Sumanta Nayak

Tragedy Inspirational

4.7  

Sumanta Nayak

Tragedy Inspirational

ଆପାର୍ଟମେଣ୍ଟ

ଆପାର୍ଟମେଣ୍ଟ

1 min
306


ବୋହୁର ତାଚ୍ଛଲ୍ୟ ଭରା କଥା - ବାପା ଏ ବୟସରେ ଏତେ ଗୁଡା ଟଙ୍କା ଖର୍ଚ କରି ଏତେ ବଡ ଘର କରିବାର କଣ ଆବଶ୍ୟକତା ଥିଲା ? ଘର କରିଦେଲେ ସିନା କିନ୍ତୁ ମେଣ୍ଟେନ କରି ପାରିବେ ତ ? ଦୁଇ ଜଣଙ୍କ ଦେହରେ ତ ଏତେ ରୋଗ, ନିଜକୁ ସମ୍ଭାଳିବେ ନା ଘରକୁ | ଯଦି ପାରୁଛନ୍ତି ଏ ଘରକୁ ବିକ୍ରିକରି ଭୁବନେଶ୍ୱରରେ ଗୋଟେ ଆପାର୍ଟମେଣ୍ଟ କିଣିଦିଅନ୍ତୁ ଓ ବାକି ଟଙ୍କା ନିଜ ନାତି ନାମରେ ରଖି ଦିଅନ୍ତୁ, ଭବିଷ୍ୟତରେ କାମରେ ଆସିବ | ନିଜର ସ୍ବପ୍ନର ମହଲ ବିଷୟରେ ଏମିତି କଟୁକଥା ଶୁଣି ଆଦ୍ର ହୋଇଯାଇଥିଲା ସୁବାସଙ୍କ ଆଖି | ପତ୍ନୀ ସୁରମାଙ୍କ ଆଡକୁ ସେ ବିକଳରେ ଚାହିଁଥିଲେ ନିଜ ନିଷ୍ପତିର ଯଥାର୍ଥତା ଜାଣିବା ଲକ୍ଷ୍ୟରେ | ପରିସ୍ଥିତିର ଗମ୍ଭୀରତାକୁ ଦେଖି ସୁରମା କହିଲେ - ଛାଡ ସେ କଥା, ସେମାନେ କେମିତି ଜାଣିବେ ସ୍ୱାଧୀନତାର ପ୍ରକୃତ ସ୍ୱାଦ | ପାରାଭାଡି ପରି ଆପାର୍ଟମେଣ୍ଟରେ ଲକ୍ଷେ ନୀତି ନିୟମ ମାନି ଚଳିବା ଓ ନିଜେ ତିଆରି କରିଥିବା ଘରେ ଅଖଣ୍ଡ ସ୍ୱାଧୀନତା କୁ ନେଇ ବଂଚିବାର ପାର୍ଥକ୍ୟ | ବେଳାଭୂମିର କୋଟି କୋଟି କ୍ଷୁଦ୍ରାତିଖୁଦ୍ର ବାଲୁକା ରାଶି ଭିତରେ ନିଜର ପରିଚୟ ଖୋଜିବା ଅପେକ୍ଷା ସମୁଦ୍ର ଭିତରେ ଦ୍ୱୀପଟିଆ ଭାବରେ ପରିଚିତ ହେବାର ଶ୍ରେୟ ବହୁତ ଅଧିକ|


Rate this content
Log in

Similar oriya story from Tragedy