STORYMIRROR

Sunanda Mohanty

Abstract Drama Fantasy

3  

Sunanda Mohanty

Abstract Drama Fantasy

ଜମଦଉଡ଼ି

ଜମଦଉଡ଼ି

2 mins
183

ପୋଲିସ ସବୁ ଜିନିଷ ପତ୍ର ନେଇଯିବା ପରେ ଦେଖାଗଲା, ଆତ୍ମହତ୍ୟା କରିଥିବା ଯୁବକର ରଶି ବା ଦଉଡ଼ି ଟିକୁ ନନେଇ ସବା ଉପର ଛାତରେ ଛାଡ଼ି ଯାଇଛି ତ, ପ୍ଲାଟରେ ଥିବା ସମସ୍ତ ପରିବାର, ଆଶଙ୍କିତ ହୋଇ ପଡିଲେ। ସବା ଉପର ଛାତଟା ତ ସମସ୍ତଙ୍କର ନା, ତେଣୁ ପ୍ରାୟ ସମସ୍ତେ କି ଖରା, ବର୍ଷା, ଶୀତ ରେ ଲୁଗାପଟା, ଚାଦର କମ୍ବଳ ଆଦି ଶୁଖାନ୍ତି, ତ କଣ ଏବେ କରାଯିବ , ସ୍ୱାମୀ ମାନଙ୍କୁ ନକହି କାଳେ ସେମାନେ ସେ ଜମଦଉଡ଼ି କୁ ଧରିଲେ ତାଙ୍କର କିଛି ଅମଙ୍ଗଳ ହେବ ଭାବି ଦୁଇ ତିନିଜଣ ସ୍ତ୍ରୀ ଲୋକ ସାହାସ ବାନ୍ଧି ଉପରକୁ ଗଲେ, ବାଡ଼ି ଓ ବାଉଁଶ ସାହାଯ୍ୟର, ସେଇଟାକୁ ପାଣି ଟାଙ୍କି ଉପରକୁ ଛାଡିଦେଇ ଗୁଡେ଼ଇ ଥୋଇଦେଇ ସ୍ୱାଗତୋକ୍ତି କଲେ, ଓଃ କି କଷ୍ଟ, ଯାହେଉ ଏଥର ଜମଦଉଡ଼ି ଆମର ଆଉ କଣ କରିବ। ଚାଲୁଥାଉ ଇନଭେଷ୍ଟିଗେସନ, ଯୁବକ ମରିଛି ନା ତାକୁ କେହି ମାରିଛି ପୋଲିସ ଅନୁସନ୍ଧାନ କରୁଥାଉ ., ଆମେ ତ କେହି ହାତ ଲଗାଇନେ ନା। କାମଟା କରିସାରି ସମସ୍ତେ ତଳକୁ ଆସି ସବୁ ମହଲାର ପରିବାରଙ୍କୁ ତାଙ୍କ ବାହାଦୂରୀ ଜଣାଇ ଦେବା ସହ କେହି ଯେମିତି ସେ ଜମଦଉଡ଼ି କୁ ଛୁଇଁବେନି ବୋଲି ଚେତାବନୀ ଦେଇଗଲେ। ଏଥର ଆଗପରି ଶୁଖାଶୁଖି ବି ଚାଲିଲା।  ଆଦିବାସୀ ଝିଅ (ପାପା)ସୁମୀ ଏକା ରହୁଥିଲା। ଡରୁଥିଲା ଖୁବ ତ ମାଆ ବାପା ଆସି ପହଞ୍ଚିଗଲେ। ଝିଅ ସ୍କୁଲ ଚାଲିଯିବା ପରେ ପରେ ଘରଟା ଯାକର କାମ ସାରି ଲୁଗାପଟା ଶୁଖେଇବାକୁ, ସୁମୀ ବୋଉ ବାଲ୍ଟିଏ ଲୁଗାପଟା ନେଇ ଉପରକୁ ଗଲେ। ସ୍ଥାନ ଖାଲି ନାହିଁ। ହେଲେ ଆମ୍ବ ଗଛରୁ ଏମୁଣ୍ଡ ବାନ୍ଧି ସେମୁଣ୍ଡ ଯାଏ ତାଳ ଗଛରେ ଦଉଡି଼ ବା କିଛି ଟାଣି ଦେଲେ ଭଲ ହୁଅନ୍ତା ଭାବି ଚାରିଆଡ଼କୁ ଚାହିଁଲେ ଆଉ ପାଣି ଟାଙ୍କି ଉପରେ ଥିବା ଦଉଡ଼ିକୁ ଆଣି ଦିମୁଣ୍ଡେ ବାନ୍ଧି ଶୁଖାଇଲେ ଆରାମରେ ଲୁଗାପଟା।   ହେଲେ ସନ୍ଧ୍ୟା ପୂର୍ବରୁ ଯିଏ ଯାହା ଲୁଗାପଟା ତୋଳିବାକୁ ଯାଇ ଚମକି ପଡିଲେ ଓ କଥାଟା କାନରୁ କାନ ହୋଇ ସୂମୀଙ୍କ ଯାଏଁ ଗଲା ତ ସୂମିବୋଉ ମୁଣ୍ଡରେ ହାତ ଦେଇ ବସିଲେ। ସେହିଁ ବନ୍ଧା ହୋଇ ଯିବେ। ସୂମୀ କାନ୍ଦି କାଟି ଅଥୟ। ସତକୁ ସତ ସନ୍ଧ୍ୟାରେ ପୋଲିସ ବାବୁମାନେ ପହଞ୍ଚି ଜମଦଉଡି଼ ଖୋଜିଲେ, ଆଉ କାରଣ ପଚାରିବାରୁ କହିଲେ ଯୁବକଙ୍କର ସୁଇସାଇଡ ନୋଟ ମିଳିଛି ତ, ତେଣୁ ପ୍ରମାଣ ସ୍ୱରୂପ ଯୁବକଙ୍କ ହାତ ଚିହ୍ନ ସେହି ଦଉଡିରେ ନିଶ୍ଚୟ ଥିବ। ପ୍ରମାଣ ମିଳିଗଲେ, କେଶ ଦଫା ରଫା ହେବ।  ସବୁ ସ୍ତ୍ରୀ ଲୋକମାନେ ଏକଜୁଟ ହୋଇ କହିଲେ ସେହିଦିନୁ ନେଲେନି ସେ ଦଉଡ଼ି ,, ଏବେ ଆମେ ସମସ୍ତେ ସେ ଦଉଡି଼ ଟାଣି ସୁଖାଶୁଖି କରି ହାତ ଲଗେଇଛୁ। ପୋଲିସ ଫେରିଗଲା ସତ ହେଲେ ସୂମୀ ବୋଉ ତଥାପି ବାହୁନା ପକାଉ ଥିଲେ, ମୁଁ କିମିତି ଜାଣିଥାନ୍ତି ସେଇଟା ଜମଦଉଡି଼ ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract