ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଜୀମୂତବାହନ କଥା

ଜୀମୂତବାହନ କଥା

2 mins
7.2K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ବେତାଳ ପରଦିନ ଆଉ ଏକ ନୂଆ କାହାଣୀ ଶୁଣାଇବାକୁ ଯାଇ କହିଲା – ‘’ ଶୁଣ ରାଜା ! ହିମାଳୟ ପାଦ ଦେଶରେ ଥିବା ପୁଷ୍ପପୁର ନଗରରେ ଜୀମୂତବାହାନ ବୋଲି ଜଣେ ପ୍ରତାପଶାଳୀ ଧାର୍ମିକ ରାଜାଥିଲେ l ସେ ନିଜର ପୁଅକୁ ରାଜ୍ୟଭାର ଦେଇ ବଙ୍କୁ ତପସ୍ୟା କରିବାକୁ ଚାଲିଗଲେ l

ସେ ଦିନେ ଭଗବାନଙ୍କୁ ଭଜନ କଲାବେଳେ ଜଣେ ନାଗମାତାର କାନ୍ଦ ଶୁଣିବାକୁ ପାଇଲେ l ସେଦିନର ତା’ର ଏକମାତ୍ର ପୁଅ ଶଙ୍ଖଚୁଡ଼ ଗରୁଡ଼ର ଖାଦ୍ୟ ପାଇଁ ଯାଉଥିଲା l ପୁଅର ମୃତ୍ୟୁ ହେବା ଦୁଃଖରେ ଭାଙ୍ଗି ପଡ଼ି ନାଗମାତା କାନ୍ଦୁଥିଲେ l

ନାଗମାତାଙ୍କୁ ଅଭୟ ଦେଇ ଜୀମୂତବାହନ କହିଲେ,’’ ମାଆ ! ତୁମେ ଜମା ବ୍ୟସ୍ତ ହୁଅ ନାହିଁ l ତୁମର ପୁଅ ବଦଳରେ ମୁଁ ଗରୁଡ଼ଙ୍କ ପାଖକୁ ଯାଉଛି l ‘’ ଏହା କହି ସେ ସଙ୍ଗେ ସଙ୍ଗେ ଯାଇ ସେହି ବଧଶିଳା ଉପରେ ଠିଆ ହୋଇଗଲେ l ଶଙ୍ଖଚୁଡ଼ ଦେବୀଙ୍କୁ ଡାକି ଯେତେ ପ୍ରାର୍ଥନା କଲେ l ଜୀମୂତବାହନ ସେହିପରି ହସ ହସ ମୁହଁରେ ସେଠାରେ ପଡ଼ି ରହିଥିଲେ l ଗରୁଡ଼ ଆସି ଜୀମ୍ବତ ବାହନଙ୍କୁ ଖାଇବାରେ ଲାଗିଲା l ସେ ଅବିଚଳିତ ଭାବରେ ସେଠାରେ ହିଁ ପଡ଼ିରହିଥିଲେ l ଗରୁଡ଼ ପ୍ରଥମକରି ଏମିତି ଏକ ଖାଦ୍ୟକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ l ଗରୁଡ଼ ତାଙ୍କଠାରୁ ପରିଚୟ ପାଇ ଖୁସୀ ହୋଇ ବାର ମାଗିବାକୁ କହିଲେ l

ଜାମୁତବାହନ କହିଲେ – ‘’ ହେ ଗରୁଡ଼ ! ଆପଣ ଯଦି ମୋ’ ଉପରେ ଦୟାକରିଛ, ତେବେ ଏହି ବାର ଦିଅନ୍ତୁ ଯେ ଆଉ ଆଗାମୀ ଦିନରେ ଆପଣ ନାଗଙ୍କୁ ମାରିବେ ନାହିଁ l ଆଉ ଯେଉଁ ନାଗମାନଙ୍କୁ ଏ ଭିତରେ ମାରି ସାରିଛନ୍ତି, ସେମାନଙ୍କୁ ଜୀବଦାନ ଦେଇଦିଅନ୍ତୁ l’’ ଗରୁଡ଼ ତାଙ୍କ ପ୍ରସ୍ତାବରେ ରାଜି ହେଲେ ଏବଂ ପାତାଳ ପୁରରୁ ଅମୃତ ଆଣି ମୃତ ନାଗମାନଙ୍କର ସେହି ଅସ୍ଥି ଉପରେ ସିଞ୍ଚି ଦେବାରୁ ନାଗମାନେ ବଞ୍ଚି ଉଠିଲେ l ଗରୁଡ଼ ତାଙ୍କୁ ଆଶିର୍ବାଦ କରି ନିଜ ସ୍ଥାନକୁ ଚାଲିଗଲେ l ଜୀମୂତବାହନ ମଧ୍ୟ ନିଜର ହରାଇଥିବା ରାଜ୍ୟକୁ ପୁଣିଥରେ ଫେରି ପାଇଲେ l

କଥାଟି କହି ସାରି ବେତାଳ ପଚାରିଲା – ‘’ ରାଜା ! ଏବେ ବିଚାର କର, ଜୀମୂତବାହନ ଓ ଶଙ୍ଖଚୂଡ଼ ମଧ୍ୟରେ କାହାଠାରେ ଅଧିକ ଭଦ୍ରତା ଗୁଣ ପ୍ରକାଶ ପାଇଛି ?’’

ରାଜା କହିଲେ – ଶଙ୍ଖଚୂଡ଼ l କାରଣ ସେ ଜୀମୂତବହନଙ୍କର ଜୀବନ ରକ୍ଷା ପାଇଁ ଦେବୀଙ୍କୁ ପ୍ରାର୍ଥନା କରୁଥିଲା l ତା’ଛଡ଼ା ଜୀମୂତବାହନ ଜାତିରେ କ୍ଷତ୍ରିୟ ଥିଲେ l କ୍ଷତ୍ରିୟମାନେ ତ ଅନ୍ୟପାଇଁ ପ୍ରାଣ ତ୍ୟାଗ କରିବାକୁ ସାଧାରଣ କଥା ବୋଲି ଭାବିଥାନ୍ତି l ତେଣୁ ଜୀବନ ଦାନ କରିବା ଜୀମୂତବାହନଙ୍କ ପକ୍ଷରେ ବଡ଼ କଥା ନୁହେଁ l

ରାଜା ବିକ୍ରମାଦିତ୍ୟ କଥା ଶୁଣି ବେତାଳ କହିଲା – ତୁମେ ଠିକ୍ ବିଚାର କରିଛ l ଏହା କହି ସେ ଅଟ୍ଟହାସ୍ୟ କରି ସେହି ଗଛ ଡାଳରେ ଯାଇ ପୂର୍ବପରି ଓହଳି ପଡ଼ିଲା l ବିକ୍ରମାଦିତ୍ୟ –ତାକୁ ପୁଣିଥରେ ଆଣିବାପାଇଁ ସେହି ରାତିରେ ଗଛପାଖକୁ ଫେରିଗଲେ l


Rate this content
Log in

Similar oriya story from Children