାଧକ ଗୁଣମଣି।ଚେମା ସାହୁଠୁ ଆରମ୍ଭ କରି କେମ୍ପା ଦାସ ପର୍ଯ୍ଯନ୍ତ ସମସ୍ତେ ଚୋର, ଟାଉଟର, ଶଠ ଇତ୍ଯାଦି ଉପସର୍ଗ ହରିମିଶ୍ରଙ୍କ ନାମ ସହିତ ଯୋଡିପକାଉ ଥାନ୍ତି ।ଗୁଣମଣିଙ୍କୁ ସମସ୍ତ ବିଷୟ ମାତ୍ର କେଇ ମିନିଟ୍ ରେ ବୋଧଗମ୍ୟ ହେଲା।ମନ୍ତ୍ର ପରେ ମନ୍ତ୍ର ଉଚ୍ଚାରଣ କରି ବସିଲେ ସାଧକ ମହାଶୟ ।ଯିବି ଯିବି ବୋଲି ଚିତ୍କାର କରି ଉଠିଲେ ମିଶ୍ରେ।ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଜିଜ୍ଞାସା କଲେ ଯେ ମିଶ୍ରେଙ୍କ ଦେହରେ ସପନା ଚମାର ପୁଅ ସୁକୁଟାର ଆତ୍ମା ସବାର ହୋଇଛି।ସୁକୁଟା ନଡିଆ ଗଛ ଚଢି ନଡିଆ ପଇଡ ତୋଳି କିଛି ପାରିଶ୍ରମିକ ପାଏ । ବିଚରା ଛ ମାସ ହେଲା ଆରପାରିକୁ ଯାଇଛି । ଗୁଣିଆଙ୍କ ସଠିକ୍ ଆକଳନକୁ ସମସ୍ତ ଗ୍ରାମବାସୀ ଗ୍ରହଣ କଲେ।ମିଶ୍ରେ ତଳକୁ ଓହ୍ଲାଇ ରାନ୍ତରେ ଗୋଟିଏ ପଇଡ କାମୁଡି ଧରି ତ୍ରିଛକିରେ ମୂର୍ଚ୍ଛା ଗଲେ।ମିଶ୍ରେଙ୍କୁ ଚେତା କରାଇ ଘରକୁ ଆଣିଲେ ତାଙ୍କ ପୁଅ।ମିଶ୍ରେଙ୍କ ନିଶ୍ବାସ ଘର ଧରିଲା।ମନେ ମନେ ଈଶ୍ବର ଙ୍କୁ ଧନ୍ୟବାଦ ଦେଲେ ସେ।ନିନ୍ଦା ଅପବାଦରୁ ବର୍ତ୍ତିଯାଇଥିଲେ ମିଛି ମିଛିକା ଅଭିନୟ କରି।ସେହିଦିନଠାରୁ ହରିମିଶ୍ରେ ମଧ୍ୟ ଗୁଣିଆ ମହାଶୟ ଙ୍କ ପ୍ରଶଂସା ଗାନ କରିବସିଲେ।

                          

  



Rate this content
Log in

Similar oriya story from Horror