ଜୀବନର ସାଥି
ଜୀବନର ସାଥି


କୁନି ବହୁତ ଛୋଟ ଥିଲା ।ସମସ୍ତେ ଭଲ ପାଉଥିଲେ ।ସ୍ନେହ ଆଦରରେ ରଖିଥିଲେ ।ଏକମାତ୍ର ଅଲିଅଳି ଝିଅ ମହାନ୍ତି ବାବୁଙ୍କ ଝିଅ କୁନି ।କିଛି ଦିନ ପରେ ପରେ ସ୍ବାସ୍ଥ୍ୟ ରେ ପରିବର୍ତ୍ତନ ଆସିଲା ।ଝିଅର ଢାଞ୍ଚା ବଦଳିଗଲାଣି ।ପୁରୂଷ ମାନଙ୍କ କୁଦୄୄୄୄୄୄୄୄୄୄଷ୍ଟିରୂ ବଞ୍ଚିବା ପାଈଁ ଭଲ ପୋଷାକ ପିନ୍ଧିବୂ,ପୁଅ ପିଲାଙ୍କ ଠାରୁ ଦୂରେଇ ରହିବୁ,କାହା ଘରକୂ ଯିବୂନି,ଏକା ଭୂଲ୍ ରେ ବି ନୁହଁ ...ଏମିତି ବହୂତ କଥା ବାପା ମାଆ ଶୁଣାନ୍ତି ।ଗୁରୁବାଣୀ ଭଳି ସେମାନଙ୍କ କଥାକୁ କୁନି ବି ମାନି ଚଳୁଥିଲା ।ବେଶ୍ କିଛିଦିନ ଭଲରେ କଟିଗଲା ।
ବାପାଙ୍କ ପୁଅ ଦୂରରେ ରହୁଥିଲା ଏଣୁ ଏ ପନ୍ଦର ବରଷ ଭିତରେ ଦେଖାସାକ୍ଷାତ ହୋଇନଥିଲା ତ ସିଏ ଚିହ୍ନିବ ବି କେମିତି ?ଜିତ୍ ବୋଲି ବଡବାପା ପୁଅ ଆସି କବାଟ ଠକ୍ ଠକ କଲେ ।ବାପା ଖୋଲିଲେ ଆଉ ଘରକୁ ଡାକିଲେ ।କୁନିର ଶରୀର ଗଠନ ତାକୁ ପ୍ରଲୋଭିତ କଲା ।ସେ ଖରାପ ନଜରରେ ଦେଖିବା ଆରମ୍ଭ କରିଦେଲାଣି ।ସ୍କୁଲରେ କିଶୋରୀ ବାଳାକାଙ୍କୁ ଶିକ୍ଷା ଦିଆଯାଏ କି ନିଜ ଲୋକମାନେ ହିଁ ଝିଅଙ୍କୁ ହଇରାଣ ହରକତ କରିଦିଅନ୍ତି ।ଏଣୁ ଖରାପ ସ୍ପର୍ଶ କିଏ କଲା ମାତ୍ରେ ବାପା କି ମାଆ ଙ୍କୁ ନିଶ୍ଚୟ ଜଣାଈବ ।ଜିତ୍ କଥାହେବା ଢଙ୍ଗରେ ପାଖରେ ବସି ଛାତିରେ ହାତ ବାରମ୍ବାର ବଜାଉଥାଏ ।ଭିଡି ଧରିବାର ବାହାନାରେ ସେ ନିଜକୁ ଅସମ୍ଭାଳ ମନେ କରି ଜୋରରେ ତାକୁ ଟାଣିନିଏ ।ଏସବୁ କୁନିକୁ ଭଲ ଲାଗୁନଥିଲା ଏଣୂ ସେ ବି ସଂକୋଚ ମନେ କରୁଥିଲା ।ତା ପରେ କହିପକାଇଲା ଭାଇନା ତମେ ଏମିତି କଣ କରୁଛ ମୋତେ ଭଲ ଲାଗୁନି ।
ଜିତ୍ କହିଲା ତୁ ମୋ ଭଉଣୀ ।ତୋ ସହ କାହିଁକି କିଛି ଖରାପ କରିବି ଯେ ?ମୋତେ ଭଲ ଲାଗେ ତୋତେ କୁଣ୍ଢାଇ ଧରିବାକୁ ।ତୁ ପରା ମୋ ସୁନା ଭଉଣୀ ଟି ।କାହା ଘରେ ଝିଅ ନାହିଁ ତୁ ଏକା ।ତେଣୁ ତୁ ଗେଲ ର ଅର୍ଥ
ଜାଣିନୂ ।ହଉ ଗଲୁ ମୋ ଗାଡିରୁ ବହିଗୁଡିକ ଆଣିବୁ ।
କୁନି ଗଲା ବହିଗୁଡିକ ଆଣିବାକୁ ।ସେ ବହି ଭିତରେ ପୁଅ ଟି ଝିଅ ସହ କଣ କଲେ ଭଲ ଲାଗିବ ତା ମନକୁ ଏମିତି କିଛି ଧାଡି ପଢି କୁନି ସେ ବହିଟି ଲୁଚାଇଦେଲା ଆଉ ଅନ୍ଯ ବହିଗୂଡିକ ଦେଲା ।ବହୁତ ଖରାପ ବହାଟେ କହିଲେ ଭୂଲ ହେବ ନାହିଁ ।କୁନି ସେ ବହିଟି ଆଗକୁ ପଢିପାରିଲା ନାହିଁ କିନ୍ତୁ ସେ ବହିଟିର ଭାଷା ବୁଝିଗଲା ଅଳ୍ପ କିଛି ଧାଡିରୁ ଆଉ ମାଆକୁ ପଚାରିଲା ଭାଇନା କେବେ ଯିବ?
ମାଆ କିଛି ବୂଝିବା ଆଗରୂ କହିବା ଆଗରୁ କେଉଁଠି ଥିଲା ଚାଲିଆସିଲା ଭାଈନା ଆଉ କହିଲା ଆଲୋ ହୁଣ୍ତି ମୁଁ ଏଠୁ କୁଆଡେ ଯିବି ।ଏଠି ରହି ଚାକିରି ଖୋଜିବି ।ତୋ ପାଇଁ ଭଲ ଗିଫ୍ଟ ନ ହେଲେ କେମିତି ଆଣିବି ଯେ ?
କୁନି ରାଗରେ କହିଲା ମୋର କିଛି ଦରକାର ନାହିଁ ।ଏତକ କହି ଚାଲିଗଲା ।
ଜିତ୍ କୁନି ଶୋଇପଡିବା ପରେ ତା ପାଖକୁ ଯାଇ ପାଟିରେ ଏକ କପଡା ବାନ୍ଧିଦେଲା ଆଉ ତାକୁ ଅଶ୍ଲୀଳ ଭିଡିଓ ଦେଖାଈବା ପାଇଁ ପଛଘୁଞ୍ଚା ଦେଲାନି ।ଏସବୁ ଦେଖି କିଛି ବାଟ ନପାଈ କୁନି ଜୋରରେ ଜିତ୍ ର ଆଖି ଦୁଇଟିକୁ ମୂଥ ମାରିଲା ଆଉ ସେଠୁ ଫିଟି ଚାଲିଗଲା ମାଆ ପାଖକୁ ।
ଭେଁଭେଁ କାନ୍ଦ ଶୁଣି ସମ୍ଭାଳିପାରିଲେନି ବାପା ।କଣ ହୋଇଛି ଝିଅ ସତ ସତ କହ କହିବାରୁ ଝିଅ ସବୁ କଥା କହି ଚାଲିଲା ।ଏସବୁ ଶୁଣି ବାପା ରାଗରେ ଜିତ୍ କୂ ବାଡାଈବା ପାଈଁ ଗଲେ କିନ୍ତୂ ମାଆ ଆକଟ କଲେ ।କହିଲେ ବାଡାପିଟା ନୂହଁ ରୁହ ସିଧା ତାଙ୍କୁ ଘରକୁ ପଠାଅ ।ମୋ ଝିଅ ଉପରେ ତା ଛାଇ ବି ଯେମିତି ନ ପଡେ ।ଘରୁ ତଡା ଖାଇ ଜିତ୍ ଏଥର ଆଉ କାହାସହ ଏମିତି କରିବନି ବୋଲି ରାଣ ଖାଈଲା ।ନିଜ ଭଉଣି ସହ ଏମିତି କଲା କେମିତି ଭାବି ନିଜକୁ ଲଜ୍ଜିତ ମନେ କରୁଥିଲା ।କୁନି ନିଜକୁ ନିଜ ଏଥର ସାହାସୀ ହେବା ପାଇଁ କରାଟେ ଶିଖିବାକୁ ଯାଇ ସମସ୍ତଙ୍କୁ କରାଟେ ଶିକ୍ଷା ଦେଉଛି ।ସବୂ ଝିଅଙ୍କୂ ଶିକ୍ଷା ଦେଉଛି କି ପୁରୁଷ ସମାଜ ସହ ଲଢିବାକୁ ହେବ ।ଡରିଲେ ଡରାଇବେ ।ଆଜି ଯଦି ଜିତ୍ ଭଳି ଶହେ ଜଣ ବି ଆସିବେ କୁନିର ଆଉ ଡର ରହିବ ନାହିଁ ।