Sumanta Nayak

Classics

4.7  

Sumanta Nayak

Classics

ଗରିବ

ଗରିବ

1 min
290



ଏକ ପଞ୍ଚତାରକା ହୋଟେଲରେ ବ୍ରେକ୍ ଫାଷ୍ଟ ସମୟରେ ସୁରଭି ନିଜ ଛୋଟ ପିଲା ପାଁଇ କ୍ଷୀର ଆଣିବାକୁ ୱେଟର କୁ କହିଥିଲା | Madam, you will be charged extra for it. OK bring it on କହି ସୁରଭି ବ୍ୟସ୍ତ ହୋଇଯାଇଥିଲା ନିଜ କାର୍ଯ୍ୟରେ | ଏକ କର୍ମଜୀବି ମହିଳା ହିସାବରେ ନିଜ ପରିବାର ଓ କାମକୁ ପରିଚାଳନା କରିବାରେ ସୁରଭି ଥିଲା ସିଦ୍ଧହସ୍ତ | ଏହା ପରେ ନିଜ ପିଲାକୁ care taker ପାଖରେ ଛାଡି ସୁରଭି Exhibition ପାଁଇ ବାହାରିଯାଏ | ଫେରିବା ସମୟରେ କାର୍ ଡ୍ରାଇଭ୍ କଲାବେଳେ ପିଲା କାନ୍ଦିବାକୁ ଲାଗେ | ସୁରଭିର ମାନେ ପଡେ ଶୀଘ୍ର ବାହାରିବା ସମୟରେ ସେ ପିଲାର କ୍ଷୀର ବୋତଲ ଭରିବାକୁ ଭୁଲିଯାଇଛି | ଘର ବହୁତ ଦୂର ଥିଲା, ତେଣୁ ସେ ବାଧ୍ୟ ହୋଇ ରାସ୍ତା କଡରେ ଥିବା ଏକ ଚାହା ଦୋକାନ ପାଖରେ ଗାଡି ରଖିଥିଲା | ସୁରଭି ସେ ଚାହା ବାଲାକୁ ପଚାରି ଉଠେ, ଭାଇନା ମୋ ପିଲାର କ୍ଷୀର ସରିଯାଇଛି ସେ କାନ୍ଦୁଛି, କିଛି କ୍ଷୀର ହେବ ? ସେ ଚାହା ଵାଲା ପିଲାର କ୍ଷୀର ବୋତଲ ଭରିଦିଏ ଓ ସୁରଭି ହାତକୁ ବଢ଼ାଇ ଦିଏ | ସୁରଭି ପଚାରି ଉଠେ କେତେ ଟଙ୍କା ହେଲା ? କଣ କହୁଛନ୍ତି ମାଡାମ ଛୋଟ ପିଲାର କ୍ଷୀର ପାଁଇ ମୁଁ ଟଙ୍କା ନେବି ? ସୁରଭିର ସତ ଚେଷ୍ଟା ପରେ ବି ସେ ଟଙ୍କା ନେବାକୁ ମନା କରିଦିଏ | ଧନ୍ୟବାଦ କହି ସୁରଭି ଗାଡି ଭିତରକୁ ଆସେ ଓ ପିଲାକୁ କ୍ଷୀର ଦେଉଥିବା ସମୟରେ ସେ ଚିନ୍ତା କରେ ...

ପ୍ରକୃତରେ ଗରିବ କିଏ ?


Rate this content
Log in

Similar oriya story from Classics