Sumanta Nayak

Tragedy Crime Inspirational Thriller

4.9  

Sumanta Nayak

Tragedy Crime Inspirational Thriller

ଶ୍ରାବଣୀ ତୁମେ ଭାରି ସୁନ୍ଦର

ଶ୍ରାବଣୀ ତୁମେ ଭାରି ସୁନ୍ଦର

4 mins
455


ଶ୍ରାବଣର ଅବିଶ୍ରାନ୍ତ ବାରିଧାର ଓ ତୁହାକୁ ତୁହା ବର୍ଷାରେ ଧରଣୀ ଓ ଆକାଶ ଏକାପରି ପାଲଟି ଯାଇଛି | ବିଜୁ ଓ ଘଡଘଡି ରେ କମ୍ପି ଉଠୁଛି କାରାଗାର ର ସମସ୍ତ ପ୍ରକୋଷ୍ଠ | କାରାଗାର ପାଖ ଟ୍ରେଜେରୀ ରୁ ରାତି ୮ ଟାରେ ଘଣ୍ଟାର ଶବ୍ଦ, ଦେହରେ କମଳ ଟିକୁ ପକାଇ ଶୋଇବାକୁ ଚେଷ୍ଟାକଲା, ଦିନ ଥାଉ ଥାଉ ରାତ୍ରି ଭୋଜନ ସରିଥାଏ, କେତେ ବେଳେ ତାକୁ ଛାଇ ନିଦ ଆସିଯାଇଥାଏ ତା ମନ ଗହଣରେ ଜେଜେମା ତା ସ୍ବପ୍ନ ରେ ଆସି କହୁଥାନ୍ତି "ଶ୍ରାବଣୀ ଲୋ ! ଶ୍ରାବଣର ଅମାବାସ୍ୟା ଦିବସ ସମୟ, ଦିନବି ଦିଶୁଥାଏ ରାତିପରି ତୁହା ତୁହା ବର୍ଷା ସହିତ ପବନର ସଅଁ ସଅଁ ଶବ୍ଦରେ ଛାତି କମ୍ପି ଉଠୁଥାଏ, ଏ ଭଳି କାଳ ବେଳରେ ତୁ ଏ ମାଟି କୁ ଆସିଥିଲୁ | ସାଇ ପଡ଼ିଶାରେ ଲୋକ କୁହାକୁହି ହେଲେ ଏ ଝିଅ ଉଆଁସୀ କନ୍ୟା ଅବା କେଉଁ ଅଭିଶପ୍ତ ନାଗ କନ୍ୟା ଅବା ଅପ୍ସରୀ ଟିଏ ଛାତି ମୋର କମ୍ପିଉଠୁ ଥାଏ, ଶ୍ରାବଣୀ ଲୋ ତୁ କଉଠି ଅଛୁ ମୋ ପାଖକୁ ଆ" ।


ଛାଇ ନିଦ ଭାଙ୍ଗି ଗଲା ଶ୍ରାବଣୀର ଆଖିର ଲୁହ ପୋଛୁ ପୋଛୁ ସେ ବିଳାପ କରିଥିଲା ସତେ ଲୋ ଜେଜେମା ମୁ ଅଭିଶପ୍ତ ଅପ୍ସରୀ ଟିଏ| ମୋର ରୂପକୁ ନେଇ ଆତ୍ମଗର୍ବ ରେ ମୁ ଭୁଲି ଯାଇଥିଲି ତୋର ଆଦର ଓ ସ୍ନେହକୁ, ଭୁଲି ଯାଇଥିଲି ବାପା ଭାଇଙ୍କର ସତର୍କ ବାଣୀକୁ, ଭୁଲି ଯାଇଥିଲି ସାନ ମାନଙ୍କର ଦୁଷ୍ଟାମୀକୁ | ମୋର କରିଥିବା ଭୁଲ ପାଁଇ ଆଜି ମୋ ଆଖିର ଅନୁତାପର ଲୁହ ପୋଛିବା ପାଁଇ କେହିନାହାନ୍ତି ନିଜ ଲୁହକୁ ନିଜେ ପୀ ବଂଚିରହିଛି କଲା କର୍ମର ଫଳ ସ୍ୱରୂପ ଦଣ୍ଡ ଅପେକ୍ଷାରେ |ଉଚ୍ଚ ଶିକ୍ଷା ପାଁଇ ତମ ମାନଙ୍କ ପାଖରୁ ବିଦାୟ ନେଇ ସହର ଆସିଲି | ନୂଆ ସାଙ୍ଗ ସାଥି ମେଲରେ ମୁ ତମ ମାନଙ୍କର ଆଦର ଓ ସ୍ନେହକୁ ଭୁଲି ଯାଇଥିଲି | ସାଥି ପିଲାଙ୍କର ମୋ ରୂପ ବର୍ଣନା ମୋତେ ଅହଙ୍କାରୀ କରିଥିଲା ମନ ମୋର ଖୋଜି ବୁଲିଥିଲା ଜେଜେ ମା କାହାଣୀର ପକ୍ଷୀରାଜ ଘୋଡା ଚଢି ରାଜକୁମାର ଆସିବ ଓ ମୋତେ ଫୁରକିନା ନେଇ ଉଡିଯିବ |

ସେଦିନ ରବିବାର ହଷ୍ଟେଲ ପ୍ରକୋଷ୍ଠ ରେ ବିଶ୍ରାମ ନେବା ବେଳେ ଶ୍ରାବଣୀ ମାଡାମ କୁ କିଏ ଦେଖା କରିବାକୁ ଚାହୁଁଛନ୍ତି ବୋଲି ହଷ୍ଟେଲ ବୟ ଜଣାଇଥିଲା ଭୟ ଓ ଲଜ୍ୟାରେ ଯାଇ ଦେଖେ ତ ଅଚିହ୍ନା ଯୁବକ ଜଣେ ସେ ତା ତରଫରୁ କହି ଚାଲିଲା, ମୁ ତମ ମାଉସୀଙ୍କ ନଣନ୍ଦଙ୍କ ପୁଅ ସୌରଭ ଦାଶ| ମୁ ମୁମ୍ବାଇ ରେ ସିନେମା ଜଗତରେ ଜଣେ କଳାକାର, କରୋନା ରେ ଗାଁକୁ ଆସିଥିଲି ମାଉସୀ ମାଙ୍କ ଠାରୁ ତମ ଠିକଣା ଆଣି ଏଠିକି ଆସିଛି | ତମେ ହାଇସ୍କୁଲ ରେ ପଢିଲା ବେଳେ ମୁ ତମକୁ ଦେଖିଥିଲି ଏବେ ବଡ ହୋଇ ତମେ ବହୁତ ସୁନ୍ଦର ଦେଖାଯାଉଛ | ବାସ୍ତବିକ ଶ୍ରାବଣୀ ତମେ ଭାରି ସୁନ୍ଦର ତମ ସାମ୍ନାରେ ସ୍ୱର୍ଗର ଅପ୍ସରୀ ବି କମ ଲାଗିବେ |ଏ ପ୍ରଶଂସା ଶୁଣି ମନ ମୋର ରୋମାଂଚିତ ହୋଇଗଲା, ମୋ ବାରଣ କରିବା ସତ୍ୱେ ବି ସେ ଗୋଟେ iphone ଉପହାର ଦେଇଥିଲା ଗପର ଆସର ସେହି ଦିନଠୁ କମା ଫୁଳ୍ଲସ୍ତପ ନ ମାନି ମାଡି ଚାଲିଲା ଆଗକୁ ଆଗକୁ, ମଝିରେ ମଝିରେ ଏକା ସାଙ୍ଗରେ ସିନେମା ଯିବା ଓ ନୂଆ ଡ଼ିଜାଇନ ର ଡ୍ରେସସ ଉପହାର ଦଉଥିଲା | କିଛିଦିନ ପରେ ସେ ପାଲଟି ଗଲା ମୋ ସ୍ବପ୍ନର ନାୟକ ଓ ସାଙ୍ଗ ସାଥିଙ୍କ ନଜରରେ ମୋ ବୟଫ୍ରେଣ୍ଡ |

ସମୟର ଅଙ୍କା ବଙ୍କା ରାସ୍ତାରେ ଚାଲୁ ଚାଲୁ ସେ ମୁମ୍ବାଇ ଯାଇ ସିନେମା ଜଗତରେ କାମ କରିବାକୁ ପ୍ରସ୍ତାବ ଦେଲେ | ତମେ ହେବ ଦର୍ଶକଙ୍କ ମନ ଗହନର ରାଣୀ , ବଲିଉଡର ନୂଆ ସେନସେସନ ମୋର ଅନେକ ଡାଇରେକର ଓ ପ୍ରଡୁସରଙ୍କ ସହ ଚିଂହା ଅଛି କିଛି ଅସୁବିଧା ହବନାହିଁ | ସିନେମା ଜଗତର ନାୟିକା ହେବାର ସ୍ବପ୍ନ ମୋ ବିବେକ ଠାରୁ ମୋତେ ଛଡାଇ ନେଲା ଲିଗାଲ ଗାର୍ଡିଆନ ପାଁଇ କୋର୍ଟରେ ମିଛ ବାହାଘରର ସାର୍ଟିଫିକେଟ ବାହାର କରାଗଲା | ବାପା,ମା,ଜେଜେମା,ଭାଇ,ଭଉଣୀ ସବୁ ମୋ ପାଁଇ ପର ହୋଇଗଲେ, ପଢ଼ାରେ ଡୋରି ବାନ୍ଧିଦେଇ କାହାକୁ କିଛି ନଜଣାଇ ସୌରଭ ସାଥିରେ ମୁମ୍ବାଇ ଚାଲିଗଲି |

ମୁମ୍ବାଇରେ ପହଂଚି ଜାଣିଲି ଯେ ନାୟିକା ହେବାର ସ୍ବପ୍ନ ସବୁ ମିଛ ଥିଲା ନାୟିକା ପରିବର୍ତେ ଗଣିକା ସଜାଇଦେଲା ସୌରଭ ମୋତେ ମିଛ ବାହାଘର ର ସାର୍ଟିଫିକେଟ ମୋ ପାଦରେ ବେଢ଼ି ବାନ୍ଧିଦେଲେ, କି ଦିନ କି ରାତି ନାରୀ ମାଂସ ଲୋଭି ଗରାଖଙ୍କର ମୁ ହେଲି ଶଯ୍ୟା ସଙ୍ଗିନୀ, କି ଦିନ କି ରାତି ସବୁ ଏକା ପରି ଲାଗୁଥିଲା ମୁ ସାଜିଥିଲି ଏକ ନଜର ବନ୍ଦୀ କଏଦୀ| କିଛି ଗରାଖ ଙ୍କ ଭୋକ ମେଣ୍ଟାଉଥିବା ବେଳେ ମୁ ଶୁଣିବାକୁ ପାଏ "ଶ୍ରାବଣୀ ତୁମେ ଭାରି ସୁନ୍ଦର" ଦିନେ ଯେଉଁ କଥାକୁ ଶୁଣି ମୁ ଗର୍ବରେ ଫୁଲିଯାଉଥିଲି ଆଜି ସେ କଥା ଶୁଣି ନିଜ ଉପରେ ଘୃଣା ଆସେ |

ମନ ପକ୍ଷୀ ପିଞ୍ଜରାରୁ ମୁକ୍ତ ହେବାର ବାଟ ଖୋଜୁଥାଏ | ମୁହଁରେ ମୋନାଲିସାର ହସ ଓ ଅନ୍ତରରେ ପ୍ରତିଶୋଧର ଅଗ୍ନିରେ ମୁ ଖୋଜୁଥିଲି ସୁଯୋଗ | ସେ ଦିନ ଝଡ ବର୍ଷା ତାଣ୍ଡବ ରଚୁଥାଏ ମିଛ ସ୍ୱାମୀ ଓ ଜଣେ ବୟସ୍କ ଗରାଖ ମଦ୍ୟ ପାନ କରୁଥିବା ବେଳେ ଫଳ କଟା ଛୁରୀ ରେ ମିଛ ସ୍ୱାମୀ ସୌରଭ ର ଜୀବନ ନେଲି ଓ ନାରୀ ମାଂସ ଲୋଭି ଗରାଖ ର ଜୀବନ ଶେଷ କଲି | ପ୍ରତିଦିନ ଜଳି ଜଳି ମରିବା ଅପେକ୍ଷା ବୀର ପରି ମରିବା ଓ ମାରିବାକୁ ଶ୍ରେୟ ମଣିଲି | ସୌରଭର ରକ୍ତରେ ନିଜ ତୃଷ୍ନା ମେଣ୍ଟାଈ ନିକଟସ୍ଥ ଥାନାରେ ଆତ୍ମ ସମର୍ପଣ କଲି |

ମୁ ଜାଣେନା ମୁ ଠିକ କରିଛି କି ଭୁଲ! ଜେଲ ପ୍ରକୋଷ୍ଠରେ ଦୋଷୀ ସାଜି ନ୍ୟାୟ ଅପେକ୍ଷାରେ ବିତି ଯାଉଥାଏ ଦିନ ପରେ ଦିନ, ମାସ ପରେ ମାସ ଆଖିର ଲୁହ ଓ ମନର କୋହ ପାଷାଣୀ ସଜାଇ ଦେଇଥିଲା ଶ୍ରାବଣୀକୁ | ଯନ୍ତ୍ର ମାନବି ପରି କେତେ ଦିନ ସେ ଆଉ ବଂଚି ରହିଥାନ୍ତା ନକଲି ସ୍ୱାମୀ ର ରିମୋଟରେ | ପ୍ରତିବାଦ କଲେ ମିଳୁଥିଲା ମାଡ ଓ ମୃତ୍ୟୁ ର ଧମକ| ଭାରି ମନେ ପଡୁଥିଲା ସାଥି ଝିଅଙ୍କ ସହ ଗାଁ ଆମ୍ବ ତୋଟାରେ ରଜ ଦୋଳି, ମା ଖୁଦୁରୁକୁଣୀ ଓଷା ପାଁଇ ଗାଁ ପୋଖରୀରୁ କଇଁ ଫୁଲ ତୋଳା ,ନଦୀ ପହଁରା , ଭାଲୁକୁଣି ପୂଜାର ଥଟା ମଜା, କୁଂଆର ପୁନେଇ ପୁଚି ଖେଳ, ବାପାଙ୍କର ତାଗିଦ ଭରା ଶବ୍ଦ, ମାର ଲୋତକ ଭରା ମୁହଁ , ସର୍ବପରି ଜେଜେମା ତାଙ୍କ ପାକୁଆ ପାରିରେ କହୁଥିବା ଚିରାଚରିତ କାହାଣୀ ପକ୍ଷୀରାଜ ଘୋଡା ଚଢି ରଜା ପୁଅ ଆସିଲା ଓ ଦୁଃଖିନୀ ଝିଅଟିକୁ ଘୋଡାରେ ବସାଇ ଫୁରକିନା ଉଡ଼ିଗଲା କେତେ ସୁନ୍ଦର ଥିଲା ସେ ଜୀବନ|

ଆଖିରୁ ବହିଯାଉଥିବା ଲୁହକୁ ପୋଛି ମନକୁ ଦୃଢ କରୁଥିଲା ଶ୍ରାବଣୀ କେଜାଣି କେମିତି ଦୁର୍ଗାପୂଜାରେ ମା ଦୁର୍ଗାଙ୍କର ପୂଜିତ ମୂର୍ତ୍ତିଟି ଆଲୋକିତ ଓ ଆନ୍ଦୋଳିତ କରିଥିଲା ଶ୍ରାବଣୀର ମନକୁ ରାକ୍ଷସ ମହିଷାସୁର ର ବିନାଶ ପାଁଇ ମା ବିଶ୍ବମୋହିନୀ |


Rate this content
Log in

Similar oriya story from Tragedy