STORYMIRROR

Siddhartha Sankar Tripathy

Abstract Romance Tragedy

4  

Siddhartha Sankar Tripathy

Abstract Romance Tragedy

ଜୀବନଟା ଛକିଶୁନ ଖେଳ

ଜୀବନଟା ଛକିଶୁନ ଖେଳ

4 mins
95


         ମନ୍ଦମନ୍ଦ ମଳୟର ଶାନ୍ତ ବାତାବରଣ, ପାର୍କର ସିମେଣ୍ଟ ବେଞ୍ଚରେ ସରିତା ଓ ନକୁଳ। ମୁଣ୍ଡ ଉପରେ କ୍ରୁଷ୍ଣଚୁଡା ଶିଖରରେ ହଳଦୀବସନ୍ତ ଦୁଇଟି ପ୍ରେମରେ ଉବୁଟୁବୁ ନିଜର ଭବିଷ୍ୟତ ଉତ୍ତରାଧିକାରୀଙ୍କ ଆଗମନର ପ୍ରଚେଷ୍ଟାରେ ।ତଳେ ଘାସଗାଲିଚାରେ ସାଧବବୋହୁ ଦୁଇଟି ଟୁପୁରୁଟାପର ହେଉଛନ୍ତି, ଦେଖ ସୁନ୍ଦର ମୁହୂର୍ତ୍ତରେ, ସୁନ୍ଦର ପାର୍କରେ, ସୁନ୍ଦର ପ୍ରେମୀଯୁଗଳ। ଅନ୍ୟ ଏକ ବେଞ୍ଚରେ ପ୍ରେମରେ ଲିପ୍ତ ପ୍ରେମୀଯୁଗଳଙ୍କ ମୋବାଇଲରୁ ପ୍ରେମୀଯୁଗଳଙ୍କ ଅଜ୍ଞାତରେ ଇଏରଫୋନର ତାର ଖସିଯାଇ ସମ୍ପୁର୍ଣ୍ଣ ପାର୍କର ବାତାବରଣକୁ ଆହୁରି ରଙ୍ଗିନ କରିଦେଉଛି ପ୍ରେମସଙ୍ଗୀତ।

      ଅନ୍ୟ ଯୋଡିମାନଙ୍କୁ ଇସାରା କରି ଟିକେ ଅଶ୍ଳିଳ ହେବାକୁ ଚେଷ୍ଟାକରେ ନକୁଳ ଓ ଚାଲାକ୍ ସରିତା ଦୁରଦିଗବଳୟକୁ ଅଙ୍ଗୁଳି ନିର୍ଦ୍ଦେଶ କରି କୁହେ, ଏଇ ଦେଖ ନକୁଳ କେତେ ସୁନ୍ଦର ଏ ଦୁରଦିଗବଳୟ, ସତେ ଯେମିତି ପ୍ରୁଥିବୀର ସମସ୍ତ ଶାନ୍ତି ସାଉଁଟି ନେଇ ପ୍ରବେଶ କରାଇବାର ଉଦ୍ୟମ କରୁଛି ଅମା ଅନ୍ଧକାର। ମାନେ କହିବାର ତାତ୍ପର୍ଯ୍ୟ ଅନ୍ଧକାର ମାଡିଆସିଲାଣି, ଏଥର ଗ୍ରୁହ ପ୍ରତ୍ୟାବର୍ତ୍ତନ ସମୟ। ହସିଉଠି ନକୁଳ କହେ ତମେ ଭାରୀ ଚାଲାକ। ଠିକ୍ ଅଛି ଚାଲ।

         ସରିତା ଜୀବନଠୁ ଅଧିକ ଭଲପାଉଥିଲା ନକୁଳକୁ। ସବୁ ପ୍ରେମୀପରି ନକୁଳ ଗୋଟିଏ ପାଦ ଆଗକୁ ଯାଇ ପ୍ରଣୟ ଆଶା କରୁଥିଲା ସରିତାଠାରୁ। ସରିତା ଆଧୁନିକା ହେଲେ ବି ନିଜର ପରମ୍ପରା, ଇଜ୍ଜତ ସବୁକିଛି ସାଇତି ରଖି ଅପେକ୍ଷା କରିବାର ଉପଦେଶ ଦେଉଥିଲା ନକୁଳକୁ ବାହାଘର ପର୍ଯ୍ୟନ୍ତ। ବେଳେବେଳେ ଅତିଷ୍ଟ ଓ ବିରକ୍ତ ହୋଇପଡୁଥିଲା ନକୁଳ।

         ହଠାତ ଦିନେ ନକୁଳ ସମସ୍ତ ସମ୍ପର୍କ ଛିନ୍ନ କରି ଦୁରେଇଗଲା ନକୁଳ। କିଛି ବୁଝିପାରୁନଥିଲା ସରିତା। ହଠାତ ଏମିତି କଣ ହୋଇଗଲା ? ନକୁଳ ଏମିତି କେମିତି କଲେ ? ପଚାରିବସିଲା ସରିତା। ନକୁଳ କେବଳ ଏତିକି କହିଲା, ନା ସରିତା, ତମେ ପ୍ରଣୟକୁ ପ୍ରଶ୍ରୟ ଦେଲନାହିଁ। ମୁଁ ପୁରୁଷ। ତମେ ମୋତେ ଭରସା କରିପାରିଲ ନାହିଁ, ତମେ ପ୍ରେମ, ବିବାହ ଓ ସମ୍ପର୍କର ସଂଜ୍ଞା ଜାଣିପାରିଲ ନାହିଁ ତେଣୁ ଅଧିକ ପ୍ରଶ୍ନବାଣରେ ଜର୍ଜରିତ ନକରି ମୋଠାରୁ ଦୁରେଇଯାଅ। ନିଜେ ଶାନ୍ତିରେ ରହିବା ସହ ମତେ ଶାନ୍ତିରେ ବଞ୍ଚିବାକୁ ଦିଅ। ତମ ରାସ୍ତା ତମେ ଦେଖ, ମୋ ରାସ୍ତା ମୁଁ କହିଦେଇ ସେ ସ୍ଥାନ ପରିତ୍ଯାଗ କଲା ନକୁଳ।

          ଲୋତକପୁର୍ଣ ଚକ୍ଷୁରେ ନକୁଳର ଯିବା ରାସ୍ତାକୁ ଅନେଇ ରହିଥିଲା ସରିତା। ଆଜି ସେମିତି ସେହି କ୍ରୁଷ୍ଣଚୁଡା ଗଛରେ ଦୁଇଟି ହଳଦୀବସନ୍ତ ବସିଥିଲେ, କିନ୍ତୁ ଲୋତକପୁର୍ଣ ଚକ୍ଷୁରେ ଯେତେଥର ଉପରକୁ ଅନୋଉଥିଲା ଗୋଟିଏ ହଳଦୀବସନ୍ତ ହିଁ ଦେଖାଯାଉଥିଲା ସରିତାକୁ। ସାମ୍ନା ଗାଲିଚାରେ ସାଧବବୋହୁ ତ ଆଜି ବି ଘୁରିବୁଲୁଥିଲେ କିନ୍ତୁ ଗୋଟିଏ ସାଧବବୋହୁ ହିଁ ଦେଖାଯାଉଥିଲା ସରିତାକୁ। ଅନ୍ୟଟି ବୋଧେ ନକୁଳର ଯୋତା ତଳେ ଫସି ତାସହ ଚାଲିଯାଇଥିଲା। ଆଜି ବି ମୋବାଇଲର ସଙ୍ଗୀତର ମୁର୍ଚ୍ଛନା ଭାସିଆସୁଥିଲା ହେଲେ ପ୍ରେମଗୀତ ପରିବର୍ତ୍ତେ ପ୍ରତିତ ହେଉଥିଲା, ବିରହ ରାଗିଣୀ।

          ତିନିବର୍ଷର ନିବିଡ ଅନାବିଳ ,ଅନାସକ୍ତ ପ୍ରେମର ପ୍ରତିଦାନ କଣ ଏଇଆ ? ପୁରୁଷସମାଜ ସାମ୍ନାରେ ପ୍ରେମର ସଂଜ୍ଞା କଣ ପ୍ରଣୟ ? ଯଦି ହଁ ତାହେଲେ ଆବଶ୍ୟକ ନାହିଁ ଏମିତି ପ୍ରେମ। ଏମିତି ପାଶ୍ଚାତ୍ଯ ସଂସ୍କୃତିର ପ୍ରେମିକ। ତାର ସୁନ୍ଦର,ମହତ୍ବପୂର୍ଣ୍ଣ ତିନିବର୍ଷ, ଛଳନାକାରୀ ପୁରୁଷ, ଇତ୍ୟାଦି ନାନାଦି ପ୍ରଶ୍ନବାଣରେ ନିଜକୁ ନିଜେ ଛନ୍ଦି କେତେବେଳେ କାଠଯୋଡି ପୋଲଉପରେ ପହଞ୍ଚିଯାଇଛି ସରିତା ନିଜେ ବି ଜାଣିପାରିନାହିଁ।

         ହଠାତ କାହାର ଶକ୍ତ ଚାପୁଡାରେ ପ୍ରକ୍ରୁତିସ୍ଥ ହେଲା ସେ।ସୁଦର୍ଶନ ଯୁବକ ଜଣେ, ତାକୁ କହୁଥିଲେ ଆତ୍ମହତ୍ୟା ଯଦି ସମାଧାନର ରାସ୍ତା ହୋଇଥାନ୍ତା, ତାହେଲେ ପ୍ରୁଥିବୀରେ ମାନବସମାଜର ସତ୍ତା ନଥାନ୍ତା। କାରଣ ବିନା ସମସ୍ୟାରେ କୌଣସି ମାନବ ନାହିଁ। ଯୁବକଙ୍କ ନାଆଁ ଥିଲା ସୁଶାନ୍ତ। ସୁଶାନ୍ତ ସରିତା ବସିଥିଲେ କାଠଯୋଡି ନଦୀପଠାରେ। ସବୁବିଷୟ ଅବଗତ ହେଲାପରେ ସୁଶାନ୍ତ ପ୍ରସ୍ତାବ ଦେଲା, ଆସନ୍ତାକାଲିର ସକାଳ ତମପାଇଁ ନୂତନସକାଳର ବାର୍ତ୍ତା ନେଇଆସିବ କାରଣ ଆସନ୍ତାକାଲି ଆମ ପରିବାରଲୋକ ତମ ଘରକୁ ବିବାହ ପ୍ରସ୍ତାବ ନେଇଯିବେ। ବର୍ତ୍ତମାନ ତମେ ଘରକୁ ଯାଅ। ସରିତା ଫେରିଗଲା ଘରକୁ। ଖୁସିଥିଲା କି ଦୁଃଖ ଜଣାପଡୁନଥିଲା।ବହୁତ ଚେଷ୍ଟା କରିଥିଲା ସରିତା କିନ୍ତୁ ନକୁଳର ଫୋନ୍ ଆଉ ଲାଗୁନଥିଲା।

      ସମୟ ଭରିଦିଏ କ୍ଷତ। ଠିକ୍ ସେମିତି ଦୁଇପରିବାରର ଅନୁମତିରେ ସରିତା, ସୁଶାନ୍ତର ବାହାଘର ସମ୍ପନ୍ନ ହେଲା। ଆଜି ବି ସୁଶାନ୍ତ ସରିତା ବସନ୍ତି ସେହି ପାର୍କରେ। ସେହି କ୍ରୁଷ୍ଣଚୁଡା ଗଛ ଡାଳରେ ଆଜି ବି ହଳଦୀବସନ୍ତ ବସିଛନ୍ତି ହେଲେ ସାଙ୍ଗରେ କୁନି ହଳଦୀବସନ୍ତ । ସେମିତି ମୋବାଇଲର ସଙ୍ଗୀତର ମୁର୍ଚ୍ଛିନା, ହେଲେ ପ୍ରେମୀଯୁଗଳଙ୍କ ଇଏରଫୋନ ଠିକ୍ ହୋଇଯାଇଛି, ତେଣୁ ସଙ୍ଗୀତର ମୁର୍ଚ୍ଛନା ବାହାରକୁ ଶୁଣାଯାଉନାହିଁ। ଘାସ ଗାଲିଚାରେ ସାଧବବୋହୁ ଦେଖାଯାଉଛନ୍ତି, ହେଲେ ସଂଖ୍ୟାଧିକ।

          ଆସନ୍ନପ୍ରସବା ସରିତାକୁ ନେଇ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ସହ ବାର୍ତ୍ତାଳାପ କରୁଥିଲେ ସୁଶାନ୍ତ। ଟିକେ ଦୁରରେ ଠିଆ ହୋଇଥିଲା ସରିତା। ହଠାତ ତା ସାମ୍ନାରେ ଉଭା ହେଲା ନକୁଳ। ଆଶ୍ଚର୍ଯ୍ୟଚକିତ ହୋଇ ଅନାଇଥିଲା ସରିତା, କିନ୍ତୁ ପ୍ରେମରେ ନୁହେଁ ଘ୍ରୁଣାରେ। କେମିତି ଅଛ ସରିତା ପଚାରିଲା ନକୁଳ। ଧଡକିନି ଚଟକଣିଟିଏ ପକାଇଦେଇ ଘ୍ରୁଣାରେ ନାକସିକୁଡି କହିଲା ସରିତା, କିଏ ବେ ତୁ? ଅଭଦ୍ର କେଉଁ ଅଧିକାରରେ ଅଜଣା, ଅଶୁଣା ମହିଳାଙ୍କୁ ସିଧାସଳଖ ପ୍ରଶ୍ନ କରୁଛୁ, କାମୁକ, ଲମ୍ପଟ। ଭୁଲ ହୋଇଗଲା ମ୍ୟାଡମ କହି ସେ ସ୍ଥାନ ଛାଡ଼ିଲା ନକୁଳ।

      ସବୁକିଛି ଲକ୍ଷ୍ୟ କରୁଥିଲେ ସୁଶାନ୍ତ ସହ ବାର୍ତ୍ତାଳାପ କରୁଥିବା ଡାକ୍ତର। ସ୍ଵତନ୍ତ୍ର କେବିନରେ ରହିଲା ସରିତା। ସୁଶାନ୍ତକୁ ନକୁଳର ସାକ୍ଷାତ କଥା କହିଲା ଓ ସୁଶାନ୍ତକୁ ଅନୁରୋଧ କଲା, ସେ ଲମ୍ପଟ ଏଇ ଡାକ୍ତରଖାନାରେ।ତମେ ମୋ ପାଖଛାଡି ଜମା ଯିବନାହିଁ। ତାର କୁଟିଳ ହସ ଏ ପର୍ଯ୍ୟନ୍ତ ମୁଁ ଭୁଲିପାରୁନାହିଁ।

         ମୋର ମୁଣ୍ଡଠାରୁ ପାଦଯାଏଁ ଅନାଇ ହସୁଥିଲା ପୋଡାମୁହାଁ। ମରିବ ପୋକମାଛି ପରି। ସୁଶାନ୍ତ ବୁଝାଉଥିଲା, ଆରେ ତମେ ଅତିଶୀଘ୍ର ନୂତନ କଳିକୁ ଦୁନିଆ ଦେଖାଇବାକୁ ଯାଉଛ, ଏସବୁ ବାଜେ କଥା ଏହି ସମୟରେ ମୁଣ୍ଡରେ ପୁରାଅନି।ମୁଁ ତମପାଖ ଛାଡି କେଉଁଆଡେ ଯିବିନାହିଁ।

        

            ପାଖରେ ଠିଆ ହୋଇଥିବା ଡକ୍ଟରଙ୍କୁ ଅନେଇ ଆଶ୍ଚର୍ଯ୍ଯ ହୋଇଗଲା ସୁଶାନ୍ତ। ଆରେ ଡାକ୍ତରବାବୁ ! ଆପଣଙ୍କ ଆଖିରେ ଲୋତକବନ୍ୟା। କଣ ଅସୁବିଧା ହେଲା। ଡାକ୍ତର କହିଲେ ନା ସେ କିଛି ନାହିଁ। ଆପଣଙ୍କ ସ୍ତ୍ରୀଙ୍କ ଅସୁବିଧା ଥିଲା। ତେଣୁ ବର୍ତ୍ତମାନ ମୁଁ ଆସିଥିଲି। ଆପଣଙ୍କ ଡକ୍ଟର ଆସିବେ। ମୁଁ ନ୍ୟୁରୋ ଡକ୍ଟର। ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା ସରିତାର। ଡକ୍ଟର ବି ପହଞ୍ଚିସାରିଥିଲେ। ନ୍ୟୁରୋ ଡକ୍ଟର କହିଲେ, ନକୁଳ ମୋତେ ସବୁ କହିଛି ଓ ସରିତାକୁ କ୍ଷମାପ୍ରାର୍ଥନା କରିବାକୁ କହିଛି। ନକୁଳ ଜାଣିସାରିଥିଲା ତାର ରୋଗ, ତେଣୁ ହ୍ରୁଦୟରେ ପଥର ରଖି ପ୍ରେମକୁ ପ୍ରତ୍ୟାଖ୍ୟାନ କଲା କାରଣ ସେ ଏ ଦୁନିଆର କମ ଦିନର ଅତିଥି ଥିଲା। କିନ୍ତୁ ତାର ଦ୍ରୁଢ ପ୍ରତିଜ୍ଞା ଜନ୍ମାନ୍ତର ସେ ସରିତାର ପ୍ରେମିକ ହୋଇରହିଥିବ। ସରିତା କହିଲା ତାହା କେମିତି ସମ୍ଭବ? ଡକ୍ଟର କହିଲେ ମୁଁ ବି ଠିକ୍ ସେହି ପ୍ରଶ୍ନ କରିଥିଲି, ହସିହସି ନକୁଳ ଉତ୍ତର ଦେଇଥିଲା, ସାର୍ କଣ ସ୍ୱାମୀ, ସ୍ତ୍ରୀ ହେଲେ ହିଁ ପ୍ରେମ ହୁଏ? କୌଣସି ନା କୌଣସି ରୁପରେ ମୁଁ ସରିତାର ପାଖେ ପାଖେ ରହିବି ଜନ୍ମାନ୍ତର। ନକୁଳର ବ୍ରେନଟ୍ୟୁମର ଶେଷପାହାଚରେ। ନିଃଶବ୍ଦ, ଅଶ୍ରୁମୟ ହୋଇଯାଇଥିଲା ସ୍ଵତନ୍ତ୍ର କୋଠରୀଟି। ପ୍ରସବଯନ୍ତ୍ରଣାରେ ଛଟପଟ ହେଉଥିଲା ସରିତା ଓ କହୁଥିଲା ଜୀବନ ଛକିଶୁନ ଖେଳରେ ତମେ ଜିତିଗଲ ନକୁଳ !  ନର୍ସଜଣକ ଡାକଶୁଣି ଡାକ୍ତରବାବୁ ଚାଲିଗଲେ ନକୁଳ ପାଖକୁ।

           ସ୍ଵତନ୍ତ୍ର କୋଠରୀରେ କୁଆଁ କୁଆଁ ରାବ ଶୁଣାଯାଉଥିଲା, ସେପଟେ ନକୁଳ ଈହଧାମ ତ୍ୟାଗ କରିଥିଲା। ଡକ୍ଟର କହୁଥିଲେ ମ୍ୟାଡମ, ତମ ନକୁଳ ତମ ପାଖକୁ ଫେରି ଆସିଲା ପୁଅରୂପରେ। ସରିତା ପ୍ରେମରେ ପୁଅକୁ କୋଳେଇନେଇ କହୁଥିଲା....

ନକୁଳ... ଏ..... ନକୁଳ !

ପ୍ରେମ କେବେ ମରେନା! ସ୍ମ୍ରୁତି କେବେ ସରେନା  !

ଟିକେ ଖରା ଟିକେ ଛାଇ ,

       ଜୀବନଟା

   ହଁ ହଁ ଜୀବନଟା

     ଛକିଶୁନ ଖେଳ

    ଅଟଇରେ ଭାଇ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract