Titi Sarangi

Inspirational Others

2  

Titi Sarangi

Inspirational Others

ଜନାନା ଶିକ୍ଷା ଆଉ ଫକୀର ମୋହନ

ଜନାନା ଶିକ୍ଷା ଆଉ ଫକୀର ମୋହନ

3 mins
7.9K


ଜଣେ ବନ୍ଧୁ ଥରେ କହିଲେ," ଆଜିକାଲି ସବୁ ଘରେ ଝିଅ ପାଠ ପଢିଲେଣି ।ଓ୍ବାର୍କିଂ ଓମାନ ବି ପ୍ରାୟ ଘରେ ।ସେଇଠୁ ସବୁ ଅଶାନ୍ତି ସୃଷ୍ଟି ହଉଛି ।କମି ଯାଉଛି ନାରୀର ସେଇ ସ୍ବାଭାବିକ ସହନଶୀଳତା ।ଆଗେ ମାଆମାନେ ଯେତେ କାମ କରୁଥିଲେ ଆଉ ଚୁପଚାପ ନୀରବ ରହି ଅନେକ ସମସ୍ୟାକୁ ଏଡେଇ ଯାଉଥିଲେ ସେଇଟା ଏବେ ବିରଳ ।"

ଆଲୋଚନା ସରଗରମ ଥିଲା ।ସେଠି କିଛି କହି ପାରିଲିନି ।କିନ୍ତୁ ନଭାବି ରହି ପାରୁନି ।କି ଆପଣମାନଙ୍କୁ ନକହି ରହି ପାରୁନି ଏକଥା କେତେ ସତ ।ସ୍ତ୍ରୀ ଲୋକଟେ ପାଠ ପଢି ଚାକିରୀ କରିବ ।ଭଲ ଦରମା ଆଣି ଘରର ଆର୍ଥିକ ସ୍ଥିତିକୁ ମଜଭୁତ କରିଵ ।ପିଲାଙ୍କ ପାଠପଢ଼ା ,ଘରକାମ ଦେଖିବ ।ସହନଶୀଳତା ଏଭିତରେ କୋଉଠି କମିଲା !! ଯେହେତୁ ବାହାର ଦୁନିଆରେ ତାର କାରବାର କିଛି ଭଲମନ୍ଦ ସିଏ କହିବା କଣ ଅସହନଶୀଳତା ।ଚାକିରୀ ନ କଲେ ବି ପୁରୁଷର ପାଠ ପଢା ଝିଅ ଦରକାର ଯିଏ ସେଇ ଆଗ କାଳର କିଛି ନକହି କାଠପିତୁଳି ଭଳି ଚଳପ୍ରଚଳ ହଉଥିବା ଭଳି ଚଳୁଥିଵ !! ଏକଥା ସମ୍ଭଵ ?

ଏଇଠି ମୁଁ ଫକୀରମୋହନଙ୍କୁ ଦୋଷ ଦିଏ ।ନାରୀଶିକ୍ଷା ଯୋଗୁଁ ବଂଶ ବୁଡିଯାଏ ନି କଥାଟି ପ୍ରମାଣ କରିବା ପାଇଁ "ରେବତୀ" ଭଳି ଏକ ଅତ୍ୟନ୍ତ କରୁଣ ଗପ ଲେଖିଵା କଣ ଦରକାର ଥିଲା ? ନାରୀକୁ ଶିକ୍ଷିତ କରିବାକୁ ଯେତେବେଳେ ଘୋର ବିରୋଧ ଉଠୁଥିଲା ସେତେବେଳେ ଜନାନା ଶିକ୍ଷା ବିଷୟରେ ଏତେ ଚେଷ୍ଟା ଚଳେଇଲେ କାହିଁକି ସେ ମହାଶୟ !! ଆଜି ଦେଢଶ ବର୍ଷ ପରେ ବି ତ ଏଭଳି ଶୁଣି ବାକୁ ମିଳୁଛି ।

ମଜା କଥାଟେ ମନେ ପଡୁଛି ।ଗୋଟେ ସାଙ୍ଗ କହୁଥିଲା ।ନୂଆ ବାହା ହେଇ ଶାଶୁଘର ଯାଇଥାଏ ।ରେଭେନ୍ସାରେ ପିଜି କରିଥିବା ବୋହୂଟି ଯେତିକି ପାରେ ଘରକାମ କରେ ଦେଖି ଶାଶୁ ଅସନ୍ତୁଷ୍ଟ ।ଘରଲିପା ,ପାଣିକଢା ,ଧାନସିଝା ଏସବୁ ସେ କରିପାରୁ ନଥାଏ ।ଶାଶୁ ମୁହଁରେ କିଛି ନକହିଲେ ବି ମନେମନେ ଚିଡୁଥାନ୍ତି ।ପାଖ ଘର ଝିଅଟେ ଆସି ଶାଶୁଙ୍କୁ ଏସବୁରେ ସାହାଯ୍ୟ କରୁଥାଏ ।ଗାଁ ସ୍କୁଲରେ ପ୍ରଥମ କି ଦ୍ଵିତୀୟ ପଢିଛି ।ବେଶୀ ପଢିଲେ ବେଶୀ ଶିକ୍ଷିତ ଜ୍ବାଇଁ ଦରକାର ଆଉ ଶିକ୍ଷିତ ଜ୍ଵାଇଁ ଅଧିକ ଯୌତୁକ ମାଗିବ ।ତେଣୁ ତା ବୁଦ୍ଧମାନ ବାପାଙ୍କର ଏଇ ନିଷ୍ପତ୍ତି ।ଝିଅଟିକି ଦିନେ ତା ଶାଶୁ ଭାରୀ ପ୍ରଶଂସା କରି କହିଲେ ,"ତା ଭଳି କାମ ତମେ କରିବ ?କେତେ କାମ କେଡେ ଚଞ୍ଚଳ ସେ କରେ !"

ଵୋହୂ କହିଲା ,"ବୋଉ ଆମ ସାନ (ତା ଦିଅର)ପାଇଁ ତା ସାଙ୍ଗେ ବାହାଘର ପ୍ରସ୍ତାବ ପକେଇବା କି ?"

କଟମଟ କରି ଶାଶୁ ଚାହିଁଲେ ।ବୋହୂକୁ ନ ଭୂତୋ ଭବିଷ୍ୟତତି କରି ଭଲ କି ଶୁଣେଇଲେ ।ବୋହୂଟି ମୁହଁରେ ଲୁଗା ମାଡି ହସ ଚାପିଲା ।ସେ ଭଲ କି ଜାଣିଛି ଏମାନଙ୍କର ପାଠ ପଢା ଝିଅ ଦରକାର ।

ଆଉ ସେ ପୁଣି ରେବତୀର ଜେଜେମା କହିଲା ଭଳି "ମାଇକିନିଆ ଝୁଅଟା ପାଠକଣ୍ ଲୋ "କଥା ଯଦି ଶୁଣିବ କେମିତି ହବ ।"ମାର୍ଜାର ଶିଶୁ ପରି ମୁଦ୍ରିତ ନେତ୍ରା

ତୈଳ ହରିଦ୍ରା ବିଲେପିତ ଗାତ୍ରା !!"

ଯେଉଁ ତିରସ୍କାର କଥାଟି ନାରୀ ଜାତି ମୂର୍ଖ ହେଲେ ହୁଏ ବୋଲି ବ୍ୟାସକବି କହୁଥିଲେ ପାଠପଢା ଝିଅଟା ସେମିତି ହୋଇ ପାରିବ କି ?ତେଲ ହଳଦୀରେ ନିଜକୁ ସଜେଇ ବିଲେଇ ପିଲା ଭଳି ଓଢଣା ତଳେ ଆଖି ବୁଜି ରହିବ କେମିତି ?

ଝିଅଟେ ପାଠପଢୁ ବୋଲି ସମସ୍ତେ ଚାହୁଁଛେ ।ଏକଥା ଦିନେ ସ୍ଵପ୍ନ ଦେଖିଥିଲେ ବ୍ୟାସକବି ।ଝିଅଟି ଶିକ୍ଷିତ ହବା ସମାଜର ଅବକ୍ଷୟତା ନୁହେଁ ।ତାର ପରିବର୍ତିତ ପ୍ରଭାବକୁ ଆମେ ଗ୍ରହଣ ନକରି ପାରିବା ଅବକ୍ଷୟ ନିଶ୍ଚୟ ।ଅବଶ୍ଯ ସ୍ବାଧୀନତା ନାମ ନେଇ ଉଛୃଙ୍ଖଳ ହଉଥିବା ମଣିଷଙ୍କ କଥା ଅଲଗା ।ସେଇଟା ନାରୀ ପୁରୁଷ ଉଭୟଙ୍କ ପାଖେ ଅଛି ।ଅବକ୍ଷୟର ସେଇଟା ଏକ ଭୟଙ୍କର କାରଣ ।କିନ୍ତୁ ନାରୀ ଶିକ୍ଷିତ ହବାକୁ ଆଉ ଦୋଷ ଦିଆ ନଯାଉ ।ଏଇ କୁସଂସ୍କାର ଦୂର କରିବା ପାଇଁ ବ୍ୟାସକବି ଫକୀରମୋହନଙ୍କ ଆନ୍ତରିକ ପ୍ରଚେଷ୍ଟା ଆଜି ସଫଳ ହୋଇଛି ।ଝିଅ ପାଠପଢିଲେ ବଂଶ ବୁଡିଯାଏ ନାହିଁ କି ମାଇକିନିଆ ଝୁଅର ଜନମ କେବଳ ଝୋଟି ପକା,ରନ୍ଧା ବଢା ଚୂଲୀମୁଣ୍ଡରେ କଟେଇବାପାଇଁ ହୋଇନି ।ଏତିକି ବୁଝି ପାରିଲୈ ପରିବର୍ତ୍ତନର ସ୍ବାଦ ଆମେ ସମସ୍ତେ ପାଇବା ।

ଆଜି ବ୍ଯାସକବି ଙ୍କ ତିରୋଧାନ ଦିବସରେ ତାଙ୍କୁ ଶତକୋଟି ପ୍ରଣାମ ।

ଶୁଭ ରାତି ।


Rate this content
Log in

Similar oriya story from Inspirational