Sumanta Nayak

Romance Tragedy

4.0  

Sumanta Nayak

Romance Tragedy

ଜୀବନର କେତେ ରଙ୍ଗ

ଜୀବନର କେତେ ରଙ୍ଗ

3 mins
264


ଜୀବନର ବ୍ୟସ୍ତତା ଭିତରୁ ସମୟ ବାହାର କରି କିଛି ଦିନ ନିଜର ଚିରାଚରିତ ଜୀବନ ଶୈଳୀରୁ କିଛି ଅଲଗା କରିବାର ମଜା ଅତି ନିଆରା | ସାଗର କାମ କରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କିନ୍ତୁ ସାଗରକୁ ମୁକ୍ତ ପରିବେଶ, ଖୋଲା ପବନ, ଚଢେ଼ଇ ମାନଙ୍କ କିଚିରି ମିଚିରି ଶବ୍ଦ, ଆମ୍ବ ତୋଟା , ନଦୀ କୁଳ , ତାଳବଣ ପରି ପ୍ରାକୃତିକ ପରିବେଶ ଭାରି ଭଲ ଲାଗେ | ଯେଉଁଠି ଜୀବନ ମୋଟେଇ ମାଟେଇ ଚାଲେ, ଶୀତଳ ପବନର ହାତ ଧରି ଗାଁ ଗୋହିରିରେ ଦଉଡେ | ସେଥି ପାଁଇ ଏ ବର୍ଷ ସାଗର ଓ ସ୍ଵପ୍ନା ନିଷ୍ପତି ନିୟନ୍ତି କୌଣସି ବାହାର ଦେଶ ବଦଳରେ ଓଡିଶାର କୌଣସି ଏକ ପ୍ରାକୃତିକ ପରିବେଶରେ ପରିପୂର୍ଣ ଜାଗା ବୁଲି ଯିବା ନିମନ୍ତେ |ସ୍ଵପ୍ନା ହେଉଛି ସାଗରର ପତ୍ନୀ, ପ୍ରେମ ବିବାହକୁ ଦୁଇ ବର୍ଷ ପୁରିଥାଏ | ଗୋଟେ ସପ୍ତାହର ଛୁଟି ନେଇ ସେମାନେ ବାହାରି ଯାଆନ୍ତି | ଦିନକର ଘଟଣା, ପୁରା ଦିନ ବୁଲା ବୁଲି ରୁ ଥକି ଯାଇ ଥାଏ ସାଗର ଓ ବିଛଣାରେ ଗଭୀର ନିଦରେ ଥାଏ | ଏହି ସମୟରେ ସ୍ଵପ୍ନା ମୋବାଇଲ କୁ କେହି ଜଣେ ତାର ବାନ୍ଧବୀ ଫୋନ କରେ ଓ କଥା ପ୍ରସଙ୍ଗରେ ପଚାରି ଉଠେ, ତୋ ସ୍ୱାମୀ ତତେ କେତେ ଭଲ ପାଆନ୍ତି ?

ସ୍ଵପ୍ନା - ବହୁତ ବହୁତ ବହୁତ …. ଭଲ ପାଆନ୍ତି |

ବାନ୍ଧବୀ - ସବୁ ସ୍ୱାମୀ ମାନେ ଏମିତି କହନ୍ତି, ଥରେ ପରୀକ୍ଷା କରି ଦେଖ |

ବାନ୍ଧବୀର ଏମିତି କଥା ଶୁଣି ସ୍ଵପ୍ନା ଭିତରର Sherlock Holmes ଜାଗିଉଠେ ଓ କିଛି ସମୟର ଗଭୀର ଚିନ୍ତନ ପରେ ସେ ନିଷ୍ପତି ନିଏ କି ଆଜି ସେ ତା ପ୍ରେମର ପରୀକ୍ଷା ନେବ| ସେ ବାହାରକୁ ଦେଖେ ବିଜୁ ଘଡଘଡି ରେ କମ୍ପୁଥାଏ ସମ୍ପୂର୍ଣ ପରିବେଶ ଓ ଅନବରତ ବର୍ଷା ଲାଗିରହିଥାଏ | ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବି ସେ ସାଗରକୁ ନିଦରୁ ଉଠାଏ ଓ ଅଳି କରିବା ଭଙ୍ଗିରେ କହିଚାଲେ, ଏ ଶୁଣୁଛ ମୋର ଏବେ ଜିଳାପି ଓ ବରା ଖାଇବାକୁ ବହୁତ ମନ ହେଉଛି, ତମେ ଟିକେ ଆଣି ଦିଏ ନା | ବାହାରର ପରିସ୍ଥିତି ଦେଖୁଛ ତ ? ତମର ଏବେ ଦରକାର ? ପ୍ରଶ୍ନ କରେ ସାଗର | ହଁ ମୋର ଏବେ ଦରକାର… ତମେ କଣ ମୋତେ ଭଲ ପାଓନି, ମୋ ପାଁଇ ଏତିକି କରିପାରିବନି |

ସ୍ଵପ୍ନାର ଏ ପ୍ରକାର ଆଚରଣ ଦେଖି ସାଗର ମନରେ ସୃଷ୍ଟିହୁଏ ବିସ୍ଫୋରଣ | କିନ୍ତୁ ନିଜ ମନଭିତରେ ଉଠୁଥିବା ବିସ୍ଫୋରଣ କୁ ସାଗର ନିୟନ୍ତ୍ରଣ କରି ନିଜ ଇଚ୍ଛା ବିରୁଦ୍ଧରେ ହୋଟେଲ ରିସେପସନରୁ ଏକ ଛତା ନେଇ ନିକଟରେ ଥିବା ଏକ ଛୋଟ ଚାଳ ଛପର ଘରେ ଚାଲୁଥିବା ଜଳଖିଆ ଦୋକାନକୁ ଯାଏ | ଏ ଦୋକାନକୁ ଚଳାନ୍ତି ସୁର ମଉସା | ମଉସା ଭାରି ମଜାଳିଆ ଲୋକ | ସାଗର ପ୍ରଶ୍ନ କରେ ମଉସା ବରା ଓ ଜିଳାପି ଅଛି କି ? ମଉସା ଉତ୍ତର ଦିଅନ୍ତି ବିଜୁ ମାରୁଛି ଭିତରକୁ ଚାଲିଆସ ମୁ ଗରମ ଗରମ ବନେଇ ଦେବୀ ନେଇଯିବ |ଏ କଥା ଶୁଣି ସାଗର ଦୋକାନ ଭିତରକୁ ଯାଏ | ଅନବରତ ବର୍ଷା ଯୋଗୁ ବାହାରର ତାପମାତ୍ରା ବହୁତ କମିଯାଇ ଥାଏ କିନ୍ତୁ ଦୋକାନ ଭିତରେ ଜଳୁଥିବା ଆଞ୍ଚ ଯୋଗୁ ଭିତର ପରିବେଶ ଉସ୍ମ ଥାଏ | ସୁର ମଉସା କହି ଚାଲନ୍ତି, ଏ ଅଦିନିଆ ବର୍ଷା ଯୋଗୁ ବେପାର ଆଜି ପୁରା ନଷ୍ଟ, କିଏ ଜାଣେ ଲଘୁଚାପ ହୋଇଛି କି କଣ, ଏମିତି ଅନେକ କିଛି, ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ...| କହୁ କହୁ ମଉସା ପଚାରି ବସନ୍ତି, ବାବା ତମକୁ ଦେଖିଲେ ଲାଗୁନି ତମେ ବିବାହିତ | କମ ବୟସରେ ବାହା ହୋଇଯାଇଛ, ପ୍ରେମ ବିବାହ କି ? ସାଗର ସହମତି ରେ ମୁଣ୍ଡ ଟୁଙ୍ଗାରେ ଓ ପ୍ରଶ୍ନ କରେ, କିନ୍ତୁ ମଉସା ଆପଣ କେମିତି ଜାଣିଲେ ମୁ ବିବାହିତ ? ସୁର ମଉସା ମୁରୁକି ହସି ଉତ୍ତର ଦିଅନ୍ତି | ଆଉ କଣ ବାବା ଏତେ ବଡ ଝଡ ବର୍ଷାରେ ତମ ମା ତମକୁ ଏଠିକି ବରା, ଜିଳାପି ପାଁଇ ପଠାଇଛନ୍ତି | ଏତିକି ବେଳେ ଗୋଟେ ମଡ଼ କରି ଶବ୍ଦ ହେଲା ସାଗରର ହୃଦୟଟା ବୋଧେ ଭାଙ୍ଗିଗଲା, ସୁର ମଉସା ସେ ଶବ୍ଦ ଶୁଣିପାରିଲେ କି ନାଇଁ କେଜାଣି | କେହି ଜଣେ ଓଡ଼ିଆ ଦାର୍ଶନିକ କହିଥିଲେ ଭଙ୍ଗା ହୃଦୟ ଦିନେନା ଦିନେ ନା ଦିନେ ଯୋଡି ହୋଇଯାଏ ଖାଲି ଯାହା ଦାଗ ଟିକେ ଜଣେ ପଡେ, ଅନେକ ଜାଗାରେ ସେ ଦାଗ ବି ଜଣେ ପଡ଼େନି| ଆଉ ତା ପରେ ପରେ ବିବାହିତା ପୁରୁଷ ମାନଙ୍କ ପାଁଇ ଏହା ତ ଏକ ନିତିଦିନିଆ ଘଟଣା, ସାଗରର ଭଙ୍ଗା ହୃଦୟ ବୋଧେ ସେଇ ନ୍ୟାୟରେ ଯୋଡି ହୋଇ ଯାଇଥିଲା| କିଛି କ୍ଷଣର ନୀରବତା ପରେ ସୁର ମଉସା କହି ଉଠନ୍ତି, ନିଏ ତମ ବରା , ଜିଳାପି |

 ସୁର ମଉସାଙ୍କୁ ତାଙ୍କ ପାଉଣା ଦେଇ ହାତରେ ଦୁଇଟି ପୁଡିଆ ଧରି ସାଗର ଫେରିଆସେ ହୋଟେଲ କକ୍ଷକୁ | ସାଗର ହାତରେ ଖାଦ୍ୟ ପୁଡିଆ ଦେଖି ସ୍ୱପ୍ନା ବହୁତ ଖୁସି ହୁଏ ଓ କହିଯାଏ, ମୋର ବରା, ଜିଳାପି ଖାଇବାର କୌଣସି ଇଚ୍ଛା ନଥିଲା, ମୁ ଖାଲି ଦେଖିବାକୁ ଚାହୁଁଥିଲି ତମେ ମୋତେ କେତେ ଭଲପାଅ | ଏବେ ମୁଁ ବୁଝିଗଲି ତମେ ମୋତେ ବହୁତ ଭଲପାଅ I LOVE YOU ... | ଏଇ କଥା ଶୁଣି ସାଗର ମୁହଁରେ ଖେଳିଯାଏ ଏକ କୃତ୍ରିମ ହସ |

ଯିଏ ଆଖି ବନ୍ଦ କରି ଭଲପାଏ ସେ ହେଉଛି ପ୍ରେମିକା | ଯିଏ ଆଖି ବନ୍ଦ ହେବା ପର୍ଯ୍ୟନ୍ତ ଭଲପାଏ ସେ ହେଉଛି ମା |


Rate this content
Log in

Similar oriya story from Romance