STORYMIRROR

Dipti lekha Mishra

Tragedy

3  

Dipti lekha Mishra

Tragedy

ଜୀବନର ଦୁଃଖ

ଜୀବନର ଦୁଃଖ

2 mins
294

ଜୀବନ ବୋଲି ପୁଅଟି ଷଷ୍ଠ ଶ୍ରେଣୀରେ ପଢୁଥାଏ । ଭାରୀ ସୁନା ପିଲାଟିଏ । ହସିଲେ ହସୁଥିବ ଆଉ ପଢିଲେ

ପଢୁଥିବ ହେଲେ କାହା କଥା ବୁଝିପାରେନି କି ଗାଳିମାଡକୁ ସେ କେବେ ଡରେନି । ବାପା ମାଆଙ୍କୁ କିନ୍ତୁ ବହୁତ ଭଲ ପାଏ । ଦଣ୍ଡେ ନ ଦେଖିଲେ ରହିପାରେନି ।

ସବୁବେଳେ ସ୍କୁଲ ଯାଏ ଆଉ ସ୍କୁଲରୁ ଫେରିଲେ ଯେମିତି ବି ହେଉ ସେ ପାର୍କ ଟିକେ ବୁଲି ଆସେ । ଦିନକର କଥା ସେ ପାର୍କ କଣ ବୁଲିବ ସ୍କୁଲରୁ ଘରକୁ ଫେରିବାବେଳକୁ ଦୁଆରମୁହଁରେ ସମସ୍ତେ ରୁଣ୍ତ ହୋଇ ରହିଛନ୍ତି ।ଏତେ ଗହଳି କଣ ପାଇଁ ? କଣ ହେଲା କି ?ଓହୋ ମୋତେ ଟିକେ ରାସ୍ତା ଛାଡ ।

ସେ ଯାହା ଦେଖିଲା ଚେତାଶୂନ୍ୟ ହୋଇଗଲା ।ହଠାତ କଣ ଏମିତି ସବୁ ହୋଇଗଲା ,କେତେବେଳେ ହେଲା କୁହ ବାବା ।

ବାବା ତାକୁ କୁଣ୍ଢାଇ ଧରି ଭୋ ଭୋ ହୋଇ କାନ୍ଦି ଉଠିଲେ ।ପଡିଶାଘର ଲୋକମାନେ ବାରମ୍ବାର ସାହାସ ଦେଉଥାନ୍ତି ।ଆଖିର ଲୂହ ସତେ ଯେମିତି ବନ୍ୟା ହୋଇଗଲାଣି ।ବୁଝୁନାହିଁ ଆଉ କାହା କଥା ।ମୋତେ ଏତେ ଛୋଟ ବୟସରୁ ଏତେ ଦୁଃଖ ଦେଲ ପ୍ରଭୂ ?ମୁଁ ତୁମର କଣ ଦୋଷ କରିଥିଲି ।ତମେ ଜାଣିଛ ନା ଭଗବାନ

ମୁଁ ତାକୁ ନ ଦେଖିଲେ ପାଗଳ ହୋଇଯାଏ ତଥାପି ଆମଦୁହିଁଙ୍କୁ ଅଲଗା କରିଦେଲ ।କଣ ପାଇଁ ପ୍ରଭୂ ।ଏମିତି ବିଭିନ୍ନ ପ୍ରଶ୍ନ ଜୀବନ ପଚାରେ ଭଗବାନଙ୍କୁ ।

ଜୀବନ ,ମଶାଣି ନେବାକୁ ତରବର ହୋଇଯା ଆଉ କାନ୍ଦିଲେ କଣ ମିଳିବ ଲୋକେ କହୁଥାନ୍ତି ।

କଥାରେ ପରା ଅଛି ମାଆ ଯା'ର ନାହିଁ ନାଆ ତାର ନାହିଁ ,ମାଆ ନାହିଁ ଯାହାର ତାକୁ କିଏ କରିବ ଆପଣାର । କିଏ ତା ଖାଇବା ,ପିଇବା,ପିନ୍ଧିବାର ବୁଝିବ । କିଏ ତାକୁ କୋଳେଇ ନେବ । କିଏ ସକାଳୂ ରଡି ଛାଡି ମୁଣ୍ଡରେ ତେଲ ଲଗାଇଦେବ ? ହେ ଭଗବାନ ତମକୁ କିଏ କହିଲା ମୋ ବୋଉ ର ଜୀବନ ଦୀପ ଲିଭାଇବା ପାଇଁ । ତୁମେ ତୁମ ମାଆ ବିନା ରହିପାରିବକି ? ମୋ ବୋଉର ଜୀବନ ଫେରାଇଦିଅ କହି ଭୋ ଭୋ କାନ୍ଦୁଥାଏ ।

ବାବାକୁ ସିଏ କଣ କହି ବୁଝାଇବ ? ତା ଠାରୁ ବାବା ଅଧିକ ଭାଙ୍ଗିପଡିଛନ୍ତି ।ଆରେ କେମିତି ଭୂଲିବେ ଯେ !ଏକା ଥାଳିରେ ଖାଉଥାନ୍ତି । ବୋଉ ନ ବାଢିଲେ କେବେ ବି ଖାନ୍ତି ନାହିଁ । ବୋଉ କୁଆଡେ ଯଦି ବୁଲିବାକୁ ଟିକେ ଯାଏ ଚୁଡା ବତୁରାଇ ଖାଇଦିଅନ୍ତି ହେଲେ ରାନ୍ଧିବା ଭାରୀ ମୁସକିଲ୍ ।

ସକାଳ ନ ପାହୁଣୂ ବାବା ବୋଉର ନାଁ ଧରି ରଡୁଥିବେ ଯେ ରାତିରେ ଶୋଈବା ଯାଏଁ ଲକ୍ଷେ ଥର ଜପ କଲା ଭଳି ବୋଉର ନାଁ ଟି ରଡୁଥାନ୍ତି । ମଜାରେ ମଜାରେ କେଚେ କେଚେ ବି ହୁଅନ୍ତି । ବାବା ଜାଣିଶୁଣି ଲାଗନ୍ତି । ବୋଉ ସହ ଏମିତି କଲେ ଭାରୀ ଭଲ ଲାଗେ କୁଆଡେ । ଏତେ ବଡ ଶରୀର ମୁଦା ହୋଇଗଲାଣି । ବାକି ଅଛି ପାଉଁଶ ମୁଠାଏ ହେବାକୁ ତା ପୁଣି ଜୀବନ ହାତରେ ନିଆଁ ଲାଗିବ । ମୁଖାଗ୍ନି ଦେଲାବେଳେ ମୁଁ ବି ମରିଯାନ୍ତି କି ଭାବୁଥାଏ ଜୀବନ । ଭାବନା ରାଇଜରେ ବୁଡିଥିବା ବେଳେ ହଠାତ ଶୁଭିଲା ହରିବୋଲ ହରିବୋଲ । ଛାନିଆ ହୋଇଗଲା ,ଆହୁରି ଅଧିକ କାନ୍ଦିଲା,ବାବାକୁ ଏଥର ଭିଡି ଧରିଲା ।

ଜୀବନର ଜୀବନରେ ଏକ ବିରାଟ ଝଡ ଆସିଛି ଥମିବ କେମିତି କିଏ ଜାଣେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy