Trushna Das

Drama Romance

3  

Trushna Das

Drama Romance

ଜୀବନ ସ୍ରୋତ

ଜୀବନ ସ୍ରୋତ

7 mins
120


ସମୟ ଚିରନ୍ତନ ସ୍ରୋତ। ସେ କେବେ ଅଟକିଛି ନା କାହା ପାଇଁ ଅଟକି ଯାଏ। ଯିଏ ସମୟ ସ୍ରୋତରେ ଆଗକୁ ବଢି ନ ପାରେ ସେ ପଛେଇ ଯାଏ । ତାକୁ ଲାଗେ ସମୟଟା ତା ପାଇଁ ହୋଇ ଯାଏ ନିଶ୍ଚଳ। ଜୀବନର ଏମିତି ଏକ ସମୟ ଆସିଛି ରକିଙ୍କ ଜୀବନରେ।


ରକି ଯିଏ ଦିନେ ଅଚଲ ସମ୍ପତ୍ତିର ଉତ୍ତରାଧିକାରୀ ଥିଲେ ଆଜି ସେ ସାଜିଛନ୍ତି ଆଉ କାହା ପାଖରେ ଡ୍ରାଇଭର। ଏବେ ନିଜେ କରି ଥିବା କର୍ମ ପାଇଁ ଅନୁତାପ କରୁଛନ୍ତି ରକି। ଆଉ ଗାଡ଼ି ପାଖରେ ଛିଡ଼ା ହୋଇ ଅତୀତର ଭାବନାରେ ସେ ବୁଡି ଯାଇଛନ୍ତି।


ରକି ଧନୀ ବାପା ମାଆଙ୍କ ଗୋଟିଏ ବୋଲି ପୁଅ। ଅଭାବ ଅନଟନ କଣ ସେ କେବେ ଜାଣିନଥିଲେ। ଜଣା ଥିଲା ଫାଲତୁ ଖର୍ଚ୍ଚ। ଗୋଟିଏ ବୋଲି ନାତି ସେଥିପାଇଁ ଜେଜେମା ସୁଷମା ଦେବୀ ମୁଣ୍ଡରେ ମୁଣ୍ଡାଇ ରଖିଛନ୍ତି। ରକିଙ୍କ ମନରେ ନିଜ ସମ୍ପତ୍ତିକୁ ବହୁତ ଗର୍ବ ଓ ଅହଙ୍କାର। ସାଙ୍ଗମାନଙ୍କ ସହ ବୁଲିବା,ମଦ ପିଇବା, ରେସ କରିବା, ଝିଅମାନଙ୍କ ସହ ଟାଇମ୍ ପାସ୍ କରିବା ଏ ସବୁ ହେଉଛି ରକିଙ୍କର କାମ। ସାଇନା ହେଉଛି ରକିଙ୍କର ଗାର୍ଲଫ୍ରେଣ୍ଡ। ସେ କେବଳ ପଇସା ପାଇଁ ରଖି ସହ ଥାଆନ୍ତି। ଆଉ ରକି ଯେ ଅନ୍ୟ ଝିଅମାନଙ୍କ ସହ ଯାହା କରନ୍ତି ଏ ସବୁ ଦେଖି ସାଇନା ମଜା ନିଅନ୍ତି।


ଏ ସବୁ କଥା ଜାଣି ରକିଙ୍କ ବାପା ‌ସୁଭାଷ ବହୁତ ବିରକ୍ତ ହୁଅନ୍ତି। ହେଲେ ଜେଜେମା ସୁଷମା ସୁଭାଷଙ୍କୁ ଅଟକାଇ ଦିଅନ୍ତି। ରକିଙ୍କ ମାଆ ବୀଣା ମଧ୍ୟ ଶାଶୁଙ୍କ କଥାରୁ ବାହାରି କିଛି କହି ପାରନ୍ତି ନାହିଁ। ଏ ସବୁ ନେଇ ସୁଭାଷ ଓ ବୀଣା ମନେ ମନେ ବହୁତ ଦୁଃଖୀ ଥାଆନ୍ତି। 


ରକିଙ୍କ କଲେଜରେ ପାଖି ବୋଲି ଗୋଟିଏ ଝିଅ ଆଡ଼ମିଶନ ନେଲେ। ପାଖି ଜଣେ ମେଧାବୀ ଛାତ୍ରୀ। ଗରିବ ଘରର ଝିଅ ହେଲେ ମଧ୍ୟ ସେ ମେଧାବୀ ବୃତ୍ତି ଦ୍ଵାରା ସେ ଏତେ ବଡ଼ କଲେଜର ଆଡ଼ମିଶନ ପାଇଲେ। ପାଖି ଗରିବ ଘରର ଝିଅ। ତାଙ୍କର ଚାଲି ଚଳନ ଦେଖି କଲେଜରେ ସମସ୍ତେ ତାଙ୍କୁ ଅଲଗା ପ୍ରକାର ନଜରରେ ଦେଖୁ ଥାଆନ୍ତି। ଆଉ କହୁଥାନ୍ତି ଏ ଭିକାରୀ ମାନଙ୍କୁ କିଏ ଯେ କଲେଜରେ ଆଡ଼ମିଶନ ପାଇଁ ଅନୁମତି ଦିଅନ୍ତି?


ଏ ସବୁ କଥା ପାଖିଙ୍କୁ ଭଲ ଲାଗୁନଥିଲା। ଆରେ ସେ ଯଦି ନିଜ ଜ୍ଞାନ ବଳରେ ସେ କଲେଜରେ ଆଡ଼ମିଶନ ହୋଇ ପାରିଲେ ତ ଅସୁବିଧା କ'ଣ ?


ପାଖି ଦେଖିବାକୁ ବହୁତ ସୁନ୍ଦର। ଯାହାର ହେଲେ ବି ତାଙ୍କର ରୂପରେ ମନ ଆକର୍ଷିତ ହେବ। ହେଲେ ପାଖି ନିଜ ସଂସ୍କାରରେ ଦୃଢ଼ ଥିଲେ। ସେ କେବେ ପାଠ ଛଡ଼ା ଅନ୍ୟ କଥାରେ ମନ ଦେଉ ନ ଥାଆନ୍ତି।


କଲେଜର ବାର୍ଷିକ ଉତ୍ସବ ଥାଏ। ଡାନ୍ସ ଯୋଡ଼ି ବଛା ହେଉ ଥାଏ। ସେହି ସମୟରେ ରକିଙ୍କ ସାଙ୍ଗ ଗଗନ ପାଖିଙ୍କର ଯୋଡ଼ି ହେଲେ । ଗଗନ ଡ଼ାନ୍ସ ଅଭ୍ୟାସ ସମୟରେ ପାଖିଙ୍କୁ ଖରାପ ସ୍ପର୍ଶ ଦେଲେ। ପାଖିଙ୍କୁ ଜମା ଭଲ ଲାଗିଲା ନାହିଁ। ସେ ସମସ୍ତଙ୍କ ସାମ୍ନାରେ ଗଗନଙ୍କୁ ଚାପୁଡ଼ା ମାରିଲେ। ସମସ୍ତେ ଘୁରି ଗଗନ ଓ ପାଖିଙ୍କୁ ଦେଖୁ ଥାଆନ୍ତି। ରକିଙ୍କର ନଜର ପ୍ରଥମ ଥର ପାଖି ଉପରେ ପଡ଼ିଲା। ପାଖିଙ୍କ ରୂପ ଲାବଣ୍ୟ ଦେଖି ରକିଙ୍କ ପାଟି ଖୋଲା ରହି ଗଲା। ଗଗନ ସମସ୍ତଙ୍କ ସାମ୍ନାରେ ଅପମାନିତ ହେଲେ। ସେ ବଦଲା ନେବାକୁ ଚାହୁଁ ଥିଲେ। ସେଥିପାଇଁ ସେ ରକିଙ୍କର ବ୍ୟବହାର କଲେ । ସେ ଚାଲାକି କରି ସାଇନା ପାଖରେ ଯାଇ କହିଲେ ପାଖି ପରି ସୁନ୍ଦର ଓ ସଂସ୍କାରୀ ଝିଅ କେହି ନାହିଁ।ସାଇନା ଇର୍ଷା କଲେ। ଆଉ ଗଗନ କହିଲେ ଯେ ପାଖି କେବେ କାହାକୁ ନିଜ ପାଖକୁ ଆସିବା ପାଇଁ ଦେବେ ନାହିଁ। ଏ କଥା ଶୁଣି ସାଇନା ଇର୍ଷାରେ କହିଲେ ମୋ ରକି ସବୁ କରି ପାରିବ। ରକି ବି ନିଜର ଗୁଣ ଦେଖାଇବାକୁ ଯାଇ କହିଲେ ପାଖି ପରି ଝିଅଙ୍କୁ ମୋ ପାଖକୁ ଆଣିବା ବେଶୀ କଷ୍ଟ କର କଥା ନୁହେଁ। ତାପରେ ସେ ଗଗନଙ୍କ ସହ ସର୍ତ୍ତ ଲଗାଇଲେ ଯେ ଦିନେ ସେ ପାଖି ସହ ରାତି ବିତାଇବେ।ସାଇନା ମଧ୍ୟ ପାଖିଙ୍କର ଭଲ ସାଙ୍ଗ ହୋଇ ସାରି ଥାଆନ୍ତି।


ପାଖି ଆଉ ଗଗନ ସହ ଡାନ୍ସ ଯୋଡ଼ି ହେଲେ ନାହିଁ।‌ ରକି ଏବେ ପାଖି ସହ ଯୋଡ଼ି । ପାଖି ରକିଙ୍କ ମନ କଥା ଜାଣି ନ ଥିଲେ। ରକି ପାଖିଙ୍କ ସହ ଭଲ ବନ୍ଧୁତା ସ୍ଥାପନ କଲେ। ପାଖିଙ୍କ ନଜରରେ ରକି ଜଣେ ଭଲ ପୁଅ। ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ଦୃଢ଼ ବନ୍ଧୁତା ସୃଷ୍ଟି ହେଲା।

ପାଖି ମଧ୍ୟ ରକିଙ୍କୁ ଭଲ ପାଇବାରେ ଲାଗିଲେ‌ । ହେଲେ ସେ ଜାଣି ନ ଥିଲେ ଯେ ରକି ଏ ସବୁ ନିଜ ସର୍ତ୍ତ ପୂରଣ କରିବା ପାଇଁ କରୁଛନ୍ତି। ରକି ବହୁତ ଥର ସୁଯୋଗ ଖୋଜିଛନ୍ତି ପାଖିଙ୍କ ସହ ରାତି ବିତାଇବା ପାଇଁ ହେଲେ ସୁଯୋଗ ପାଇ ନାହାଁନ୍ତି। ପାଖିଙ୍କର ଆହୁରି ଘନିଷ୍ଠ ବନ୍ଧୁ ହେବା ପାଇଁ ସେ ନିଜ ଜନ୍ମଦିନ ପାର୍ଟିକୁ ପାଖିଙ୍କୁ ନିଜ ଘରକୁ ଡାକିଛନ୍ତି। ପାଖିଙ୍କୁ ଦେଖି ସୁଭାଷ ଓ ବୀଣା ମନେ ମନେ ତାଙ୍କୁ ଘରର ବୋହୂ କରିବେ ବୋଲି ଭାବିଛନ୍ତି। ସୁଭାଷ ବୀଣାଙ୍କୁ କହିଛନ୍ତି ଏ ଝିଅ ଆମ ରକିକୁ ଠିକ ବାଟକୁ ନେଇ ଆସିବ।


ଏମିତି ପାଖି ଓ ରକି ମଧ୍ୟରେ ଚାଲୁ ଚାଲୁ ଡ଼ିଗ୍ରୀ ଫାଇନାଲ ପରୀକ୍ଷା ପହଞ୍ଚି ଗଲା। ଆଉ ମାସେ ଥାଏ। କଲେଜ ତରଫରୁ ଗୋଟିଏ ‌ଷ୍ଟୋଡି ଟୁର୍ ହେଲା। ରକି ମନେ‌ ମନେ ସ୍ଥିର କଲେ ଯେମିତି ବି ହେଉ ଏଇ ପ୍ରୋଗ୍ରାମରେ ତାଙ୍କୁ ତାଙ୍କ ସର୍ତ୍ତ ପୂରଣ କରିବା ପାଇଁ ପଡିବ। ଟୁର୍ର ଶେଷ ରାତି। ସକାଳେ ପାଇଲେ ସବୁ ଫେରି ଆସିବେ। ସାଇନା ଆଉ ପାଖି ଗୋଟିଏ ରୁମରେ ରହୁ ଥିଲେ। ସାଇନା କହିଲେ ଆଜି ଆମେ ସବୁ ରାତି ଯାକ ମଜା କରିବା। ସେ ରକିଙ୍କୁ ତାଙ୍କ ରୁମକୁ ଡାକିଲେ। ଗଗନ ସେଇ ସମୟରେ ଆସି ପାଖିଙ୍କୁ କ୍ଷମା ମାଗିଲେ ଏବଂ ସେମାନଙ୍କ ସହ ଯୋଗ ଦେଲେ। ପାଖି କୋଲ୍ଡ ଡ୍ରିଙ୍କ୍ସ ପିଇଲେ ଆଉ ସାଇନା, ଗଗନ ଏବଂ ରକି ମଦ ପିଇଲେ। ପାଖି ଜାଣି ନ ଥିଲେ ଯେ ସେ କୋଲ୍ଡ ଡ୍ରିଙ୍କ୍ସରେ ନିଶା ଔଷଧ ମିଶା ହୋଇଛି। ତାପରେ ସେ ଯେତେବେଳେ ସକାଳୁ ଉଠି ନିଜକୁ ସମ୍ପୂର୍ଣ୍ଣ ବିନା କପଡ଼ାରେ ରକିଙ୍କ ସହ ରୁମରେ ପାଇଲେ। ରକି ମଧ୍ୟ ସମ୍ପୂର୍ଣ୍ଣ କପଡା ବିନା ତାଙ୍କ ଉପରେ ଶୋଇଛନ୍ତି।


ପାଖି ନିଶା ଯୋଗୁଁ ଠିକରେ ଉଠିବା ବି କଷ୍ଟକର। ସେ ବି ରକିଙ୍କୁ ନିଜ ଉପରୁ ଉଠାଇ ବା ଆହୁରି କଷ୍ଟ। ହାତ ଗୋଡରେ ଶକ୍ତି ଯେମିତି ନାହିଁ ତାଙ୍କର । ଅଣ୍ଟା ପିଠିରେ ଅସମ୍ଭବ ବଥା। ବେକ ଛାତିରେ ପେଟରେ ଲଭ୍ ବାଇଟ ଚିହ୍ନ। ଓଠ କଟି ଯାଇଛି। ବୁଝିବାରେ ଆଉ ବାକି ନ ଥିଲା ଯେ ଦୁହିଁଙ୍କ ଭିତରେ କିଛି ବାକି ନାହିଁ। ତଥାପି ପାଖି ଚାଦର ଗୋଟିଏ ଟାଣି ଆଣି ନିଜ ଉପରେ ଦେଇ ରକିଙ୍କୁ ନିଜ ଉପରୁ ଏଡାଇ ବାଥରୁମ ଯାଇ କାନ୍ଦିବାକୁ ଲାଗିଲେ। ବାଥରୁମରୁ ଆସିଲା ବେଳକୁ ‌ରକି ରୁମରେ ନ ଥିଲେ। ପାଖି କଣ କହିବେ କିଛି ବୁଝି ପାରୁ ନ ଥାଆନ୍ତି। ସେ ଡ୍ରେସରେ ଲଭ୍ ବାଇଟକୁ ଲୁଚାଇ ବାହାରକୁ ଆସିଲେ। ସମସ୍ତେ ବସରେ ବସି ଫେରି ଆସିଲେ। ରକି ଆଉ ପାଖିଙ୍କୁ ‌ଦେଖି ମଧ୍ୟ ଅଣଦେଖା କଲେ। ଘରେ ପହଞ୍ଚିଲା ପରେ ଆଉ ପାଖିଙ୍କର ଫୋନ ଉଠାଇଲେ ନାହିଁ। ତାପର ଦିନ କଲେଜରେ ପାଖି ଯେତେବେଳେ ରକି ସହ କଥା ହେବା ପାଇଁ ଚେଷ୍ଟା କଲେ ସେତେବେଳେ ସେ ଜାଣିଲେ ଯେ ଏସବୁ ସର୍ତ୍ତ ପୂରଣ କରିବା ସହ ପାଇଁ ରକି କରିଛନ୍ତି। ରକିଙ୍କ ପ୍ରତି ପ୍ରେମ ଏବେ ପାଖିଙ୍କ ମନରେ ଘୃଣାରେ ମୋରି ଗଲା।


ପାଖି ଓ ରକି ଆଉ କଥା ହୁଅନ୍ତି ନାହିଁ କି ପରସ୍ପରକୁ ଅଣଦେଖା କରନ୍ତି। ଫାଇନାଲ ପରୀକ୍ଷା ଆରମ୍ଭ ହେଲା। ଆଉ ଗୋଟିଏ ପରୀକ୍ଷା ଥାଏ। ତା ଆଗ ପରୀକ୍ଷା ଦିନ ପରୀକ୍ଷା ସାରି ଉଠିଲା ବେଳକୁ ପାଖିଙ୍କ ମୁଣ୍ଡ ବୁଲାଇଲା ଓ ସେ ତଳେ ପଡି ଗଲେ। ସେ ଉଠିଲା ବେଳକୁ ଜାଣିବାକୁ ପାଇଲେ ଯେ ସେ ମାଆ ହେବାକୁ ଯାଉଛନ୍ତି। କଲେଜରେ ସମସ୍ତେ ଏ ବିଷୟରେ ଜାଣି ଯାଇଛନ୍ତି। କେହି କେହି ଏମିତି ବି କହିଲେ ଯେ ଟଙ୍କା ପାଇଁ ପାଖି ନିଜ ଶରୀର ବିକି ଦେଇଛନ୍ତି। କଲେଜରୁ ସେ ରକିଙ୍କ ଘରକୁ ଗଲେ ଏବଂ ଏ ସବୁ କଥା ସେ ରକିଙ୍କୁ ତାଙ୍କ ରୁମରେ କହି ଧିକ୍କାର କରୁ ଥାଆନ୍ତି।ସେ କିନ୍ତୁ ଜାଣି ନ ଥିଲେ ଯେ ଏ କଥା ସୁଭାଷ ବାହାରେ ରହି ଶୁଣୁଛନ୍ତି ବୋଲି। ରଖି କହିଲେ ସେ ଛୁଆ ତାଙ୍କର ନୁହେଁ । ତାଙ୍କୁ ସମ୍ପତ୍ତି ଲୋଭରେ ପାଖି ଫସାଉଛନ୍ତି 


ପାଖି କାନ୍ଦି କାନ୍ଦି ସେଠାରୁ ପଳାଇଲେ। ରକିଙ୍କୁ ସୁଭାଷ ଗାଳି କରୁ ଥିବା ସମୟରେ ତାଙ୍କ ହାର୍ଟ ଆଟାକ ଆସିଲା।ସେ ଡାକ୍ତରଖାନାରେ ଭର୍ତ୍ତି ହେଲେ।


ପାଖି କାହାରି କଥା ନ ଶୁଣି ନିଜ ଶେଷ ପରୀକ୍ଷା ଦେଇ ଚାଲି ଗଲେ। ସେପଟେ ସୁଭାଷ ଓକିଲ ଡାକି ରକିଙ୍କୁ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀରୁ ବାହାର କରି ଦେଲେ।


ଯେଉଁ ସାଇନା ଆଉ ଗଗନ ପାଇଁ ରକି ଏ ସବୁ କଲେ, ସେଇ ଦୁହେଁ ରକିଙ୍କୁ ଧକା ଦେଉ ଥିଲେ। ପ୍ରକୃତରେ ଗଗନ ଓ ସାଇନା ପରସ୍ପରକୁ ଭଲ ପାଆନ୍ତି। ସମ୍ପତ୍ତିର ଲୋଭରେ ସାଇନା ରକି ସହ ଭଲ ପାଇବାର ଅଭିନୟ କରୁ ଥିଲେ ବୋଲି ରକି ଜାଣିଲେ। ତାଙ୍କର ‌ଧନ ସମ୍ପତ୍ତିର ଗର୍ବ ଓ ଅହଙ୍କାର ଭାଙ୍ଗି ଗଲା। ବୁଝି ଗଲେ ସେ ଯେ ଜୀବନର‌ ସ୍ରୋତରେ ସେ କଣ ଭୁଲ କରି ଦେଇଛନ୍ତି।


ରକି ଏବେ କୁଆଡେ଼ ଯିବେ ? କିଛି ତ ତାଙ୍କର ନାହିଁ ‌। ବାପା ତ ଘରୁ ବାହାର କରି ଦେଇଛନ୍ତି। କେବଳ ପାଖରେ ଅଛି ତ ଆଇ-ଫୋନର ମୋବାଇଲ ଟେ ଆଉ ଅଳ୍ପ କିଛି ଟଙ୍କା। ନିଜର ଭୂଲ ବୁଝି ସେ ଯେତେବେଳେ ପାଖି ରହୁ ଥିବା ଭୋଡା ଘରେ ପହଞ୍ଚିଲେ ଜାଣିବାକୁ ପାଇଲେ ଯେ‌ ପାଖି ଆଉ ତାଙ୍କ ମଦୁଆ ବାପା ଘର ଛାଡ଼ି ସହର ଛାଡି ପଳାଇଛନ୍ତି। ସୁଭାଷ ବାବୁଙ୍କ ପୁଅ ବୋଲି ଏ ସହରରେ ରକିଙ୍କୁ ଚାକିରୀ ମିଳିଲା ନାହିଁ। ଶେଷରେ ଅନ୍ୟ ଗୋଟିଏ ସହରକୁ ଗଲେ ରକି। ତାଙ୍କୁ ଲାଗୁ ଥାଏ ଯେମିତି ଦୁଇ ମାସ ହେଲାଣି ସମୟ ନିଶ୍ଚଳ ହୋଇ ଯାଇଛି।ବସରୁ ଓହ୍ଲାଇଲା ବେଳକୁ କିଛି ଚୋର‌ ରକିଙ୍କୁ ବାଡ଼େଇ ମୋବାଇଲ ନେଇ ପଳାଇଲେ। ରକି ଅଚେତ ହେବା ଆଗରୁ ତାଙ୍କର ନଜର ପଡିଲା ପାଖି ତାଙ୍କ ପାଖରେ ଅଛନ୍ତି।


ଡାକ୍ତରଖାନାରେ ଚେତା ଆସିଲା ବେଳକୁ ରକି ଜାଣିଲେ ଯେ ତାଙ୍କର ସମସ୍ତ ଚିକିତ୍ସା ତାଙ୍କ ସ୍ତ୍ରୀ ପାଖି କରୁଛନ୍ତି। ରକି ଅନୁତାପ ନଜରରେ ପାଖିଙ୍କ ସହ କଥା ହେବା ପାଇଁ ଚେଷ୍ଟା କଲାରୁ ପାଖି କହିଲେ ଡାକ୍ତରଖାନାର ଫର୍ମାଲିଟି ପାଇଁ ସେ ନିଜକୁ ତାଙ୍କର ସ୍ତ୍ରୀ ବୋଲି କହିଛନ୍ତି। ତାଙ୍କର ଓ ପାଖିଙ୍କ ମଧ୍ୟରେ ଆଉ କିଛି ସମ୍ପର୍କ ନାହିଁ। ରକିଙ୍କ ଚେତା ଆସିବାରେ ଇତି ମଧ୍ୟରେ ଦୁଇ ମାସ ବିତି ଯାଇଛି। ଆଉ ଏବେ ପାଖିଙ୍କ ଗର୍ଭ ବି ଦେଖା ଗଲାଣି। ରକିଙ୍କୁ ଇଚ୍ଛା ହେଉ ଥାଏ ପାଖିଙ୍କ ହାତ ଧରି କ୍ଷମା ମାଗିବେ ଏବଂ ତାଙ୍କୁ ନିଜର କରି ନେବେ। ହେଲେ ପାଖି କିଛି ଶୁଣୁ ନ ଥାଆନ୍ତି।


ରକି ଠିକ ହେବା ପରେ ପାଖି ଆଉ ଡାକ୍ତରଖାନା ଆସିଲେ ନାହିଁ। ରକି ପାଖିଙ୍କୁ ଖୋଜୁ ଥାଆନ୍ତି। ସେପଟେ ପେଟ ପୁରାଇବା ପାଇଁ ଚାକିରୀଟିଏ। ଶେଷରେ ସେ ଯାଇ ଆଜି ଜଣଙ୍କର ଘର ସାମ୍ନାରେ ଡ୍ରାଇଭର ହୋଇ ଗାଡ଼ି ପାଖରେ ଛିଡ଼ା ହୋଇଛନ୍ତି। ସେଇ ଘରୁ ଗୋଟିଏ ଆଠ ବର୍ଷର ଝିଅ ଆସି ଗାଡ଼ିରେ ବସିଲା ଏବଂ ପାଖି ଦିଦି ଆସ କହି ଡାକିଲା। ରକି ଘୁରି ଦେଖିଲା ବେଳକୁ ତାଙ୍କର ପାଖି। ପାଖି ସେଇ ଘରେ ଆୟା କାମ କରୁ ଥାଆନ୍ତି।


ରକି ପାଖିଙ୍କୁ ଯେତେ କ୍ଷମା ମାଗିଲେ ମଧ୍ୟ ପାଖି ମାନିବା ପାଇଁ ନାରାଜ। ରକି ଭାବୁ ଥାଆନ୍ତି ଏ ନିଶ୍ଚଳ ସମୟ କ'ଣ ତାଙ୍କର ଜୀବନ ସ୍ରୋତକୁ ଅଟକାଇ ଦେଇଛି। ପାଖି କ୍ଷମା କଲେ ଯାଇ ସେ ତାଙ୍କୁ ବିବାହ କରି ବାପା ମାଆ ଜେଜେମାଙ୍କୁ କ୍ଷମା ମାଗିବେ। ହେଲେ ପାଖି କେମିତି ମାନିବେ।


ପାଖି ରକିଙ୍କ ଅନୁତାପ ଦେଖି ଶେଷରେ କହିଲେ ଯଦି ରକି ତାଙ୍କ ଛୁଆର ବାପ ହେବାର କର୍ତ୍ତବ୍ୟ କରିବେ ତେବେ ଯାଇ ସେ ତାଙ୍କୁ କ୍ଷମା କରିବେ। ରକି ରାଜି ହୋଇଗଲେ। ପାଖି କହିଲେ ଏ ଛୁଆ ପ୍ରସବର ସବୁ ଖର୍ଚ୍ଚ ରକି କରିବେ। ରକି ହଁ କହିଲେ।


କିଛି ଦିନ ପରେ ହଠାତ୍ ପାଖି ଅଚେତ ହୋଇ ପଡ଼ି ଗଲେ। ଡାକ୍ତର କହିଲେ ପାଖିଙ୍କ ଅବସ୍ଥା ଗୁରୁତର। ତାଙ୍କର ଅପରେଶନ‌ ହେବ। ରାତି ଭିତରେ ଲକ୍ଷେ ଟଙ୍କା ଦରକାର। ରକି କେବଳ ନିଜ ମାଆ ବୀଣାଙ୍କୁ ଡାକିଲେ ଯେ ସୁବିଧା ଅସୁବିଧାରେ ପାଖି ପାଖରେ ରହିବେ। ଏତେ ଟଙ୍କା କେଉଁଠାରୁ ପାଇବେ ଭାବୁ ଥାଆନ୍ତି। ସେତେବେଳେ ତାଙ୍କର ନଜର ପଡିଲା ଗାଡ଼ି ରେସ ପ୍ରତିଯୋଗିତା ଉପରେ। ରକି ସଞ୍ଚୟ କରି ଥିବା ଦଶ ହଜାର ଟଙ୍କା ଦେଇ ପ୍ରତିଯୋଗିତାରେ ଭାଗ ନେଲେ ଏବଂ ଜିତି ଦୁଇ ଲକ୍ଷ ଟଙ୍କା ଆଣିଲେ।ସେ ଆସିଲା ବେଳକୁ ପାଖିଙ୍କୁ ଅପରେଶନ ରୁମକୁ ନେଇ ଯାଇ ଥାଆନ୍ତି। ରକି ଅପରେଶନ ପାଇଁ ଟଙ୍କା ଦେଇ ପାଖିଙ୍କ ସ୍ୱାମୀ ଜାଗାରେ ଦସ୍ତଖତ କଲେ। କିଛି ସମୟ ପରେ ଡାକ୍ତର ଗୋଟିଏ କୁନି ଶିଶୁ କନ୍ୟାକୁ ଆଣି ରକିଙ୍କ ହାତରେ ରଖିଲେ। ରକିଙ୍କ ବାପା ମାଆ ଜେଜେମା ବହୁତ ଖୁସି ହେଲେ। ପାଖିଙ୍କ ଚେତା ଆସିଲାରୁ ରଖି ଜାଣିବା ପାଇଁ ପାଇଲେ ଯେ ରକି ଯେବେ ଡାକ୍ତରଖାନାରେ ‌ଭର୍ତ୍ତି ହୋଇ ଥିଲେ ହେବେ ଠାରୁ ତାଙ୍କ ଘର ଲୋକ ଓ ପାଖି ମିଶି ଯୋଜନା କରି ରକିଙ୍କୁ ଠିକ ବାଟକୁ ଆଣିଲେ।ରକି କେବେ ଭାବି ନ ଥିଲେ ତାଙ୍କ ଜୀବନ ସ୍ରୋତ ଏମିତି ଭାବରେ ମୋଡ଼ ନେବ ବୋଲି।


କିଛି ଦିନ ପରେ ପାଖି ଓ ରକିଙ୍କ ବିବାହ ଧୁମଧାମରେ ହେଲା। ଏବେ ରକି ଓ ପାଖି ପୁରା ପରିବାର ସହ ହସ ଖୁସରେ ଘର‌ ସଂସାର କଲେ।



Rate this content
Log in

Similar oriya story from Drama